Shani dev Upay: ଜ୍ୟୋତିଷ ଶାସ୍ତ୍ରରେ ଶନି ଦେବଙ୍କୁ ନ୍ୟାୟ ଏବଂ କର୍ମର ଦେବତା ଭାବେ ବିବେଚନା କରାଯାଇଛି। ଯଦି ଆପଣ ଋଣ, ଚାକିରି କିମ୍ବା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଇ ଗତି କରୁଛନ୍ତି ତେବେ ଶନିବାର ଦିନ ବିଶେଷ ଉପଚାର କରିବା ଦ୍ୱାରା ଆପଣ ଉକ୍ତ ସମସ୍ୟାରୁ ମୁକ୍ତି ପାଇପାରିବେ ।
ଶନିବାର ଦିନ ତେଲ ଦାନ କରିବା ଶୁଭ ବୋଲି ବିବେଚନା କରାଯାଏ। ତେଣୁ, ଶନିବାର ଦିନ, ଏକ ପାତ୍ରରେ ସୋରିଷ ତେଲ ନେଇ କୌଣସି ଅଭାବୀ ବ୍ୟକ୍ତିଙ୍କୁ ଦାନ କରନ୍ତୁ। ଏହା କରିବା ଦ୍ୱାରା ଶନି ଦୋଷରୁ ମୁକ୍ତି ମିଳିଥାଏ।
ଯଦି କେହି ଚାକିରି ଏବଂ ବ୍ୟବସାୟରେ ସମସ୍ୟା ଭୋଗୁଛନ୍ତି ଏଥିସହ ଆର୍ଥିକ ସମସ୍ୟା ରହିଛି ତେବେ ଶନିବାର ସନ୍ଧ୍ୟାରେ ଅଶ୍ୱସ୍ଥ ଗଛ ତଳେ ସୋରିଷ ତେଲର ନଅଟି ଦୀପ ଜଳାନ୍ତୁ। ଏହା ପରେ ଗଛ ଚାରିପଟେ ପରିକ୍ରମା କରନ୍ତୁ । ଏହାଦ୍ୱାରା ଆପଣଙ୍କୁ ଲାଭ ମିଳିବ।
ଶନିବାର ଦିନ ଗାଈକୁ ବିରି ଡାଲି ଖୁଆଇବା ବହୁତ ଭଲ ବୋଲି ବିବେଚନା କରାଯାଏ। ଏହା ବ୍ୟତୀତ, ନିଜ କ୍ଷମତା ଅନୁସାରେ କିଛି ଜିନିଷ ଗରିବ ଲୋକଙ୍କୁ ଦାନ କରଲେ ଶନିଦେବ ଆପଣଙ୍କ ଉପରେ ପ୍ରସନ୍ନ ହେବେ । ଜୀବନରେ ସୁଖ ଏବଂ ଶାନ୍ତି ଆସିବ।
ଶନିବାର ସକାଳ ତଥା ବ୍ରହ୍ମ ମୁହୂର୍ତ୍ତରେ ଅଶ୍ୱସ୍ଥ ଗଛରେ ଜଳ ଅର୍ପଣ କରି ସେଠାରେ ବସି 'ଓଁ ଶମ୍ ଶନୈଶ୍ଚରାୟ ନମଃ' ମନ୍ତ୍ର ଜପ କରିବା ଅତ୍ୟନ୍ତ ଫଳପ୍ରଦ ହୋଇଥାଏ । ଏହା କରିବା ଦ୍ୱାରା ଶନି ଦେବ ପ୍ରସନ୍ନ ହୁଅନ୍ତି।
ଯଦି କୌଣସି ବ୍ୟକ୍ତି ଋଣ ପରିଷୋଧ କରିପାରୁ ନାହାନ୍ତି ତେବେ ଶନିବାର ଦିନ କଳା ଗାଈକୁ ବୁନ୍ଦି ଲଡୁ ଖୁଆଇବା ଆବଶ୍ୟକ। ଏହି ସମାଧାନ ଦ୍ୱାରା ଆପଣଙ୍କୁ ଶନିଦେବ ଆଶୀର୍ବାଦ କରିବେ ଏବଂ ଶୀଘ୍ର ଋଣ ଭାରରୁ ମୁକ୍ତି ପାଇବାରେ ସାହାଯ୍ୟ କରିବ ।
ଶନିବାର ଦିନ ଶନିଯନ୍ତ୍ର ପୂଜା କରିବା ବହୁତ ଭଲ ବୋଲି ଜ୍ୟୋତିଷ ଶାସ୍ତ୍ରରେ ବିବେଚନା କରାଯାଏ। ଏହା କରିବା ଦ୍ୱାରା ଆପଣ ଶନିଦେବଙ୍କ ଆଶୀର୍ବାଦ ପାଇବା ସହ ଜୀବନରେ ଥିବା ଅନେକ ସମସ୍ୟା ସମାଧାନ ହୋଇଯିବ ।
ଶନିବାର ଦିନ ଅନେକ କଳା ଜିନିଷ ଦାନ କରିବା ଦ୍ୱାରା ଶୁଭଫଳ ପାଇପାରିବେ । କଳା ବିରି, ତେଲ, ଗୁଡ଼, କଳା ପୋଷାକ କିମ୍ବା ଲୁହାରେ ତିଆରି ଯେକୌଣସି ଜିନିଷ ଦାନ କରିବା ଦ୍ୱାରା ଶନିଦେବ ପ୍ରସନ୍ନ ହୁଅନ୍ତି।
Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷଙ୍କ ମତକୁ ଆଧାର କରି ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।
ट्रेन्डिंग फोटोज़