5T Secretary: ପୁରୀ ଗସ୍ତରେ ୫ଟି ସଚିବ; ଲୋକଙ୍କ ସହ ବିଭିନ୍ନ ପ୍ରସଙ୍ଗରେ କଲେ ଆଲୋଚନା
Advertisement
Article Detail0/zeeodisha/odisha1831036

5T Secretary: ପୁରୀ ଗସ୍ତରେ ୫ଟି ସଚିବ; ଲୋକଙ୍କ ସହ ବିଭିନ୍ନ ପ୍ରସଙ୍ଗରେ କଲେ ଆଲୋଚନା

5T Secretary: ଦିନିକିଆ ପୁରୀ ଗସ୍ତରେ ଆସି ଲୋକଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ।

ଫଟୋ ସୌଜନ୍ୟ: ଟ୍ୱିଟର୍ର@MoSarkar5T

5T Secretary Puri Visit: ଶୁକ୍ରବାର ପୁରୀ ଗସ୍ତରେ ଆସିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ଯକ୍ତିଗତ ସଚିବ ତଥା ୫ଟି ସଚିବ ଭିକେ ପାଣ୍ଡିଆନ। ମିଳିଥିବା ସୂଚନା ଅନୁଯାୟୀ ପୂର୍ବାହ୍ନ ସାଢେ  ଦଶଟାରେ ପିପିଲି ଠାରେ ପହଞ୍ଚି ମିଶନଶକ୍ତି ମହିଳା ଓ ସାଧାରଣ ଲୋକଙ୍କ ସହ ଆଲୋଚନା କରିବା ସହ ଅଭିଯୋଗ ପତ୍ର ଗ୍ରହଣ କରିଛନ୍ତି। ଏହା ପରେ ବ୍ରହ୍ମଗିରି ଏବଂ କେରାଣ୍ଡିଆ ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ଯକ୍ରମରେ ଯୋଗ ଦେବା ପରେ ଅପରାହ୍ନ ଦୁଇଟାରେ ପୁରୀ ସର୍କିଟ ହାଉସ ଠାରେ ମଧ୍ଯାନ୍ନ ଭୋଜନ କରିଛନ୍ତି।

ମଧ୍ୟାନ୍ନ ଭୋଜନ ପରେ ତାଳବଣିଆ (Puri Tanbani Area) ଠାରେ ସାଧାରଣ ଲୋକଙ୍କ ନିକଟରୁ ଅଭିଯୋଗ ପତ୍ର ଗ୍ରହଣ କରିଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ (5T Secretary VK Pandian)। ଭୁଦାନ ଠାରେ ପିଲାଙ୍କ ସହ ସିଧାସଳଖ ବାର୍ତ୍ତାଳାପ କରିଛନ୍ତି। ଏହା ପରେ ଭୁବନେଶ୍ୱର (Bhubaneswar) ଫେରିଯାଇଥିଲେ ୫ଟି ସଚିବ। ଆସନ୍ତାକାଲି ସକାଳ ସାଢେ ନଅଟା ସମୟରେ କାକଟପୁର (Kakatpur), ଅସ୍ତରଙ୍ଗ (Astaranga) ଏବଂ ପରେ ନିମାପଡା (Nimapara) ଠାରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଯୋଗ ଦେବେ। ସେଠାରେ ପ୍ରାୟ ୧୧:୫୦ ସମୟରେ ପୁରୀ ତାଳବଣିଆ ଆସି ମିଶନ ଶକ୍ତି ମହିଳାଙ୍କ (5T Secretary Interaction with Mission Shakti Women) ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। 

ସେପଟେ ପୁରୀ ତାଳବଣିଆ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ଯକ୍ରମରେ କଲେଜ ଛାତ୍ରଛାତ୍ରୀଙ୍କ (5T Secretary Interacted with College Student in Puri) ସହ ସିଧାସଳଖ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ଯକ୍ତିଗତ ସଚିବ ଭିକେ ପାଣ୍ଡିଆନ (Odisha CM Personal Secretary VK Pandian)। କଲେଜ ପରିସରରେ ବୟେଜ୍ କମନରୁମ୍ ଗାର୍ଲସ କମନରୁମ୍ କରିବା ପାଇଁ ଦେଇଛନ୍ତି ପ୍ରତିଶୃତି। ଏହାସହିତ ହାୟର ସେକେଣ୍ଡାରୀ ସ୍କୁଲ (Higher Secondary School Odisha) ଏବଂ ଯୁକ୍ତ ୩ କଲେଜ (Plus Three College Odisha) ୫ଟି ଅଧିନକୁ ଆସିଛି ବୋଲି ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଛନ୍ତି ସଚିବ। ଏହାର ରୂପାନ୍ତରିତ କରଣ ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ଅର୍ଥ ମଞ୍ଜୁରୀ କରିଛନ୍ତି ତାକୁ ୫ଟି (5T Odisha) ଅଧିନରେ ସ୍ୱଚ୍ଛତାର ସହ ବିନିଯୋଗ କରାଯିବ। ଆଉ ୫ଟି ସ୍କୁଲ ରୂପାନ୍ତରୀକରଣରେ (5T School Transformation in Odisha)  ଯେଭଳି ସଫଳତା ମିଳିଲା ଠିକ୍ ସେହିଭଳି କଲେଜ ରୂପାନ୍ତରିକରଣରେ (5T College Transformation in Odisha) ଅଧିକ ସଫଳତା ମିଳିବ ବୋଲି ୫ଟି ସଚିବ ପ୍ରତିଶୃତି ଦେଇଛନ୍ତି। 

ସେପଟେ ତାଳବଣିଆ ଠାରେ କଲେଜ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ସମସ୍ଯା ବୁଝିବା ପରେ ଭୂଦାନ ଠାରେ ମିଶନଶକ୍ତି ମହିଳା ଏବଂ ସାଧାରଣ ଲୋକଙ୍କୁ ସୁଖଦୁଃଖ ପଚାରି ବୁଝିଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ। ଅନେକ ମହିଳା ପାନୀୟଜଳ ସମସ୍ଯା ନେଇ ଆପତ୍ତି ଜଣାଇଲେ। ତୁରନ୍ତ ପାନୀୟ ଜଳର ସମସ୍ଯା ଦୂର ହେବ ବୋଲି ପ୍ରତିଶୃତି ସଚିବ। ଏଠାରେ ଉପସ୍ଥିତ ଜିଲ୍ଲାପାଳ ଏବଂ ଅଧିକାରୀଙ୍କ ସହ ଆଲୋଚନା କରି ସମାଧାନ କରିବାକୁ ପରାମର୍ଶ ଦେଲେ। ଏହା ସହିତ ଆଜି ସାଧାରଣ ଲୋକଙ୍କ ପାଖରୁ ଯେତିକି ଦରଖାସ୍ତ ଆସିଛି ତାହାର ଉତ୍ତର ଜିଲ୍ଲାପାଳ, ବିଡିଓ କିମ୍ବା ମ୍ଯୁନିସିପାଲିଟି ଅଫିସ ଠାରୁ ମିଳିବ ବୋଲି ପ୍ରତିଶୃତି ଦେଇଛନ୍ତି ୫ଟି ସଚିବ।,