Advertisement

Politics

alt
କୋରେଇ ନିର୍ବାଚନ ମଣ୍ଡଳୀରେ ବିଜେଡିର ଏକ ସାଙ୍ଗଠନିକ ବୈଠକ  ଗୁରୁବାର ଦିନ ଆୟୋଜିତ ହୋଇଥିଲା। ଜିଲ୍ଲା ବିଜେଡି ସଭାପତି ସରୋଜ ମହାପାତ୍ରଙ୍କ ସଭାପତିତ୍ୱ ହୋଇଥିବା ଏହି ବୈଠକରେ ଦଳର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।  ଭାଜପା ବିରୁଦ୍ଧରେ ଲଢେଇ କର, ବିଜୟ ସୁନିଶ୍ଚିତ ବୋଲି କର୍ମୀଙ୍କୁ ଆହ୍ୱାନ ଦେଇଥିଲେ । ବୈଠକରେ ବରୀ ବିଧାୟକ ବିଶ୍ୱରଞ୍ଜନ ମଲ୍ଲିକ, ଯାଜପୁର ବିଧାୟିକା ସୁଜାତା ସାହୁଙ୍କ ସହିତ ଜିଲ୍ଲା ପରିଷଦ ସଭାନେତ୍ରୀ ନଳିନୀ ପ୍ରଭା ଜେନାଙ୍କ ସହିତ ଯାଜପୁର, କୋରେଇ ଓ ଦଶରଥପୁର ବ୍ଲକ ଅଧ୍ୟକ୍ଷ ଓ ଅଧ୍ୟକ୍ଷାଙ୍କ ସହିତ ଅନ୍ୟ କର୍ମକର୍ତ୍ତା ଯୋଗଦେଇଥିଲେ । ହେଲେ ଚଳିତ ନିର୍ବାଚନରେ ବିଜୟୀ ହୋଇଥିବା ଓ ବିରୋଧି ଦଳର ମୁଖ୍ୟ ସଚେତକ ହୋଇଥିବା ପ୍ରମିଳା ମଲ୍ଲିକ ଯୋଗଦେଇନଥିଲେ ।
Jun 28,2024, 22:11 PM IST
ଅଧିକ ପଢ