Advertisement
Photo Details/zeeodisha/odisha1849829
photoDetails0hindi

5T Secretary V.K. Pandian: ଯାଜପୁର ଜିଲ୍ଲା ପରିଦର୍ଶନର କିଛି ଝଲକ

୫ଟି ସଚୀବ ଭିକେ ପାଣ୍ଡିଆନଙ୍କ ଯାଜପୁର ଜିଲ୍ଲା ପରିଦର୍ଶନ ସମୟରେ ହୋଇଥିବା କାର୍ଯ୍ୟକ୍ରମରେ ଅନେକ ଭିଡ ଦେଖିବାକୁ ମିଳିଥିଲା । କଲେଜ ଛାତ୍ରଛାତ୍ରୀଙ୍କ ସମେତ ମହିଳାମାନେ ମଧ୍ୟ ଏଥିରେ ନିଜକୁ ସାମିଲ କରିଥିଲେ ।

1/6

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ, ୫ଟି ସଚିବ ଭିକେ ପାଣ୍ଡିଆନ୍ ଜିଲ୍ଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ଓ ଜନସାଧାରଣଙ୍କ ଅଭିଯୋଗର ସମାଧାନ ପାଇଁ ଯାଜପୁର ଜିଲ୍ଲା ପରିଦର୍ଶନ କରିଥିଲେ।

2/6

ବଡ଼ଚଣାର ପ୍ରସିଦ୍ଧ ମହାବିନୟକ ମନ୍ଦିର ଏବଂ ବିଂଝାରପୁରର ପ୍ରସିଦ୍ଧ ବରୁଣେଶ୍ୱର ମନ୍ଦିରର ବିକାଶ ଉପରେ ଆଲୋଚନା କରାଯାଇଛି। 

3/6

ବଡ଼ଚଣା, ବିଞ୍ଝାରପୁର, ଦଶରଥପୁର, ଧର୍ମଶାଳା, ରସୁଲପୁର ଓ ଯାଜପୁରରେ ୯୫୬ କୋଟି ଟଙ୍କା ବ୍ୟୟରେ ଚାଲିଥିବା ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କଲେ ୫ ଟି ସଚିବ ।

4/6

- ୨୨୩ କୋଟି ଟଙ୍କା ବ୍ୟୟରେ ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତିର କଲେ ସମୀକ୍ଷା । 

5/6

କୋଚିଲା ଓ ବୈତରଣୀ ନଦୀଠାରେ ୩୭୩ କୋଟି ବ୍ୟୟରେ ଚାଲିଥିବା ଇନ୍-ଷ୍ଟ୍ରିମ୍ ଷ୍ଟୋରେଜ୍ ପ୍ରକଳ୍ପ ଗୁଡ଼ିକ ସେପ୍ଟେମ୍ବର ୨୦୨୫ ସୁଦ୍ଧା ସମ୍ପୂର୍ଣ୍ଣ ହେବ ।

6/6

୫ ଟି ନୀତି ଅନୁସାରେ ୯୮ କୋଟି ବ୍ୟୟରେ ଯାଜପୁରରେ ନୂତନ ୨୫୦ ଶଯ୍ୟା ବିଶିଷ୍ଟ DHH କୋଠା ନିର୍ମାଣ ଓ ସ୍ପୋର୍ଟସ ଷ୍ଟାଡିୟମ ଏବଂ ସ୍ପୋର୍ଟସ ଏକାଡେମୀ ପାଇଁ ୪୧ କୋଟି ବ୍ୟୟରେ କରାଯାଉଥିବା ଏହି ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ସମାପ୍ତ କରିବାକୁ ୫ ଟି ସଚିବ ନିର୍ଦ୍ଦେଶ ଦେଇଛନ୍ତି ।