IND vs SL 2nd T20: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି-20ରେ ପରାଜୟ ପାଇଁ ଏହି ଖେଳାଳିଙ୍କୁ ଦାୟୀ କଲେ ହାର୍ଦ୍ଦିକ ପାଣ୍ଡ୍ୟା!
Advertisement

IND vs SL 2nd T20: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି-20ରେ ପରାଜୟ ପାଇଁ ଏହି ଖେଳାଳିଙ୍କୁ ଦାୟୀ କଲେ ହାର୍ଦ୍ଦିକ ପାଣ୍ଡ୍ୟା!

IND vs SL 2nd T20: ଭାରତୀୟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମ୍ୟାଚ୍ ପରେ ପରାଜୟର କାରଣ ବିଷୟରେ ଆଲୋଚନା କରିଥିଲେ । ସ୍ପଷ୍ଟ ନୁହେଁ, କିନ୍ତୁ ଇସାରା ଇସାରାରେ ଏହି ପରାଜୟ ପାଇଁ ସେ ଜଣେ ଖେଳାଳିଙ୍କୁ ଦାୟୀ କରିଛନ୍ତି । ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ଏହି ମ୍ୟାଚରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଦଳରେ ମଧ୍ୟ ପରିବର୍ତ୍ତନ କରିଥିଲେ । ଅର୍ଶଦୀପ ସିଂ ଦଳକୁ ଫେରିଥିଲେ, ରାହୁଲ ତ୍ରିପାଠୀ ଡେବ୍ୟୁ କରିଥିଲେ । 

IND vs SL 2nd T20: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି-20ରେ ପରାଜୟ ପାଇଁ ଏହି ଖେଳାଳିଙ୍କୁ ଦାୟୀ କଲେ ହାର୍ଦ୍ଦିକ ପାଣ୍ଡ୍ୟା!

Hardik Pandya On IND vs SL 2nd T20: ଶ୍ରୀଲଙ୍କା ବିପକ୍ଷ ସିରିଜର ଦ୍ୱିତୀୟ ଟି-20 ମ୍ୟାଚରେ ଭାରତୀୟ ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି । ୨୦୭ ରନ୍‌ର ଟାର୍ଗେଟକୁ ପିଛା କରି ଭାରତୀୟ ଦଳ ୧୯୦ ରନ ହିଁ କରିପାରିଥିଲା । ଗୁରୁବାର ପୁଣେର ଏମସିଏ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯାଇଥିଲା । ଭାରତୀୟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ମ୍ୟାଚ୍ ପରେ ପରାଜୟର କାରଣ ବିଷୟରେ ଆଲୋଚନା କରିଥିଲେ । ସ୍ପଷ୍ଟ ନୁହେଁ, କିନ୍ତୁ ଇସାରା ଇସାରାରେ ଏହି ପରାଜୟ ପାଇଁ ସେ ଜଣେ ଖେଳାଳିଙ୍କୁ ଦାୟୀ କରିଛନ୍ତି ।

ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) କହିଛନ୍ତି ଯେ, ଦଳକୁ ନିଜ ଭୁଲରୁ ଶିଖିବାକୁ ପଡ଼ିବ । ପୋଷ୍ଟ ମ୍ୟାଚ ପରେ ହାର୍ଦ୍ଦିକ ପାଣ୍ଡ୍ୟା କହିଛନ୍ତି ଯେ, "ବ୍ୟାଟିଂ ହେଉ କିମ୍ବା ବୋଲିଂ ହେଉ, ପାୱାରପ୍ଲେରେ ଆମକୁ ଅସୁବିଧା ହୋଇଛି । ଆମେ କିଛି ବେସିକ୍ ତ୍ରୁଟି କରିଛୁ । ଯାହା ଏହି ଅନ୍ତର୍ଜାତୀୟ ସ୍ତରରେ କରାଯାଇପାରିବ ନାହିଁ । ସମସ୍ତେ ଜାଣନ୍ତି ଆମେ କେଉଁ ଭୁଲ୍ କରିଛୁ, ଏହି ପରାଜୟରୁ ଆମେ ସେହି ଜିନିଷଗୁଡ଼ିକୁ ଠିକ୍ କରିବା ଯାହା ଆମ ନିୟନ୍ତ୍ରଣରେ ଅଛି । ଆପଣଙ୍କ ଭଲ ଦିନ ହେଉ କି ଖରାପ ଦିନ, କିନ୍ତୁ ଆପଣ ଆପଣଙ୍କର ବେସିକରୁ ମୁହଁ ଫେରାଇ ପାରିବେ ନାହିଁ ।"

ଭାରତୀୟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଅର୍ଶଦୀପ ସିଂ (Arshdeep Singh) ଙ୍କ ବିଷୟରେ କହିଛନ୍ତି । ଅର୍ଶଦୀପଙ୍କ ନୋ ବଲ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ, "ଏହି ପରିସ୍ଥିତିରେ ଅର୍ଶଦୀପଙ୍କ ପାଇଁ ଜିନିଷ ଏତେ ସହଜ ନୁହେଁ । ଏହି ସମୟ ଦାଙ୍କୁ ଦାୟୀ କରିବାର ନହେଁ । କିନ୍ତୁ ଆମେ ସମସ୍ତେ ଜାଣୁ ଯେ କୌଣସି ବି ଫର୍ମାଟରେ ନୋ ବଲ୍ ବଡ଼ ଭୁଲ ହୋଇଥାଏ । ରାହୁଲ ନମ୍ବର ୩ରେ ଖେଳିବାରେ ଅଭ୍ୟସ୍ତ, ଏବଂ ଯଦି କେହି ଦଳକୁ ଆସନ୍ତି, ତେବେ ଆମେ ତାଙ୍କୁ ସେହି ସ୍ଥିତିରେ ଖେଳାଇବାକୁ ଚେଷ୍ଟା କରୁ ଯେଉଁଠାରେ ସେ ଅତ୍ୟଧିକ ଆତ୍ମବିଶ୍ୱାସ ସହିତ ଖେଳିପାରିବେ । ସେଥିପାଇଁ ତାଙ୍କୁ ତିନି ନମ୍ବରରେ ଖେଳିବାକୁ ଦିଆଯାଇଥିଲା ।"

ମ୍ୟାଚରେ କ’ଣ ହେଲା?

ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ଏହି ମ୍ୟାଚରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଦଳରେ ମଧ୍ୟ ପରିବର୍ତ୍ତନ କରିଥିଲେ । ଅର୍ଶଦୀପ ସିଂ ଦଳକୁ ଫେରିଥିଲେ, ରାହୁଲ ତ୍ରିପାଠୀ ଡେବ୍ୟୁ କରିଥିଲେ । କିନ୍ତୁ ଆଜି ବୋଲିଂରେ ଭାରତୀୟ ବୋଲରଙ୍କ ଦିନ ନଥିଲା । ଅର୍ଶଦୀପ ସିଂ ଦୁଇ ଓଭରରେ ୩୮ ରନ୍ ଦେଇଥିଲେ । ପାଞ୍ଚଟି ନୋ ବଲ ପକାଇଥିଲେ । ଅନ୍ୟପକ୍ଷରେ, ଶେଷ ମ୍ୟାଚର ହିରୋ ଶିବମ ମାଭି ନିଜେ ଦ୍ୱିତୀୟ ମ୍ୟାଚରେ ଚାରି ଓଭରରେ ୫୩ ରନ୍ ଦେଇଥିଲେ । ଉମ୍ରାନ ମଲିକ ନିଶ୍ଚିତ ଭାବେ ତିନୋଟି ୱିକେଟ୍ ପାଇଛନ୍ତି । କିନ୍ତୁ ସେ ଚାରି ଓଭରରେ ୪୮ ରନ୍ ଦେଇଥିଲେ ।

ଅନ୍ୟପଟେ ଶ୍ରୀଲଙ୍କା ଅଧିନାୟକ ଦାସୁନ୍ ଶାନାକା ଶ୍ରୀଲଙ୍କା ଦଳ ପାଇଁ ଚମତ୍କାର ବ୍ୟାଟିଂ କରିଥିଲେ । ସେ ଶେଷ ପର୍ଯ୍ୟନ୍ତ ନ ଆଉଟ୍ ହୋଇ ଭାରତୀୟ ବୋଲିଂ ଆଟାକକୁ ଧ୍ୱସ୍ତ କରିଦେଇଥିଲେ । ଏବଂ ୨୨ ବଲରେ ୫୬ ରନର ଇନିଂସ ଖେଳିଥିଲେ । ତାଙ୍କ ବ୍ୟତୀତ କୁସଲ ମେଣ୍ଡିସ ମଧ୍ୟ୫୨ ରନର ଇଂନିସ ଖେଳିଥିଲେ । ଯାହା ସାହାଯ୍ୟରେ ଶ୍ରୀଲଙ୍କା ସ୍କୋରବୋର୍ଡରେ ୨୦୬ ରନ୍ ସ୍କୋର କରିଥିଲା ।​

ଅଧିକ ପଢ଼ନ୍ତୁ:-ରାଜ୍ୟର ଏହି ଜିଲ୍ଲାରୁ ପୁଣି ଚାକିରିରୁ ବିଦା ହେଲେ ୨୪ ଶିକ୍ଷକ, ଜାଣନ୍ତୁ ଏହାର କାରଣ

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆର ପରାଜୟର କାରଣ ପାଲଟିଲା ହାର୍ଦ୍ଦିକ-ଦ୍ରାବିଡଙ୍କ ଜିଦ୍! ଏହି ୨ଟି ଭୁଲ ନିଷ୍ପତ୍ତି ଯୋଗୁଁ ହାରିବାକୁ ପଡ଼ିଲା ମ୍ୟାଚ୍

ଅଧିକ ପଢ଼ନ୍ତୁ:-ଅର୍ଶଦୀପ, ମାଭି କିମ୍ବା ବ୍ୟାଟିଂ ନୁହେଁ...ହାର୍ଦ୍ଦିକ ପାଣ୍ଡ୍ୟା କହିଲେ, ଏହି କାରଣରୁ ଟିମ୍ ଇଣ୍ଡିଆ ହାରିଲା ମ୍ୟାଚ୍!

 

 

ଏହା ପରେ ଭାରତୀୟ ଦଳ ଏହି ଟାର୍ଗେଟକୁ ଗୋଡ଼ାଇବା ପାଇଁ ପଡ଼ିଆକୁ ଓହ୍ଲାଇଥିଲା । କିନ୍ତୁ  ଭାରତୀୟ ବ୍ୟାଟ୍ସମ୍ୟାନମାନେ ମଧ୍ୟ ଏହି ଟାର୍ଗେଟକୁ ପାର କରିପାରି ନଥିଲେ । ଦଳ ପାୱାରପ୍ଲେ ଭିତରେ ଚାରୋଟି ବଡ଼ ୱିକେଟ୍ ହରାଇଲା । ଇଶାନ କିଶନ ୨ ରନ, ଶୁଭମାନ ଗିଲ ୫ ରନ, ରାହୁଲ ତ୍ରିପାଠୀ ୫ ରନ, କ୍ୟାପଟେନ ହାର୍ଦ୍ଦିକ ପାଣ୍ଡ୍ୟା ୧୨ ରନ ।

୩୪/୪ ବ୍ୟାଟ୍ସମ୍ୟାନ ପ୍ୟାଭିଲିୟନକୁ ଫେରିବା ପରେ ଦୀପକ ହୁଡା ମଧ୍ୟ ଦଶମ ଓଭରରେ ୯ ରନ୍ ସ୍କୋର କରିବା ପରେ ୱିକେଟ୍ ହରାଥିଲେ । କିନ୍ତୁ ଏହି ପାଞ୍ଚଟି ୱିକେଟ୍ ପରେ ସୂର୍ଯ୍ୟକୁମାର ଯାଦବ ଓ ଅକ୍ସର ପଟେଲ କ୍ରିଜକୁ ଆସିଥିଲେ । ଏହି ଉଭୟ ବ୍ୟାଟ୍ସମ୍ୟାନ୍ ମାତ୍ର ୪୦ ବଲରେ ୯୧ ରନର ପାର୍ଟନରଶିପ୍ କରିଥିଲେ । ଦୁହେଁ ଏପରି ବ୍ୟାଟିଂ କରିଥିଲେ ଯେ ସମସ୍ତେ ଭାରତର ବିଜୟ ଦେଖିବା ଆରମ୍ଭ କରିଥିଲେ । କିନ୍ତୁ ତା’ପରେ ୧୬ ତମ ଓଭରରେ ସୂର୍ଯ୍ୟକୁମାର (୫୧ ରନ୍) ଓ ଶେଷ ଓଭରରେ ଅକ୍ସର ପଟେଲ (୬୫ ରନ୍) ଏବଂ ମାଭି (୨୬ ରନ୍) ଙ୍କ ୱିକେଟ୍ ଯିବା ପରେ ଭାରତର ଆଶା ଶେଷ ହୋଇଥିଲା । ଶେଷ ଓଭରରେ ଶ୍ରୀଲଙ୍କାର ଅଧିନାୟକ ଦାସୁନ୍ ଶାନାକା ମଧ୍ୟ ବୋଲିଂ କରି ଦୁଇଟି ୱିକେଟ୍ ନେଇଥିଲେ । ଏହା ଦୁଇ ଦଳ ମଧ୍ୟରେ ସବୁଠାରୁ ବଡ ପାର୍ଥକ୍ୟ ଥିଲା ।

Trending news