Advertisement

Surya gochar 2024

alt
July Grah Gochar 2024: ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଆସନ୍ତାକାଲିଠୁ ଜୁଲାଇ ମାସ ଆରମ୍ଭ ହେବାକୁ ଯାଉଛି । ଏହି ମାସରେ ଏକାଧିକ ଗ୍ରହ ନିଜ ମୂଳ ରାଶି ପରିବର୍ତ୍ତନ କରିବେ। ଯାହାର ପ୍ରଭାବ ରାଶିଚକ୍ରରେ ଥିବା ସମସ୍ତ ୧୨ଟି ରାଶି ଉପରେ ପଡିବ।  ଜୁଲାଇ ୭ରେ ଭୋର୍ ୪ଟା ୩୯ ମିନିଟ୍ ସମୟରେ ଶୁକ୍ର କର୍କଟ ରାଶିକୁ ଚଳନ କରିବାକୁ ଥିବା ବେଳେ ଜୁଲାଇ ୧୨ ସକାଳ ୭ଟା ୧୨ ମିନିଟ୍ ସମୟରେ ମଙ୍ଗଳ ସେହି ରାଶିକୁ ଚଳନ କରିବେ।  ଗ୍ରହମାନଙ୍କ ରାଜକୁମାର ବୁଧ ମଧ୍ୟ ମାସର ତୃତୀୟ ସପ୍ତାହରେ ସିଂହ ରାଶିକୁ ଚଳନ କରିବେ। ସେହିପରି, ଜୁଲାଇ ୧୬ରେ ସୂର୍ଯ୍ୟଦେବ ମଧ୍ୟ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଗୋଟିଏ ମାସରେ ୪ ଗ୍ରହଙ୍କ ରାଶିପରିବର୍ତ୍ତନ କିଛି ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ଦେବାକୁ ଥିବା ବେଳେ ଆଉ କିଛି ରାଶିର ବ୍ୟକ୍ତିଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବ। ତେବେ, ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ଗୁଡିକ ବିଷୟରେ...
Jun 30,2024, 7:41 AM IST
alt
May 15,2024, 10:42 AM IST
alt
Surya Gochar 2024 positive effects: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ସୂର୍ଯ୍ୟ ପ୍ରତି ମାସରେ ରାଶି ପରିବର୍ତ୍ତନ କରିଥାନ୍ତି । ଗୋଟିଏ ବର୍ଷରେ ୧୨ ଟି ରାଶିରେ ସୂର୍ଯ୍ୟ ନିଜର ଚକ୍ର ସମ୍ପୂର୍ଣ୍ଣ କରନ୍ତି । ବର୍ତ୍ତମାନ ସୂର୍ଯ୍ୟ ମେଷ ରାଶିରେ ଅବସ୍ଥାନ କରିଥିବା ସମୟରେ ମେ ୧୪ ରେ ବୃଷ ରାଶିରେ ଚଳନ କରିବେ । ବୃଷରେ ସୂର୍ଯ୍ୟଙ୍କ ଗମନାଗମନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ଜ୍ୟୋତିଷମାନେ ମତ ଦେଉଛନ୍ତି । ବୃଷ ହେଉଛି ଶୁକ୍ରଙ୍କ ରାଶି ଯାହା ଧନ, ବିଳାସ ଏବଂ ବସ୍ତୁ ସୁଖ ସହ ଜଡିତ ଥାଏ । ଶୁକ୍ରଙ୍କ ରାଶିରେ ସୂର୍ଯ୍ୟଙ୍କ ପ୍ରବେଶ ସମସ୍ତ ୧୨ଟି ରାଶି ଉପରେ ପ୍ରଭାବ ପକାଇବ । ଜୁନ୍ ୧୫ ପର୍ଯ୍ୟନ୍ତ ସୂର୍ଯ୍ୟ ବୃଷ ରାଶିରେ ବିଦ୍ୟମାନ ରହିବେ । ଏଥିସହ ଏହାର ସକରାତ୍ମକ ପ୍ରଭାବ ୬ ଟି ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ପଡିବ । ଏହା କୁହାଯାଇପାରେ ଯେ, ସୂର୍ଯ୍ୟଙ୍କ ଏହି ରାଶି ପରିବର୍ତ୍ତନ ଏହି ରାଶିର ଭାଗ୍ୟ ଉଜ୍ୱଳ କରିବ । ନୂଆ ଚାକିରି ମିଳିବା ସହ ଦରମା ବଢିବାର ଯଥେଷ୍ଟ ସମ୍ଭାବନା ରହିଛି । ଆସନ୍ତୁ ଜାଣିବା କେଉଁ ରାଶିମାନେ ସୂର୍ଯ୍ୟଙ୍କ ଚଳନରୁ ଲାଭ ପାଇବେ ।
May 5,2024, 19:45 PM IST
Read More

Trending news