Fire breaks: ଆଜି ସକାଳେ ବିଏମ୍ସିର ସଫେଇ ଗାଡ଼ି ରାସ୍ତାରେ ଧୂଳି ସଫେଇ କରୁଥିଲା। ଡମଣା ଛକ ନିକଟରେ ହଠାତ୍ ଗାଡ଼ିରେ ନିଆଁ ଲାଗି ଯାଇଥିଲା। ଡ୍ରାଇଭର ଜାଣିପାରି ସେଠାରେ ଗାଡ଼ିଟିକୁ ଅଟକାଇଥିଲା। ପରେ ରାସ୍ତା ଉପରେ ଗାଡ଼ିଟି ହୁତୁ ହୁତୁ ହୋଇ ଜଳିଯାଇଥିଲା। ଏତେ ବଡ଼ ଅଘଟଣରେ ଡ୍ରାଇଭରର କିଛି ହୋଇ ନାହିଁ । ତେବେ ଗାଡ଼ିରେ କିପରି ନିଆଁ ଲାଗିଲା ତାର କାରଣ ଜଣାପଡ଼ିନାହିଁ। ସର୍ଟସର୍କିଟରୁ ନିଆଁ ଲାଗିଥବା ସନ୍ଦେହ କରାଯାଉଛି।
Trending Photos
ଭୁବନେଶ୍ଵର: ଜଳିଗଲା BMCର କ୍ଲିନିଂ ଗାଡ଼ି। ଭୁବନେଶ୍ବର ଚନ୍ଦ୍ରଶେଖରପୁର ଡମଣା ରାସ୍ତା ଉପରେ ଜଳିଗଲା ଗାଡ଼ି। ଧୂଳି ସଫା କରୁଥିବାବେଳେ ହଠାତ୍ ରାସ୍ତା ଉପରେ ଜଳିଯାଇଥିଲା ଗାଡ଼ି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଗାଡ଼ିରେ ନିଆଁ ଲାଗିବା ଫଳରେ ଦୀର୍ଘ ସମୟ ଧରି ଯାତାୟାତ ଠପ୍ ହୋଇଯାଇଥିଲା। ତେବେ ନିଆଁ କେମିତି ଲାଗିଲା କାରଣ ଅସ୍ପଷ୍ଟ ରହିଛି।
ଆଜି ସକାଳେ ବିଏମ୍ସିର ସଫେଇ ଗାଡ଼ି ରାସ୍ତାରେ ଧୂଳି ସଫେଇ କରୁଥିଲା। ଡମଣା ଛକ ନିକଟରେ ହଠାତ୍ ଗାଡ଼ିରେ ନିଆଁ ଲାଗି ଯାଇଥିଲା। ଡ୍ରାଇଭର ଜାଣିପାରି ସେଠାରେ ଗାଡ଼ିଟିକୁ ଅଟକାଇଥିଲା। ପରେ ରାସ୍ତା ଉପରେ ଗାଡ଼ିଟି ହୁତୁ ହୁତୁ ହୋଇ ଜଳିଯାଇଥିଲା। ଏତେ ବଡ଼ ଅଘଟଣରେ ଡ୍ରାଇଭରର କିଛି ହୋଇ ନାହିଁ । ତେବେ ଗାଡ଼ିରେ କିପରି ନିଆଁ ଲାଗିଲା ତାର କାରଣ ଜଣାପଡ଼ିନାହିଁ। ସର୍ଟସର୍କିଟରୁ ନିଆଁ ଲାଗିଥବା ସନ୍ଦେହ କରାଯାଉଛି।