Advertisement
Photo Details/zeeodisha/odisha2434347
photoDetails0hindi

Surya Gochar 2024: ଚନ୍ଦ୍ରଗ୍ରହଣ ପୂର୍ବରୁ ଫିଟିଲା ୩ ରାଶିର ଭାଗ୍ୟ, ମିଳିବ ଧନ

Surya Gochar 2024: ଚନ୍ଦ୍ରଗ୍ରହଣ ଦୁଇ ଦିନ ପୂର୍ବରୁ ସୂର୍ଯ୍ୟଦେବଙ୍କ ରାଶି ପରିବର୍ତ୍ତନ ପ୍ରଭାବରେ ୧୨ଟି ରାଶିର ବ୍ୟକ୍ତିବିଶେଷ ପ୍ରଭାବିତ ହେବେ । ତେବେ ବିଶେଷକରି ୩ଟି ରାଶିକୁ ଅତ୍ୟନ୍ତ ଶୁଭଫଳ ମିଳିବ ।

1/4

ସିଂହ ରାଶି

ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନର ପ୍ରଭାବ ଆପଣଙ୍କ କ୍ଷେତ୍ରରେ ଗଭୀର ହେବାକୁ ଯାଉଛି। ଉଚ୍ଚଶିକ୍ଷା ପାଇଁ ଦେଶ ବାହାରକୁ ଯିବାକୁ ଚାହୁଁଥିଲେ ସ୍ୱପ୍ନ ପୂରଣ ହେବ । ଏକ ଭଲ ସ୍ଥାନରେ ଚାକିରି ପାଇବା ପାଇଁ ଅନେକ ସୁଯୋଗ ପାଇବେ । ଚାକିରି କ୍ଷେତ୍ରରେ ପଦୋନ୍ନତିର ଏକ ଦୃଢ ସମ୍ଭାବନା ରହିଛି ।

2/4

କନ୍ୟା ରାଶି

ଆପଣଙ୍କ ରାଶିରେ ସୂର୍ଯ୍ୟଙ୍କ ଚଳନ ହୋଇଛି । ଏଥିରୁ ଆପଣ ଅଧିକ ଲାଭବାନ ହେବାର ସମ୍ଭାବନା ରହିଛି । ସୂର୍ଯ୍ୟଦେବଙ୍କ ବିଶେଷ ଆଶୀର୍ବାଦ ଆପଣଙ୍କ ସହିତ ରହିଛି । ଯୁବକମାନେ ଆଗାମୀ ଦିନରେ କ୍ୟାରିୟର କ୍ଷେତ୍ରରେ ଅନେକ ଲାଭ ପାଇପାରିବେ । ବିଦେଶରେ କାମ କରିବାର ଇଚ୍ଛା ପୂରଣ ହେବ । ଚାକିରି କରୁଥିଲେ ପଦୋନ୍ନତିର ସୁଯୋଗ ମିଳିବ । କଳା ସହ ସହିତ ଜଡିତ ବ୍ୟକ୍ତିଙ୍କ କ୍ୟାରିୟରରେ ସୁଫଳ ମିଳିବ । ନୂତନ ଆୟର ଉତ୍ସ ଆପଣ ପାଇବେ ।

3/4

ଧନୁ ରାଶି

ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହୋଇପାରେ । ଦୀର୍ଘ ଦିନ ଧରି ସମାନ କମ୍ପାନୀରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ବେତନ ବୃଦ୍ଧି ହେବାର ସମ୍ଭାବନା ରହିଛି । ଦରମା ବୃଦ୍ଧି ସହିତ ପଦବୀ ମଧ୍ୟ ବଢିପାରେ । ବ୍ୟବସାୟ କ୍ଷେତ୍ରରେ ଅଧିକ ଟଙ୍କା ରୋଜଗାର କରିବାର ସୁଯୋଗ ପାଇବେ । ଆର୍ଥିକ ସ୍ଥିତି ପୂର୍ବାପେକ୍ଷା ଯଥେଷ୍ଟ ସୁଦୃଢ ହେବ ।

4/4

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।