Advertisement
Photo Details/zeeodisha/odisha2223822
photoDetails0hindi

Electronic Voting Machine: କିପରି କାମ କରିଥାଏ ଇଭିଏମ? କେତେ ଦିନ ପର୍ଯ୍ୟନ୍ତ ସୁରକ୍ଷିତ ରହିଥାଏ ନିର୍ବାଚନ ଫଳାଫଳ?

how do the evm is worked: ଆମ ଦେଶରେ ଇଭିଏମ୍ ମାଧ୍ୟମରେ ନିର୍ବାଚନ ଲାଗି ଭୋଟ ଗ୍ରହଣ ହୋଇଥାଏ। ଅନେକ ନିର୍ବାଚନରେ ଏହାର ବିଶ୍ୱସନୀୟତା ଉପରେ ବିଭିନ୍ନ ପ୍ରକାରର ପ୍ରଶ୍ନ ମଧ୍ୟ ଉଠିସାରିଛି। କ'ଣ ଆପଣ ଜାଣିଛନ୍ତି  ଇଭିଏମ୍ ମାଧ୍ୟମରେ ହେଉଥିବା ଭୋଟିଂ କେତେ ଦିନ ସୁରକ୍ଷିତ ରହିଥାଏ।

1/6

ଇଭିଏମ୍ ସମ୍ପର୍କରେ କେବେ କେବେ ଆପଣଙ୍କ ମନରେ ପ୍ରଶ୍ନ ଆସିଥାଏ ଯେ ଆପଣଙ୍କ ଭୋଟ୍ କେତେ ଦିନ ପର୍ଯ୍ୟନ୍ତ ଏହି ମେସିନ୍ ମଧ୍ୟ ସଂରକ୍ଷିତ ରହିପାରିବ?

 

2/6

ଇଭିଏମ୍ ମଧ୍ୟରେ ଦୁଇଟି ୟୁନିଟ୍ ରହିଥାଏ। ଏହାର ପ୍ରଥମ ୟୁନିଟ୍ ହେଉଛି କଣ୍ଟ୍ରୋଲ୍ ୟୁନିଟ୍ ଏବଂ ଦ୍ୱିତୀୟ ୟୁନିଟ ହେଉଛି ବାଲାଟ୍ ୟୁନିଟ୍। ଏହାର କଣ୍ଟ୍ରୋଲ୍ ୟୁନିଟ୍ ମତଦାନ ଦାୟିତ୍ୱରେ ରହିଥିବା ଅଧିକାରୀଙ୍କ ପାଖରେ ରହିଥାଏ।

3/6

ବାଲାଟ୍ ୟୁନିଟ୍ ହେଉଛି ସେହି ମେସିନ ଯାହା ମାଧ୍ୟମରେ ଭୋଟର ବଟନ୍ ଦବାଇ ଭୋଟ୍ ଦେଇଥାନ୍ତି। ଆପଣଙ୍କୁ କହିରଖୁଛୁ ଯେ ଉଭୟ କଣ୍ଟ୍ରୋଲ୍ ୟୁନିଟ୍ ଏବଂ ବାଲାଟ ୟୁନିଟ୍ ପରସ୍ପର ସହିତ ସଂଯୁକ୍ତ ହୋଇଥାନ୍ତି।

 

4/6

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ନିର୍ବାଚନ ଆୟୋଗ ରିପୋର୍ଟ ଅନୁଯାୟୀ କଣ୍ଟ୍ରୋଲ୍ ୟୁନିଟ୍ ମେମୋରୀ ମଧ୍ୟରେ ୧୦୦ ବର୍ଷ କିମ୍ବା ଏହା ଠାରୁ ଅଧିକ ସମୟ ପାଇଁ ନିର୍ବାଚନ ଫଳାଫଳ ସଂରକ୍ଷିତ କରି ରଖାଯାଇ ପାରିବ।

5/6

  ନିର୍ବାଚନ ସହ ଜଡ଼ିତ ଡାଟା ଯେ ପର୍ଯ୍ୟନ୍ତ ଡିଲିଟ୍ ନ କରାଯାଇଛି କିମ୍ବା ହଟା ନ ଯାଇଛି ସେ ପର୍ଯ୍ୟନ୍ତ ନିର୍ବାଚନ ଫଳାଫଳ ଇଭିଏମ୍ ମେମୋରୀ ମଧ୍ୟରେ ଗଚ୍ଛିତ ହୋଇ ରହିଥାଏ।

6/6

ନିର୍ବାଚନ ପରେ ଯଦି କୌଣସି ପ୍ରାର୍ଥୀ ଫଳାଫଳ ସମ୍ପର୍କରେ ଅଦାଲତରେ କୌଣସି ଆବେଦନ କରନ୍ତି ନାହିଁ, ତାହେଲେ ସେହି ଆସନରେ ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ବ୍ୟବହୃତ ହୋଇଥିବା ଇଭିଏମ୍ ମେସିନ୍ ଅନ୍ୟତ୍ର ବ୍ୟବହାର ପାଇଁ ପଠାଇ ଦିଆଯାଏ।