Parliament Winter Session 2024: ଭାରତ ବଜାରରେ ପ୍ରବେଶ କରିବେ ଚୀନ କମ୍ପାନୀ
Advertisement
Article Detail0/zeeodisha/odisha2562665

Parliament Winter Session 2024: ଭାରତ ବଜାରରେ ପ୍ରବେଶ କରିବେ ଚୀନ କମ୍ପାନୀ

ନୂଆଦିଲ୍ଲୀ: ଭାରତୀୟ ଖୁଚୁରା ବଜାରରେ ଚୀନ କମ୍ପାନୀ ପ୍ରବେଶ କରିବେ। ୪ ବର୍ଷ ପରେ ପୁଣିଥରେ ଚୀନ ଉତ୍ପାଦକୁ ଭାରତରେ ଦେଖିବାକୁ ମିଳିବ। କିନ୍ତୁ ଏକ ସ୍ୱତନ୍ତ୍ର ଇ-କମର୍ସ ପ୍ଲାଟଫର୍ମରେ। ରିଲାଏନ୍ସ ରିଟେଲ ଲିମିଟେଡର ଯୌଥ ଭାଗିଦାରୀରେ ଚୀନର ପରିଚିତ ବ୍ରାଣ୍ଡ ସେଇନ (Shein) ଏଠାରେ ଉତ୍ପାଦ ତିଆରି କରିବ।

Parliament Winter Session 2024: ଭାରତ ବଜାରରେ ପ୍ରବେଶ କରିବେ ଚୀନ କମ୍ପାନୀ

Parliament Winter Session 2024: ନୂଆଦିଲ୍ଲୀ: ଭାରତୀୟ ଖୁଚୁରା ବଜାରରେ ଚୀନ କମ୍ପାନୀ ପ୍ରବେଶ କରିବେ। ୪ ବର୍ଷ ପରେ ପୁଣିଥରେ ଚୀନ ଉତ୍ପାଦକୁ ଭାରତରେ ଦେଖିବାକୁ ମିଳିବ। କିନ୍ତୁ ଏକ ସ୍ୱତନ୍ତ୍ର ଇ-କମର୍ସ ପ୍ଲାଟଫର୍ମରେ। ରିଲାଏନ୍ସ ରିଟେଲ ଲିମିଟେଡର ଯୌଥ ଭାଗିଦାରୀରେ ଚୀନର ପରିଚିତ ବ୍ରାଣ୍ଡ ସେଇନ (Shein) ଏଠାରେ ଉତ୍ପାଦ ତିଆରି କରିବ ଏବଂ ତାହାକୁ ଘରୋଇ ଏବଂ ବିଶ୍ୱସ୍ତରରେ ବିକ୍ରି କରିବ। ଏହାକୁ ଭାରତର ସରକାର ମଞ୍ଜୁରି ଦେଇଛନ୍ତି ବୋଲି କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପିୟୁଷ ଗୋଏଲ କହିଛନ୍ତି। ସୀମା ବିବାଦକୁ କେନ୍ଦ୍ର କରି ଭାରତ ଓ ଚୀନ ମଧ୍ୟରେ ୨୦୨୦ ମସିହାରୁ ସମସ୍ତ ଚୀନ ଉତ୍ପାଦକୁ ବନ୍ଦ କରିଦିଆଯାଇଛି। ଏବେ ଧିରେଧିରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ କଥାବାର୍ତ୍ତା ଆରମ୍ଭ ହୋଇଥିବାରୁ ସମ୍ପର୍କ ସୁଧୁରିବା ଆଶା କରାଯାଉଛି।

ଏହି ମୁହୁର୍ତ୍ତରେ ଚୀନର ଫ୍ୟାସନ ବ୍ରାଣ୍ଡ ସେଇନ ଭାରତୀୟ ବଜାରରେ ଆସିଥିବା ନେଇ ସାଂସଦ ଶଶିକାନ୍ତ ସାନ୍ତିଲ ଏକ ପ୍ରଶ୍ନ ପଚାରିଥିଲେ। ଏହାର ଉତ୍ତରରେ ଶ୍ରୀ ଗୋଏଲ କହିଛନ୍ତି ୨୯ ଜୁନ ୨୦୨୦ରୁ ଭାରତ ସରକାରଙ୍କର ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ ସେଇନ ଆପ୍ଲିକେସନକୁ ରଦ୍ଦ କରିଛନ୍ତି। ଉଭୟ ମୋବାଇଲ ଏବଂ ଅଣମୋବାଇଲ ଇଣ୍ଟରନେଟ ସକ୍ଷମ ଯନ୍ତ୍ରରେ ଏହି ପ୍ରତିବନ୍ଧକ ରଖାଯାଇଛି। ଡାଟା ସୁରକ୍ଷା ଏବଂ ଗୋପନୀୟତାକୁ ଆଧାର କରି ଆଇଟି ଆଇନ-୨୦୦୦ ଅନୁସାରେ  ଏହି ପ୍ରତିବନ୍ଧକ ଲଗାଯାଇଛି। କିନ୍ତୁ ସେଇନର ଉତ୍ପାଦକୁ ଭାରତରେ ବାରଣ କରାଯାଇନାହିଁ ବୋଲି ଶ୍ରୀ ଗୋଏଲ କହିଛନ୍ତି। 

ସେ କହିଛନ୍ତି ରିଲାଏନ୍ସ ରିଟେଲ ଭେନଚ୍ୟୁର ଲିମିଟେଡ ଏଭିତରେ ସିଙ୍ଗାପୁରସ୍ଥିତ ସେଇନ ସହିତ ଏକ ବୁଝାମଣା ସ୍ୱାକ୍ଷର କରିଛନ୍ତି। ଏହି ବୁଝାମଣା ଅନୁସାରେ ଦୁଇ କମ୍ପାନୀ ମିଳିତ ଭାବେ ଏକ ଇ-କମର୍ସ ପ୍ଲାଟଫର୍ମ ତିଆରି କରିବେ। ଏହି ପ୍ଲାଟଫର୍ମ ଦ୍ୱାରା ସ୍ଥାନୀୟ ଅଞ୍ଚଳର ନିର୍ମାତା ଓ ବିକ୍ରେତା ମଧ୍ୟରେ ଏକ ନେଟୱାର୍କ ତିଆରି ହେବ। ସେମାନେ ଏଠାରେ ଉତ୍ପାଦ ତିଆରି ସହିତ ସେଇନ ବ୍ରାଣ୍ଡରେ ଏହାକୁ ବିକ୍ରି କରିବେ। ବୟନ ମନ୍ତ୍ରଣାଳୟ ଏନେଇ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ଏବଂ ଗୃହ ମନ୍ତ୍ରଣାଳୟ ସହିତ କଥା ହୋଇ ରିଲାଏନ୍ସକୁ ଏଥିଲାଗି ଅନୁମତି ପ୍ରଦାନ କରିଛି।  

କ୍ଷୁଦ୍ର ବ୍ୟବସାୟୀ ଏବଂ ପାରମ୍ପରିକ ଦୋକାନ ସହିତ ସ୍ଥାନୀୟ ବ୍ୟବସାୟୀକୁ ସୁରକ୍ଷା ଦେବା ଏବଂ ସେମାନଙ୍କ ପ୍ରୋତ୍ସାହନ ପାଇଁ ସରକାର ଉଦ୍ୟମ କରୁଛନ୍ତି। ଏହି କ୍ରମରେ ଏହିଭଳି ଇ-କମର୍ସ ପ୍ଲାଟଫର୍ମ ଉପଯୋଗୀ ହୋଇପାରିବ ବୋଲି ସରକାର ଆଶା କରିଛନ୍ତି।