ଆଖି ବୁଜିଲା ଶିମିଳିପାଳର ୬୫ ବର୍ଷ ବୟସ୍କ ହାତୀ ମହେନ୍ଦ୍ର
Advertisement
Article Detail0/zeeodisha/odisha2599018

ଆଖି ବୁଜିଲା ଶିମିଳିପାଳର ୬୫ ବର୍ଷ ବୟସ୍କ ହାତୀ ମହେନ୍ଦ୍ର

Elephant mahendra: ୨୦୦୯ ମସିହା ମାର୍ଚ୍ଚ ୩୧ ତାରିଖ ରାତ୍ରିରେ ମାଓବାଦୀ ମାନେ ଶିମିଳିପାଳ ଅଭୟାରଣ୍ୟ ଭିତରେ ଥିବା ଗୁଡ଼ଗୁଡ଼ିଆ ଠାରେ ମହେନ୍ଦ୍ର ହାତୀ ଉପରକୁ ଗୁଳି ଚାଳନା କରିବା ସହିତ ତୀର ମଧ୍ୟ ମାରିଥିଲେ। ଏଥିରେ ଗୁରୁତର ଆହତ ହେଇଥିବା ମହେନ୍ଦ୍ର ଅସ୍ତ୍ରୋପ୍ରଚାର ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପୁଣି ନିଜ କାମରେ ସାମିଲ ହୋଇଥିଲା। 

ଆଖି ବୁଜିଲା ଶିମିଳିପାଳର ୬୫ ବର୍ଷ ବୟସ୍କ ହାତୀ ମହେନ୍ଦ୍ର

ମୟୁରଭଞ୍ଜ: ଶିମିଳିପାଳର ଟ୍ରେଣ୍ଡ ହାତୀ ମହେନ୍ଦ୍ର ମୃତ୍ୟୁ ହୋଇଛି। ଗତକାଲି ରାତି ୯ଟା ୪୫ମିନିଟରେ ଶିମିଳିପାଳର ଚହଲାଠାରେ ଶେଷ ନିଶ୍ବାସ ତ୍ୟାଗ କରିଛି ମହେନ୍ଦ୍ର। ମୃତ୍ୟୁ ବେଳକୁ ତାକୁ ୬୫ ବର୍ଷ ବୟସ ହୋଇଥିଲା। ୨୦୦୧ ଡିସେମ୍ବର ମାସରେ କର୍ଣ୍ଣାଟକ ରାଜୀବ ଗାନ୍ଧୀ ଜାତୀୟ ଉଦ୍ୟାନ ହାମସୁରା ବନ୍ୟପ୍ରାଣୀ ଡିଭିଜନର ହସ୍ତୀ ପ୍ରକଳ୍ପ ଶିବିରରୁ ତାଲିମ ପ୍ରାପ୍ତ ଦନ୍ତା ହାତୀ ମହେନ୍ଦ୍ର ଏବଂ ଦୁଇଟି ମାଈ ହାତୀ ଭବାନୀ ଓ ଶୋଭା କୁ ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ପାଇଁ ଅଣାଯାଇଥିଲା।

ଅଭୟାରଣ୍ୟରେ କାଠ ମାଫିଆ ଏବଂ ବନ୍ୟଜନ୍ତୁଙ୍କୁ ଶିକାରୀ କବଳରୁ ରକ୍ଷା କରିବା ପାଇଁ ମହେନ୍ଦ୍ରକୁ ନିୟୋଜିତ କରାଯାଇଥିଲା। ଆଉ ଏଥିପାଇଁ ମହେନ୍ଦ୍ର ତା' ଜୀବନର ଦୀର୍ଘ ୨୪ ବର୍ଷ ଦେଇ ଦେଇଛି। ୨୦୦୯ ମସିହା ମାର୍ଚ୍ଚ ୩୧ ତାରିଖ ରାତ୍ରିରେ ମାଓବାଦୀ ମାନେ ଶିମିଳିପାଳ ଅଭୟାରଣ୍ୟ ଭିତରେ ଥିବା ଗୁଡ଼ଗୁଡ଼ିଆ ଠାରେ ମହେନ୍ଦ୍ର ହାତୀ ଉପରକୁ ଗୁଳି ଚାଳନା କରିବା ସହିତ ତୀର ମଧ୍ୟ ମାରିଥିଲେ। ଏଥିରେ ଗୁରୁତର ଆହତ ହେଇଥିବା ମହେନ୍ଦ୍ର ଅସ୍ତ୍ରୋପ୍ରଚାର ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପୁଣି ନିଜ କାମରେ ସାମିଲ ହୋଇଥିଲା।