ରାଜ୍ୟବାସୀଙ୍କ ହୃଦୟ ଜିତିଲେ 5T ସଚିବ, ବିଦେଶରୁ ସ୍ୱାସ୍ଥ୍ୟ ବିଭାଗକୁ ଦେଲେ ଏମିତି ନିର୍ଦ୍ଦେଶ
Advertisement
Article Detail0/zeeodisha/odisha1238453

ରାଜ୍ୟବାସୀଙ୍କ ହୃଦୟ ଜିତିଲେ 5T ସଚିବ, ବିଦେଶରୁ ସ୍ୱାସ୍ଥ୍ୟ ବିଭାଗକୁ ଦେଲେ ଏମିତି ନିର୍ଦ୍ଦେଶ

ଦୁବାଇରେ ଅନୁଷ୍ଠିତ ହେଉଥିବା ଇନଭେଷ୍ଟର ମିଟ୍ କାର୍ଯ୍ୟକ୍ରମରେ ଯୋଗ ଦେବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ସଚିବ ଭିକେ ପାଣ୍ଡିଆନ ବିଦେଶ ଗସ୍ତରେ ଅଛନ୍ତି। ଗୁରୁବାର ସେମାନେ ଓଡିଶା ଫେରିବେ।

ଡିଜାଇନ୍ ଫଟୋ

ଭୁବନେଶ୍ୱର: ବିଦେଶର ଥାଇ ମଧ୍ୟ 5T ସଚିବ ଭିକେ ପାଣ୍ଡିଆୟ ରାଜ୍ୟବାସୀଙ୍କ ହୃଦୟ ଜିତିଛନ୍ତି। ସେ ଦୁବାଇରୁ ଅସହାୟଙ୍କ ଦରଦ ବୁଝିଛନ୍ତି। ବୁଧବାର ସ୍ୱାସ୍ଥ୍ୟ ବିଭାଗ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ନିର୍ଦ୍ଦେଶ ଦେଇ ଜଣେ ନିରିହ ଜୀବନ ବଞ୍ଚାଇଛନ୍ତି। ଏଥିପାଇଁ ଖଣ୍ଡପଡା ଅଂଚଳର ଅସହାୟ ଗରିବ ପୁରୁଷୋତ୍ତମ ମହାପାତ୍ର ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି।

ଦୁବାଇରେ ଅନୁଷ୍ଠିତ ହେଉଥିବା ଇନଭେଷ୍ଟର ମିଟ୍ କାର୍ଯ୍ୟକ୍ରମରେ ଯୋଗ ଦେବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ସଚିବ ଭିକେ ପାଣ୍ଡିଆନ ବିଦେଶ ଗସ୍ତରେ ଅଛନ୍ତି। ଗୁରୁବାର ସେମାନେ ଓଡିଶା ଫେରିବେ। କିନ୍ତୁ ଦୁବାଇରେ ଥାଇ ମଧ୍ୟ 5T ସଚିବ ଭିକେ ପାଣ୍ଡିଆନ ନିଜର କର୍ତ୍ତବ୍ୟ ବହନ କରିଛନ୍ତି। 5T ସଚିବଙ୍କ ପାଇଁ ଜଣେ ନବଜାତକ ଉଚିତ ଚିକିତ୍ସା ପାଇଛି। ଯେଉଁଥିପାଇଁ ତାଙ୍କ ପାଖକୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି।

Also Read: ଆଜି ନବୀନଙ୍କ ଘରବାହୁଡା; ବିଦେଶ ଯାଇ ଖୁବ ଆନନ୍ଦିତ ମୁଖ୍ୟମନ୍ତ୍ରୀ, ଦୁବାଇରେ..

ସୂଚନାନୁସାରେ, ଖଣ୍ଡପଡା ଅଂଚଳର ଅସହାୟ ଗରିବ ପୁରୁଷୋତ୍ତମ ମହାପାତ୍ରଙ୍କ ଦୁଇ ଦିନର ଶିଶୁ ମୃତ୍ୟୁ ସହ ଲଢୁଛି। ଶିଶୁଟି କଟକର ଏକ ଘୋରଇ ନର୍ସିଙ୍ଗ ହୋମରେ ଜନ୍ମ ହେଇଥିଲା। କିନ୍ତୁ ଜନ୍ମ ଦିନକ ପରେ ତାକୁ ନିଶ୍ୱାସ ନେଵାରେ କଷ୍ଟ ହେଲା, ଦେହ ନୀଳ ପଡିଗଲା, ଡ଼କ୍ଟର ତାଙ୍କୁ କୌଣସି ବଡ଼ ମେଡିକାଲ ନେଇ ଭେଣ୍ଟିନେଟରରେ ରଖିବାକୁ ପରାମର୍ଶ ଦେଲେ। ଏହା ଶୁଣି ଗରିବ ବାପା ପୁରୁଷୋତ୍ତମ ମୁଣ୍ଡରେ ହାତ ଦେଲେ। 

ପୁରୁଷୋତ୍ତମଙ୍କ ସମସ୍ୟା ବିଷୟରେ କିଛି ସାମାଜିକ କର୍ମୀ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ 5T ସଚିବଙ୍କ ଦୃଷ୍ଟି ଆକର୍ଷଣ ନିମନ୍ତେ ଟ୍ୱିଟ୍ କରିଥିଲେ। ଆଉ ଦୁବାଇ ଥିବା ସଚିବ ପାଣ୍ଡିଆନ ତୁରନ୍ତ ସ୍ୱାସ୍ଥ୍ୟ ବିଭାଗ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ। ତୁରନ୍ତ ସେ ଶିଶୁକୁ କିମ୍ସ୍ ମେଡିକାଲକୁ ସ୍ଥାନାନ୍ତର କରିବା ସହ ସମସ୍ତ ଆନୁସାଜ୍ଞିକ ବ୍ୟବସ୍ଥା କରିବା ପାଇଁ କହିଥିଲେ। 

Also Read: ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର: ପୁଣି ଚାଲିବ ୭ ଯୋଡ଼ା ଟ୍ରେନ, ଜାଣନ୍ତୁ 'ରୁଟ୍ ଡିଟେଲ୍ସ'

5T ସଚିବଙ୍କ ନିର୍ଦ୍ଦେଶ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଦପ୍ତର ଓ ସ୍ୱାସ୍ଥ୍ୟ ବିଭାଗ ର ମିଳିତ ସହଯୋଗରେ ଉକ୍ତ ଶିଶୁକୁ ଆମ୍ବୁଲାନ୍ସରେ ଆଣି କିମ୍ସ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି।ଏକ ବିଶେଷଜ୍ଞ ଡାକ୍ତରୀ ଦଳ ଶିଶୁଟିର ଚିକିତ୍ସା କରୁଛନ୍ତି,  ଆଉ ଏସବୁ ଖର୍ଚ୍ଚ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କରାଯାଉଛି। 

ନିଜର ବ୍ୟସ୍ତ ସମୟରେ ବି ନିଜ ଦାୟିତ୍ୱ ନ ଭୁଲି ଏକ ଗରିବ ଅସହାୟ ବାପାର କଷ୍ଟକୁ ବୁଝି ସାହାଯ୍ୟ କରି ଥିବାରୁ ପିଲାଟିର ପରିବାର ଓ ଅଞ୍ଚଳବାସୀ 5T ସଚିବଙ୍କୁ ଭୁରି ଭୁରି ପ୍ରସଂଶା କରିଛନ୍ତି। ଏହାସହ ମୁଖ୍ୟମନ୍ତ୍ରୀଙ୍କ ଯୁଗାନ୍ତକାରୀ ଅଭିନଵ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି।