Top 10 News: RG କର ଘଟଣାରେ ସଞ୍ଜୟ ରାୟ ଦୋଷୀ ସାବ୍ୟସ୍ତ ଓ ଅନ୍ୟାନ୍ୟ ଅପଡେଟ୍
Advertisement
Article Detail0/zeeodisha/odisha2606627

Top 10 News: RG କର ଘଟଣାରେ ସଞ୍ଜୟ ରାୟ ଦୋଷୀ ସାବ୍ୟସ୍ତ ଓ ଅନ୍ୟାନ୍ୟ ଅପଡେଟ୍

Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ

Top 10 News: RG କର ଘଟଣାରେ ସଞ୍ଜୟ ରାୟ ଦୋଷୀ ସାବ୍ୟସ୍ତ ଓ ଅନ୍ୟାନ୍ୟ ଅପଡେଟ୍

Top 10 News Today

Headlines 01- ଆର୍ ଜି କର ମେଡିକାଲ୍ କଲେଜ ଏବଂ ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ମାମଲାରେ ସଞ୍ଜୟ ରାୟଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ସିଆଲଦା କୋର୍ଟ । ସୋମବାର ସଞ୍ଜୟଙ୍କୁ ଦଣ୍ଡ ଘୋଷଣା କରିବେ କୋର୍ଟ । ଅତିକମ୍ ରେ ଆଜୀବନ ସଜା ନଚେତ୍ ମୃତ୍ୟୁଦଣ୍ଡ ସମ୍ଭାବନା ରହିଛି ବୋଲି ଚର୍ଚ୍ଚା ହେଉଛି ।

Headlines 02- ଅର୍କକ୍ଷେତ୍ର କୋଣାର୍କ ବୁଲି ଦେଖିଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ଶନ୍ମୁଗରତ୍ନମ୍ । ରଘୁରାଜପୁର ଗାଁ ବୁଲିବା ପରେ ସେ କୋଣାର୍କରେ ପହଞ୍ଚିଥିଲେ । କୋଣାର୍କ ବ୍ୟାଖ୍ୟାନ କେନ୍ଦ୍ର ବୁଲିବା ସହ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଛନ୍ତି ।

Headlines 03- କର୍ଣ୍ଣାଟକର ବିଦରରେ ସଶସ୍ତ୍ର ଡକାୟତମାନେ ଜଣେ ସୁରକ୍ଷା କର୍ମୀଙ୍କୁ ଗୁଳି କରି ହତ୍ୟା କରିବା ସହ ୯୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଏହି ଟଙ୍କା ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ATMରେ ଭର୍ତ୍ତା କରିବାର ଥିଲା। ଜଣେ ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ମୃତକ ସୁରକ୍ଷାକର୍ମୀଙ୍କ ନାମ ଗିରି ଭେଙ୍କଟେଶ ।

Headlines 04- ରାସନ ସଂପର୍କରେ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଛନ୍ତି ଯେ, ରାଜ୍ୟରେ ପ୍ରାୟ ୪ ଲକ୍ଷ ଆୟକରଦାତା ମଧ୍ୟ ରାସନ ସାମଗ୍ରୀ ନେଉଥିଲେ । ଘଟଣାର ପ୍ରକୃତ ସତ୍ୟାସତ୍ୟ ଜାଣିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଛନ୍ତି ମନ୍ତ୍ରୀ ।

Headlines 05- ଡାଲମିଆ ସିମେଣ୍ଟ ପ୍ଲାଣ୍ଟ ଅଘଟଣ ପରେ ୩ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଜଣେ ମୃତକଙ୍କ ପରିଚୟ ମିଳିବା ପରେ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଜଣେ ମୃତ ଶ୍ରମିକଙ୍କ ନାମ ଦାଶରଥୀ ପାତ୍ର ବୋଲି ସୂଚନା ମିଳିଛି । କମ୍ପାନୀ ପକ୍ଷରୁ ମୃତ ଦାଶରଥୀଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା ହୋଇଛି । ପ୍ଲାଣ୍ଟ ପକ୍ଷରୁ ସହାୟତା ଘୋଷଣା ନେଇ ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି । ଗତ ୧୬ ତାରିଖ ସନ୍ଧ୍ୟାରେ କୋଇଲା ହପର୍ ଭୁଶୁଡ଼ି ଏହି ଅଘଟଣ ଘଟିଥିଲା । ଅନ୍ୟପଟେ, ଡାଲମିଆ ସିମେଣ୍ଟର କେପି ପାୱାର ପ୍ଲାଣ୍ଟ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବନ୍ଦ ପାଇଁ ଫ୍ୟାକ୍ଟ୍ରି ଆଣ୍ଡ୍ ବଏଲର୍ ଡେପୁଟି ଡାଇରେକ୍ଟର ନିର୍ଦ୍ଦେଶ ଦେଇଛନ୍ତି ।

Headlines 06- ଭୁବନେଶ୍ବର ବିମାନବନ୍ଦରରୁ ୭ କୋଟିର ମାରିଜୁଆନା ଜବତ ହୋଇଛି । ୭ କୋଟିର ମାରିଜୁଆନା ଜବତ କରିଛି କଷ୍ଟମ ଡିପାର୍ଟମେଣ୍ଟ । ବ୍ୟାକଂକରୁ ଭୁବନେଶ୍ବର ଆସିଥିବା ଜଣେ ଯାତ୍ରୀଙ୍କ ଠାରୁ ଏହା ଜବତ କରାଯାଇଛି । ୭ କେଜିର ମାରିଜୁଆନା ଜବତ ହୋଇଛି ଯାହାର ମୂଲ୍ୟ ୭ କୋଟି ଟଙ୍କା ହୋଇଥିବା କୁହାଯାଉଛି ।

Headlines 07- ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ ଚାଞ୍ଚଲ୍ୟକର ଖୁଲାସା ସାମ୍ନାକୁ ଆସିଛି । ନବ ଦାସଙ୍କ ଗାଡ଼ି ଉପରକୁ ହୋଇଥିଲା ୩ଟି ଗୁଳିମାଡ଼ ଏବଂ ନବଙ୍କ ଗାଡ଼ି ପଛରେ ଥିବା ସରକାରୀ ଗାଡିକୁ ହୋଇଥିଲା ୫ଟି ଗୁଳିମାଡ଼ । ଗୋଟିଏ ନୁହେଁ ଏକାଧିକ ବନ୍ଧୁକରୁ ହୋଇଥିଲା ଗୁଳିମାଡ଼ ବୋଲି କୁହାଯାଉଛି । ହତ୍ୟାକାଣ୍ଡରେ ଆଉ କିଏ ସଂପୃକ୍ତ ସେନେଇ ପ୍ରଶ୍ନ ଉଠିଛି । ରାଜ୍ୟ ଫରେନ୍‌ସିକ୍ ଲାବ୍ରୋଟୋରୀ ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ ।

Headlines 08- ମାଲକାନଗିରିରେ ଏକ ଘରୋଇ ହସ୍ପିଟାଲ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ବାପ ଏବଂ ଝିଅଙ୍କର ମୃତ ଘଟିଥିବା ସୂଚନା ମିଳିଛି । ମାଲକାନଗିରିରୁ ବିଶାଖାପାଟଣା ଯାଉଥିବା ସମୟରେ ଟ୍ରକ୍‌ ସହ ଧକ୍କା ହୋଇଥିଲା ବସ୍ । ସ୍ତ୍ରୀଙ୍କ ଚିକିତ୍ସା ପାଇଁ ସ୍ବାମୀ ଓ ଅଢ଼େଇ ବର୍ଷର ଝିଅ ସାଙ୍ଗରେ ଯାଉଥିଲେ । ମୃତ ବାପା ଝିଅ ଏମ୍‌ଭି ୫୫ ଗାଁର ହୋଇଥିବା ସୂଚନା ମିଳିଛି । ରୋଗୀ ଓ ସମ୍ପର୍କୀୟଙ୍କ ସହ ପ୍ରାୟ ୩୦ ଜଣଙ୍କୁ ନେଇ ବିଶାଖାପାଟଣା ଯାଉଥିଲା ବସ୍ ।

Headlines 09- ଆସନ୍ତା ମାସରେ ପାକିସ୍ତାନରେ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ୧୯ ଫେବ୍ରୁଆରୀରୁ ଆରମ୍ଭ ହେବାକୁ ଯାଉଥିବା ଏହି ଟୁର୍ଣ୍ଣାମେଣ୍ଟ ପାଇଁ, ବିସିସିଆଇ ରୋହିତ ଶର୍ମାଙ୍କୁ ଦଳର ଅଧିନାୟକ ନିଯୁକ୍ତ କରିଛି, ଯାହାଙ୍କ ନେତୃତ୍ୱରେ ଦଳ ଗତ ବର୍ଷ ଟି-୨୦ ବିଶ୍ୱକପ୍ ଚମ୍ପିଆନ ହୋଇଥିଲା। ଭାରତ ଫେବ୍ରୁଆରୀ ୨୦ ରେ ବାଂଲାଦେଶ ବିପକ୍ଷରେ ଟୁର୍ଣ୍ଣାମେଣ୍ଟରେ ନିଜର ଅଭିଯାନ ଆରମ୍ଭ କରିବ।

Headlines 10- ଆଇଏମଡି ର ସୂଚନା ଅନୁଯାୟୀ, ଜାନୁଆରୀ ୧୮ ରୁ ଉତ୍ତର ପଶ୍ଚିମ ଭାରତରେ ଏକ ନୂତନ ପଶ୍ଚିମାବାୟୁ ପ୍ରଭାବିତ ହେବାର ସମ୍ଭାବନା ଅଛି ଏବଂ ଜାନୁଆରୀ ୨୨ ରୁ ଆଉ ଏକ ପଶ୍ଚିମାବାୟୁ ସକ୍ରିୟ ହେବ । ଏହାର ପ୍ରଭାବରେ ପଶ୍ଚିମ ହିମାଳୟ ଅଞ୍ଚଳରେ ଆଜିଠାରୁ ଜାନୁଆରୀ ୨୨ ତାରିଖ ପର୍ଯ୍ୟନ୍ତ ତୁଷାରପାତ ଓ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଜାନୁଆରୀ ୨୧ ଓ ୨୨ ତାରିଖରେ ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼ ଓ ରାଜସ୍ଥାନରେ ପାଗ ମେଘୁଆ ରହିବ।

Also Read- Shani dev Upay: ଶନିବାର ଦିନ କରନ୍ତୁ ଏହି ଉପଚାର, ଶନି ମହାଦଶାରୁ ମିଳିବ ମୁକ୍ତି !

Also Read- Lucky Zodiac Sign: ୧୮ ଜାନୁଆରୀରେ ଶଶା ଯୋଗର ଶୁଭ ସମକକ୍ଷ, ୫ରାଶିର ଭାଗ୍ୟ ଉଜ୍ୱଳ