Republic Day
ସାଧାରଣତନ୍ତ୍ର ଦିବସ; ଜାଣନ୍ତୁ କେଉଁ ମନ୍ତ୍ରୀ କେଉଁଠି କରିବେ ପତାକା ଉତ୍ତୋଳନ
Republic day: ଏହି ଉପଲକ୍ଷେ ବିଭିନ୍ନ ଜିଲ୍ଲାରେ ହେବାକୁ ଥିବା ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ପାଇଁ ଅତିଥି ତାଲିକା ପ୍ରକାଶ ପାଇଛି। ଏହା ସହିତ କିଏ କେଉଁଠାରେ ପତାକା ଉତ୍ତୋଳନ କରିବେ ସେନେଇ ମଧ୍ୟ ଲିଷ୍ଟ ଜାରି କରାଯାଇଛି। କଟକରେ ପତାକା ଉତ୍ତୋଳନ କରିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେହିପରି ଖୋର୍ଦ୍ଧାରେ ପତାକା ଉତ୍ତୋଳନ କରିବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ପୁରୀରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ପତାକା ଉତ୍ତୋଳନ କରିବେ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି।
Jan 21,2025, 15:48 PM IST
education policy
ଜାତୀୟ ଶିକ୍ଷାନୀତି ଲାଗୁ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି; ଆଜିଠୁ ୩ ଦିନ ଧରି ଚାଲିବ କର୍ମଶାଳା
Education policy: ଅନ୍ୟପଟେ ଏଣିକି ପିଲାଙ୍କୁ ୬ ବର୍ଷ ହେଲେ ପ୍ରଥମ ଶ୍ରେଣୀରେ ନାମ ଲେଖାଇ ପାରିବେ ଅଭିଭାବକ। ଏ ନେଇ ରାଜ୍ୟ ସରକାର ସୋମବାର ନୂଆ ବିଜ୍ଞପ୍ତି ଜାରି କରିଛନ୍ତି। ଆଗାମୀ ଶିକ୍ଷାବର୍ଷରେ ନାମ ଲେଖା ପାଇଁ ଜାତୀୟ ଶିକ୍ଷାନୀତି ୨୦୨୦ ଅନୁସାରେ ରାଜ୍ୟ ସରକାର ଏହି ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଆସନ୍ତା ଶିକ୍ଷା ବର୍ଷରେ ସ୍କୁଲ ସ୍ତରରେ ଏହାକୁ ଲାଗୁ କରିବାକୁ କିଛି ଦିନ ତଳେ ବିଜ୍ଞପ୍ତି ପ୍ରକାଶ କରିଥିଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଏହାର ସିଲାବସ ପ୍ରସ୍ତୁତ ପାଇଁ ୧୭ ଜଣିଆ ଷ୍ଟିଆରିଂ କମିଟି ଗଠନ ହୋଇଛି। ଗତକାଲି ଏହାର ମାର୍ଗଦର୍ଶିକା ଜାରି କରିଛନ୍ତି ସରକାର।
Jan 21,2025, 12:49 PM IST
Jan 21,2025, 12:47 PM IST
bargard strike
୧୨ ଘଣ୍ଟିଆ ବରଗଡ ବନ୍ଦ; କୋର୍ଟ ସମ୍ମୁଖରେ ପୁଲିସ ଓ ଆନ୍ଦୋଳନକାରୀ ଧସ୍ତାଧସ୍ତି
Bargard strike: ଆଜି କୋର୍ଟ ଖୋଲିବାବେଳେ ଏହାକୁ ବିକ୍ଷୋଭକାରୀ ମାନେ ବିରୋଧ କରିଥିଲେ। ପୁଲିସ୍ ଏମାନଙ୍କୁ ଅଟକାଇବାବେଳେ ପରିସ୍ଥିତି ବିଗିଡିଥିଲା। ତେବେ ଧନୁଯାତ୍ରା ଦେଖିବାକୁ ଆସି ନିଖୋଜ ହେବା ଏବଂ କୁର୍ଲା ଜଙ୍ଗଲରୁ ଆହତ ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର ଘଟଣାକୁ ନେଇ ଆଜି ବରଗଡରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ତେବେ ପୀଡିତାଙ୍କୁ ନ୍ୟାୟ ଏବଂ ମୁଖ୍ୟ ଅଭିଯୁକ୍ତକୁ ଧରିବା ଦାବିରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବରଗଡର ସମସ୍ତ ଦୋକାନବଜାର ଏବଂ ଗାଡି ମୋଟର ଚଳାଚଳ ରହିଛି।
Jan 21,2025, 12:28 PM IST
puri news
Puri News: କଣାସରେ ବିଷାକ୍ତ ପାଣି ପିଇ ୪ ଜଣଙ୍କ ମୃତ୍ୟୁ, ଜିଲ୍ଲାପାଳଙ୍କ ବିରୋଧରେ ମାମଲା ରୁଜୁ
ପୁରୀ: କଣାସରେ ବିଷାକ୍ତ ଦୟା ପାଣି ଯୋଗୁଁ ୪ ଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ । ଜିଲ୍ଲାପାଳଙ୍କ ବିରୁଦ୍ଧରେ କଣାସ ଥାନାରେ ଏତଲା ଦେଲେ କଣାସ ଅଞ୍ଚଳବାସୀ। ଦୟା ନଦୀର ବିଷାକ୍ତ ପାଣି ବ୍ୟବହାର କରି କଣାସ ଅଂଚଳର ଚାରି ଜଣ ମୃତ୍ୟୁ ବରଣ କରିବା ସହ କିଛି ଲୋକ ଡାକ୍ତର ଖାନାରେ ମୃତ୍ୟୁ ସହ ସଂଗ୍ରାମରତ ଅନେକ ଡାକ୍ତର ଖାନାରେ ଚିକତ୍ସାଧୀନ। ଏହି ଘଟଣା ବର୍ତ
Jan 21,2025, 11:40 AM IST
Dolphin counting
ଅସ୍ତରଙ୍ଗ ବନାଞ୍ଚଳରେ ଡଲଫିନ ଗଣନା; ଗଠନ କରାଯାଇଛି ୪ଟି ଟିମ
dolphin counting: ଟିମ ମଧ୍ୟରୁ ଦେବୀ ନଦୀର ଶାଖା ନଦୀ କାଦୁଆ ନଦୀ ମଧ୍ୟରେ ଗୋଟିଏ ଟିମ, ଦେବୀ ମୁହାଣଠାରୁ ଚନ୍ଦ୍ରଭାଗା ପର୍ଯ୍ୟନ୍ତ ସମୁଦ୍ର ମଧ୍ୟରେ ଗୋଟିଏ ଟିମ, ଯାହାନିଆଠାରୁ ଗଙ୍ଗା ଦେବୀ ପର୍ୟ୍ୟନ୍ତ ଗୋଟିଏ ଟିମ, ଯାହାନିଆଠାରୁ ବେଲେଶ୍ବର ପର୍ୟ୍ୟନ୍ତ ସମୁଦ୍ର କୂଳେ କୂଳେ ଦୁଇଟି ଟିମ୍ ଗଣନା କାର୍ୟ୍ୟରେ ସାମିଲ ହୋଇଛନ୍ତି। ତେବେ ଅସ୍ତରଙ୍ଗ ମୁହାଣ ନିକଟରେ ଗଣନା କରୁଥିବା ଟିମ ବିରଳ ପ୍ରଜାତିର ଇରାବାଡି ଡଲଫିନ ଦୁଇଟି ଦେଖିବାକୁ ପାଇଥିଲେ।
Jan 21,2025, 10:32 AM IST
pm awas yojana
ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବ ପିଏମ ଆବାସ ସର୍ଭେ: ମନ୍ତ୍ରୀ
Pm awas Yojana: ଏହି ଯୋଜନାରେ ଦିବ୍ୟାଙ୍ଗ ଓ ବିଧବାମାନଙ୍କୁ ଅଗ୍ରାଧିକାର ଦିଆଯିବ। ୨ ମାସ ମଧ୍ୟରେ ଏହାର ରି-ସର୍ଭେ କରାଯିବ। ଏହି ଅବଧି ମଧ୍ୟରେ ଆବେଦନ ଓ ଅନଲାଇନ୍ ମାଧ୍ୟମରେ ସେସବୁର ଯାଞ୍ଚ୍ କରାଯିବ। ଆବାସ ଘର ବଣ୍ଟାରେ ଏଣିକି ରାଜନୈତିକ ହସ୍ତକ୍ଷେପ ହେବ ନାହିଁ। ଯୋଗ୍ୟ ହିତାଧିକାରୀକୁ ଆବାସ ଘର ଦେବାରୁ କେହି ଚାହିଁଲେ ବି ଅଟକାଇ ପାରିବେ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।
Jan 20,2025, 14:10 PM IST
Naxal
ନୂଆପଡ଼ା ଜିଲ୍ଲା ସୀମାନ୍ତରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ; ଜାରି ରହିଛି ସର୍ଚ୍ଚ ଅପେରସ
Naxal: ଆଜି ଓଡ଼ିଶା ପୁଲିସର ଏସଓଜି, ଛତିଶଗଡ଼ ପୁଲିସ ଓ ସିଆରପିଏଫ୍ ଯବାନ ମିଳିତ ଭାବେ ଅପରେସନ୍ ଚଳାଇଛନ୍ତି। ନୂଆପଡ଼ା ଜିଲ୍ଲା ସୀମାଠାରୁ ମାତ୍ର ୫ କିଲୋମିଟର ଦୂର ଛତିଶଗଡ଼ର କୁଲାରୀଘାଟ ସଂରକ୍ଷିତ ଜଙ୍ଗଲରେ ବହୁ ସଂଖ୍ୟାରେ ମାଓବାଦୀ ଲୁଚି ରହିଥିବା ନେଇ ଗୁଇନ୍ଦା ସୂଚନା ମିଳିଥିଲା। ତାକୁ ଆଧାର କରି ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି।
Jan 20,2025, 12:56 PM IST
Konark
କୋଣାର୍କରେ ଆରମ୍ଭ ହେଲା ଦୁଇଦିନିଆ ଜାତୀୟ ଖଣି ମନ୍ତ୍ରୀ ସମ୍ମିଳନୀ; ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋ
Mining ministers conference: ଜାମୁ କାଶ୍ମୀରର ଉପ ମୁଖ୍ୟମନ୍ତ୍ରୀ ଏବଂ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସମେତ କେନ୍ଦ୍ର ଏବଂ ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀମାନେ ରହିଛନ୍ତି। ଦେଶବ୍ୟାପୀ ଦକ୍ଷ, ନିରାପଦ ଏବଂ ପରିବେଶ ଅନୁକୂଳ ଖଣି କାର୍ଯ୍ୟ ସୁନିଶ୍ଚିତ କରିବା ପାଇଁ ସହଯୋଗକୁ ପ୍ରୋତ୍ସାହିତ କରିବା ଉପରେ ରହିବ ଫୋକସ୍।
Jan 20,2025, 12:19 PM IST
G Kishan Reddy
ଓଡ଼ିଶା ଗସ୍ତରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି କିଷନ ରେଡ୍ଡୀ
G kishan reddy: ଏଥିରେ ସରକାରୀ କ୍ଷେତ୍ର, ଘରୋଇ କ୍ଷେତ୍ର ଏବଂ ଶିଳ୍ପ ସଂଘର ଅଂଶୀଦାରମାନେ ସାମିଲ ହୋଇଥିଲେ। ଭୁବନେଶ୍ବର ସ୍ଥିତ ନାଲକୋର ମୁଖ୍ୟ କାର୍ଯ୍ୟାଳୟରେ ଏହି ଅବସରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଜି କିଷନ ରେଡ୍ଡୀଙ୍କ ସହ ଖଣି ସଚିବ ଭିଏଲ୍ କାନ୍ଥା ରାଓ କୋଇଲା ଓ ଖଣି ମନ୍ତ୍ରଣାଳୟର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
Jan 20,2025, 11:10 AM IST
Delhi Election 2025
द्वारका में आम आदमी पार्टी के लिए नया संकट, कांग्रेस का कुनबा हुआ मजबूत
Delhi Election 2025: आम आदमी पार्टी के नेताओं में अब भ्रम खत्म हो गया है. पार्टी से जुड़े कई कार्यकर्ता कांग्रेस की विचारधारा से प्रभावित होकर हमारे साथ जुड़ रहे हैं. शास्त्री ने यह बात उस समय कही, जब आम आदमी पार्टी को लगता था कि द्वारका में उनका दबदबा बना हुआ है.
Jan 19,2025, 15:04 PM IST
Cm grievance
ଆସନ୍ତା ସୋମବାର ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
Cm grievance: ଭୁବନେଶ୍ବର ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ ରହିବ। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ବିଭିନ୍ନ ଗଣମାଧ୍ୟମରେ ଜଣାଇ ଦିଆଯିବ ବୋଲି ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
Jan 17,2025, 15:28 PM IST
senior citizens
ତୀର୍ଥଯାତ୍ରୀଙ୍କ ପାଇଁ ସ୍ପେଶାଲ ଟ୍ରେନର ଶୁଭାରମ୍ଭ କଲେ ମୋହନ ମାଝୀ
Special train for senior citizens: ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ମାଧ୍ୟମରେ ଶିରିଡ଼ି, ନାସିକ, କାମାକ୍ଷା, ବାରଣାସୀ, କୋଲକାତା ଦକ୍ଷିଣ କାଳୀ ମନ୍ଦିର, ଅଯୋଧ୍ୟା ଆଦି ୧୦ଟି ତୀର୍ଥ ସ୍ଥାନ ବୁଲିବେ ରାଜ୍ୟର ବରିଷ୍ଠ ନାଗରିକ। ଗାଁରୁ ଷ୍ଟେସନ ଓ ରେଳ ଷ୍ଟେସନରୁ ତୀର୍ଥ ସ୍ଥାନ ପର୍ଯ୍ୟନ୍ତ ଯାତାୟାତ, ରହିବା ଖାଇବା ପାଇଁ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ଯାତ୍ରା ବେଳେ ସରକାରଙ୍କ ପକ୍ଷରୁ ଗାଇଡ ଓ ଏସ୍କର୍ଟ ଟିମ୍ ସୁବିଧା ତୀର୍ଥଯାତ୍ରୀଙ୍କୁ ଯୋଗାଇ ଦିଆଯିବ। ୬୦ ବର୍ଷରୁ ୭୫ ବର୍ଷ ବୟସ୍କ ନାଗରିକମାନେ ଏହି ସୁବିଧା ପାଉଛନ୍ତି। ଅନ୍ତଦ୍ୟୋୟ, ରାସନ କାର୍ଡ, ମନରେଗା କାର୍ଡ ଭଳି ଆର୍ଥିକ ଅନଗ୍ରସର ପ୍ରମାଣପତ୍ର ଦେଇ ଆବେଦନ ମାଧ୍ୟମରେ ବରିଷ୍ଠ ନାଗରିକମାନେ ତୀର୍ଥ ଯାତ୍ରା ସୁବିଧା ପାଇପାରିବେ।
Jan 17,2025, 15:01 PM IST
Khandagiri baikunthadham
ବୈକୁଣ୍ଠଧାମରେ ବୁଲିଲା ବୁଲଡୋଜର; ସନ୍ଧ୍ୟା ସୁଦ୍ଧା ମାଟିରେ ମିଶିବ ଆଶ୍ରମ
Khandagiri baikunthadham: ଯଦି କିଛି ବାକି ରୁହେ ତେବେ ଆସନ୍ତା କାଲି ଏହାକୁ ପୂରଣ କରାଯିବ। ଏହାପରେ ୧୦୪ ଡିସିମିଲ ଜମି ଉପରେ ପାଚେରୀ ନିର୍ମାଣ କରାଯାଇ ସରକାରୀ ସମ୍ପତ୍ତିର ସୁରକ୍ଷା କରାଯିବ ବୋଲି କହିଛନ୍ତି ବିଡିଏ ଅଧିକାରୀ। ତେବେ ଆଶ୍ରମ ପରିସରରେ ଉଚ୍ଛେଦ ସମୟରେ ଯେପରି କୌଣସି ଅପ୍ରତିକର ସ୍ଥିତି ସୃଷ୍ଟି ନହୁଏ ସେଥିପାଇଁ ଆଶ୍ରମ ପରିସରରେ ବ୍ୟାପକ ପୁଲିସ ଛାଉଣୀ ହୋଇଛି। ଆଜି ସୁରକ୍ଷା କର୍ମୀଙ୍କ ସହ ଠିକଣା ସ୍ଥାନରେ ପହଞ୍ଚିଥିଲା ବିଡିଏ ଟିମ୍।
Jan 17,2025, 14:39 PM IST
IT Raid
ନବ ଦାସଙ୍କ ଭାଇ ବ୍ରଜ ଦାସଙ୍କ ଘରେ ଆଇଟି ରେଡ୍
It raid : ସ୍ବର୍ଗତ ନେତା ନବ ଦାସଙ୍କ ଭାଇ ବ୍ରଜକିଶୋଦ ରାସ ଜଣେ ସୁପର କ୍ଲାସ କଣ୍ଟ୍ରାକ୍ଟର। ଦୀର୍ଘଦିନ ଧରି ସେ ଆୟକର ଫାକିବା ନେଇ ଅଭିଯୋଗ ହେଉଥିଲା। ଏହି ଅଭିଯୋଗରେ ଚଢାଉ ହୋଇଥିବା ଅନୁମାନ। ଭୁବନେଶ୍ୱର, ଛତିଶଗଡ ଟିମ୍ର ମିଳିତ ଚଢଉ ହୋଇଥିବା ଅନୁମାନ କରାଯାଉଛି।
Jan 17,2025, 11:14 AM IST
puri jagannath temple
ଶ୍ରୀମନ୍ଦିର ଅଧିକାରୀ ଓ କର୍ମଚାରୀଙ୍କୁ ନିର୍ଦ୍ଦେଶ; ସମ୍ପତ୍ତି ତାଲିକା ଦିଅ ନହେଲେ ପ୍ରମୋସନ ବନ୍ଦ
Puri Jagannath temple: ସେହିପରି ଡ୍ୟୁଟି ସମୟରେ ଶ୍ରୀମନ୍ଦିର ପ୍ରଶାସନରେ କୌଣସି ଅଧିକାରୀ ତଥା କର୍ମଚାରୀ ପାନ, ଗୁଟଖା କିମ୍ବା କୌଣସି ମାଦକ ଦ୍ରବ୍ୟ ସେବନ କରିବେ ନାହିଁ । ପ୍ରତ୍ୟେକ ମାସ ତୃତୀୟ ଶୁକ୍ରବାରରେ ବରିଷ୍ଠ ଅଧିକାରୀଙ୍କ ସ୍ତରରେ କାର୍ୟ୍ୟ ସମୀକ୍ଷା କରାଯିବ ବୋଲି ଘୋଷଣା କରିଛନ୍ତି।
Jan 17,2025, 9:36 AM IST
dalmia cement factory
ଡାଲମିଆ ସିମେଣ୍ଟ ପ୍ଲାଣ୍ଟ ଦୁର୍ଘଟଣାରେ ୩ ଶ୍ରମିକ ନିଖୋଜ
Cement factory accident: ଦାୟିତ୍ବରେ ଥିଲେ ୧୨ଜଣ ଶ୍ରମିକ। ସନ୍ଧ୍ୟା ପ୍ରାୟ ୫ଟା ୩୦ରୁ ୬ଟା ସମୟରେ ହଠାତ ଏକ ବଡ଼ ଶବ୍ଦ ହୋଇଥିଲା ଏବଂ ପ୍ଲାଣ୍ଟରୁ କରେଣ୍ଟ ଚାଲି ଯାଇ ଥିଲା। ହପରରେ ଗଚ୍ଛିତ ହଟ କୋଇଲା ଡ଼ଷ୍ଟ ହପର ତଳେ ଥିବା ପ୍ଲେଟ୍ ଖସି ଯିବାରୁ କୋଇଲା ଡଷ୍ଟ ତଳେ ଶ୍ରମିକମାନେ ଚାପି ହୋଇ ରହିଥିବା କୁହାଯାଉଛି। ନିୟମିତ ମେଣ୍ଟେନାନ୍ସ ରେ ଅବହେଳା ଯୋଗୁ ଏଭଳି ଭୟଙ୍କର ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି।
Jan 17,2025, 9:15 AM IST
Odisha
ଓଡ଼ିଶାରେ ଆନ୍ତର୍ଜାତିକ ବୌଦ୍ଧ ସମ୍ମିଳନୀ ଅନୁଷ୍ଠିତ, ଯୋଗଦେଲେ ବୌଦ୍ଧଗୁରୁ ଏବଂ ପ୍ରଚାରକ
International Buddhist Conference 2025: ଓଡ଼ିଶାରେ ବୌଦ୍ଧଧର୍ମର ସଂସ୍କୃତି, ଐତିହ୍ୟ, ପର୍ଯ୍ୟଟନସ୍ଥଳୀ ଏବଂ କୀର୍ତ୍ତିରାଜିର ବିକାଶ ଏବଂ ବହୁଳ ପ୍ରଚାର ଓ ପ୍ରସାର ଦିଗରେ ସହାୟକ ହେବ ଆନ୍ତର୍ଜାତିକ ବୌଦ୍ଧ ସମ୍ମିଳନୀ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ
Jan 16,2025, 22:47 PM IST
LV Prasad Eye Institute
ଏଲ୍ ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍ ମିଠୁ ତୁଳସୀ ଚନରାଇ କ୍ୟାମ୍ପସର ୨୦ତମ ପ୍ରତିଷ୍ଠା ଦିବସ ପାଳିତ
LV Prasad Eye Institute: ଏଲ୍ ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍ ନେଟୱାର୍କର ପାଞ୍ଚଟି ଟର୍ସିଆରୀ ସେଣ୍ଟର୍ ମଧ୍ୟରୁ ପ୍ରଥମ, ଭୁବନେଶ୍ୱର ସ୍ଥିତ ମିଥୁ ତୁଳସୀ ଚନରାଇ (ଏମଟିସି) କ୍ୟାମ୍ପସ ୨୦୦୫ ମସିହାରେ ଉଦ୍ୟୋଗପତି ଶ୍ରୀଯୁକ୍ତ ଜଗଦୀଶ ଏମ ଚନରାଇଙ୍କ ସହାୟତାରେ ସ୍ଥାପିତ ହୋଇଥିଲା ଯିଏକି "ସାମାଜିକ କଲ୍ୟାଣ ସହିତ ବ୍ୟବସାୟ" ଦର୍ଶନରେ ବିଶ୍ୱାସ କରୁଥିଲେ ।
Jan 16,2025, 20:08 PM IST
Puri
ଶ୍ରୀମନ୍ଦିର ଭିତରେ ଟଳିପଡିଲେ ସେବାୟତ, ମୃତ ଘୋଷଣା କଲେ ଡାକ୍ତର
Puri: ବୁଧବାର ଦିନ ଶ୍ରୀମନ୍ଦିର ଭିତରେ ଅଭାବନୀୟ ଘଟଣା ଘଟିଛି। ଦ୍ବିପ୍ରହର ଧୂପ ପାଇଁ ପାଣି ପକାଉଥିବା ବେଳେ ଟଳି ପଡିଲେ ସୁଆର ବଡୁ ସେବାୟତ। ଛାତିରେ ଯନ୍ତ୍ରଣା ହେବାରୁ ତଳେ ପଡ଼ି ଯାଇଥିଲେ ସମ୍ପୃକ୍ତ ସେବକ। ସମ୍ପୃକ୍ତ ସେବକ ଜଣକ ହେଉଛନ୍ତି ସୁଆରବଡୁ ଜଗନ୍ନାଥ ସୁନାଥାଳି ।
Jan 15,2025, 17:56 PM IST
Tiger Skin Seized
କଳା ବାଘକୁ ମାରିଦେଇଥିବା ୪ ଶିକାରୀ ଗିରଫ
Tiger skin seized: ପୂର୍ବରୁ ବାଘ ନଖ ଓ ଦାନ୍ତ ଜବତ ସହିତ ୨ଜଣ ଶିକାରୀଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କୁ ରିମାଣ୍ଡରେ ଆଣି ପଚରାଉଚରା ପୂର୍ବ ଅଧିକ ତଦନ୍ତ ପରେ ଏହି ସଫଳତା ମିଳିଛି। ତେବେ ଘଟଣାର ମାଷ୍ଟରମାଇଣ୍ଡ ଫେରାର ଥିବାରୁ ଏସଟିଆର କର୍ତ୍ତୃପକ୍ଷ ତଦନ୍ତ ଗୋପନୀୟତା ପାଇଁ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିନାହାନ୍ତି।
Jan 15,2025, 15:12 PM IST
pension
ଦିବ୍ୟାଙ୍ଗଙ୍କୁ ବର୍ଦ୍ଧିତ ମାସିକ ଭତ୍ତା ୩୫୦୦ ଟଙ୍କା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ
Pension scheme: ପ୍ରଥମେ ମୁଖ୍ୟମନ୍ତ୍ରୀ ଜୟ ଜଗନ୍ନାଥ ଜୟ ମା’ ତାରିଣୀ ଜୟ ବଳଦେବଜୀଉ କହି ନିଜର ଅଭିଭାଷଣ ଆରମ୍ଭ କରିଥିଲେ। ପବିତ୍ର ମାଟି କେନ୍ଦୁଝରରେ ରାଜ୍ୟର ବରିଷ୍ଠ ନାଗରିକଙ୍କ ବର୍ଦ୍ଧିତ ଭତ୍ତା ବିତରଣ ସମାରୋହ ଆରମ୍ଭ ହେଉଥିବା ବେଳେ ଏହା ସାରା ରାଜ୍ୟରେ ମଧ୍ୟ ମନ୍ତ୍ରୀ ବିଧାୟକ ଓ ସାଂସଦଙ୍କ ଉପସ୍ଥିତିରେ ଆରମ୍ଭ କରାଯାଇଛି। ଆଗରୁ ୧୨୦୦ ଟଙ୍କା ପାଉଥିଲେ ଓ ବୁଧବାର ଠାରୁ ୩୫୦୦ ଟଙ୍କା ଲେଖାଏଁ ସହାୟତା ପାଇବେ। ୪ ଲକ୍ଷ ୭୭ ହଜାରରୁ ଉର୍ଦ୍ଧ୍ବ ଲୋକେ ଏହାର ଲାଭ ପାଇବେ ଓ କେନ୍ଦୁଝର ଜିଲ୍ଲାର ୯୯୧୩ ଜଣ ଏହାର ଲାଭ ପାଇବେ।
Jan 15,2025, 15:00 PM IST
CM Mohan charana majhi
ବୈତରଣୀରେ ମକର ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
Odisha Cm: ସଡକ ପଥରେ ପାଟଣା ଯାଇ ସେଠାରେ ପୂର୍ଣ୍ଣତୋୟା ବୈତରଣୀ ନଦୀରେ ମକର ବୁଡ଼ ପକାଇ ଆନନ୍ଦେଶ୍ୱର ଓ ପରମେଶ୍ବର ମହାଦେବ ମନ୍ଦିର ପୂଜାର୍ଚ୍ଚନା କରିଛନ୍ତି। ପାଟଣା ସ୍ଥିତ ହରି ମହନ୍ତଙ୍କ ଘରେ କିଛି ସମୟ ବିତାଇବା ପରେ ସଡକ ପଥରେ କେନ୍ଦୁଝର ଫେରି ସର୍କିଟ ହାଉସରେ ପହଞ୍ଚି ବିଶ୍ରାମ ନେବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ନରେ ଝୁମ୍ପୁରା ଦେଇ ନିଜ ଗ୍ରାମ ରାଇକଳାକୁ ଗସ୍ତ କରିବେ।
Jan 14,2025, 14:43 PM IST
fire breaks
ରାଜଧାନୀରେ ରାସ୍ତାର ଜଳିଗଲା ସଫେଇ ଗାଡ଼ି; ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
Fire breaks: ଆଜି ସକାଳେ ବିଏମ୍ସିର ସଫେଇ ଗାଡ଼ି ରାସ୍ତାରେ ଧୂଳି ସଫେଇ କରୁଥିଲା। ଡମଣା ଛକ ନିକଟରେ ହଠାତ୍ ଗାଡ଼ିରେ ନିଆଁ ଲାଗି ଯାଇଥିଲା। ଡ୍ରାଇଭର ଜାଣିପାରି ସେଠାରେ ଗାଡ଼ିଟିକୁ ଅଟକାଇଥିଲା। ପରେ ରାସ୍ତା ଉପରେ ଗାଡ଼ିଟି ହୁତୁ ହୁତୁ ହୋଇ ଜଳିଯାଇଥିଲା। ଏତେ ବଡ଼ ଅଘଟଣରେ ଡ୍ରାଇଭରର କିଛି ହୋଇ ନାହିଁ । ତେବେ ଗାଡ଼ିରେ କିପରି ନିଆଁ ଲାଗିଲା ତାର କାରଣ ଜଣାପଡ଼ିନାହିଁ। ସର୍ଟସର୍କିଟରୁ ନିଆଁ ଲାଗିଥବା ସନ୍ଦେହ କରାଯାଉଛି।
Jan 14,2025, 13:48 PM IST
Mid day Meal
ଏଣିକି ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀଙ୍କୁ ମିଳିବ କ୍ଷୀର; ଗୋକୁଳ ଯୋଜନାରେ ୩୦୦୦ ଗାଈ ଦେବାର ବ୍ୟ
Mid day meal: ଖୁବଶୀଘ୍ର ସ୍କୁଲ ମଧ୍ୟାହ୍ନ ଭୋଜନରେ ପିଲାମାନଙ୍କୁ ଖାଦ୍ୟ ସହ କ୍ଷୀର ମିଳିବ। ଛାତ୍ରଛାତ୍ରୀଙ୍କୁ ୨୦୦ ML ଭିଟାମିନ A ଓ D ଯୁକ୍ତ କ୍ଷୀର ଦେବାକୁ ଯୋଜନା କରୁଛନ୍ତି ସରକାର। ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସୂଚନା । ରାଷ୍ଟ୍ରୀୟ ପଶୁଧନ ଗୋକୁଳ ଯୋଜନାରେ ଦୁଗ୍ଧ ଉତ୍ପାଦନ ସଶକ୍ତ କରାଯିବ। ଗୋକୁଳ ଯୋଜନାରେ ୩୦୦୦ ଗାଈ ଦେବାର ବ୍ୟବସ୍ଥା କାଲି କରାଯାଇଛି। ଏହି ଯୋଜନାରେ ପିଲା ମାନଙ୍କ ପୋଷଣରେ ଭିଟାମିନ ରହିବା ପାଇଁ ଏପରି ଅନେକ ବ୍ୟବସ୍ଥା କରାଯିବ ବୋଲି ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ କହିଛନ୍ତି।
Jan 14,2025, 13:25 PM IST
Lingaraj Temple
ଲିଙ୍ଗରାଜ ମନ୍ଦିରରେ ସେବାୟତ ବିବାଦ: ଗତ ସନ୍ଧ୍ୟାରୁ ମକର ମଣ୍ଡପରେ ଠାକୁର
ଗତକାଲି ମକର ନୀତି ପାଇଁ ସନ୍ଧ୍ୟାରେ ଠାକୁରଙ୍କ ଚଳନ୍ତି ପ୍ରତିମାଙ୍କୁ ମକର ମଣ୍ଡପକୁ ଅଣାଯାଇଥିଲା। ଏଠାରେ ଆଡ଼ମ୍ବର ସହକାରେ ପ୍ରଭୁଙ୍କୁ ଶୀତ ଘର୍ଷଣ ଲାଗି କରିବାରେ ଥିଲା। ଏହିକ୍ରମରେ ଘୃତ କମଳ ଲାଗି ପାଇଁ ସୁଆର ସେବାୟତ ସ୍ୱତନ୍ତ୍ର ପ୍ରସ୍ତୁତି କରିବା କଥା। ଏହି ଘୃତ କମଳ ପ୍ରଭୁଙ୍କୁ ଶୀତରୁ ରକ୍ଷା ଦେବା ଲାଗି ଉଦ୍ଦିଷ୍ଟ। କିନ୍ତୁ ଏହି ସେବାକୁ ନେଇ ପୂଜାପଣ୍ଡା ଓ ବଡ଼ୁ ସେବାୟତଙ୍କ ଭିତରେ ବିବାଦ ଲାଗିଥିଲା। ଏହା ବଡ଼ୁ ସେବା ହୋଇଥିଲେ ମଧ୍ୟ ପୂଜା ପଣ୍ଡା ସେବକ ଜବରଦସ୍ତ ତାଙ୍କ ସେବାରେ ହସ୍ତକ୍ଷେପ କରୁଛନ୍ତି ବୋଲି ଅଭିଯୋଗ କରିଥିଲେ। ଏହାପରେ ଏେବ ସ୍ଥିତାବସ୍ଥା ବଜାୟ ରହିଛି।
Jan 14,2025, 11:46 AM IST
Odisha news
Sri Sri University: ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ମାନବ ସମ୍ବଳ ସିମ୍ପୋଜିୟମ୍ ଅନୁଷ୍ଠିତ
କଟକ: ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ପରିଚାଳନା ଅଧ୍ୟୟନ ବିଭାଗ (ଏଫ୍ଏମ୍ଏସ୍) ପକ୍ଷରୁ ଗତ ଜାନୁଆରି ୧୧ ତାରିଖ ବିଶ୍ୱବିଦ୍ୟାଳୟ ପରିସରରେ 'ଏଚ୍ଆର୍ ସିମ୍ପୋଜିୟମ୍: ଡିଜିଟାଲ୍ ଟ୍ରାନ୍ସଫର୍ମେସନ୍ ଆଣ୍ଡ୍ ଏଜିଲ୍ ଏଚ୍ଆର୍' ଶୀର୍ଷକ ଏକ ଆଲୋଚନାଚକ୍ର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ଏହି ସିମ୍ପୋଜିୟମ୍ ଦ୍ରୁତ ବୈଷୟିକ ଉନ୍ନତି ଉପରେ ଆଲୋକପାତ କ
Jan 13,2025, 14:05 PM IST
minister
ଯଥେଷ୍ଟ ଧାନ କିଣି ସାରିଲେଣି ସରକାର; ଆଗକୁ ଆହୁରି କିଣା ହେବ: ମନ୍ତ୍ରୀ
Paddy selling in mandi: ଯୋଗାଣ ଅଧିକାରୀଙ୍କୁ ମନ୍ତ୍ରୀ ଚେତାବନୀ ଦେଇଛନ୍ତି। ଦାୟିତ୍ୱରେ ଅବହେଳା ପାଇଁ ଜଗତସିଂହପୁର ପାରାଦ୍ୱୀପ ଏମଆଇଙ୍କୁ ନିଲମ୍ବନ କରାଯାଇଛି। ଯେଉଁଠି ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆସିବ କାର୍ଯ୍ୟାନୁଷ୍ଠାନ ହେବ। ତେବେ ମଣ୍ଡିରେ ପେଡି ଆନାଳାଇଜର ମେସିନ ଯଥେଷ୍ଟ ନଥିବା ମାନିଛନ୍ତି ଯୋଗାଣ ମନ୍ତ୍ରୀ।
Jan 13,2025, 13:06 PM IST
Elephant Mahendra
ଆଖି ବୁଜିଲା ଶିମିଳିପାଳର ୬୫ ବର୍ଷ ବୟସ୍କ ହାତୀ ମହେନ୍ଦ୍ର
Elephant mahendra: ୨୦୦୯ ମସିହା ମାର୍ଚ୍ଚ ୩୧ ତାରିଖ ରାତ୍ରିରେ ମାଓବାଦୀ ମାନେ ଶିମିଳିପାଳ ଅଭୟାରଣ୍ୟ ଭିତରେ ଥିବା ଗୁଡ଼ଗୁଡ଼ିଆ ଠାରେ ମହେନ୍ଦ୍ର ହାତୀ ଉପରକୁ ଗୁଳି ଚାଳନା କରିବା ସହିତ ତୀର ମଧ୍ୟ ମାରିଥିଲେ। ଏଥିରେ ଗୁରୁତର ଆହତ ହେଇଥିବା ମହେନ୍ଦ୍ର ଅସ୍ତ୍ରୋପ୍ରଚାର ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପୁଣି ନିଜ କାମରେ ସାମିଲ ହୋଇଥିଲା।
Jan 13,2025, 11:30 AM IST
Baleswar
ବାଲେଶ୍ବରରେ ବସ୍ତି ଉଚ୍ଛେଦ ପୂର୍ବରୁ କର୍ଫ୍ୟୁ, ଦୁଇଦିନ ପାଇଁ ରହିବ ବଳବତ୍ତର
Eviction in balasore : ସକାଳ ୪ଟାରୁ ରାତି ୧୦ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ। ତୃତୀୟ ରେଳ ଲାଇନ ସମ୍ପ୍ରସାରଣ ନେଇ ସ୍ଥାନୀୟ ଅଞ୍ଚଳରୁ ବସ୍ତି ଉଚ୍ଛେଦ ପାଇଁ କର୍ଫ୍ୟୁ ଲଗାଯାଇଛି। ଏକାଧିକ ବ୍ୟକ୍ତିଙ୍କ ଏକତ୍ରିତ ହେବା, କୌଣସି ସଭା ଓ ରାଲି ଉପରେ କଟକଣା ଲଗାଇଛି ପ୍ରଶାସନ। ଏହି କର୍ଫ୍ୟୁକୁ ନେଇ ବସ୍ତି ବାସିନ୍ଦାଙ୍କ ମନରେ ଭୟ ଦେଖାଦେଇଛି। ଅନେକ ଲୋକଙ୍କ ରାତିର ନିଦ ହଜିଯାଇଛି। ବସ୍ତି ଅଞ୍ଚଳରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିର ମୁକାବିଲା କରିବା ପାଇଁ ପୋଲିସ ଛାଉଣୀ କରାଯାଇଛି।
Jan 11,2025, 12:17 PM IST
High Court Order
ବୈକୁଣ୍ଠଧାମ ଆଶ୍ରମ ପାଇଁ ବଢିଛି ଅଡ଼ୁଆ; ଅନ୍ତରୀଣ ସୁରକ୍ଷା ହଟାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
Vaikuntha dham ashram: ପୂର୍ବରୁ ପ୍ରଦାନ କରାଯାଇଥିବା ଅନ୍ତରୀଣ ଆଦେଶ ଉଠାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ସରକାରଙ୍କ ସତ୍ୟପାଠ ଉପରେ ପ୍ରତିଜବାବ ଦାଖଲ ପାଇଁ ଆବେଦନକାରୀଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଫେବ୍ରୁଆରି ୩କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।
Jan 11,2025, 11:51 AM IST
bmc
ମୃତକଙ୍କ ଉତ୍ତରାଧିକାରୀଙ୍କୁ ମିଳିଲା ୫ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ରାଶି, ପାଇବେ ଚାକିରି
ରାଜଧାନୀ ଭୁବନେଶ୍ୱର ହତ୍ୟାକାଣ୍ଡର ଶିକାର ହୋଇଥିବା ସଫେଇ କର୍ମଚାରୀ ସ୍ୱର୍ଗତ ସହଦେବ ଉତ୍ତରାଧିକାରୀଙ୍କୁ ମିଳିଲା ୫ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା। ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଏବଂ ପରିମଳ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୂପକାରଙ୍କ ଉପସ୍ଥିତିରେ ଅନୁଷ୍ଠିତ ସ୍ୱତନ୍ତ୍ର ବୈଠକରେ ଆଲୋଚନା ପରେ ଏହା ସ୍ଥିର କରାଯାଇଛି ।
Jan 10,2025, 22:10 PM IST
Mandi problem
ମଣ୍ଡିକୁ ଭଲ ଧାନ ଆଣ, ୧୨ ଘଣ୍ଟା ଭିତରେ ଟଙ୍କା ଦିଆଯିବ; ମନ୍ତ୍ରୀ
Mandi problem: ଏପର୍ଯ୍ୟନ୍ତ ୨୩ ଲକ୍ଷ ମେଟ୍ରିକ ଧାନ କିଣା ସରିଛି। କମ ଦାମରେ ଧାନ କିଣି ଗଛିତ ରଖିଲେ ଚଢ଼ାଉ କରାଯିବ। ଯେଉଁଠି କଳା ବଜାରୀ ହେଉଛି, ସେଠାରେ ତୁରନ୍ତ ଚଢ଼ାଉ ହେବ ବୋଲି ସୂଚନା ଦେଇଛନ୍ତି କୃଷ୍ଣଚନ୍ଦ୍ର ପାତ୍ର।
Jan 10,2025, 14:53 PM IST
Telengana Road Accident
ତେଲେଙ୍ଗାନାରେ ଓଡିଶା ବସ୍ ଦୁର୍ଘଟଣାଗ୍ରସ୍ତ; ଚାଲିଗଲା ୪ ଯାତ୍ରୀଙ୍କ ଜୀବନ
Telengana road accident : ଯେଉଁଥିରେ ଡ୍ରାଇଭରଙ୍କ ସମେତ ୪ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ବାକି କିଛି ଯାତ୍ରୀ ଆହତ ହୋଇଥିବା ଜଣାପଡିଛି। ସମସ୍ତ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତ ଯାତ୍ରୀଙ୍କ ମଧ୍ୟରେ ଅଧିକାଂଶ ଶ୍ରମିକ ରହିଥିବା ଜଣାପଡିଛି।
Jan 10,2025, 12:07 PM IST
chhatishgarh police
ନବ ଦାସଙ୍କ ପୁଅ ବିଶାଲ ଦାସ ଅଟକ; କହିଲେ ପୁଲିସର କାର୍ଯ୍ୟାନୁଷ୍ଠାନ ବେଆଇନ
Chhatishgarh police: ୮ଟି ପଞ୍ଚାୟତ ବିଶିଷ୍ଟ ଏହି ପଞ୍ଚାୟତ ସମିତିରେ ସମୁଦାୟ ୮ ଜଣ ସରପଞ୍ଚ ଏବଂ ୮ ଜଣ ସମିତିସଭ୍ୟ/ସଭ୍ୟା ରହିଛନ୍ତି। ତନ୍ମଧ୍ୟରୁ ୧୨ ଜଣ ସରପଞ୍ଚ ଏବଂ ସମିତିସଭ୍ୟ ସଭ୍ୟା ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଆଗତ କରିଥିବାରୁ ଶୁକ୍ରବାର ହେବାକୁ ଥିବା ସ୍ୱତନ୍ତ୍ର ବୈଠକରେ କେତେ ଜଣ ଜନ ପ୍ରତିନିଧି ଉପସ୍ଥିତ ହୋଇ ମତଦାନରେ ଭାଗ ନେଉଛନ୍ତି ତାହାରି ଉପରେ ସବୁକିଛି ନିର୍ଭରଶୀଳ।
Jan 10,2025, 11:36 AM IST
ପୁଲିସ ନିକଟରେ ଆତ୍ମସମର୍ପଣ କଲେ ୧୩ ମାଓବାଦୀ
Naxal: ଆତ୍ମସମର୍ପଣ ପରେ ସେମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ ପାଇଁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ। ପ୍ରୋତ୍ସାହନ ରାଶି ହିସାବରେ ସମସ୍ତଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଦିଆଯାଇଛି।
Jan 10,2025, 11:23 AM IST
Kalahandi
କଳାହାଣ୍ଡିର ବିକାଶ ପାଇଁ ଲାଞ୍ଜିଗଡ ଖଣି ଲାଗି ଗ୍ରାମସଭା ଡାକିବାକୁ ଅଞ୍ଚଳବାସୀଙ୍କ ଦାବି
କଳାହାଣ୍ଡିର ବିକାଶ ପାଇଁ ତୁରନ୍ତ ଲାଞ୍ଜିଗଡ଼ ବକ୍ସାଇଟ୍ ଖଣିର ଗ୍ରାମସଭା କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅନୁରୋଧ କରିଛନ୍ତି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବାସୀ । ଜିଲ୍ଲାପାଳ ଓ ବିଡିଓଙ୍କ ଜରିଆରେ ଦାଖଲ କରାଯାଇଥିବା ଏହି ନିବେଦନରେ ଲାଞ୍ଜିଗଡ଼ ବକ୍ସାଇଟ୍ ଖଣିର ବକ୍ସାଇଟ୍ ଖନନ କାର୍ଯ୍ୟ ଆରମ୍ଭ କରିବା ଏବଂ କଳାହାଣ୍ଡି ଜିଲ୍ଲାରେ ସ
Jan 9,2025, 19:21 PM IST
E-KYC
ରାସନ କାର୍ଡକୁ ନେଇ ଆସିଲା ବଡ ଖବର; ଜାନୁଆରି ୩୧ ଇ-କେୱାଇସି ପାଇଁ ଶେଷ ତାରିଖ: ମନ୍ତ୍ରୀ
E-kyc : ଜାନୁଆରି ୩୧ ଇ-କେୱାଇସି ପାଇଁ ଶେଷ ତାରିଖ। ଧାର୍ଯ୍ୟ ତାରିଖ ମଧ୍ୟରେ ରାସନ କାର୍ଡର ଇ-କେୱାଇସି ନ କଲେ କାର୍ଡ କଟିଯିବ। ଆଉ ରାସନ ମିଳିବନି। ଏନେଇ ଯୋଗାଣ ମନ୍ତ୍ରୀ ସୂଚନା ଦେଇଛନ୍ତି।
Jan 9,2025, 15:22 PM IST
Rasulgarh murder case
ସହଦେବ ନାୟକ ହତ୍ୟା ଘଟଣା; ଅଭିଯୁକ୍ତଙ୍କୁ ଫାଶୀଦଣ୍ଡ ଦାବିରେ ସଫେଇ କର୍ମୀଙ୍କ ଧାରଣା
Rasulgarh flyover murder case: ବୁଧବାର ସକାଳେ ଝିଅକୁ ସ୍କୁଲରେ ଛାଡି ସ୍କୁଟିରେ ଘରକୁ ଫେରୁଥିବା ବେଳେ ସହଦେବ ନାୟକଙ୍କୁ ରସୁଲଗଡ ଫ୍ଲାଏ ଓଭରରେ ଅଭିଯୁକ୍ତମାନେ ହତ୍ୟା କରିଥିଲେ। ଗିରଫ ତିନି ଅଭିଯୁକ୍ତ ବ୍ୟକ୍ତି ହେଉଛନ୍ତି ଲିପିକା ନାୟକ, ଲକ୍ଷ୍ମୀଧର ନାୟକ ଏବଂ ରକି ନାୟକ। ଗତକାଲି କମିସନରେଟ୍ ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ଏହି ତିନି ଅଭିଯୁକ୍ତଙ୍କୁ ଗିରଫ କରିଥିଲେ।
Jan 9,2025, 14:48 PM IST
Odisha CM
ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ପ୍ରବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ
Odisha CM: ମୁଖ୍ୟମନ୍ତ୍ରୀ ପଞ୍ଜିନିବେଶ ଉପରେ ଗୁରୁତ୍ବ ଦେଇଥିଲେ। ପୁଞ୍ଜିନିବେଶ ପାଇଁ ପ୍ରବାସୀ ଭାରତୀୟଙ୍କୁ ଅପିଲ୍ କରିଥିଲେ ମୁଖ୍ୟମନ୍ତ୍ରୀ। ଓଡ଼ିଶାର ବିକାଶ ଯାତ୍ରାରେ ସାମିଲ ହୁଅନ୍ତୁ। ବ୍ୟବସାୟ ପାଇଁ ଓଡ଼ିଶା ହେଉଛି ଉପଯୁକ୍ତ ସ୍ଥାନ। ରାଜ୍ୟ ସରକାର ସବୁ ପ୍ରକାଳ ସହଯୋଗ କରିବେ।
Jan 9,2025, 13:31 PM IST
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.