Advertisement

5T secretary

alt
Odisha Bjp: 5T ସଚିବ ଭିକେ ପାଣ୍ଡିଆନଙ୍କୁ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୋରଦାର ଟାର୍ଗେଟ କରିଛି ରାଜ୍ୟ ବିଜେପି। ଏକ ପ୍ରେସମିଟ୍ କରି ଜୋରଦାର ବର୍ଷିଛି ବିଜେପି । ଜନସାଧାରଣଙ୍କ ପଇସାକୁ ପାଣି ପରି ଖର୍ଚ୍ଚ କରୁଥିବା ପାଣ୍ଡିଆନଙ୍କ ଜାନୁଆରୀରୁ ଜୁନ୍ ଜିଲ୍ଲାୱାରୀ ଗସ୍ତର ହିସାବ ରଖିଛି ବିଜେପି। ବିଜେପିର କହିବା କଥା, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ସରକାରୀ କାର୍ଯ୍ୟକ୍ରମ ନଥାଇ ମଧ୍ୟ ସରକାରୀ ହେଲିକପ୍ଟର ଧରି ବୁଲୁଛନ୍ତି ଏ ଅଧିକାର ତାଙ୍କୁ କିଏ ଦେଲା ବୋଲି ପ୍ରଶ୍ନ କରିଛି ବିଜେପି। ସେପଟେ ବିଜେପି ଏକଥା ବି କହିଛି ଯେ, 5T ସଚିବ କେଉଁ ବିଧାୟକଙ୍କ ବିବାହ ଭୋଜି ଓ ପାରିବାରିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସରକାରୀ ହେଲିକପ୍ଟର ବ୍ୟବହାର କରିଛନ୍ତି।
Sep 2,2023, 17:27 PM IST

Trending news