Crime News: ବ୍ଲାକମେଲିଂ କରିବା ଅଭିଯୋଗରେ ଯୁବକ ଗିରଫ
Advertisement
Article Detail0/zeeodisha/odisha2309679

Crime News: ବ୍ଲାକମେଲିଂ କରିବା ଅଭିଯୋଗରେ ଯୁବକ ଗିରଫ

ଗିରଫ ଯୁବକଙ୍କ ନାମ ସୁମିତ କୁମାର ନାଗ ଏବଂ ତାଙ୍କ ଘର ଚୂଡ଼ାପାଲି ଅଞ୍ଚଳରେ । ବାରମ୍ୱାର ଧମକ ଦେବା ପରେ ଯୁବତୀ ଜଣକ ଏନେଇ ଟାଉନଥାନାରେ ଲିଖିତ ଅଭିଯୋଗ କରିଥିଲେ ।

Crime News: ବ୍ଲାକମେଲିଂ କରିବା ଅଭିଯୋଗରେ ଯୁବକ ଗିରଫ

ବଲାଙ୍ଗିର: ଜଣେ ଯୁବତୀଙ୍କୁ ବ୍ଲାକମେଲିଂ କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି ବଲାଙ୍ଗିର ଟାଉନଥାନା ପୋଲିସ । ଅଭିଯୋଗ ମୁତାବକ ଅଭିଯୁକ୍ତ ଯୁବକ ଯୁବତୀଙ୍କ ଫଟୋକୁ ଏକ ଅଶ୍ଳୀଳ ଫଟୋ ସହିତ ଯୋଡି ତାହାକୁ ଭାଇରାଲ୍ କରିବା ପାଇଁ ଧମକ ଦେଉଥିଲେ । ଏଥିସହ ଫଟୋଟିକୁ ଯୁବତୀଙ୍କ ନିକଟକୁ ପଠାଇ ଟଙ୍କା ମାଗୁଥିଲେ ।

ସୂଚନା ମୁତାବକ, ଗିରଫ ଯୁବକଙ୍କ ନାମ ସୁମିତ କୁମାର ନାଗ ଏବଂ ତାଙ୍କ ଘର ଚୂଡ଼ାପାଲି ଅଞ୍ଚଳରେ । ବାରମ୍ୱାର ଧମକ ଦେବା ପରେ ଯୁବତୀ ଜଣକ ଏନେଇ ଟାଉନଥାନାରେ ଲିଖିତ ଅଭିଯୋଗ କରିଥିଲେ । ଯୁବତୀଙ୍କ ଅଭିଯୋଗ ଆଧାରରେ ତଦନ୍ତ କରିବା ସହ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ପୋଲିସ କହିବାନୁଯାୟୀ, ଏପରି ବ୍ଲାକମେଲିଂର ଶିକାର ହେଉଥିଲେ ତୁରନ୍ତ ଏ ସମ୍ପର୍କରେ ଥାନାରେ ଅଭିଯୋଗ କରିବା ଆବଶ୍ୟକ ।

Also Read- Lucky Zodiac Sign: ୨୭ଜୁନରେ ରବି ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Also Read- ବରଗଡରେ ବଜ୍ରପାତ ଯୋଗୁ ୩ ଜଣଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀଙ୍କ ସହାୟତା