Bhubaneswar: ଭୁବନେଶ୍ବରରେ ମୁକୁଳା ଡ୍ରେନ୍‌ରେ ପଡି ବାଳକର ମୃତ୍ୟୁ ଘଟଣା; ୪ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
Advertisement
Article Detail0/zeeodisha/odisha2297961

Bhubaneswar: ଭୁବନେଶ୍ବରରେ ମୁକୁଳା ଡ୍ରେନ୍‌ରେ ପଡି ବାଳକର ମୃତ୍ୟୁ ଘଟଣା; ୪ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ମଙ୍ଗଳବାର ଦିନ ଭୁବନେଶ୍ବରର ୟୁନିଟ୍‌-୩ ଅଞ୍ଚଳର ମସ୍‌ଜିଦ କଲୋନୀରେ ମୁକୁଳା ଡ୍ରେନ୍‌ରେ ପଡି ଆବୁ ବକର ସାହା ନାମକ ଏକ ବାଳକର ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

Bhubaneswar: ଭୁବନେଶ୍ବରରେ ମୁକୁଳା ଡ୍ରେନ୍‌ରେ ପଡି ବାଳକର ମୃତ୍ୟୁ ଘଟଣା; ୪ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ମଙ୍ଗଳବାର ଦିନ ଭୁବନେଶ୍ବରର ୟୁନିଟ୍‌-୩ ଅଞ୍ଚଳର ମସ୍‌ଜିଦ କଲୋନୀରେ ମୁକୁଳା ଡ୍ରେନ୍‌ରେ ପଡି ଆବୁ ବକର ସାହା ନାମକ ଏକ ବାଳକର ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା ସହିତ ମୃତ ବାଳକଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ଚାରି ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ଏହା State Disaster Response Fundରୁ ପ୍ରଦାନ କରାଯିବ।

ମୁକୁଳା ଡ୍ରେନ ରେ ପଡ଼ି ଅନେକ ଜୀବନ ନଷ୍ଟ ହେଉଥିବାରୁ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ଭୁବନେଶ୍ଵରର ସବୁ ମୁକୁଳା ଡ୍ରେନ ଗୁଡ଼ିକୁ ତୁରନ୍ତ ବନ୍ଦ କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁକୁଳା ଡ୍ରେନ ସମସ୍ୟା ର ତୁରନ୍ତ ସମାଧାନ ପାଇଁ ସେ ଦୃଢ଼ ନିର୍ଦ୍ଦେଶ ଦେଇଛନ୍ତି।

କହିରଖୁଛୁ ଯେ ମଙ୍ଗଳବାର ଦିନ ପ୍ରବଳ ବର୍ଷା ଯୋଗୁଁ ଭୁବନେଶ୍ବରର ୟୁନିଟ୍‌-୩ ଅଞ୍ଚଳର ଏକ ନାଳରେ ୮ ବର୍ଷର ଜଣେ ନାବାଳକ ଭାସି ଯାଇଥିଲେ। ୟୁନିଟ୍‍ ୩ ମସଜିଦ କଲୋନୀ ନିକଟରେ ଏହି ଅଘଟଣ ଘଟିଥିଲା। ଖବର ଅନୁସାରେ ବେଲୁନ୍‍କୁ ଧରିବାକୁ ଯାଉଥିବା ବେଳେ ପିଲାଟି ଭାସିଯାଇଥିଲା। ଏହା ପରେ ଏକ ଉଦ୍ଧାରକାରୀ ଦଳ ଶିଶୁକୁ ଖୋଜିଥିଲେ। ଶେଷରେ ଶିଶୁଟିକୁ ଲକ୍ଷ୍ମୀସାଗର ନିକଟରୁ ଉଦ୍ଧାର କରାଯାଇଛି। ଏହାପରେ ଉଦ୍ଧାରକାରୀ ଦଳ ଶିଶୁଟିକୁ ଚିକିତ୍ସା ପାଇଁ କ୍ୟାପିଟାଲ୍‍ ହସ୍‍ପିଟାଲରେ ଭର୍ତ୍ତି କରିଥିଲେ, ଯେଉଁଠାରେ ଡାକ୍ତର ତାଙ୍କର ମୃତ୍ୟୁ ଘୋଷଣା କରିଥିଲେ।