କଂଗ୍ରେସକୁ ଝଟକା, ଇସ୍ତଫା ଦେଲେ ଅରବିନ୍ଦର ସିଂହ ଲଭଲି
Advertisement
Article Detail0/zeeodisha/odisha2225610

କଂଗ୍ରେସକୁ ଝଟକା, ଇସ୍ତଫା ଦେଲେ ଅରବିନ୍ଦର ସିଂହ ଲଭଲି

ଦିଲ୍ଲୀର କଂଗ୍ରେସ ମୁଖ୍ୟ ଅରବିନ୍ଦର ସିଂହ ଲଭଲି ଆଜି ନିଜ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । ଦଳର ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେଙ୍କ ନିକଟକୁ ସେ ଇସ୍ତଫାପତ୍ର ପଠାଇଥିବା ସୂଚନା ମିଳିଛି । ଅରବିନ୍ଦର ଏହା କହିଛନ୍ତି ଯେ, ଦଳର ସାଧାରଣ ସମ୍ପାଦକ ଦାୟିତ୍ୱରେ କାର୍ଯ୍ୟ କରୁଥିବା ଦୀପକ ବାବରିଆ ବାରମ୍ୱାର ତାଙ୍କ କାମରେ ହସ୍ତକ୍ଷେପ କରୁଛନ୍ତି । ତେଣୁ ସେ ବାଧ୍ୟ ହୋଇ ଇସ୍ତଫା ଦେବାକୁ ନିଷ୍ପତି ନେଇଥିଲେ ।

କଂଗ୍ରେସକୁ ଝଟକା, ଇସ୍ତଫା ଦେଲେ ଅରବିନ୍ଦର ସିଂହ ଲଭଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର କଂଗ୍ରେସ ମୁଖ୍ୟ ଅରବିନ୍ଦର ସିଂହ ଲଭଲି ଆଜି ନିଜ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । ଦଳର ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେଙ୍କ ନିକଟକୁ ସେ ଇସ୍ତଫାପତ୍ର ପଠାଇଥିବା ସୂଚନା ମିଳିଛି । ଅରବିନ୍ଦର ଏହା କହିଛନ୍ତି ଯେ, ଦଳର ସାଧାରଣ ସମ୍ପାଦକ ଦାୟିତ୍ୱରେ କାର୍ଯ୍ୟ କରୁଥିବା ଦୀପକ ବାବରିଆ ବାରମ୍ୱାର ତାଙ୍କ କାମରେ ହସ୍ତକ୍ଷେପ କରୁଛନ୍ତି । ତେଣୁ ସେ ବାଧ୍ୟ ହୋଇ ଇସ୍ତଫା ଦେବାକୁ ନିଷ୍ପତି ନେଇଥିଲେ ।

ଅରବିନ୍ଦର ଏହା ମଧ୍ୟ କହିଛନ୍ତି ଯେ, ମୁଁ ଏବେ ପଙ୍ଗୁ ଭଳି ଅନୁଭବ କରୁଛି କାରଣ ଆଗକୁ ଦିଲ୍ଲୀ ଅଧ୍ୟକ୍ଷ ଭାବେ ଦାୟିତ୍ୱ ସମ୍ପାଦନ କରିବାରେ ମୁଁ ନିଜକୁ ଅସମର୍ଥ ମନେ କରୁଛି । ଏଥିସହ ଆଉ ଏକ ସାଂଘାତିକ କଥା କହିଛନ୍ତି ଅରବିନ୍ଦର । ସେ କହିଛନ୍ତି ଯେ, କଂଗ୍ରେସ ଉପରେ ସ୍ୱର ଉଠାଇ ଆମ ଆଦମୀ ପାର୍ଟି ଗଠନ ହୋଇଥିଲା ତେବେ ପୁଣି କଂଗ୍ରେସ ସହ କିପରି ମେଣ୍ଟ ହେଉଛି । ଦିଲ୍ଲୀରେ କଂଗ୍ରେସ ଆପ୍ ସହିତ ମେଣ୍ଟ କରିବାକୁ ନିଷ୍ପତ୍ତି ନେଇଛି ବୋଲି ସେ ଅଭିଯୋଗ ଆଣିଛନ୍ତି ।

Also Read- Accident News: ଯାତ୍ରୀବାହୀ ବସ୍ ସହ ଟ୍ରକ ଧକ୍କା, ୨ ଜଣଙ୍କ ମୃତ୍ୟୁ

Also Read- Akshaya Tritiya 2024: ଅକ୍ଷୟ ତୃତୀୟାରେ ସୁନା ଓ ରୂପା ସହ କିଣନ୍ତୁ ଏହି ଜିନିଷ, ମିଳିବ ଆଶୀର୍ବାଦ