Odisha assembly session 2024: ସାଂସଦ ସୁକାନ୍ତ ପାଣିଗ୍ରାହୀ ଏହା ଉପରେ ଅତିରିକ୍ତ ପ୍ରଶ୍ନ କ୍ରମେ ଲାଞ୍ଜିଗଡ଼ରୁ ବ୍ରହ୍ମପୁର ରେଳ ଲାଇନକୁ ଫୁଲବାଣୀ ଦେଇ ନେବାକୁ ନୂଆ ପ୍ରକଳ୍ପ ଲାଗି ରେଳମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କିନ୍ତୁ ମନ୍ତ୍ରୀ ଏବାବଦରେ କୌଣସି ମନ୍ତବ୍ୟ ରଖିନାହାନ୍ତି।
Trending Photos
Odisha assembly session 2024: ନୂଆଦିଲ୍ଲୀ: ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲା ବା ଏହାର ସଦର ମହକୂମା ଫୁଲବାଣୀକୁ କେବେ ରେଳ ସଂଯୋଗ ହେବ। ତାହା ନେଇ ପୁଣି ଆଶଙ୍କା ସୃଷ୍ଟି କରୁଛି। ଏପରିକି ଖୋଦ ରେଳମନ୍ତ୍ରୀ ମଧ୍ୟ ନିର୍ଦ୍ଦିଷ୍ଟ ଉତ୍ତର ରଖିପାରିନାହାନ୍ତି। ମୋଦି ସରକାର ତୃତୀୟ ଥର ପାଇଁ ଶପଥ ଗ୍ରହଣ କରିବା ପରେ ଓଡିଶାକୁ ନୂଆ ରେଳ ପ୍ରକଳ୍ପ ପାଇଁ ୨୦ ହଜାର ଟଙ୍କା ଆବଣ୍ଟନ କରିଥିଲେ ମଧ୍ୟ କେବେ କନ୍ଧମାଳକୁ ରେଳ ଛୁଇଁବ ତାହା ନେଇ ସୃଷ୍ଟି ହୋଇଥିବା ପ୍ରଶ୍ନବାଚୀ ଅମିଂମାଶିତ ରହିଛି।
Also Read: Odisha News: ନିଜ ବାସଭବନରେ ଦିବ୍ୟାଙ୍ଗଙ୍କ ଦୁଃଖ ଶୁଣିଲେ ମୁଖ୍ୟମନ୍ତ୍ରୀ
Also Read: Odisha assembly session 2024: ରାଜ୍ୟର ୪୮ ପ୍ରତିଶତ ଲୋକଙ୍କ ପାଖରେ ପହଞ୍ଚିନି ସ୍ୱଚ୍ଛ ପାନୀୟ ଜଳ
ଆଜି ସଂସଦର ଲୋକସଭାରେ ପ୍ରଶ୍ନୋତ୍ତର କାଳରେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଫୁଲବାଣୀକୁ ରେଳ ସଂଯୋଗ ନେଇ ଗୃହର ଦୃଷ୍ଟି ଆକର୍ଷଣ କରିଥିଲେ। ସେ କହିଥିଲେ କେନ୍ଦ୍ର ସରକାରଙ୍କ ଆକାଂକ୍ଷୀ ଜିଲ୍ଲା ଭିତରେ ତାଙ୍କ ସଂସଦୀୟ ନିର୍ବାଚନ ମଣ୍ଡଳୀ ଆସୁଛି। କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ଜିଲ୍ଲାକୁ ରେଳ ଛୁଇଁ ପାରିନାହିଁ। ରେଳମନ୍ତ୍ରୀ ଏବାବଦରେ ପଦକ୍ଷେପ ନେବା ସହିତ ଏହି ପାହାଡିଆ ଅଞ୍ଚଳ ପାଇଁ ନୂଆ ରେଳ ଲାଇନ ବ୍ୟବସ୍ଥା କରିବାକୁ ସେ ଅନୁରୋଧ କରିଥିଲେ। ଉତ୍ତରରେ ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବ କହିଥିଲେ ନରେନ୍ଦ୍ର ମୋଦୀ ସରକାରକୁ ଆସିବା ପରେ ଓଡ଼ିଶାକୁ ରେଳ ପାଇଁ ଅନୁଦାନ ଯଥେଷ୍ଟ ବଢିଛି। ପୂର୍ବରୁ ପ୍ରତିବର୍ଷ ରେଳ ଭିତ୍ତିଭୂମି ବିକାଶ ପାଇଁ ଓଡିଶାକୁ ୮୦୦ କୋଟି ଟଙ୍କା ପ୍ରଦାନ କରାଯାଉଥିଲା। ଏବେ ତାହା ୧୦ ହଜାର କୋଟି ଟଙ୍କାକୁ ଟପିଛି। ଏବେ ୭୩ ହଜାର କୋଟି ଟଙ୍କା ନିବେଶରେ ବିଭିନ୍ନ ପ୍ରକଳ୍ପର ବିକାଶ କାର୍ଯ୍ୟ ଚାଲିଛି। ଓଡ଼ିଶାର ପ୍ରାୟ ପ୍ରତି ରେଳ ଷ୍ଟେସନକୁ ବିକଶିତ କରିବା ଲାଗି ପଦକ୍ଷେପ ନିଆଯାଉଛି। କନ୍ଧମାଳରେ ରେଳ ସଂଯୋଗକୁ ନେଇ ମନ୍ତ୍ରୀ କହିଛନ୍ତି ରେଢାଖୋଳ-ଗୋପାଳପୁର ପ୍ରକଳ୍ପରେ ଏହି ଜିଲ୍ଲା ଦେଇ ରେଳ ସଂଯୋଗ ବିକାଶ କରିବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟ ପାଇଁ ରେଳ ମନ୍ତ୍ରଣାଳୟ ଓ ଓଡିଶା ସରକାରଙ୍କ ଦ୍ୱାରା ଏକ ଯୌଥ କମ୍ପାନୀ ବିକାଶ କରାଯାଇଛି। ଏହାର ଓଡିଶା ରେଳ ଭିତ୍ତିଭୂମି ବିକାଶ ଲିମିଟେଡ଼ ନାମରେ ନାମିତ। ଏହି କମ୍ପାନୀ ଦ୍ୱାରା ବିସ୍ତୃତ ପ୍ରକଳ୍ପ ବିବରଣୀ ବା ଡିପିଆର ପ୍ରସ୍ତୁତ ହୋଇଥିଲେ ମଧ୍ୟ ଏହି ରେଳ ଲାଇନ ଫୁଲବାଣୀ ଦେଇ ଯାଉନଥିବାରୁ ତାହାକୁ ଅନୁମୋଦନ କରାଯାଇ ନାହିଁ। ଏବାବଦରେ ସମ୍ପୃକ୍ତ କମ୍ପାନୀ ଠାରୁ ଉତ୍ତର ମଗାଯାଇଛି। ରିପୋର୍ଟ ଆସିବା ପରେ ମନ୍ତ୍ରଣାଳୟ ଏହାକୁ ଦୃଷ୍ଟି ଦେବ ବୋଲି ସେ କହିଥିଲେ।
ସାଂସଦ ସୁକାନ୍ତ ପାଣିଗ୍ରାହୀ ଏହା ଉପରେ ଅତିରିକ୍ତ ପ୍ରଶ୍ନ କ୍ରମେ ଲାଞ୍ଜିଗଡ଼ରୁ ବ୍ରହ୍ମପୁର ରେଳ ଲାଇନକୁ ଫୁଲବାଣୀ ଦେଇ ନେବାକୁ ନୂଆ ପ୍ରକଳ୍ପ ଲାଗି ରେଳମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କିନ୍ତୁ ମନ୍ତ୍ରୀ ଏବାବଦରେ କୌଣସି ମନ୍ତବ୍ୟ ରଖିନାହାନ୍ତି।