Mid-Day Meal: ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର: ଏଣିକି ମଧ୍ୟାହ୍ନ ଭୋଜନରେ ମିଳିବ ଚିକେନ୍ ଓ ଫଳ, ରାଜ୍ୟ ସରକାର କଲେ ଘୋଷଣା
Advertisement

Mid-Day Meal: ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର: ଏଣିକି ମଧ୍ୟାହ୍ନ ଭୋଜନରେ ମିଳିବ ଚିକେନ୍ ଓ ଫଳ, ରାଜ୍ୟ ସରକାର କଲେ ଘୋଷଣା

Mid-Day Meal: ଏଥିପାଇଁ ରାଜ୍ୟର ମମତା ବାନାର୍ଜୀ ସରକାର ୩୭୧ କୋଟି ଟଙ୍କା ଆବଣ୍ଟନ କରିଛନ୍ତି । ବିଜ୍ଞପ୍ତି ଅନୁଯାୟୀ, ପିଏମ ପୋଷଣ ଅଧୀନରେ ଅତିରିକ୍ତ ପୁଷ୍ଟିକର ଖାଦ୍ୟ ପାଇଁ ଚାଉଳ, ଆଳୁ, ସୋୟାବିନ୍ ଏବଂ ଅଣ୍ଡା ବ୍ୟତୀତ ଚିକେନ ଓ ଋତୁକାଳୀନ ଫଳ ମଧ୍ୟାହ୍ନ ଭୋଜନ ମେନୁରେ ପରିବେଷଣ କରାଯିବ ।

Mid-Day Meal: ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର: ଏଣିକି ମଧ୍ୟାହ୍ନ ଭୋଜନରେ ମିଳିବ ଚିକେନ୍ ଓ ଫଳ, ରାଜ୍ୟ ସରକାର କଲେ ଘୋଷଣା

Mid-Day Meal: ଛାତ୍ରଛାତ୍ରୀ (Students) ଙ୍କୁ ମଧ୍ୟାହ୍ନ ଭୋଜନ (Mid Day Meal) ରେ ଚିକେନ (Chicken) ସହ ମିଳିବ ଫଳ (Fruits) । ଏପରି ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ସରକାର (West Bengal Government) । ଚଳିତ ବର୍ଷ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ସରକାର ଜାନୁଆରୀରୁ ଏପ୍ରିଲ ପର୍ଯ୍ୟନ୍ତ ମଧ୍ୟାହ୍ନ ଭୋଜନରେ ଚିକେନ୍ ଓ ଋତୁକାଳୀନ ଫଳ ସାମିଲ କରିବ । ଏଥିପାଇଁ ରାଜ୍ୟର ମମତା ବାନାର୍ଜୀ ସରକାର (Mamata Banerjee Govt) ୩୭୧ କୋଟି ଟଙ୍କା ଆବଣ୍ଟନ କରିଛନ୍ତି । ବିଜ୍ଞପ୍ତି ଅନୁଯାୟୀ, ପିଏମ ପୋଷଣ ଅଧୀନରେ ଅତିରିକ୍ତ ପୁଷ୍ଟିକର ଖାଦ୍ୟ ପାଇଁ ଚାଉଳ, ଆଳୁ, ସୋୟାବିନ୍ ଏବଂ ଅଣ୍ଡା ବ୍ୟତୀତ ଚିକେନ ଓ ଋତୁକାଳୀନ ଫଳ ମଧ୍ୟାହ୍ନ ଭୋଜନ ମେନୁରେ ପରିବେଷଣ କରାଯିବ ।

ସ୍କୁଲ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ, ଏପ୍ରିଲ ପରେ ଭୋଜନ (Mid Day Meal) ରେ ଚିକେନ୍ ଓ ଫଳ ସାମିଲ ହେବାର ସମ୍ଭାବନା ନାହିଁ । ବର୍ତ୍ତମାନ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନର ଏକ ଅଂଶ ଭାବରେ ଚାଉଳ, ଡାଲି, ପନିପରିବା, ସୋୟାବିନ୍ ଏବଂ ଅଣ୍ଡା ଛାତ୍ରଛାତ୍ରୀ ମାନଙ୍କୁ ଦିଆଯାଉଛି । ଜାନୁଆରୀ ୩ରେ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ପ୍ରତ୍ୟେକ ଛାତ୍ରଙ୍କୁ ଅତିରିକ୍ତ ପୁଷ୍ଟିକର ଖାଦ୍ୟ ଯୋଗାଇବା ପାଇଁ ସପ୍ତାହକୁ ୨୦ ଟଙ୍କା ଖର୍ଚ୍ଚ ହେବ । ଏହି ପ୍ରକ୍ରିୟା ୧୬ ସପ୍ତାହ ପର୍ଯ୍ୟନ୍ତ ଚାଲିବ । ରାଜ୍ୟ ଦ୍ୱାରା ସଞ୍ଚାଳିତ ତଥା ସହାୟକ ବିଦ୍ୟାଳୟରେ ୧.୧୬ କୋଟିରୁ ଅଧିକ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ଯୋଜନାରେ ହିତାଧିକାରୀ ଅଟନ୍ତି, ଯେଉଁଥି ପାଇଁ ରାଜ୍ୟ ଓ କେନ୍ଦ୍ର ଖର୍ଚ୍ଚ ୬୦:୪୦ ଅନୁପାତରେ ମିଳିତ ଖର୍ଚ୍ଚ କରୁଛନ୍ତି । ତେବେ ୩୭୧ କୋଟି ଟଙ୍କାର ଅତିରିକ୍ତ ଆବଣ୍ଟନ ସମ୍ପୂର୍ଣ୍ଣ ରୂପେ ରାଜ୍ୟ ଜାରି କରିଛି ।

ଅଧିକ ପଢ଼ନ୍ତୁ:- କେଏଲ ରାହୁଲ-ଆଥିଆ ଶେଟ୍ଟୀଙ୍କ ଏହି ବିଳାସପୂର୍ଣ୍ଣ ବଙ୍ଗଳାରେ ପଡ଼ିବ ହାତଗଣ୍ଠି, ବାହାଘର ଓ ରିସେପସନ୍ ସମ୍ବନ୍ଧୀୟ ଆସିଲା ପୂରା ଡିଟେଲ୍ସ

ଅଧିକ ପଢ଼ନ୍ତୁ:-ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି-20ରେ ପରାଜୟ ପାଇଁ ଏହି ଖେଳାଳିଙ୍କୁ ଦାୟୀ କଲେ ହାର୍ଦ୍ଦିକ ପାଣ୍ଡ୍ୟା!

ଅଧିକ ପଢ଼ନ୍ତୁ:-ରାଜ୍ୟର ଏହି ଜିଲ୍ଲାରୁ ପୁଣି ଚାକିରିରୁ ବିଦା ହେଲେ ୨୪ ଶିକ୍ଷକ, ଜାଣନ୍ତୁ ଏହାର କାରଣ

ଚାରିମାସ ଅବଧି ପରେ ରାଜ୍ୟ ସରକାର ଅଧିକ ପାଣ୍ଠି ଆବଣ୍ଟନ କରିବେ କି ବୋଲି ପଚରାଯିବାରୁ ସ୍କୁଲ ବିଭାଗର ଅଧିକାରୀ କହିଛନ୍ତି ଯେ, ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ । ସେ କହିଛନ୍ତି ଯେ, ତୁରନ୍ତ ପ୍ରଭାବ ସହିତ ପ୍ରତ୍ୟେକ ବ୍ଲକରେ ସପ୍ତାହର ବିଭିନ୍ନ ଦିନରେ ଚିକେନ୍ ଓ ଫଳ ପରିବେଷଣ କରାଯିବ । ଏଥି ସହିତ ମମତା ସରକାରଙ୍କ ଏହି ପଦକ୍ଷେପରୁ ରାଜନୈତିକ ବିବାଦ ମଧ୍ୟ ଆରମ୍ଭ ହୋଇଛି । ଯେଉଁଥିରେ ବିଜେପି ପ୍ରଶ୍ନ କରିଛି ଯେ ଚଳିତ ବର୍ଷ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ଓ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ କାହିଁକି ଏପରି ନିଷ୍ପତ୍ତି ନିଆଯାଇଛି । ଅନ୍ୟପଟେ ତୃଣମୂଳ କଂଗ୍ରେସ ବିରୋଧୀ ଉପରେ "ସବୁ କ୍ଷେତ୍ରରେ ରାଜନୀତି କରିବା"ର ଅଭିଯୋଗ କରିଛି ।