5T Secretary Gajapati Visit: ଗଜପତି ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ୫-ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ
Advertisement

5T Secretary Gajapati Visit: ଗଜପତି ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ୫-ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ

Gajapati News: ସଚିବ ପାଣ୍ଡିଆନ ମଧ୍ୟ ଛାତ୍ରଛାତ୍ରୀ ଙ୍କ ସେଲଫି ନେଇଥିବାରୁ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ବେଶ ଖୁସିର ଲହରୀ ଖେଳିଯାଇଛି। ପାଣ୍ଡିଆନଙ୍କ ଗସ୍ତ କୁ ଦୃଷ୍ଟିରେ ରଖି ଗଜପତି ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । 

5T Secretary Gajapati Visit: ଗଜପତି ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ୫-ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ

Gajapati News: ଗଜପତି: ଗଜପତି ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ୫-ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ । ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ପ୍ରସ୍ତାବିତ ବ୍ରହ୍ମପୁର ଜୟପୁର କୁ ସିଧାସଳଖ ସଂଯୋଗ କରୁଥିବା ବିଜୁ ଏକ୍ସପ୍ରେସ ରାସ୍ତା ର ପରିକଳ୍ପନା ସ୍ଥିତି ପରିଖିଛନ୍ତି । ସାଙ୍ଗରେ ଦୁଇ କମିଶନର ଗ୍ରାମ୍ୟ ଉନ୍ନୟନ କମିଶନର ବୀର ବିକ୍ରମ ଯାଦବ ଏବଂ କ୍ରୀଡା ଯୁବ ବ୍ୟାପାର ସଚିବ ଆର. ଭିନିଲ କ୍ରିଷ୍ଣା କୁ ନେଇ ଆଜି ମୋହନା ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ସଂନ୍ଧ୍ୟା ୫.୦୫ମିନିଟରେ ହେଲିକେପ୍ଟର ଯୋଗେ ରେ ଆସି ପହଞ୍ଚିଥିଲେ। ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଏବଂ ଆରକ୍ଷୀ ଅଧିକ୍ଷକ ଏସ. ସ୍ୱାତୀ କୁମାର ଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ସ୍ୱାଗତ କରିଥିଲେ। 

୫-ଟି ସଚିବ ଲୋକଙ୍କ ନିକଟକୁ ଆସି ସ୍ଥାନୀୟ ଅଞ୍ଚଳର ଲୋକଙ୍କ ସହ ମିଶି ଦାବିପତ୍ର ଗ୍ରହଣ କରିବା ସହ ସ୍ଥାନୀୟ ଜନସାଧାରଣଙ୍କ ଅଭାବ ଅସୁବିଧା ବୁଝିଥିଲେ। ମୋହନା ଖେଳ ପଡିଆ ଠାରେ ପ୍ରାୟ ଚାଳିଶି ମିନିଟ ରହିବା ପରେ ହେଲିକେପ୍ଟରରେ ବାହାରି ମୋହନା ବ୍ଲକର ଜିରାଙ୍ଗ ତିଦ୍ଦତୀୟ ବୈଦ୍ଧ ମନ୍ଦିର ର ପଦ୍ମସମ୍ଭବ ମହାବିହାର ପରିସରରେ ଓଟିଡିସି ଠାରେ ଛାତ୍ର ଛାତ୍ରୀ ଙ୍କ ଗହଣ ରେ ଯୋଗଦେଇଥିଲେ । ସେଠାରେ ପ୍ରତି କଲେଜ ଛାତ୍ର ଛାତ୍ରୀ ଙ୍କ ସହ ଆଲୋଚନା କରିଥିଲେ । ବିଦ୍ୟାଳୟ ଗୁଡିକ ର ୫ଟି ରୁପାନ୍ତର ଭଳି କଲେଜ ର ମଧ୍ୟ ରୁପ ରେଖା ବଦଳିବାର ଆବଶ୍ୟକତା ରହିଛି ବୋଲି ପିଲାଙ୍କ ସହ ଆଲୋଚନା କରିଥିଲେ ।

Watch Video: ଗଜପତି ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ୫-ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ

ପ୍ରସ୍ଥାବିତ ବିଜୁ ଏକ୍ସପ୍ରେସ ରାସ୍ତା ରେ ସର୍ବମୋଟ ବ୍ରହ୍ମପୁର ଠାରୁ ଜୟପୁର ପର୍ଯ୍ୟନ୍ତ ୩୧୭.୮୫୩ କିଲୋମିଟର ରାସ୍ତାକୁ ନିର୍ମାଣ ନିମନ୍ତେ ୫୧୭୮କୋଟି ୧୪ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି ।ସେଥିମଧ୍ୟରୁ ଗଜପତି ଜିଲ୍ଲାରେ ୫୯.୨୦୦ କିଲୋମିଟର ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପାଦନ କରିବା ପାଇଁ ୧୦୮୬କୋଟି ୯୮ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଛି।ଏହି ରାସ୍ତା ନିର୍ମାଣ ମଧ୍ୟରେ ମୋହନା ବ୍ଲକର ପୂର୍ତ୍ତ ବିଭାଗ ସୂଚନା ପ୍ରକାରେ ୪୯.୮୦୦ କିଲୋମିଟର ଠାରୁ ୧୦୯ ସଂକେତ ଥିବା ରାସ୍ତା ଗଜପତି ଜିଲ୍ଲା ମଧ୍ୟରେ ଥିବା ଜଣାପଡିଛି। 

ପୂର୍ତ୍ତ ବିଭାଗର ୩୬.୫୨୨ଏକର ଜମି ଥିବା ବେଳେ ଜମି ଅଧିଗ୍ରହଣ ୫୯୩.୦୬୮ଏକର କରିବାକୁ ପଡିବ। ଏହି ରାସ୍ତାରେ ଜଙ୍ଗଲ ଜମି ୫୫୬.୫୪୬ ଏକର ଥିବା ବେଳେ ସେଥିମଧ୍ୟରୁ ସଂଗ୍ରଖିତ ଜଙ୍ଗଲ ୮୯.୨୯୨ଏକର ଥିବା ଜଣାପଡିଛି। ବିଜୁ ଏକ୍ସପ୍ରେସ ରାସ୍ତା ନିର୍ମାଣ ମଧ୍ୟରେ ଗଞ୍ଜାମ ଜିଲ୍ଲା ର ୪୩କିଲୋମିଟର, ଗଜପତି ଜିଲାର ୫୯.୮୦୦କିଲୋମିଟର, ରାୟଗଡା ଜିଲ୍ଲା ର ୧୫୮କିଲୋମିଟର ସହ କୋରାପୁଟ ଜିଲ୍ଲାର ୫୭କିଲୋମିଟର ରାସ୍ତା ଏହି ଯୋଜନା ନିର୍ମାଣ କରାଯିବ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ। ଏହି ରାସ୍ତା ନିର୍ମାଣ କାର୍ଯ୍ୟ ୩ ବର୍ଷ ମଧ୍ୟରେ ସମ୍ପୂର୍ଣ ହେବ ବୋଲି 5 ଟି ସଚିବ ପ୍ରତିଶୃତି ଦେଇଛନ୍ତି।

୫-ଟି ସଚିବଙ୍କୁ ସ୍ୱାଗତ କରିବା ନିମନ୍ତେ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସହ ବହୁ ଦଳୀୟ କର୍ମୀ, ନେତାପ୍ରମୁଖ ଉପସ୍ଥିତ ରହି ନିଜ ନିଜ ଅଂଚଳର ଉନ୍ନୟନ ମୂଳକ କାର୍ଯ୍ୟ ନିମନ୍ତେ ଦାବୀ ପତ୍ର ପ୍ରଦାନ କରିଥିଲେ। ମୋହନା ବ୍ଲକର ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମ କୁ ସୁଚାରୁରୂପେ ପରିଚାଳନା କରିଥିଲେ। ଜିଲ୍ଲା ଉନ୍ନୟନ ଅଧିକାରୀ ରୋମାଞ୍ଚଳ ଖମାରି, ବିଡ଼ିଓ ତପସ୍ୱିନୀ ହଂସଦା, ଙ୍କ ସମେତ ଲୋକ ପ୍ରତିନିଧି ଭାବେ ସାଂସଦ ଙ୍କ ସମେତ ଯୋଗାଣ ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରି ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ୫ଟି ସଚିବ ପାଣ୍ଡିଆନ ଙ୍କ ଗସ୍ତ ସମୟରେ ଅଭିଯୋଗ ଜଣାଇବା ପାଇଁ ବିଭିନ୍ନ ସ୍ଥାନରୁ ପ୍ରବଳ ମାତ୍ରାରେ ଜନ ସମାଗମ ହୋଇଥିବା ବେଳେ ଅଧିକାଂଶ ଲୋକେ ପାଣ୍ଡିଆନ ଙ୍କ ସହ ବେଶ ଆଗ୍ରହ ସହ ମୋବାଇଲ୍ ରେ ସେଲଫି ନେଇଥିଲେ ।‌ 

ଚନ୍ଦ୍ରଗିରି ତିଦ୍ଦତୀୟ ବଙ୍ଗଳା ରେ ରାତ୍ରୀଯାପନ ପରେ ଜିରାଙ୍ଗ ବୈଦ୍ଧ ମନ୍ଦିର ପରିଦର୍ଶନ କରିବେ ଏବଂ ଛେଳିଗଡ ଜଳସେଚନ ପ୍ରକଳ୍ପ ର ଟନଏଲ କାର୍ଯ୍ୟ ବୁଲି ଦେଖିବେ ବୋଲି ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ସୁଚନା ଦେଇଛନ୍ତି।

Also Read: Cyclone Mocha: ବଳ ଗୋଟାଉଛି ଅବପାତ, ଆଜି ନେଇପାରେ ବାତ୍ୟାର ରୂପ!