Odisha assembly session 2024: ଗୃହରେ ମିଶନ ଶକ୍ତି ନିଆଁ, ଶାସକ ଉପରେ ବର୍ଷିଲେ ବିରୋଧି
Advertisement
Article Detail0/zeeodisha/odisha2552242

Odisha assembly session 2024: ଗୃହରେ ମିଶନ ଶକ୍ତି ନିଆଁ, ଶାସକ ଉପରେ ବର୍ଷିଲେ ବିରୋଧି

ଭୁବନେଶ୍ୱର: ମିଶନ ଶକ୍ତି ମହିଳାଙ୍କ ବକେୟା ଦରମାକୁ ନେଇ ବିଧାନସଭାରେ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ। ବିରୋଧୀ ବିଜେଡି ସହ ସ୍ୱର ମିଳାଇ କଂଗ୍ରେସ ଆଜି ଗୃହରେ ମିଶନ ଶକ୍ତି ମହିଳାଙ୍କ ବକେୟା ଦରମା ପ୍ରସଙ୍ଗରେ ଆଲୋଚନା ଦାବି କରି ହଟ୍ଟଗୋଳ କରିବାରୁ ପ୍ରଥମାର୍ଦ୍ଧରେ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। 

Odisha assembly session 2024: ଗୃହରେ ମିଶନ ଶକ୍ତି ନିଆଁ, ଶାସକ ଉପରେ ବର୍ଷିଲେ ବିରୋଧି

Odisha assembly session 2024: ଭୁବନେଶ୍ୱର: ମିଶନ ଶକ୍ତି ମହିଳାଙ୍କ ବକେୟା ଦରମାକୁ ନେଇ ବିଧାନସଭାରେ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ। ବିରୋଧୀ ବିଜେଡି ସହ ସ୍ୱର ମିଳାଇ କଂଗ୍ରେସ ଆଜି ଗୃହରେ ମିଶନ ଶକ୍ତି ମହିଳାଙ୍କ ବକେୟା ଦରମା ପ୍ରସଙ୍ଗରେ ଆଲୋଚନା ଦାବି କରି ହଟ୍ଟଗୋଳ କରିବାରୁ ପ୍ରଥମାର୍ଦ୍ଧରେ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ମିଶନ ଶକ୍ତି ମହିଳାଙ୍କ ବକେୟା ଦରମାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମୁହଁ ଖୋଲିବା ସହ ବିଜେପିକୁ କରିଛନ୍ତି ଟାର୍ଗେଟ। 

ସେପଟେ କଂଗ୍ରସେ ବିଧାୟିକା ସୋଫିଆ ଫିର୍ଦ୍ଦୋଶ କହିଛନ୍ତି କି ସତ କଥା ସାମ୍ନାକୁ ଆସିବା ଦରକାର। ଭୋଟ ବ୍ୟାଙ୍କ ପାଇଁ ମିଶନ ଶକ୍ତିର ମହିଳା ମାନଙ୍କୁ ବ୍ୟବହାର କରାଯାଇଥିଲା। ସେମାନଙ୍କୁ ସରକାରୀ ଅଧିକାରୀ, ରାଜନେତା ପ୍ରମୁଖ ତାଙ୍କୁ ବ୍ୟବହାର କରିଥିଲେ। ତାଙ୍କ ଦ୍ୱାରା ଘର ଘର ବୁଲି ରାଜନେତାମାନେ ପ୍ରଚାର କରାଇଲେ। ଟଙ୍କା ବାଣ୍ଟିଥିବା ନେଇ ମଧ୍ୟ ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋଶ। ଏହି ସମୟ ମଧ୍ୟରେ ଅନେକ ଲୋକ ମଧ୍ୟ ଧରା ପଡିଛନ୍ତି। ତେବେ ମହିଳାମାନେ କିପରି ସଶକ୍ତିକରଣ ହୋଇପାରିବେ ସେ ନେଇ ପ୍ରଚେଷ୍ଟା କରାଯିବା ଦରକାର। ଭୋଟବ୍ୟାଙ୍କ ରାଜନୀତିରେ ମହିଳାମାନଙ୍କୁ ଅନ୍ଧାରରେ ରଖାଯାଇଛି। ପୂର୍ବ ସରକାର ମିଶନ ଶକ୍ତି ମହିଳାମାନଙ୍କୁ ଦରମା ବାବଦରେ ବ୍ୟବସ୍ଥା କରାଯିବାର ଆବଶ୍ୟକ ରହିଥିଲା। ହୋଇଥିବା ଏଗ୍ରିମେଣ୍ଟକୁ ରିନ୍ୟୁଆଲ କାହିଁକି କରାଯାଇନଥିଲା ବୋଲି ସୋଫିଆ ପ୍ରଶ୍ନ କରିଛନ୍ତି। 

ସେହିପରି ସେ ଆହୁରି ମଧ୍ୟ କହିଛନ୍ତି କି ବର୍ତ୍ତମାନର ସରକାର ଏ ଦିଗରେ ପଦକ୍ଷେପ ନେବାର ଆବଶ୍ୟକ ରହିଛି। ବିଜେପି ସରକାର ମହିଳା ମାନଙ୍କ ପାଇଁ ଯେଉଁ ସବୁ ଯୋଜନା କରୁଛନ୍ତି ଯେପରିକି ସୁଭଦ୍ରା ଯୋଜନା, ଅନ୍ୟାନ୍ୟ ଯୋଜନା ସବୁ କରୁଛନ୍ତି ତାହା ଠିକ। କିନ୍ତୁ ମାତ୍ର ୮୩୩ ଟଙ୍କାରେ ପରିବାର ଚଳାଇବା କଷ୍ଟକର। ବର୍ତ୍ତମାନ ବଜାର ଦର ଉଚ୍ଚା ରହିଛି। ସବୁକିଛିର ଦର ବୃଦ୍ଧି ପାଇଛି। ସବୁକିଛି ଛାଡ଼ି ମହିଳା ମାନେ ରାସ୍ତାକୁ ଓହ୍ଲାଇଛନ୍ତି। ନିଜର ପିଲାଛୁଆ ସ୍ୱାମୀଙ୍କୁ ଛାଡ଼ି ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି ମହିଳାମାନେ। ଆନ୍ଦୋଳନରତ ମହିଳାଙ୍କ ପାଇଁ ମଧ୍ୟ କୌଣସି ସୁବିଧା ନଥିବା ନେଇ ସେ ଅଭିଯୋଗ କରିଛନ୍ତି। 

ସେ ଆହୁରି ମଧ୍ୟ କହିଛନ୍ତି ଏ ସରକାର ପ୍ରତିଶୃତି ଦେଇଛନ୍ତି ସମସ୍ତଙ୍କ ପାଇଁ ରୋଜଗାର ସୃଷ୍ଟି କରିବେ। ପ୍ରତିଶୃତି ପୁରଣ କରିବା ପୂର୍ବରୁ ମହିଳାମାନଙ୍କର ଦାବିକୁ ପ୍ରଥମେ ପୂରଣ କରିବା ଦିଗରେ କାର୍ଯ୍ୟ କରନ୍ତୁ। ସେମାନଙ୍କୁ ସେମାନଙ୍କ ଦରମାକୁ ଯଥାଶୀଘ୍ର ପ୍ରଦାନ କରନ୍ତୁ ବୋଲି ସୋଫିଆ ଦାବି କରିଛନ୍ତି। 

ସେପଟେ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ ବିଜେପି ସରକାର ଉପରେ ଜୋରଦାର ବର୍ଷିଛନ୍ତି। ସେ କହିଛନ୍ତି କି ବର୍ତ୍ତମାନ ରାଜରାସ୍ତାରେ ୧୦ରୁ ୧୨ ହଜାର ମହିଳା ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସେମାନଙ୍କର ଦୁଃଖ କେହି ବୁଝୁନାହାନ୍ତି। ତାଙ୍କ ସମ୍ପର୍କରେ ଆଲୋଚନା କଲେ ସରକାର ଗୃହକୁ ଚଳାଇ ଦେଉନାହାନ୍ତି। ଆନ୍ଦୋଳନରତ ମହିଳାଙ୍କୁ ପ୍ରଥମେ ଦରମା ଦେବାକୁ ବ୍ୟବସ୍ଥା କରନ୍ତୁ ବୋଲି ଶ୍ରୀମତୀ ମଲ୍ଲିକ କହିଛନ୍ତି।