Puri News: ପୁରୀ ରେଲୱେ ଷ୍ଟେସନରେ ଭୁଶୁଡ଼ିଲା ନିର୍ମାଣଧୀନ କୋଠା, ୪ ଆହତ
Advertisement
Article Detail0/zeeodisha/odisha2225616

Puri News: ପୁରୀ ରେଲୱେ ଷ୍ଟେସନରେ ଭୁଶୁଡ଼ିଲା ନିର୍ମାଣଧୀନ କୋଠା, ୪ ଆହତ

Puri News: ଏହି ଦୁର୍ଘଟଣାରେ ୪ ଜଣ ଶ୍ରମିକ ଆହତ ହୋଇଥିବା ସୂଚନା ମିଳିଛି । ଆହତମାନଙ୍କୁ ପୁରୀ ଜିଲ୍ଲା ଚିକିତ୍ସାଳୟରେ (Puri Government Hospital) ଭର୍ତ୍ତି କରାଯାଇଛି । ତେବେ କୋଠା ତଳେ ଆଉ କିଛି ଶ୍ରମିକ ଫସି ରହିଥିବା ଅନୁମାନ କରାଯାଉଛି । ତେବେ ଅଗ୍ନିଶମ ବାହିନୀ ପକ୍ଷରୁ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

Puri News: ପୁରୀ ରେଲୱେ ଷ୍ଟେସନରେ ଭୁଶୁଡ଼ିଲା ନିର୍ମାଣଧୀନ କୋଠା, ୪ ଆହତ

Puri News: ପୁରୀ ରେଲୱେ ଷ୍ଟେସନରେ (Puri Railway Station) ଭୁଶୁଡ଼ିଲା ନିର୍ମାଣଧୀନ କୋଠା (Under construction roof) । ଏହି ଦୁର୍ଘଟଣାରେ ୪ ଜଣ ଶ୍ରମିକ ଆହତ ହୋଇଥିବା ସୂଚନା ମିଳିଛି । ଆହତମାନଙ୍କୁ ପୁରୀ ଜିଲ୍ଲା ଚିକିତ୍ସାଳୟରେ (Puri Government Hospital) ଭର୍ତ୍ତି କରାଯାଇଛି । ତେବେ କୋଠା ତଳେ ଆଉ କିଛି ଶ୍ରମିକ ଫସି ରହିଥିବା ଅନୁମାନ କରାଯାଉଛି । ତେବେ ଅଗ୍ନିଶମ ବାହିନୀ ପକ୍ଷରୁ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

ଖବର ଅନୁଯାୟୀ, ଆଜି ସକାଳ ପୁରୀ ରେଲୱେ ଷ୍ଟେସନରେ ନବ ନିର୍ମିତ କୋଠାର ଛାତ ହଠାତ୍ ଭୁଶୁଡ଼ି ପଡ଼ିଥିଲା। ଏହି ସମୟରେ ପ୍ରାୟ ୬ରୁ ୭ ଜଣ ଶ୍ରମିକ କାମରେ ନିୟୋଜିତ ଥିଲେ ବୋଲି କୁହାଯାଇଛି । ହଠାତ୍ ଛାତଟି ଭୁଶୁଡ଼ି ପଡ଼ିବାରୁ ଶ୍ରମିକମାନେ କୋଠା ତଳେ ଚାପି ହୋଇ ରହିଯାଇଥିଲେ। ଖବର ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ୪ଜଣ ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲା। ଗୁରୁତର ଶ୍ରମିକଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ କୋଠା ତଳ ଅନ୍ୟ ଶ୍ରମିକମାନେ ଚାପି ହୋଇରହିଥିବା ଆଶଙ୍କା କରାଯାଉଛି।

Also Read- Accident News: ତପ୍ତପାଣି ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା, ୧୨ ଶ୍ରମିକ ଆହତ

Also Read- IFA Tablet: ପ୍ରଥମରୁ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆଇଏଫଏ ଟାବଲେଟ୍

ସେପଟେ ଆଜି ସକାଳେ ଅଡବା ଥାନା କଟାମାରୁ ୧୨ ଜଣ ଶ୍ରମିକ ବ୍ରହ୍ମପୁର (Brahmapur) ଅଭିମୁଖେ ଯାଉଥିଲେ। ଏହି ସମୟରେ ତପ୍ତପାଣି (Taptapani) ବୁଲାଣିଆ ଘାଟିରେ ଗାଡ଼ିଟି ହଠାତ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଗାଡ଼ି ତଳେ ୨ ଜଣ ଶ୍ରମିକ ଚାପି ହୋଇ ରହିଯାଇଥିଲେ । ସ୍ଥାନୀୟ ଲୋକେ ଜଣଙ୍କୁ ଉଦ୍ଧାର କରିଥିଲେ। ଅନ୍ୟ ଜଣେ ଶ୍ରମିକ ଏବେ ବି ଗାଡ଼ି ତଳେ ଚାପି ହୋଇ ରହିଛନ୍ତି। ତେବେ ଆହତ ହୋଇଥିବା ୧୨ ଶ୍ରମିକଙ୍କ ମଧ୍ଯରୁ ୫ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ଆହତମାନଙ୍କୁ ଦିଗପହଣ୍ଡି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ପାଟପୁର ପୋଲିସ ଓ ମୋହନା ଓ ସାନ ଖେମୁଣ୍ଡି ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।