Video: ପ୍ରଥମେ ଧକ୍କା ଦେଲେ, ଏହାପରେ ଅଶ୍ଳୀଳ ଇଙ୍ଗିତ କଲେ ଓ ପରେ କାର ବନେଟରେ ୧ କିମି ପର୍ଯ୍ୟନ୍ତ ଘୋଷାଡ଼ିଲେ ମହିଳା
Advertisement

Video: ପ୍ରଥମେ ଧକ୍କା ଦେଲେ, ଏହାପରେ ଅଶ୍ଳୀଳ ଇଙ୍ଗିତ କଲେ ଓ ପରେ କାର ବନେଟରେ ୧ କିମି ପର୍ଯ୍ୟନ୍ତ ଘୋଷାଡ଼ିଲେ ମହିଳା

Road rage in Bengaluru: ବାଙ୍ଗାଲୋରରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ବାସ୍ତବରେ ସାମାନ୍ୟ ବିବାଦ ପରେ ମହିଳା ଜଣକ କାରରେ ଜଣେ ପୁରୁଷଙ୍କୁ ଧକ୍କା ଦେଇଥିଲେ । ଏହାପରେ ତାଙ୍କୁ ୧ କିମି ପାଇଁ ବୋନେଟ ଉପରେ ଘୋଷାଡ଼ି ନେଇଥିଲେ । ବର୍ତ୍ତମାନ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସୌ: ସୋସିଆଲ ମିଡିଆ

Bangalore Road rage: ବେଙ୍ଗାଲୁରୁରେ ସାମାନ୍ୟ ଯୁକ୍ତିତର୍କ ପରେ ଜଣେ ମହିଳା ତାଙ୍କ କାରରେ ଜଣେ ପୁରୁଷଙ୍କୁ ଧକ୍କା ଦେଇଥିଲେ । ତା’ପରେ ବନେଟରେ ପ୍ରାୟ ୧ କିଲୋମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲେ । କୁହାଯାଉଛି ଯେ ଉଭୟ କାର ପରସ୍ପର ସହ ମୁହାଁମୁହିଁ ହୋଇଥିଲେ । ଏହା ପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ବର୍ତ୍ତମାନ ଏହି ପୂରା ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଯୁବକ ଜଣକ ବନେଟରେ ଝୁଲୁଛନ୍ତି ଓ ମହିଳା ଜଣକ ତାଙ୍କୁ କାର ଚଳାଇ ଘୋଷାଡ଼ି ନେଉଛନ୍ତି ।

ପୋଲିସ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ମହିଳା ଜଣକ ପ୍ରିୟଙ୍କା ଓ ଯୁବକଙ୍କ ନାମ ଦର୍ଶନ ବୋଲି କୁହାଯାଉଛି । ଉଭୟ କାର ପରସ୍ପର ସହ ମୁହାଁମୁହିଁ ହୋଇଥିଲେ ପରେ ବିବାଦ ଲାଗି ରହିଥିଲା । କୁହାଯାଉଛି ଯେ ଧକ୍କା ହେବା ପରେ ମହିଳା ଜଣକ ଘଟଣାସ୍ଥଳରୁ ଖସି ପଳାଇବାକୁ ଚେଷ୍ଟା କରୁଥିଲେ । ଯୁବକ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ତା’ପରେ ମହିଳା ଜଣକ ତାଙ୍କ କାରରେ ତାଙ୍କୁ ଧକ୍କା ଦେଇ ବନେଟରେ ଘୋଷାଡ଼ି ନେଇଥିଲେ । 

ଡେପୁଟି କମିଶନର ଅଫ୍ ଟ୍ରାଫିକ୍ ୱେଷ୍ଟ୍ କହିଛନ୍ତି, 'ପ୍ରିୟଙ୍କା ଦର୍ଶନଙ୍କ କାରକୁ ଧକ୍କା ଦେଇଥିଲା, ଏହା ପରେ ଦର୍ଶନ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ, ଏହି ସମୟରେ ମହିଲ ତାଙ୍କୁ ଏକ ଅଶ୍ଳୀଳ ଇଙ୍ଗିତ କରି ଖସିଯିବାକୁ ଚେଷ୍ଟା କରିଥିଲେ । ଯେତେବେଳେ ଦର୍ଶନ ତାଙ୍କୁ କାରରୁ ବାହାରକୁ ଆସିବାକୁ କହିଥିଲେ, ସେ ସମ୍ପୂର୍ଣ୍ଣ ଭାବେ ମନା କରିଦେଇଥିଲେ ଓ ମହିଳା ଜଣକ କାର ଚଳାଇବାକୁ ଲାଗିଲେ । ନିଜକୁ ବଞ୍ଚାଇବା ପାଇଁ ଦର୍ଶନ ତାଙ୍କ ବନେଟ ଉପରେ ଚଢ଼ିଯାଇଥିଲେ, ଏପରିକି ପ୍ରିୟଙ୍କା ଅଟକି ନ ଯାଇ ପ୍ରାୟ ଏକ କିଲୋମିଟର ପର୍ଯ୍ୟନ୍ତ ଗାଡି ଚଳାଇଥିଲେ ।

ଡିସିପି ଆହୁରି କହିଛନ୍ତି, 'ଯେତେବେଳେ ପ୍ରିୟଙ୍କା କାରକୁ ଅଟକାଇଥିଲେ, ଦର୍ଶନ ଓ ତାଙ୍କ ସାଙ୍ଗମାନେ ତାଙ୍କ କାରର କିଛି ଅଂଶ ଭାଙ୍ଗିଥିଲେ।  ଉଭୟ ପକ୍ଷରୁ ପରସ୍ପର ବିରୋଧରେ ଏଫ୍ଆଇଆର୍ ପଞ୍ଜୀକୃତ ହୋଇଛି । ଉଭୟ ପକ୍ଷର ଅଭିଯୋଗ ପରେ ପୋଲିସ ପ୍ରିୟଙ୍କାଙ୍କ ବିରୋଧରେ ଧାରା ୩୦୭ ଅନୁଯାୟୀ ମାମଲା ରୁଜୁ କରିଥିବାବେଳେ ଦାର୍ଶନ ଓ ତାଙ୍କ ସାଙ୍ଗମାନଙ୍କ ବିରୋଧରେ ଧାରା ୩୫୪ ଅନୁଯାୟୀ ମାମଲା ରୁଜୁ ହୋଇଛି ।

ଏହା ବି ପଢନ୍ତୁ: Rishi Sunak: ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ମିଳିବ ସଜ୍ଜା, ଏହି ମାମଲାରେ ତଦନ୍ତ କରୁଛି ପୋଲିସ୍

ଏହା ବି ପଢନ୍ତୁ: Google Layoffs: ସାରା ବିଶ୍ୱରେ ୧୨,୦୦୦ କର୍ମଚାରୀଙ୍କୁ ଛଟେଇ କରିବ ଗୁଗୁଲର ପ୍ୟାରେଣ୍ଟ୍ କମ୍ପାନୀ ଆଲଫାବେଟ୍

ଏହା ବି ପଢନ୍ତୁ: Shubman Gill: ଶୁବମନ ଗିଲଙ୍କ ଦ୍ୱିଶତକ ପରେ ଭାଇରାଲ ହେଉଛି ରୋହିତ ଶର୍ମାଙ୍କର ଅଢ଼େଇ ବର୍ଷର ପୁରୁଣା ଟ୍ୱିଟ୍, ଜାଣନ୍ତୁ ମାମଲା