Advertisement
  • Rashmita Sahoo

    Rashmita Sahoo

    Senior Sub Editor (Zee Odisha)

Stories by Rashmita Sahoo

Liquor Case: ପାଗଳ କରିଛି ମଦ ନିଶା, ରାସ୍ତାରେ ଗାମୁଛା ପକେଇ ଶୋଷିପକାଇଲେ ମଦ

Duplicate Liquor Video

Liquor Case: ପାଗଳ କରିଛି ମଦ ନିଶା, ରାସ୍ତାରେ ଗାମୁଛା ପକେଇ ଶୋଷିପକାଇଲେ ମଦ

Liquor Case: ଭୁବନେଶ୍ୱର ବରମୁଣ୍ଡା ଅଞ୍ଚଳରେ ଥିବା ଏକ ସରକାରୀ ଲାଇସେନ୍ସପ୍ରାପ୍ତ ଦୋକାନରୁ ଅବକାରୀ ବିଭାଗ ର ଅଧିକାରୀମାନେ ବିପୁଳ ପରିମାଣର ନକଲି ମଦ ଜବତ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ରାଜଧାନୀର ବରମୁଣ୍ଡା ଅଞ୍ଚଳରେ ଥିବା ଲାଇସେନ୍ସପ୍ରାପ୍ତ ଷ୍ଟୋରରେ ଅବକାରୀ ବିଭାଗ ର ଅଧିକାରୀମାନେ ଅଚାନକ ଚଢ଼ାଉ କରି ଏହି ନକଲି ମଦ ଜବତ କରିଥିଲେ। ପୂର୍ବରୁ ବିଭାଗୀୟ ଅଧିକାରୀମାନେ କିଛି ନମୁନା ସଂଗ୍ରହ କରି ଜାଣିବାକୁ ପାଇଥିଲେ ଯେ ମଦ ବୋତଲ, ହୋଲୋଗ୍ରାମ ଏବଂ ଅନ୍ୟାନ୍ୟ ବୈଶିଷ୍ଟ୍ୟର କ୍ୟାପ୍ ମୂଳ ବ୍ରାଣ୍ଡ୍ ଠାରୁ ଭିନ୍ନ। ତେବେ ବହୁଳ ପରିମାଣର ବୋତଲ ଜବତ କରାଯାଇ ଏହାକୁ ଡ୍ରୋଜର ଚଢାଇ ନଷ୍ଟ କରାଯାଇଥିଲା। ତେବେ ଜଣେ ବ୍ୟକ୍ତି ରାସ୍ତାରେ ପଡ଼ିଥିବା ମଦକୁ ଗାମୁଛା ପକେଇ ପିଉଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି।

Sep 17,2024, 17:13 PM IST

Weather Update: ଆସୁଛି ଆଉ ଏକ ଲଘୁଚାପ, ପୁଣି ଭିଜିବ ଓଡ଼ିଶା

weather report

Weather Update: ଆସୁଛି ଆଉ ଏକ ଲଘୁଚାପ, ପୁଣି ଭିଜିବ ଓଡ଼ିଶା

Weather Update: ରାଜ୍ୟରେ ଜାରି ରହିଛି ବର୍ଷା । ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଆଜି ସୁଧା ଦୁର୍ବଳ ହୋଇ ଅବପାତରେ ପରିଣତ ହେବ। ଆଜି ଠାରୁ ଏହାର ପ୍ରଭାବ ରହିବନି। ଏବଂ ପାଗ ପ୍ରାୟତଃ ଶୁଖିଲା ରହିବ। ଆଜି ଓ ଆସନ୍ତାକାଲି ରାଜ୍ୟରେ ବିଶେଷ ବର୍ଷା ନାହିଁ। ଏବଂ ଅଳ୍ପ କିଛି ସ୍ଥାନରେ କାଁ ଭାଁ ବର୍ଷା ହୋଇପାରେ। ଆସନ୍ତା ୨୩ ତାରିଖେ ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ। ପାଣିପାଗ ବିଶେଷଜ୍ଞ ଡା. ଶରତ ସାହୁ ପୂର୍ବାନୁମାନ କରିଛନ୍ତି ଯେ, ଆସନ୍ତା ୨୨ ତାରିଖରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପଶ୍ଚିମବଙ୍ଗ ସଂଲଗ୍ନ ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ୨୩ ତାରିଖ ସୁଧା ଏହା ଲଘୁଚାପରେ ପରିଣତ ହେବ।

Sep 17,2024, 15:52 PM IST

Nisha Maharana: ନାଚୁଥିଲେ ନିଶା ମହାରଣା, ଗୋଡେଇ ଆସିଲେ ଯୁବକ...

nisha maharana

Nisha Maharana: ନାଚୁଥିଲେ ନିଶା ମହାରଣା, ଗୋଡେଇ ଆସିଲେ ଯୁବକ...

ଏବେ ରାଜ୍ୟର ଅନେକ ସ୍ଥାନରେ ଅପେରା ପାର୍ଟି ନିଜର ଅପେରା ପକାଇଛନ୍ତି । ରାତି ଅନିଦ୍ରା ହେଇ ଲୋକ ଯାତ୍ରା ଦେଖି ଦିଲ୍ ଖୁସ୍ କରୁଛନ୍ତି। ହେଲେ ଯାତ୍ରାର ବହି ଆରମ୍ଭ ପୂର୍ବରୁ ହୋଇଥାଏ ମେଲୋଡି। ଏଥିରେ ଯାତ୍ରା ଡ୍ୟାନ୍ସର ହୁଅନ୍ତୁ ବା ଅଭିନେତା କି ଅଭିନେତ୍ରୀ ନିଜର ଜଲୱା ଦେଖାଇଥାନ୍ତି । ହେଲେ ଏବେ ଡ୍ୟାନ୍ସର ନିଶା ମହାରଣାଙ୍କୁ ଚାଲିଛି ବେଶ୍ ଚର୍ଚ୍ଚା। ଅନେକ ଯାତ୍ରା ଅପେରା ପାର୍ଟି ମେଲୋଡି ପାଇଁ ନିଶାଙ୍କୁ ନିମନ୍ତ୍ରଣ ଦେଉଛନ୍ତି ।ତେବେ ଏହାରି ମଧ୍ୟରେ ଏକ ଭିଡିଓ ଭାଇରାଲ ହେଉଛି। ନିଶା ମହାରଣ କିଛି କହୁଥିବା ବେଳେ ତାଙ୍କ ପଛେ ପଛେ ଏକ ଯୁବକ ଷ୍ଟେଜ ଉପରକୁ ପଳେଇ ଆସିଥିଲେ। ଆଉ ଏହାପରେ ଆରମ୍ଭ ହୋଇଥିଲା ଝଗଡ଼। ଆପଣ ବି ଦେଖନ୍ତୁ ଭିଡିଓ

Sep 17,2024, 12:39 PM IST

Duplicate Liquor Video: ଦୋକାନ ମାଲିକ ବିକୁଥିଲେ ନକଲି ମଦ, ସତ ଜଣାପଡ଼଼ିବା ପରେ...

Duplicate Liquor Video

Duplicate Liquor Video: ଦୋକାନ ମାଲିକ ବିକୁଥିଲେ ନକଲି ମଦ, ସତ ଜଣାପଡ଼଼ିବା ପରେ...

ଭୁବନେଶ୍ୱର ବରମୁଣ୍ଡା ଅଞ୍ଚଳରେ ଥିବା ଏକ ସରକାରୀ ଲାଇସେନ୍ସପ୍ରାପ୍ତ ଦୋକାନରୁ ଅବକାରୀ ବିଭାଗ ର ଅଧିକାରୀମାନେ ବିପୁଳ ପରିମାଣର ନକଲି ମଦ ଜବତ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ରାଜଧାନୀର ବରମୁଣ୍ଡା ଅଞ୍ଚଳରେ ଥିବା ଲାଇସେନ୍ସପ୍ରାପ୍ତ ଷ୍ଟୋରରେ ଅବକାରୀ ବିଭାଗ ର ଅଧିକାରୀମାନେ ଅଚାନକ ଚଢ଼ାଉ କରି ଏହି ନକଲି ମଦ ଜବତ କରିଥିଲେ। ପୂର୍ବରୁ ବିଭାଗୀୟ ଅଧିକାରୀମାନେ କିଛି ନମୁନା ସଂଗ୍ରହ କରି ଜାଣିବାକୁ ପାଇଥିଲେ ଯେ ମଦ ବୋତଲ, ହୋଲୋଗ୍ରାମ ଏବଂ ଅନ୍ୟାନ୍ୟ ବୈଶିଷ୍ଟ୍ୟର କ୍ୟାପ୍ ମୂଳ ବ୍ରାଣ୍ଡ୍ ଠାରୁ ଭିନ୍ନ। ତେବେ ବହୁଳ ପରିମାଣର ବୋତଲ ଜବତ କରାଯାଇ ଏହାକୁ ଡ୍ରୋଜର ଚଢାଇ ନଷ୍ଟ କରାଯାଇଛି।

Sep 16,2024, 17:26 PM IST

Viral Video: ରାସ୍ତାରେ ପଡ଼ିଥିବା ମୃତ ଯୁବକଙ୍କୁ ଏମିତି ଗିରଫ କଲା ପୋଲିସ, ଭିଡିଓ ହେଉଛି ଭାଇରାଲ

Viral Video

Viral Video: ରାସ୍ତାରେ ପଡ଼ିଥିବା ମୃତ ଯୁବକଙ୍କୁ ଏମିତି ଗିରଫ କଲା ପୋଲିସ, ଭିଡିଓ ହେଉଛି ଭାଇରାଲ

ନିକଟରେ ଉତ୍ତର ପ୍ରଦେଶ ପୋଲିସ ଜଣେ ବ୍ୟକ୍ତିଙ୍କୁ ଦିନ ଦିବାଲୋକରେ ରାସ୍ତାରେ ରିଲ୍ ତିଆରି କରିବା ଅଭିଯୋଗରେ ଗିରଫ କରିଛି। ଅଭିଯୁକ୍ତର ନାମ ମୁକେଶ କୁମାର ବୋଲି ଜଣାପଡ଼ିଛି। ଉତ୍ତରପ୍ରଦେଶର କାସଗଞ୍ଜରେ ଏହି ଘଟଣା ଘଟିଥିବା କୁହାଯାଉଛି। ଭାଇରାଲ କ୍ଲିପ୍ ରେ ବ୍ୟକ୍ତି ଜଣକ ରିଲ୍ ପାଇଁ ମୃତ ବୋଲି ଅଭିନୟ କରୁଥିବା ଦେଖିବାକୁ ମିଳିଛି। ଭିଡିଓଟି ଆଗକୁ ବଢ଼ୁଥିବା ବେଳେ ଲୋକମାନେ ମୃତଦେହ ପାଖରେ ଠିଆ ହୋଇଥିବା ଦେଖିବାକୁ ମିଳୁଛି, ମୁକେଶ କୁମାର ହଠାତ୍ ଉଠିପଡ଼ି ହସିବା ଆରମ୍ଭ କରିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିଛି।

Sep 16,2024, 16:00 PM IST

Weather Report: ଥମୁନି ଦୁର୍ଦ୍ଦଶା, ଆଜି ଉତ୍ତର ଓଡ଼଼ିଶାରେ ପ୍ରବଳ ବର୍ଷା...ମୟୂରଭଞ୍ଜକୁ ରେଡ ଆଲର୍ଟ

Odisha Weather Today

Weather Report: ଥମୁନି ଦୁର୍ଦ୍ଦଶା, ଆଜି ଉତ୍ତର ଓଡ଼଼ିଶାରେ ପ୍ରବଳ ବର୍ଷା...ମୟୂରଭଞ୍ଜକୁ ରେଡ ଆଲର୍ଟ

ଆଜି ଉତ୍ତର ଓଡ଼଼ିଶାରେ ହେବ ପ୍ରବଳ ବର୍ଷା । ବଙ୍ଗୋପସାଗରେ ସୃଷ୍ଟ ଗଭୀର ଅବପାତର ତୀବ୍ରତା ଅଧିକ ରହିଛି । ପ୍ରଭାବରେ ଉତ୍ତର ଓଡ଼ିଶାରେ ବର୍ଷା ଲାଗିରହିବ ବୋଲି ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପ୍ରବଳ ବର୍ଷା ପାଇଁ ମୟୂରଭଞ୍ଜକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ସେହିପରି କେନ୍ଦୁଝର ବାଲେଶ୍ୱର ଓ ସୁନ୍ଦରଗଡ଼କୁ ଅରଞ୍ଜ ଓ ୧୧ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବର୍ଷା ସମୟରେ ସମୁଦ୍ର ମଧ୍ୟରେ ଘଣ୍ଟାପ୍ରତି ୫୦ ରୁ ୬୦ କିମି ପବନ ବହିବାର ସମ୍ଭାବନା ରହିଛି । ଏଣୁ ମତ୍ସ୍ଯଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି । ଉତ୍ତର ଉପକୂଳରେ ଥିବା ଧାମରା ଏବଂ ପାରାଦୀପ ବନ୍ଦରକୁ ୩ ନମ୍ବର ବିପଦ ସଂକେତ ଜାରି କରାଯାଇଛି । କାଲିଠୁ ବର୍ଷା କମିବା ସହ ଗରମ ଗୁଳୁଗୁଳି ଆରମ୍ଭ ହେବ ।

Sep 16,2024, 14:39 PM IST

Teacher Student Dance: ଇଣ୍ଟରନେଟରେ ନିଆଁ ଲଗାଇଲା ଶିକ୍ଷକ-ଛାତ୍ରଙ୍କ ଏହି ଜବରଦସ୍ତ ଡ୍ୟାନ୍ସ

teacher student dance

Teacher Student Dance: ଇଣ୍ଟରନେଟରେ ନିଆଁ ଲଗାଇଲା ଶିକ୍ଷକ-ଛାତ୍ରଙ୍କ ଏହି ଜବରଦସ୍ତ ଡ୍ୟାନ୍ସ

ଛତିଶଗଡ଼ର ଓପି ଜିନ୍ଦଲ ବିଶ୍ୱବିଦ୍ୟାଳୟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଗୋବିନ୍ଦାଙ୍କ ଲୋକପ୍ରିୟ ବଲିଉଡ୍ ଗୀତ 'ୟୁପି ୱାଲା ଠୁମକାରେ ଜଣେ ଶିକ୍ଷକ ଓ ତାଙ୍କ ଛାତ୍ର ଏକାଠି ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି। ଇଣ୍ଟରନେଟରେ ଝଡ଼ ସୃଷ୍ଟି କରିଥିବା ଏହି କ୍ଲିପକୁ ଆଦର୍ଶ ଆଗ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ଏବଂ ଏହାକୁ ୬୦ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି । ଭିଡିଓରେ ଛାତ୍ର ଜଣକ ନିଜର ପ୍ରଭାବଶାଳୀ ଡ୍ୟାନ୍ସ ମୁଭ୍ ସ ଦେଖାଇ ଆରମ୍ଭ କରିଛନ୍ତି। କିନ୍ତୁ ପ୍ରକୃତ ଆଶ୍ଚର୍ଯ୍ୟର କଥା ସେତେବେଳେ ଆସିଥାଏ ଯେତେବେଳେ ତାଙ୍କ ଶିକ୍ଷକ ତାଙ୍କ ସହ ମଞ୍ଚରେ ଯୋଗ ଦିଅନ୍ତି ।

Sep 15,2024, 16:26 PM IST

BJP Worker Video: ଅଖିଳେଶ ଯାଦବଙ୍କ କୁଶପୁତ୍ତଳିକା ଦାହ ବେଳେ ନିଜେ ଜଳିଗଲେ ବିଜେପି ନେତା

bjp worker video

BJP Worker Video: ଅଖିଳେଶ ଯାଦବଙ୍କ କୁଶପୁତ୍ତଳିକା ଦାହ ବେଳେ ନିଜେ ଜଳିଗଲେ ବିଜେପି ନେତା

ଉତ୍ତର ପ୍ରଦେଶର ହରଦୋଇରେ ଶନିବାର ବିଜେପିର ଏକ ବିକ୍ଷୋଭ ଉଗ୍ର ରୂପ ଧାରଣ କରିଛି ଯେତେବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସପା ମୁଖ୍ୟ ଅଖିଳେଶ ଯାଦବଙ୍କ ପ୍ରତିମୂର୍ତ୍ତି ଜାଳିବା ବେଳେ କିଛି ଦଳୀୟ କର୍ମୀଙ୍କ ଦେହରେ ହଠାତ୍ ନିଆଁ ଲାଗିଯାଇ ଥିଲା। ବିକ୍ଷୋଭକାରୀମାନେ ଏକ କାଗଜ ଖଣ୍ଡ ଜାଳିବା ପରେ ଏହି ଘଟଣା ଘଟିଥିଲା ଏବଂ ସେମାନଙ୍କ ମଧ୍ୟରୁ ଅନେକ ନିଆଁ ଜଳି ଯାଇଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଧାର୍ମିକ ମୁଖ୍ୟ ଓ ମାଫିଆଙ୍କୁ ନେଇ ଦେଇଥିବା ମନ୍ତବ୍ୟକୁ ବିରୋଧ କରି ବିଜେପି କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିକ୍ଷୋଭ ସମୟରେ ବିଜେପି କର୍ମୀମାନେ ଯାଦବଙ୍କ କୁଶପୁତ୍ତଳିକା ଜାଳିବା ସହ ଅନେକ ବିକ୍ଷୋଭକାରୀ ନିଆଁରେ ଜଳି ଯାଇଥିଲେ। ଏହି ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆ

Sep 15,2024, 14:13 PM IST

Mana Mishra: ଷଡ଼ଯନ୍ତ୍ର କରି ମୋତେ ଘରୁ ବାହାର କରିଥିଲେ ମନୋଜ, ପୁରୁଣା ଭିଡିଓ ଭାଇରାଲ କରିଦେଲେ ପ୍ରଥମ ପତ୍ନୀ

Mana Mishra Video

Mana Mishra: ଷଡ଼ଯନ୍ତ୍ର କରି ମୋତେ ଘରୁ ବାହାର କରିଥିଲେ ମନୋଜ, ପୁରୁଣା ଭିଡିଓ ଭାଇରାଲ କରିଦେଲେ ପ୍ରଥମ ପତ୍ନୀ

Mana Mishra: ଚର୍ଚ୍ଚାରୁ ହଟୁନାହାଁନ୍ତି ଅଭିନେତା ମନୋଜ ମିଶ୍ର । ଅଭିନେତ୍ରୀ ମମତା ନନ୍ଦଙ୍କୁ ବିବାହ କରିବା ପରେ ଏ ଚର୍ଚ୍ଚା ଥମିବାର ନାଁ ନେଉନି। ତେବେ ୨ୟ ବିବାହ ପରେ ଧିରେ ଧିରେ ପୁରୁଣା ଭିଡିଓ ସେୟାର କରୁଛନ୍ତି ପ୍ରଥମ ପତ୍ନୀ ମାନା ମିଶ୍ର । ଗତକାଲି ନିଜ ଝିଅକୁ ଆଣିବାକୁ ଯାଇଥିଲେ ମନୋଜ ହେଲେ ସେଥିରେ ସଫଳ ହୋଇନଥିଲେ। ଏହାପୂର୍ବରୁ ସେ ସେୟାର କରିଥିଲେ ଆଉ ଏକ ଭଡ଼ାଘରର ଭିଡିଓ। ଏହି ଘରେ ମନୋଜ ଓ ପତ୍ନୀ ମାନା ରହୁଥିଲେ। ମାନା ନିଜ ସୋସିଆଲ ପୋଷ୍ଟରେ ଲେଖିଛନ୍ତି ଯେ, 'ଏ ଭିଡିଓ ଦେଖନ୍ତୁ,ମନୋଜ ଷଡ଼ଯନ୍ତ୍ର କରି କି ମତେ ଭୁବନେଶ୍ବର ରେ ଗୋଟିଏ ଘରୁ କେମିତି ବାହାର କରୁଛନ୍ତି,ଏଠି ଏ ତ୍ସୀ ଲୋକ କୁ ମନୋଜ ଫସେଇ କରି‌‌ ଏପରି କରିଛନ୍ତି। ଏହି ଘରେ ମନୋଜ ଆଉ ମୁଁ ଏକାଠି ରହୁଥିଲୁ'। ଦେଖନ୍ତୁ ସେହି ଭାଇରାଲ ଭିଡିଓ।

Sep 14,2024, 13:39 PM IST

Actress Viral Video: ଗଣେଶ ପୂଜା ପେଣ୍ଡାଲ ବୁଲିବାକୁ ଯାଇଥିଲେ ଅଭିନେତ୍ରୀ, ଦୁର୍ବ୍ୟବହାରର ଶିକାର

Actress Simran Budharup

Actress Viral Video: ଗଣେଶ ପୂଜା ପେଣ୍ଡାଲ ବୁଲିବାକୁ ଯାଇଥିଲେ ଅଭିନେତ୍ରୀ, ଦୁର୍ବ୍ୟବହାରର ଶିକାର

Actress Viral Video: 'କୁମକୁମ ଭାଗ୍ୟ'ରେ ଅଭିନୟ କରିଥିବା ଟେଲିଭିଜନ ଅଭିନେତ୍ରୀ ସିମରନ୍ ବୁଦ୍ଧରୂପ ନିକଟରେ ମୁମ୍ବାଇର ପ୍ରସିଦ୍ଧ ଲାଲବାଗଚା ରାଜା ଗଣେଶ ମଣ୍ଡପରେ ଏକ ଦୁଃଖଦ ଅନୁଭୂତି ସେୟାର କରିଛନ୍ତି। ଅଭିନେତ୍ରୀ ନିଜକୁ ଏକ କଠିନ ପରିସ୍ଥିତିରେ ପାଇଲେ ଯାହା ତାଙ୍କୁ ସ୍ତବ୍ଧ କରିଦେଇଥିଲା । ସିମରନ ନିଜ ଇନଷ୍ଟାଗ୍ରାମରେ ଏହି ଘଟଣାର ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ବାଉନ୍ସର ଙ୍କ ସହ ଗଣ୍ଡଗୋଳ କରୁଥିବାର ଦେଖିବାକୁ ମିଳିଛି ଏବଂ ଜଣେ ବାଉନ୍ସର ଅଭିନେତ୍ରୀଙ୍କୁ ଧକ୍କା ଦେଇଥିବା ଭିଡିଓ ଏବେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି। ଅଭିନେତ୍ରୀ କହିଛନ୍ତି ଯେ, ଭଗବାନଙ୍କ ସାମ୍ନାରେ ଏପରି ବ୍ୟବହାର ତାଙ୍କୁ ଖୁବ୍ ଦୁଃଖ ଦେଇଛି।

Sep 13,2024, 19:26 PM IST

Politician Viral Video: ହୋଟେଲରୁ ଭାଇରାଲ ହେଲା ଏହି ଦଳର ନେତାଙ୍କ ଭିଡିଓ...

Politician Viral Video

Politician Viral Video: ହୋଟେଲରୁ ଭାଇରାଲ ହେଲା ଏହି ଦଳର ନେତାଙ୍କ ଭିଡିଓ...

Politician Viral Video: ଉଦୟପୁର ବିଜେପି ର ଦେହାତ ସଂଖ୍ୟାଲଘୁ ମୋର୍ଚ୍ଚାର ସଭାପତି ନାଥେ ଖାନ ପଠାନ ଜଣେ ମହିଳାଙ୍କ ସହ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛନ୍ତି । ଭିଡିଓରେ ଦେଖିବାକୁ ମିଳୁଛି ଯେ ନାଥେ ଖାନ୍ ମହିଳାଙ୍କ ସହ ସନ୍ଦେହଜନକ ଅବସ୍ଥାରେ ବସିଥିବା ଦେଖିବାକୁ ମିଳିଛି। ଭିଡିଓ ଭାଇରାଲ ହେବା ପରେ ଦଳ ନେତାଙ୍କୁ ତାଙ୍କ ପଦରୁ ହଟାଇ ଦେଇଛି। ସେହିପରି ନାଥେ ଖାନ୍ ଏହି ମହିଳାଙ୍କୁ ତାଙ୍କର ଚତୁର୍ଥ ପତ୍ନୀ ବୋଲି ବର୍ଣ୍ଣନା କରିଛନ୍ତି। ସେ ଦାବି କରିଛନ୍ତି ଯେ ସେ ତାଙ୍କ ପତ୍ନୀଙ୍କ ସହ କଥାବାର୍ତ୍ତା କରୁଥିଲେ। ଏହା ସହିତ ଏହା ତାଙ୍କର ବ୍ୟକ୍ତିଗତ ଜୀବନ। ଏହି ଭିଡିଓ ଭାଇରାଲ ପରେ ସେ ନିଜର ପ୍ରତିକ୍ରିୟା ରଖିଛନ୍ତି।

Sep 13,2024, 17:26 PM IST

Ganesh Puja Video: ହୀନ ମାନସିକତା, VVIPଙ୍କୁ ସମ୍ମାନ...ଲୋକାଲ ଲୋକଙ୍କୁ ପଡୁଛି ତଣ୍ଟିଆ

ganesh puja video

Ganesh Puja Video: ହୀନ ମାନସିକତା, VVIPଙ୍କୁ ସମ୍ମାନ...ଲୋକାଲ ଲୋକଙ୍କୁ ପଡୁଛି ତଣ୍ଟିଆ

Ganesh Puja Video: ଗଣେଶ ଚତୁର୍ଥୀର ଭବ୍ୟ ଉତ୍ସବ ଆରମ୍ଭ ହେଉଥିବା ବେଳେ ପ୍ରତିବର୍ଷ ଭଳି ମୁମ୍ବାଇବାସୀ ନିଜ ପ୍ରିୟ ଦେବତାଙ୍କ ମହିମା ଦେଖିବା ପାଇଁ ଭିଡ଼ ଜମାଉଛନ୍ତି। ଆଉ ଗଣେଶ ମଣ୍ଡପର ନେତୃତ୍ୱ ନେଉଛନ୍ତି ଆସ୍ଥା, ପରମ୍ପରା ଓ ଭକ୍ତିର ପ୍ରତୀକ ଶକ୍ତିଶାଳୀ ଲାଲବାଗଚା ରାଜା । ତେବେ ଭକ୍ତିର ଉତ୍ସାହ ଭିତରେ ଏକ ଚିନ୍ତାଜନକ ଭିଡିଓ ସାମ୍ନାକୁ ଆସିଛି। ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରୁଥିବା ଏକ ଭାଇରାଲ ଭିଡିଓରେ ଭକ୍ତି ବନାମ ଅଧିକାର ର ବହୁ ପ୍ରଶ୍ନ କେନ୍ଦ୍ରବିନ୍ଦୁ ପାଲଟିଛି । ଏହି ଫୁଟେଜରେ ପ୍ରସିଦ୍ଧ ଲାଲବାଗଚା ରାଜା ମଣ୍ଡପରେ ସାଧାରଣ ଲୋକ ଏବଂ ଅଳ୍ପ କିଛି ଲୋକଙ୍କ ମଧ୍ୟରେ ଏକ ଜ୍ୱଳନ୍ତ ବିଭାଜନ ଦେଖିବାକୁ ମିଳିଛି।

Sep 13,2024, 15:52 PM IST

Vishwakarma Puja 2024: କନ୍ୟା ରାଶିରେ ପ୍ରବେଶ କରିବେ ସୂର୍ଯ୍ୟ, ଏହି ୫ରାଶିରେ ରହିବନି ଧନର ଅଭା

Vishwakarma Puja

Vishwakarma Puja 2024: କନ୍ୟା ରାଶିରେ ପ୍ରବେଶ କରିବେ ସୂର୍ଯ୍ୟ, ଏହି ୫ରାଶିରେ ରହିବନି ଧନର ଅଭା

Vishwakarma Puja 2024:  ଯଦି ଏହି ସଂସାର ବ୍ରହ୍ମାଜୀ ସୃଷ୍ଟି କରିଥିଲେ, ତେବେ ଭଗବାନ ବିଶ୍ୱକର୍ମା ଏହାକୁ ସଜାଇବା କାମ କରିଥିଲେ । ଏହି କାରଣରୁ ଭଗବାନ ବିଶ୍ୱକର୍ମାଙ୍କୁ ବ୍ରହ୍ମାଣ୍ଡର କାରିଗର ବା ଦିବ୍ୟ ସ୍ଥାପକ ବୋଲି କୁହାଯାଏ । ପ୍ରତିବର୍ଷ କନ୍ୟା ସଂକ୍ରାନ୍ତି ଦିନ ବିଶ୍ୱକର୍ମା ପୂଜା ପାଳନ କରାଯାଏ । ୨୦୨୪ ରେ ଏହା ସେପ୍ଟେମ୍ବର ୧୬ ରେ ପାଳନ କରାଯିବ । ଏହିଦିନ ସୂର୍ଯ୍ୟଦେବ କନ୍ୟା ରାଶିରେ ପ୍ରବେଶ କରିବା ସହ ଏହି ଦିନ ଧନିଷ୍ଠା ଓ ଶତଭିଷା ନକ୍ଷତ୍ର ସୁକର୍ମା ଓ ଧୃତି ଯୋଗ ସହିତ ମହାଯୁଗରେ ପରିଣତ ହେଉଛି। ଏହି ସଂଯୋଗ ସବୁ ରାଶି ପାଇଁ ଲାଭଦାୟକ, କିନ୍ତୁ ୫ଟି ରାଶି ଉପରେ ଏହାର ବହୁତ ଅନୁକୂଳ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି। ଆସନ୍ତୁ ଜାଣିବା, କ'ଣ ଏହି ୫ଟି ଭାଗ୍ୟଶାଳୀ ରାଶି?

Sep 13,2024, 14:05 PM IST

Trending news

Read More