Suna besa: ଆଜି ମହାପ୍ରଭୁଙ୍କ ରାଜାଧିରାଜ ବେଶ
Advertisement
Article Detail0/zeeodisha/odisha2598662

Suna besa: ଆଜି ମହାପ୍ରଭୁଙ୍କ ରାଜାଧିରାଜ ବେଶ

ଶ୍ରୀରଘୁନାଥ ରତ୍ନସିଂହାସନକୁ ବିଜେ ହୋଇ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ନୀତି ଅନୁଷ୍ଠିତ ହେବ। ଶ୍ରୀମନ୍ଦିରରେ ଠାକୁରଙ୍କ ରାଜାଧିରାଜ ବେଶ ଓ ବିଶେଷ ନୀତି ଦର୍ଶନ କରି ହଜାର ହଜାର ଭକ୍ତ କୃତାର୍ଥ ହେବେ। 

Suna besa: ଆଜି ମହାପ୍ରଭୁଙ୍କ ରାଜାଧିରାଜ ବେଶ

Suna besa: ପୁରୀ: ଆଜି ସୋମବାର ଜାନୁଆରୀ ୧୩ ତାରିଖରେ ପୌଷ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ଦେବାଭିଷେକ ନୀତି ପାଳନ ଅବସରରେ ମହାପ୍ରଭୁଙ୍କ ରାଜାଧିରାଜ ବେଶ ସହ ମକର ସଂକ୍ରାନ୍ତି ପୂର୍ବ ଦିନ ନୀତି ଅନୁସାରେ ନବାଙ୍କ ବେଶ ଅନୁଷ୍ଠିତ ହେବାକୁ ଯାଉଛି। ସମାନ ଦିନରେ ମହାପ୍ରଭୁଙ୍କର ଦୁଇଟି ବେଶର ଅଦ୍ଭୁତ ସଂଯୋଗ ବହୁ ବର୍ଷରେ ଥରେ ଆସିଥିବା କୁହାଯାଉଛି। ଦ୍ୱିପ୍ରହର ଧୂପରେ ଠାକୁରଙ୍କର ସୁନାବେଶ ଓ ସନ୍ଧ୍ୟା ଧୂପରେ ନବାଙ୍କ ବେଶ ସମ୍ପନ୍ନ ହେବ ବୋଲି ସୂଚନା ରହିଛି।

ପୌରାଣିକ କଥାବସ୍ତୁ ଆଧାରରେ ପୌଷପୂର୍ଣ୍ଣିମାରେ ଶ୍ରୀରାମଚନ୍ଦ୍ର ବନବାସରୁ ଫେରି ରାଜା ହୋଇଥିଲେ। ଏଣୁ  ବଡ଼ଦେଉଳ ରତ୍ନସିଂହାସନରେ ମହାପ୍ରଭୁଙ୍କ ଅଭିଷେକ ନୀତି ସମ୍ପନ୍ନ ହେବ। ଠାକୁରଙ୍କ ପୁଷ୍ୟାଭିଷେକ ପୂର୍ବରୁ ରବିବାର ରାତିରେ ଅଙ୍କୁରାରୋପଣ ଓ ଜଳ ଅଧିବାସ ଆଦି ବିଧି ସମ୍ପନ୍ନ ହୋଇଛି। ଚନ୍ଦନଲାଗି ନୀତି ସରିଲାପରେ ଭୋଗମଣ୍ଡପ ଘରେ ଜଳ ଓ ଘିଅ ଅଧିବାସ ହୋଇଛି। 

ସୋମବାର ସକାଳ ଧୂପ ସରିଲେ ଠାକୁରଙ୍କ ସ୍ୱତନ୍ତ୍ର ନୀତିର ଶୁଭାରମ୍ଭ ହେବ। ରତ୍ନସିଂହାସନ ନିମ୍ନରେ ଥିବା ଦର୍ପଣରେ ଶ୍ରୀଜଗନ୍ନାଥଙ୍କ ବାଡରେ ଅଭିଷେକ ନୀତି ଅନୁଷ୍ଠିତ ହେବ। ଏହାପରେ ମହାପ୍ରଭୁଙ୍କ ଚିତ୍ତାକର୍ଷକ ସୁନାବେଶ ସମ୍ପନ୍ନ ହେବ। ଏହିଅବସରରେ ଭିତରଛ ମହାପାତ୍ର ଶ୍ରୀଲକ୍ଷ୍ମଣଙ୍କ ରୂପରେ ଦଣ୍ଡଛତ୍ର ଧରି ଦଣ୍ଡାୟମାନ ହେବେ। ଦଣ୍ଡଛତ୍ର ମୂଳକ ଧାରଣ କରି ପାଳିଆ ଭଣ୍ଡାର ମେକାପ ଶ୍ରୀହନୁମାନଙ୍କ ରୂପରେ ଆଣ୍ଠୁମାଡି ବସିଥିବେ। ଷୋଡ଼ଷ ଉପଚାରରେ ମହାପ୍ରଭୁଙ୍କୁ ନୈବେଦ୍ୟ ଅର୍ପଣ କରାଯିବ। ରାଜନୀତି ଓ ବନ୍ଦାପନା ନୀତି ସମ୍ପନ୍ନ ହେବ। ଶ୍ରୀରଘୁନାଥ ରତ୍ନସିଂହାସନକୁ ବିଜେ ହୋଇ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ନୀତି ଅନୁଷ୍ଠିତ ହେବ। ଶ୍ରୀମନ୍ଦିରରେ ଠାକୁରଙ୍କ ରାଜାଧିରାଜ ବେଶ ଓ ବିଶେଷ ନୀତି ଦର୍ଶନ କରି ହଜାର ହଜାର ଭକ୍ତ କୃତାର୍ଥ ହେବେ।