ଡିସେମ୍ବର ସୁଦ୍ଧା ଭାଙ୍ଗି ଯିବ ମମତା ସରକାର! ଜାଣନ୍ତୁ, ବିଜେପିକୁ ଲୋଡା କେତେ ବିଧାୟକ?
Advertisement

ଡିସେମ୍ବର ସୁଦ୍ଧା ଭାଙ୍ଗି ଯିବ ମମତା ସରକାର! ଜାଣନ୍ତୁ, ବିଜେପିକୁ ଲୋଡା କେତେ ବିଧାୟକ?

Suvendu Adhikari: ମିଥୁନ ଦାବି କରିଥିଲେ ଯେ, ଟିଏମସିର ୩୮ ଜଣ ବିଧାୟକ (TMC MLA) ବିଜେପି (BJP) ସହ ଯୋଗାଯୋଗରେ ଅଛନ୍ତି । ଏଭଳି ସ୍ଥିତିରେ ପ୍ରଶ୍ନ ଉଠୁଛି ଯେ କଣ ସତରେ ପଶ୍ଚିମବଙ୍ଗରେ ମହାରାଷ୍ଟ୍ର ପରି ସ୍ଥିତି ଉତ୍ପନ୍ନ ହୋଇପାରିବ କି? ବଙ୍ଗଳା ବିଧାନସଭାର ସମୀକରଣ କ’ଣ କହୁଛି? ସରକାର ବଦଳାଇବା ପାଇଁ କେତେଜଣ ବିଧାୟକଙ୍କୁ ଗୋଷ୍ଠୀ ପରିବର୍ତ୍ତନ କରିବାକୁ ପଡ଼ିବ? ଆସନ୍ତୁ ଜାଣିବା…

ଡିସେମ୍ବର ସୁଦ୍ଧା ଭାଙ୍ଗି ଯିବ ମମତା ସରକାର! ଜାଣନ୍ତୁ, ବିଜେପିକୁ ଲୋଡା କେତେ ବିଧାୟକ?

କୋଲକାତା: Suvendu Adhikari: ପଶ୍ଚିମବଙ୍ଗ (West Bengal) ରେ ମମତା ବାନାର୍ଜୀ ସରକାର (Mamata Banerjee Government) ଭାଙ୍ଗିବାକୁ ନେଇ ଆଉ ଏକ ଦାବି କରାଯାଇଛି । ଏହି ନୂତନ ଦାବି କରୁଥିବା ନେତା ହେଉଛନ୍ତି ବିଜେପି ନେତା (BJP Leader) ଶୁଭେନ୍ଦୁ ଅଧିକାରୀ (Suvendu Adhikari) । ଡିସେମ୍ବର ସୁଦ୍ଧା ତୃଣମୂଳ କଂଗ୍ରେସ (TMC) ଭାଙ୍ଗିଯିବ ବୋଲି ଅଧିକାରୀ ଗୁରୁବାର କହିଛନ୍ତି । ଏହା ପରେ ପଶ୍ଚିମବଙ୍ଗରେ ମହାରାଷ୍ଟ୍ରର ପୁନରାବୃତ୍ତି ହେବ । ଏହାପୂର୍ବରୁ ବିଜେପି ନେତା ତଥା ଅଭିନେତା ମିଥୁନ ଚକ୍ରବର୍ତ୍ତୀ (Mithun Chakraborty) ମଧ୍ୟ ଏଭଳି ଦାବି କରିସାରିଛନ୍ତି ।

ମିଥୁନ ଦାବି କରିଥିଲେ ଯେ, ଟିଏମସିର ୩୮ ଜଣ ବିଧାୟକ (TMC MLA) ବିଜେପି (BJP) ସହ ଯୋଗାଯୋଗରେ ଅଛନ୍ତି । ଏଭଳି ସ୍ଥିତିରେ ପ୍ରଶ୍ନ ଉଠୁଛି ଯେ କଣ ସତରେ ପଶ୍ଚିମବଙ୍ଗରେ ମହାରାଷ୍ଟ୍ର ପରି ସ୍ଥିତି ଉତ୍ପନ୍ନ ହୋଇପାରିବ କି? ବଙ୍ଗଳା ବିଧାନସଭାର ସମୀକରଣ କ’ଣ କହୁଛି? ସରକାର ବଦଳାଇବା ପାଇଁ କେତେଜଣ ବିଧାୟକଙ୍କୁ ଗୋଷ୍ଠୀ ପରିବର୍ତ୍ତନ କରିବାକୁ ପଡ଼ିବ? ଆସନ୍ତୁ ଜାଣିବା…

ବର୍ତ୍ତମାନ ପଶ୍ଚିମବଙ୍ଗର ସମୀକରଣ କ’ଣ କହୁଛି?

୨୯୪ ସଦସ୍ୟ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭାରେ ଟିଏମସିରେ ବର୍ତ୍ତମାନ ୨୨୦ ବିଧାୟକ ଅଛନ୍ତି । ମମତା ବାନାର୍ଜୀଙ୍କ ଦଳ ମଧ୍ୟ ଭାରତୀୟ ଗୋର୍ଖା ପ୍ରଜାତାନ୍ତ୍ରିକ ପାର୍ଟିର ଜଣେ ବିଧାୟକଙ୍କ ସମର୍ଥନ ପାଇଛି । ବିଜେପିରେ ୭୦ ଜଣ ବିଧାୟକ ଅଛନ୍ତି । ଗୋଟିଏ ଗୋଟିଏ ଆସନରୁ ISF ଓ ସ୍ୱାଧୀନ ବିଧାୟକ ଅଛନ୍ତି । ଗୋଟିଏ ଆସନ ଖାଲି ଅଛି । ବର୍ତ୍ତମାନର ୨୯୩ ସଦସ୍ୟଙ୍କ ଗୃହରେ ସଂଖ୍ୟାଗରିଷ୍ଠତା ସଂଖ୍ୟା ହେଉଛି ୧୪୭ । ଅର୍ଥାତ୍ ମମତା ବାନାର୍ଜୀ (Mamta Banerjee) ଙ୍କ ଦଳ ପାଖରେ ସଂଖ୍ୟାଗରିଷ୍ଠତା ଅପେକ୍ଷା ଅଧିକ ବିଧାୟକ ଅଛନ୍ତି ।

ସରକାର ପରିବର୍ତ୍ତନ ପାଇଁ ସମୀକରଣ କ’ଣ ରହିଛି?

ପଶ୍ଚିମବଙ୍ଗ ବିଧାନସଭାରେ ସଂଖ୍ୟାଗରିଷ୍ଠତା ପାଇଁ ୧୪୭ ବିଧାୟକଙ୍କ ସମର୍ଥନର ଆବଶ୍ୟକତା ରହିଛି । ବିଜେପି ପାଖରେ ୭୦ ଜଣ ବିଧାୟକ ଅଛନ୍ତି । ଯଦିଓ ଦଳ ଅନ୍ୟ ଦୁଇଜଣ ବିଧାୟକଙ୍କ ସମର୍ଥନ ପାଏ, ତଥାପି ତାକୁ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ୭୫ ବିଧାୟକଙ୍କ ସମର୍ଥନର ଆବଶ୍ୟକତା ହେବ । ଅର୍ଥାତ ଟିଏମସିର ଅତି କମରେ ୭୫ ଜଣ ବିଧାୟକଙ୍କୁ ଭାଙ୍ଗିବାକୁ ପଡିବ । ତେବେ ଏହା କରିବା ପରେ ମଧ୍ୟ ସରକାର ବଦଳିବେ ବୋଲି କୁହାଯାଇପାରିବ ନାହିଁ । କାରଣ ଏହି ପରିସ୍ଥିତିରେ ୭୫ ବିଦ୍ରୋହୀ ବିଧାୟକଙ୍କ ଉପରେ ଅଯୋଗ୍ୟତାର ଖଣ୍ଡା ଝିଲିବ ।

ଅଯୋଗ୍ୟତାକୁ ଏଡାଇବା ପାଇଁ ଏହି ବିଧାୟକମାନେ ମଧ୍ୟ ଇସ୍ତଫା ଦେଇପାରନ୍ତି ?

କର୍ଣ୍ଣାଟକ ଓ ମଧ୍ୟପ୍ରଦେଶରେ ସରକାର ବଦଳିବା ପରେ ବିଧାୟକମାନେ ଏଭଳି ପଦକ୍ଷେପ ନେଇଥିଲେ । ଏହି ଦୁଇ ରାଜ୍ୟରେ ମମତାଙ୍କ ପରି ଶାସକ ମେଣ୍ଟ ପାଖରେ ଏତେ ସଂଖ୍ୟାଗରିଷ୍ଠତା ନଥିଲା । କର୍ଣ୍ଣାଟକରେ ଯେଉଁଠାରେ ୧୩ ଜଣ ବିଧାୟକଙ୍କ ଇସ୍ତଫା ସହିତ ସମୀକରଣ ବଦଳିଥିଲା ।​ ଅନ୍ୟପଟେ ମଧ୍ୟପ୍ରଦେଶରେ ୨୨ ଜଣ ବିଧାୟକଙ୍କ ଇସ୍ତଫା ଯୋଗୁଁ କମଲ ନାଥ ସରକାର ଭାଙ୍ଗି ଯାଇଥିଲେ ।

ବଙ୍ଗଳାରେ ଯଦି ବିଧାୟକଙ୍କ ଇସ୍ତଫା ଦେଇ ସରକାର ବଦଳାଇବାକୁ ଚେଷ୍ଟା କରାଯାଏ, ତେବେ ବହୁ ସଂଖ୍ୟକ ବିଧାୟକଙ୍କୁ ଇସ୍ତଫା ଦେବାକୁ ପଡ଼ିବ । ବିଧାୟକଙ୍କ ଇସ୍ତଫା ପରେ ବିଜେପି ସରକାର ଗଢ଼ିବା ସ୍ଥିତିରେ ସେତେବେଳେ ଆସିପାରିବ  ଯେତେବେଳେ ଗୃହର ସଦସ୍ୟ ସଂଖ୍ୟା ୧୩୯ ହୋଇଯିବ । ଅର୍ଥାତ ଟିଏମସିର ୧୫୪ ଜଣ ବିଧାୟକ ଇସ୍ତଫାର ଆବଶ୍ୟକତା ହେବ । ଏତେ ସଂଖ୍ୟକ ବିଧାୟକଙ୍କ ଇସ୍ତଫା ଦେବା ଅତ୍ୟନ୍ତ କଷ୍ଟକର ମନେହୁଏ ।

ଏହା ବି ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର, ପୁଣି ବଢ଼ିବ ମହଙ୍ଗା ଭତ୍ତା! ଜାଣନ୍ତୁ ଏଥର କେତେ ହେବ ବୃଦ୍ଧି

ଏହା ବି ପଢ଼ନ୍ତୁ:-ସର୍ଭେ: ଜାଣନ୍ତୁ ଦେଶର ନମ୍ବର ୧ ଅଭିନେତା କିଏ, ଅମିତାଭ ବଚ୍ଚନ-ଅକ୍ଷୟ କୁମାର-ଶାହରୁଖ ଖାନ; ନା ଅନ୍ୟ କେହି

ଏହା ବି ପଢ଼ନ୍ତୁ:-ଶକ୍ତି ପ୍ରଦର୍ଶନ ପୂର୍ବରୁ ଜେଡିୟୁରେ ବିଦ୍ରୋହ! ଦଳର ବିଧାୟକ ମନ୍ତ୍ରୀଙ୍କ ବିରୋଧୀରେ ଆଣିଲେ ଦାଦାବଟି ଆଦାୟ ଓ ହତ୍ୟା ପରି ଗୁରୁତର ଅଭିଯୋଗ

 

ଏଠାରେ କହି ରଖୁଛୁ ଯେ, ମହାରାଷ୍ଟ୍ରରେ ଦୁଇ ତୃତୀୟାଂଶରୁ ଅଧିକ ଶିବସେନା ବିଧାୟକ ନିଜ ସରକାର ବିରୋଧରେ ବିଦ୍ରୋହ କରିଥିଲେ । ବିଦ୍ରୋହୀ ବିଧାୟକମାନେ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ବିଜେପି ସହିତ ଏକ ନୂତନ ସରକାର ଗଠନ କରିଥିଲେ । ମହାରାଷ୍ଟ୍ରରେ ଶିବସେନାର ୫୬ ଜଣ ବିଧାୟକ ଅଛନ୍ତି । ସେଥିମଧ୍ୟରୁ ୪୦ ଜଣ ବର୍ତ୍ତମାନ ଏକନାଥ ସିନ୍ଦେ ଗୋଷ୍ଠୀ ସହିତ ଅଛନ୍ତି । ଯଦି ଏହି ମଡେଲ ପଶ୍ଚିମବଙ୍ଗରେ ଲାଗୁ ହୁଏ, ତେବେ ଅତିକମରେ ଦୁଇ ତୃତୀୟାଂଶ ଟିଏମସି ବିଧାୟକଙ୍କୁ ବିଦ୍ରୋହ କରିବାକୁ ପଡ଼ିବ । ଅର୍ଥାତ ବିଦ୍ରୋହୀ ବିଧାୟକଙ୍କ ସଂଖ୍ୟା ୧୪୭ରୁ କମ୍ ହେଲେ ଚଲିବ ନାହିଁ ।