ରାଜଧାନୀ ଭୁବନେଶ୍ୱର ହତ୍ୟାକାଣ୍ଡର ଶିକାର ହୋଇଥିବା ସଫେଇ କର୍ମଚାରୀ ସ୍ୱର୍ଗତ ସହଦେବ ଉତ୍ତରାଧିକାରୀଙ୍କୁ ମିଳିଲା ୫ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା। ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଏବଂ ପରିମଳ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୂପକାରଙ୍କ ଉପସ୍ଥିତିରେ ଅନୁଷ୍ଠିତ ସ୍ୱତନ୍ତ୍ର ବୈଠକରେ ଆଲୋଚନା ପରେ ଏହା ସ୍ଥିର କରାଯାଇଛି ।
Trending Photos
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ହତ୍ୟାକାଣ୍ଡର ଶିକାର ହୋଇଥିବା ସଫେଇ କର୍ମଚାରୀ ସ୍ୱର୍ଗତ ସହଦେବ ଉତ୍ତରାଧିକାରୀଙ୍କୁ ମିଳିଲା ୫ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା। ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଏବଂ ପରିମଳ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୂପକାରଙ୍କ ଉପସ୍ଥିତିରେ ଅନୁଷ୍ଠିତ ସ୍ୱତନ୍ତ୍ର ବୈଠକରେ ଆଲୋଚନା ପରେ ଏହା ସ୍ଥିର କରାଯାଇଛି । ଏହା ସହିତ ସ୍ୱର୍ଗତ ନାୟକଙ୍କ ପତ୍ନୀଙ୍କୁ ସଂପୃକ୍ତ ଏଜେନ୍ସିରେ ସୁପଭାଇଜର ଭାବେ ନିଯୁକ୍ତି ଦେବା ପାଇଁ ସ୍ଥିର ହୋଇଛି । ପରିସ୍ଥିର ଗୁରୁତ୍ୱକୁ ଅନୁଭବ କରି ଏହି ନିଷ୍ପତ୍ତି ନିଆଯାଇଛି ।
ସୂଚନା ଯୋଗ୍ୟକି ମୃତ ସହଦେବ ନାୟକ ଏଜେନ୍ସି ଜରିଆରେ ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ସଫେଇ କର୍ମଚାରୀ ଭାବେ କାର୍ଯ୍ୟକରୁଥିଲେ । ଗତ ୨ ଦିନ ତଳେ କେତେକ ଦୁବୃର୍ତ୍ତ ତାଙ୍କୁ ରସୁଲଗଡ ଓଭର ବ୍ରିଜ୍ ଉପରେ ହତ୍ୟା କରିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଏହାକୁ ନେଇ ସଫେଇ କର୍ମଚାରୀମାନେ ଆନ୍ଦୋଳନ କରିଥିଲେ । ସଂପ୍ରତ୍ତି ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ଦିବସ ପାଳନ କରାଯାଉଥିବାରୁ ବିଏମ୍ ସି କର୍ତ୍ତୃପକ୍ଷ ବାହାରୁ ଲୋକ ଆଣି ସହରର ପ୍ରମୁଖ ରାସ୍ତାଗୁଡିରେ ସଫେଇ କାର୍ଯ୍ୟ ଜାରି ରଖିଥିଲେ । ଏଥିପାଇଁ ବିଏମ୍ ସିର ସମସ୍ତ ଅଧିକାରୀ ଦିନ ରାତି ତଦାରଖ କରି ପ୍ରମୁଖ ରାସ୍ତାଗୁଡିକର ସଫେଇ କାମ ବ୍ୟତିକ୍ରମ ନ ହେବା ପାଇଁ ଅକ୍ଲାନ୍ତ ପରିଶ୍ରମ କରିଥିଲେ । ସୁଚନା ଯୋଗ୍ୟ କି ପ୍ରବାସୀ ଭାରତୀୟ ଦିବସ ନିମନ୍ତେ ଅଣାଯାଇଥିବା ଅଧିକ 262 ଜଣ ସଫେଇ କର୍ମୀଙ୍କୁ ପ୍ରମୁଖ ରାସ୍ତା ସଫେଇ କାମରେ ନିୟୋଜିତ କରାଯାଇଥିଲା । ଏତଦ୍ ବ୍ୟତୀତ ସହଭାଗୀ ସ୍ୱେଚ୍ଛାସେବୀ ସଂଗଠନଗୁଡିକ ନିଜ ନିଜର ଦାୟିତ୍ୱ ନେଇ ସହର ବାହାରୁ ସଫେଇ କର୍ମୀଙ୍କୁ ଆଣି ମଧ୍ୟ ସଫେଇ କାର୍ଯ୍ୟ ଚାଲୁ ରଖିଥିଲେ । ଫଳରେ ଉକ୍ତ ସମସ୍ତ ରାସ୍ତାରୁ ବାହାରୁ ଥିବା ବର୍ଜ୍ୟକୁ ସଂଗେ ସଂଗେ ଉଠାଇ ନିଆଯାଉଥିଲା । ତେଣୁ ସଫେଇ କର୍ମୀଙ୍କ ଆନ୍ଦୋଳନ ସତ୍ତ୍ୱେ ସଫେଇ କାର୍ଯ୍ୟରେ ଅବହେଳା ହେବାକୁ ଦିଆଯାଉନଥିଲା ।
ଆଜି ଆନ୍ଦୋଳନରତ କର୍ମଚାରୀଙ୍କ ପ୍ରତିନିଧିମାନଙ୍କ ସହ ଆଲୋଚନା ପରେ ମାନନୀୟା ମେୟର ରାଜ୍ୟ ସରକାରଙ୍କୁ ଏ ବାବଦରେ ଅବଗତ କରାଇ ପରିସ୍ଥିତି ପାଇଁ ସହଯୋଗ କାମନା କରିଛନ୍ତି ।