Accident News: ଯାତ୍ରୀବାହୀ ବସ୍ ସହ ଟ୍ରକ ଧକ୍କା, ୨ ଜଣଙ୍କ ମୃତ୍ୟୁ
Advertisement
Article Detail0/zeeodisha/odisha2225583

Accident News: ଯାତ୍ରୀବାହୀ ବସ୍ ସହ ଟ୍ରକ ଧକ୍କା, ୨ ଜଣଙ୍କ ମୃତ୍ୟୁ

Sonepur News: ୫୭ ନମ୍ୱର ଜାତୀୟ ରାଜପଥର ହରିଡ଼ଖୋଲ ନିକଟରେ ଏକ ଦୁର୍ଘଟଣା ଘଟିଛି । ଟ୍ରକ୍ ସହ ଯାତ୍ରୀବାହୀ ବସ ଧକ୍କା ହେବା ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ମତକଙ୍କ ମଧ୍ୟରେ ଡ୍ରାଇଭର ଏବଂ  ହେଲପର ଥିବା ସୂଚନା ମିଳିଛି ।

Accident News: ଯାତ୍ରୀବାହୀ ବସ୍ ସହ ଟ୍ରକ ଧକ୍କା, ୨ ଜଣଙ୍କ ମୃତ୍ୟୁ

Accident News: ସୁବର୍ଣ୍ଣପୁର ଜିଲ୍ଲା ମଧ୍ୟ ଦେଇ ଯାଇଥିବା ୫୭ ନମ୍ୱର ଜାତୀୟ ରାଜପଥର ହରିଡ଼ଖୋଲ ନିକଟରେ ଏକ ଦୁର୍ଘଟଣା ଘଟିଛି । ଟ୍ରକ୍ ସହ ଯାତ୍ରୀବାହୀ ବସ ଧକ୍କା ହେବା ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଡ୍ରାଇଭର ଏବଂ  ହେଲପର ଥିବା ସୂଚନା ମିଳିଛି ।

ସୂଚନା ମୁତାବକ, ଜୟପୁରରୁ କଟକ ଅଭିମୁଖେ ଆସୁଥିବା ଏକ ଭୋଲବ ବସ୍ ଭାରସ୍ୟାମ ହରାଇ ଟ୍ରକକୁ ଧକ୍କା ଦେଇଥିଲା । ବସ ଡ୍ରାଇଭର ଦମ୍ବରୁଧର ସ୍ୱାଇଁଙ୍କ ସମେତ ହେଲପର ଶିବ୍ରମ ଗୌଡ଼ ବସ ଆଗରେ ଥିବା ସମୟରେ ତାଙ୍କୁ ଦୁର୍ଘଟଣାର ଝଟକା ଲାଗିଥିଲା । ଫଳରେ ଉଭୟଙ୍କର ମୃତ୍ୟୁ ହୋଇଛି । ୪୦ରୁ ଉର୍ଦ୍ଧ ଯାତ୍ରୀ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ସୋନପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଉଭୟ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

Also Read- Akshaya Tritiya 2024: ଅକ୍ଷୟ ତୃତୀୟାରେ ସୁନା ଓ ରୂପା ସହ କିଣନ୍ତୁ ଏହି ଜିନିଷ, ମିଳିବ ଆଶୀର୍ବାଦ

Also Read- Rahu Gochar 2024: ରାହୁ କରିବେ ନକ୍ଷତ୍ର ପରିବର୍ତ୍ତନ, ୫ ରାଶି ବ୍ୟକ୍ତିଙ୍କ ଭାଗ୍ୟ ହେବ ଉଜ୍ୱଳ