୧୮ ଡିସେମ୍ୱରରେ ପୁରୀ ଯାଉଛନ୍ତି କି ? ଏତିକି ସମୟ ଦର୍ଶନ ବନ୍ଦ
Advertisement
Article Detail0/zeeodisha/odisha2563056

୧୮ ଡିସେମ୍ୱରରେ ପୁରୀ ଯାଉଛନ୍ତି କି ? ଏତିକି ସମୟ ଦର୍ଶନ ବନ୍ଦ

ବୁଧବାର ଦ୍ୱିତୀୟ ଭୋଗ ମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ଅପରାହ୍ନ ଘ.୨.୩୦ ଠାରୁ ସନ୍ଧ୍ୟା ଘ.୬.୦୦ ଟିକା ପର୍ଯ୍ୟନ୍ତ ଦିବା ପହୁଡ଼ ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।

୧୮ ଡିସେମ୍ୱରରେ ପୁରୀ ଯାଉଛନ୍ତି କି ? ଏତିକି ସମୟ ଦର୍ଶନ ବନ୍ଦ

ପୁରୀ: ଆସନ୍ତାକାଲି ୧୮ ଡିସେମ୍ୱର ବୁଧବାର ଦିନ ଶ୍ରୀମନ୍ଦିରରେ ଦିବା ପହୁଡ଼ ନୀତି ଅନୁଷ୍ଠିତ ହେବ । ପହିଲି ଭୋଗ ମାସରେ ଦୈନିକ ଦିବା ପହୁଡ଼ ଅନ୍ୟତମ ନୀତି ହୋଇଥିଲେ ମଧ୍ୟ ଦର୍ଶନାର୍ଥିଙ୍କ ଅତ୍ୟଧିକ ଭିଡ଼ ରହିବାର ସମ୍ଭାବନା ରହିଛି । ଏଥି ସହିତ ରତ୍ନଭଣ୍ଡାର ଗୃହ ମରାମତି କାର୍ଯ୍ୟ ପାଇଁ ସମୟ ଆବଶ୍ୟକ ରହିଛି । ତେଣୁ ଦୈନିକ ଦିବା ପହୁଡ଼ କରାନଯାଇ କେବଳ ପରମ୍ପରାର ପ୍ରତୀକ ସ୍ଵରୂପ ପହିଲି ଭୋଗ ମାସରେ ଗୋଟିଏ ଦିନ ଦିବାପହୁଦ କରାଯିବା ନେଇ ଗତ ଡିସେମ୍ୱର ୧୦ ତାରିଖରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକ ନିଷ୍ପତି ହୋଇଥିଲା । 

ଏହି ପରିପ୍ରେକ୍ଷୀରେ ବୁଧବାର ଦ୍ୱିତୀୟ ଭୋଗ ମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ଅପରାହ୍ନ ଘ.୨.୩୦ ଠାରୁ ସନ୍ଧ୍ୟା ଘ.୬.୦୦ ଟିକା ପର୍ଯ୍ୟନ୍ତ ଦିବା ପହୁଡ଼ ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।

Also Read- 'ଫିଟ୍ ଇଣ୍ଡିଆ ସାଇକ୍ଲିଂ ଡ୍ରାଇଭ୍'କୁ ପତାକା ଦେଖାଇ ଶୁଭାରମ୍ଭ କଲେ ଡ ମନସୁଖ ମାଣ୍ଡଭିୟ

Also Read- ଲକ୍ଷାଧିକ ଟଙ୍କାର ସ୍ୱର୍ଣ୍ଣ ଅଳଙ୍କାର ଫେରାଇଲେ ସଫେଇ କର୍ମଚାରୀ