KL Rahul-Athiya Shetty Wedding: କେଏଲ ରାହୁଲ-ଆଥିଆ ଶେଟ୍ଟୀଙ୍କ ଏହି ବିଳାସପୂର୍ଣ୍ଣ ବଙ୍ଗଳାରେ ପଡ଼ିବ ହାତଗଣ୍ଠି, ବାହାଘର ଓ ରିସେପସନ୍ ସମ୍ବନ୍ଧୀୟ ଆସିଲା ପୂରା ଡିଟେଲ୍ସ
Advertisement

KL Rahul-Athiya Shetty Wedding: କେଏଲ ରାହୁଲ-ଆଥିଆ ଶେଟ୍ଟୀଙ୍କ ଏହି ବିଳାସପୂର୍ଣ୍ଣ ବଙ୍ଗଳାରେ ପଡ଼ିବ ହାତଗଣ୍ଠି, ବାହାଘର ଓ ରିସେପସନ୍ ସମ୍ବନ୍ଧୀୟ ଆସିଲା ପୂରା ଡିଟେଲ୍ସ

KL Rahul-Athiya Shetty Wedding: ନିକଟ ଅତୀତରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, କେଏଲ୍ ରାହୁଲ ଓ ଆଥିଆ ଶେଟ୍ଟିଙ୍କ ବାହାଘର ପାଇଁ ସମସ୍ତ ପ୍ରସ୍ତୁତି ହୋଇସାରିଛି । ଉଭୟଙ୍କ ବିବାହ ସ୍ଥାନ ମଧ୍ୟ ସ୍ଥିର କରାଯାଇଛି । କେଏଲ୍ ରାହୁଲ ଓ ଆଥିଆ ଶେଟ୍ଟି ମୁମ୍ବାଇ ନିକଟ ଖଣ୍ଡାଲାରୁ ସେମାନଙ୍କର ନୂତନ ଜୀବନ ଆରମ୍ଭ କରିବେ । ଖଣ୍ଡାଲାରେ ଏହି କପଲଙ୍କ ବାହାଘରରେ କେବଳ ନିକଟ ସମ୍ପର୍କୀୟ ଓ ଘନିଷ୍ଠ ବନ୍ଧୁମାନେ ଯୋଗଦେବେ ।

KL Rahul-Athiya Shetty Wedding: କେଏଲ ରାହୁଲ-ଆଥିଆ ଶେଟ୍ଟୀଙ୍କ ଏହି ବିଳାସପୂର୍ଣ୍ଣ ବଙ୍ଗଳାରେ ପଡ଼ିବ ହାତଗଣ୍ଠି, ବାହାଘର ଓ ରିସେପସନ୍ ସମ୍ବନ୍ଧୀୟ ଆସିଲା ପୂରା ଡିଟେଲ୍ସ

KL Rahul and Athiya Shetty Wedding: ଭାରତୀୟ କ୍ରିକେଟର  କେଏଲ୍ ରାହୁଲ (KL Rahul) ଓ ବଲିଉଡ ଅଭିନେତ୍ରୀ ଆଥିଆ ଶେଟ୍ଟୀ (Athiya Shetty) ଙ୍କ ଖୁବ୍ ଶୀଘ୍ର ହାତଗଣ୍ଠି ପଡ଼ିବାକୁ ଯାଉଛି । ବଲିଉଡରେ ସୁନୀଲ ଶେଟ୍ଟୀଙ୍କ ଝିଅ (Suniel Shetty Daughter) ତଥା ଅଭିନେତ୍ରୀ ଆଥିଆ ଶେଟ୍ଟୀଙ୍କ ବିବାହ (Athiya Shetty Marriage) ଗସିପ୍ ଦୀର୍ଘ ଦିନ ଧରି ଚାଲିଆସୁଛି । ନିକଟ ଅତୀତରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, କେଏଲ୍ ରାହୁଲ ଓ ଆଥିଆ ଶେଟ୍ଟୀଙ୍କ ବାହାଘର (KL Rahul Athiya Marriage) ପାଇଁ ସମସ୍ତ ପ୍ରସ୍ତୁତି ହୋଇସାରିଛି । ଉଭୟଙ୍କ ବିବାହ ସ୍ଥାନ ମଧ୍ୟ ସ୍ଥିର କରାଯାଇଛି । କେଏଲ୍ ରାହୁଲ ଓ ଆଥିଆ ଶେଟ୍ଟୀ ମୁମ୍ବାଇ ନିକଟ ଖଣ୍ଡାଲାରୁ ସେମାନଙ୍କର ନୂତନ ଜୀବନ ଆରମ୍ଭ କରିବେ । ଖଣ୍ଡାଲାରେ ଏହି କପଲଙ୍କ ବାହାଘରରେ କେବଳ ନିକଟ ସମ୍ପର୍କୀୟ ଓ ଘନିଷ୍ଠ ବନ୍ଧୁମାନେ  (KL Rahul Athiya Wedding Venue) ଯୋଗଦେବେ ।

ଖବର ଅନୁଯାୟୀ, ବଲିଉଡ ଷ୍ଟାର୍ ସୁନୀଲ ଶେଟ୍ଟୀ (Sunil Shetty) ଙ୍କ ଖଣ୍ଡାଲାରେ ସ୍ଥିତ ବିଳାସପୂର୍ଣ୍ଣ ବଙ୍ଗଳାରେ ତାଙ୍କ ଝିଅ ଆଥିଆ ଶେଟ୍ଟୀ (Athiya Shetty) ଙ୍କ ବାହାଘର ହେବ । ବାହାଘର କାର୍ଯ୍ୟ ଅତ୍ୟନ୍ତ ଆକର୍ଷଣୀୟ ଓ ଗ୍ରାଣ୍ଡ  ହେବାକୁ ଯାଉଛି, କିନ୍ତୁ ଏହାକୁ ପ୍ରାଇଭେଟ ରଖାଯିବ । ଯେଉଁଥିରେ ଶେଟ୍ଟୀ ପରିବାର ଓ କେଏଲ ରାହୁଲ (KL Rahul) ଙ୍କ ପରିବାରର ଘନିଷ୍ଠ ବନ୍ଧୁ ଏଥିରେ ସାମିଲ ହେବେ ।

ଅଧିକ ପଢ଼ନ୍ତୁ:-ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି-20ରେ ପରାଜୟ ପାଇଁ ଏହି ଖେଳାଳିଙ୍କୁ ଦାୟୀ କଲେ ହାର୍ଦ୍ଦିକ ପାଣ୍ଡ୍ୟା!

ଅଧିକ ପଢ଼ନ୍ତୁ:-ରାଜ୍ୟର ଏହି ଜିଲ୍ଲାରୁ ପୁଣି ଚାକିରିରୁ ବିଦା ହେଲେ ୨୪ ଶିକ୍ଷକ, ଜାଣନ୍ତୁ ଏହାର କାରଣ

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆର ପରାଜୟର କାରଣ ପାଲଟିଲା ହାର୍ଦ୍ଦିକ-ଦ୍ରାବିଡଙ୍କ ଜିଦ୍! ଏହି ୨ଟି ଭୁଲ ନିଷ୍ପତ୍ତି ଯୋଗୁଁ ହାରିବାକୁ ପଡ଼ିଲା ମ୍ୟାଚ୍

ସାମ୍ନାକୁ ଆସିଥିବା ରିପୋର୍ଟ ଅନୁଯାୟୀ, କେ.ଏଲ୍ ରାହୁଲ ଓ ଆଥିଆ ଶେଟ୍ଟୀ (KL Rahul Athiya Marriage Date) ଙ୍କ ଜାନୁଆରୀ ୨୦ରେ ହାତଗଣ୍ଠି ପଡ଼ିପାରେ । ତେବେ ଏହି କପଲଙ୍କ ବାହାଘରକୁ ନେଇ କୌଣସି ନୂଆ ତାରିଖ ସାମ୍ନାକୁ ଆସି ନାହିଁ । ଆମେ ଆପଣଙ୍କୁ କହି ରଖୁଛୁ ଯେ, ଜାନୁଆରୀ ୨୦ ତାରିଖକୁ କେହି ଆନୁଷ୍ଠାନିକ ଭାବେ ନିଶ୍ଚିତ କରିନାହାଁନ୍ତି । ସୋସିଆଲ ମିଡିଆରେ ଚାଲିଥିବା ଆଲୋଚନା ଅନୁଯାୟୀ ବାହାଘର ପରେ ମୁମ୍ବାଇରେ ଏକ ରିସେପ୍ସନ୍ ଯୋଜନା କରାଯାଇଛି । ଯେଉଁଥିରେ ବଲିଉଡର ସେଲିବ୍ରେଟ ତଥା ଷ୍ଟାର କ୍ରିକେଟରଙ୍କୁ ମଧ୍ୟ ନିମନ୍ତ୍ରଣ କରାଯିବ । ଏଠାରେ ସ୍ପଷ୍ଟ କରି ରଖୁଛୁ ଯେ, ସୁନୀଲ ଶେଟ୍ଟୀ  (Suniel Shetty) ଙ୍କ ପରିବାର କିମ୍ବା କ୍ରିକେଟର କେଏଲ ରାହୁଲ (KL Rahul) ଙ୍କ ପରିବାରରୁ କୌଣସି ସୂଚନା ସାମ୍ନାକୁ ଆସି ନାହିଁ ।

Trending news