ଶଂଖ ଭବନରେ କ୍ୟାଣ୍ଟିନ ନା ହୋଟେଲ୍‍ ?
Advertisement
Article Detail0/zeeodisha/odisha2599802

ଶଂଖ ଭବନରେ କ୍ୟାଣ୍ଟିନ ନା ହୋଟେଲ୍‍ ?

ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଏହା ହୋଟେଲ ନୁହେଁ, କ୍ୟାଣ୍ଟିନ୍‍। ଅନେକ ଲୋକ ପ୍ରତିଦିନ ଏହି କାର୍ଯ୍ୟାଳୟକୁ ଆସୁଛନ୍ତି ଏଣୁ କ୍ୟାଣ୍ଟିନ୍‍ ଖୋଲିବାରେ କିଛି ଅସୁବିଧା ନାହିଁ। ଅପ୍ରସଙ୍ଗକୁ ନେଇ ବିଜେପି ନେତାଏଁ ରାଜନୀତି କରୁଛନ୍ତି ବୋଲି ଶ୍ରୀ ସାହୁ କହିଛନ୍ତି।

ଶଂଖ ଭବନରେ କ୍ୟାଣ୍ଟିନ ନା ହୋଟେଲ୍‍ ?

ଭୁବନେଶ୍ୱର: ସରକାରଙ୍କଠାରୁ ଦଳୀୟ କାର୍ଯ୍ୟାଳୟ କରିବା ନାଁରେ ଜମି ନେଇ ହୋଇଟେଲ କରିଥିବା ଅଭିଯୋଗ କରି ବିଜେଡିକୁ କାଠଗଡ଼ାକୁ ଟାଣିଛନ୍ତି ବିଜେପି ନେତା ଜଗନ୍ନାଥ ପ୍ରଧାନ। ସେ କହିଛନ୍ତି ଗଣମାଧ୍ୟମର ଖବର ଅନୁସାରେ ଯଦି ଏହା ହୋଇଥାଏ ତେବେ ବିଜେଡିକୁ ନଦିଆଯାଇଥିବା ଜମିକୁ ବ୍ୟାଜାପ୍ତ କରାଯାଉ। ଏହାର ଯୁକ୍ତିରେ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଏହା ହୋଟେଲ ନୁହେଁ, କ୍ୟାଣ୍ଟିନ୍‍। ଅନେକ ଲୋକ ପ୍ରତିଦିନ ଏହି କାର୍ଯ୍ୟାଳୟକୁ ଆସୁଛନ୍ତି ଏଣୁ କ୍ୟାଣ୍ଟିନ୍‍ ଖୋଲିବାରେ କିଛି ଅସୁବିଧା ନାହିଁ। ଅପ୍ରସଙ୍ଗକୁ ନେଇ ବିଜେପି ନେତାଏଁ ରାଜନୀତି କରୁଛନ୍ତି ବୋଲି ଶ୍ରୀ ସାହୁ କହିଛନ୍ତି।

ଭୁବନେଶ୍ୱରର ୟୁନିଟ୍‍-୬ରେ ଏକ ଭବ୍ୟ ଅଟ୍ଟାଳିକା ନିର୍ମାଣ କରାଯାଇ ଏହାକୁ ଶଙ୍ଖ ଭବନ ନାମ ଦିଆଯାଇଛି। ୨୦୨୧ ମସିହାରେ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ୍‍ରେ ଅନୁମତିରେ ଏହି କୋଠା ତିଆରି ହୋଇଛି। ୨୦୨୪ ମସିହାରେ ଏହାକୁ ତତ୍‍କାଳୀନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ଉଦ୍‍ଘାଟନ କରିଥିଲେ। ହେଲେ ୨୦୨୪ ନିର୍ବାଚନରେ ଦଳ ହାରିଯିବା ପରେ ଏଠାରେ ଏବେ ଗହଳି କମିଛି। ଏହି ଭବ୍ୟ କୋଠାକୁ ନେଇ ଅନେକ ସମୟରେ ବିଜେପିର ନେତାମାନେ ବୟାନବାଜୀ କରିଛନ୍ତି। ଏପରିକି ସରକାରକୁ ଆସିବା ପରେ କିଛି ନେତା ଏହାକୁ ବେଆଇନ ବୋଲି ଦର୍ଶାଇବା ସହ ଏହାକୁ ସରକାର ଦଖଲକୁ ନିଆଯିବ ବୋଲି ବି ଇଙ୍ଗିତ ଦେଇଥିଲେ।

ଏବେ ଭୁବନେଶ୍ୱର ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ କହିଛନ୍ତି,  ସରକାରରରେ ଥିବା ସମୟରେ ବିଭିନ୍ନ କର୍ପୋରେଟ କାର୍ଯ୍ୟାଳୟରୁ ମୋଟା ଅଙ୍କର ଚାନ୍ଦା ଆଦାୟ ହେଉଥିଲା। ଏବେ ସେ ପରିସ୍ଥିତି ନାହିଁ। ଏଣୁ ବିଜେଡିର କ୍ୟାଣ୍ଟିନ୍‍କୁ ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ କରାଯାଇ ହୋଟେଲ୍ ଆକାରରେ ପରିଣତ କରାଯାଇଛି। ହେଲେ ଏ ବିଷୟରେ ସରକାର ସତର୍କ ହୋଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ ବୋଲି କହିଛନ୍ତି ଜଗନ୍ନାଥ।

ଅପରପକ୍ଷେ  ସରକାରକୁ ଆସିବା ପରେ ସରକାର କିପରି ଚାଲିବ ସେ କଥା ନଦେଖି ସେମାନେ ଏପଟ ସେପଟ କାହିଁକି ହେଉଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, ଶଙ୍ଖ ଭବନ ହେଉଛି ଲୋକଙ୍କ କାର୍ଯ୍ୟାଳୟ। ଏବେ ବିଜେଡିରେ ଦୈନିକ କିଛି ନା କିଛି ବୈଠକ ହୋଇଥାଏ। ଶଙ୍ଖ ଭବନ ଚଳଚଞ୍ଚଳ ହୋଇଥାଏ। ସେଠାରେ ଶହ ଶହ ବିଜେଡି ନେତା, କର୍ମୀ ଓ ସାଧାରଣ ଲୋକ ଖାଉଛନ୍ତି। ରେଳବାଇ, ପାର୍ଲାମେଣ୍ଟରେ କ୍ୟାଣ୍ଟିନ୍‍ ରହିଛି। ସେଠାରେ ଲୋକେ ଖାଉଛନ୍ତି। ଯଦି ତାଙ୍କର କିଛି ଅଛି ତେବେ ଶଙ୍ଖ ଭବନର କ୍ୟାଣ୍ଟିନରେ ଆସି ଖାଆନ୍ତୁ  ବୋଲି ଶ୍ରୀ ସାହୁ କହିଛନ୍ତି।

Also Read- ଚାକିରି ଛାଡ଼ି ଘରେ ବସିଛନ୍ତି କି? ଟାଟା ପାୱାର କମ୍ପାନୀରେ ବାହାରିଲା ନିଯୁକ୍ତି, ମହିଳାଙ୍କୁ ପ୍ରାଧାନ୍ୟ

Also Read- ଲାଲ କ୍ୟାପ୍ସିକମ୍ ପୁଷ୍ଟିକର ପଦାର୍ଥର ଭଣ୍ଡାର, କ୍ୟାନସର ସହ ଲଢ଼ିବାକୁ ଯୋଗାଇଥାଏ ଶକ୍ତି