Parliament Winter Session 2024: ଗୃହ ମଧ୍ୟରେ ପ୍ରତିଷ୍ଠା ହେବ ଏଆଇ ପ୍ରୟୋଗଶାଳା
Advertisement
Article Detail0/zeeodisha/odisha2553359

Parliament Winter Session 2024: ଗୃହ ମଧ୍ୟରେ ପ୍ରତିଷ୍ଠା ହେବ ଏଆଇ ପ୍ରୟୋଗଶାଳା

 Parliament Winter Session 2024: ୮ ଲକ୍ଷ ୬୫ ହଜାର ଯୁବକଙ୍କୁ ତାଲିମ ପ୍ରଦାନ କରାଯାଇଛି। ସେଥିରୁ ୩ ଲକ୍ଷ ୨୦ ହଜାର ଯୁବକଙ୍କୁ ଏଆଇ ତଥା ବ୍ରିଫ ଡେଟା ଆନାଲିଟିକ୍ସ କ୍ଷେତ୍ରରେ ତାଲିମ ପ୍ରଦାନ କରାଯାଇଛି। ଏହି ତାଲିମ ପରିଚାଳନା ତଥା ଅଧିକ ଗବେଷଣା ପାଇଁ ସରକାର ୨୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ୨୭ଟି ଏଆଇ ଲାବ୍ରୋଟୋରି ବା ପ୍ରୟୋଗ କେନ୍ଦ୍ର ଖୋଲିବାକୁ ଯାଉଛନ୍ତି। 

Parliament Winter Session 2024: ଗୃହ ମଧ୍ୟରେ ପ୍ରତିଷ୍ଠା ହେବ ଏଆଇ ପ୍ରୟୋଗଶାଳା

Parliament Winter Session 2024: ନୂଆଦିଲ୍ଲୀ: ରାଜ୍ୟ ରାଜଧାନୀରେ କୃତ୍ରିମ ବୁଦ୍ଧିମତା ପ୍ରୟୋଗ କେନ୍ଦ୍ର ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ଯୋଜନା କରିଛନ୍ତି। ଦେଶର ୨୭ଟି ସହରରେ କୃତ୍ରିମ ବୁଦ୍ଧିମତା ପ୍ରୟୋଗ କେନ୍ଦ୍ର ପ୍ରତିଷ୍ଠା ତଥା ପରିଚାଳନା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବା ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। 

ଦେଶରେ ଏଆଇକୁ ସମସ୍ତଙ୍କ ବ୍ୟବହାର ଉପଯୋଗୀ କରିବା ତଥା ଏହାଦ୍ୱାରା ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ଭାରତ ସରକାର ଲକ୍ଷ୍ୟ ରଖିଛନ୍ତି। ଏପରିକି ବିଶ୍ୱ ସ୍ତରରେ କୃତ୍ରିମ ବୁଦ୍ଧିମତା ତଥା ବୈଶ୍ୱୟିକ ଜ୍ଞାନ କ୍ଷେତ୍ରରେ ଦକ୍ଷତା ରାଜଧାନୀ ଭାବରେ ଭାରତ ପରିଚୟ ନେଉଥିବା ଶ୍ରୀ ବୈଷ୍ଣବ କହିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକା, ଚୀନ ଏବଂ ବ୍ରିଟେନ ପରେ ଭାରତର ସ୍ଥାନ ବିଶ୍ୱରେ ପରିଚିତ ହେଉଛି। ଏବାବଦରେ ବିଶ୍ୱ କ୍ଷେତ୍ରରେ ପରିଚାଳନା ହେଉଥିବା ସମସ୍ତ ପ୍ରକଳ୍ପ ମଧ୍ୟରୁ ୨୪ ପ୍ରତିଶତ କ୍ଷେତ୍ରରେ ଭାରତ ନେତୃତ୍ୱ ନେଉଛି ବୋଲି ଶ୍ରୀ ବୈଷ୍ଣବ ଲୋକସଭାରେ ସୂଚନା ଦେଇଛନ୍ତି। ଭାରତ ସରକାର ସ୍ୱାସ୍ଥ୍ୟ, କୃଷି ଓ ଶିକ୍ଷା କ୍ଷେତ୍ରରେ ଏଆଇର ବିପୁଳ ବ୍ୟବହାର କରି ସାଧାରଣ ଲୋକଙ୍କ ପାଇଁ କର୍ମନିଯୁକ୍ତି ସୃଷ୍ଟି କରିବା କ୍ଷେତ୍ରରେ ଆଗକୁ ବଢୁଛନ୍ତି। ଏଥିଲାଗି ଅନଲାଇନ ଏବଂ ଅଫଲାଇନ ଭିତ୍ତିରେ ଯୁବବର୍ଗଙ୍କୁ ତାଲିମ ପ୍ରଦାନ କରାଯାଉଛି। ସି-ଡାକର ୪୦ଟି କେନ୍ଦ୍ର ଏବଂ ୨୭ NIELIT କେନ୍ଦ୍ର ସ୍ଥାପନ କରି ଅଧ୍ୟୟନ ତାଲିମ ଏବଂ ଗବେଷଣାକୁ ଦେଶ ଧ୍ୟାନ ଦେଇଛି ବୋଲି ଶ୍ରୀ ବୈଷ୍ଣବ ଗୃହରେ ସୂଚନା ଦେଇଛନ୍ତି। 

ସେ କହିଛନ୍ତି ଏ ଭିତରେ ୮ ଲକ୍ଷ ୬୫ ହଜାର ଯୁବକଙ୍କୁ ତାଲିମ ପ୍ରଦାନ କରାଯାଇଛି। ସେଥିରୁ ୩ ଲକ୍ଷ ୨୦ ହଜାର ଯୁବକଙ୍କୁ ଏଆଇ ତଥା ବ୍ରିଫ ଡେଟା ଆନାଲିଟିକ୍ସ କ୍ଷେତ୍ରରେ ତାଲିମ ପ୍ରଦାନ କରାଯାଇଛି। ଏହି ତାଲିମ ପରିଚାଳନା ତଥା ଅଧିକ ଗବେଷଣା ପାଇଁ ସରକାର ୨୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ୨୭ଟି ଏଆଇ ଲାବ୍ରୋଟୋରି ବା ପ୍ରୟୋଗ କେନ୍ଦ୍ର ଖୋଲିବାକୁ ଯାଉଛନ୍ତି। ଏହା ସହ ଦେଶର ବିଭିନ୍ନ ଆଇଆଇଟି ଓ ଆଇଆଇଆଇଟିରେ ମେସିନ ଲର୍ଣ୍ଣିଂ ତଥା ସିନ୍ଥେଟିକ ଡେଟା ଜେନେରସନ ପାଠ୍ୟକ୍ରମ ଆରମ୍ଭ କରାଯାଇଛି।