Saptahik Rashifal 20 january to 26 january 2025: ୨୦ ଜାନୁଆରୀରୁ ନୂଆ ସପ୍ତାହ ଆରମ୍ଭ ହେବାକୁ ଯାଉଛି । ନୂଆ ସପ୍ତାହରେ ଚନ୍ଦ୍ର କନ୍ୟା ରାଶିରୁ ଧନୁ ରାଶିକୁ ଚଳନ କରିବେ। ବୁଧ ଜାନୁଆରୀ ୨୪ ତାରିଖରେ ଧନୁ ରାଶିରୁ ମକର ରାଶିକୁ ଚଳନ କରିବେ । ଏହି ରାଶି ପରିବର୍ତ୍ତନ ଅନେକ ରାଶି ଉପରେ ସକାରାତ୍ମକ ପ୍ରଭାବ ପକାଇବ।
ମେଷ ରାଶି
ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ଅଳ୍ପ ଚେଷ୍ଟାରେ ଅଟକି ରହିଥିବା ଟଙ୍କା ଫେରିପାଇବେ । ଏହି ସପ୍ତାହରେ କାହା ସହିତ ଯୁକ୍ତିତର୍କ କରନ୍ତୁ ନାହିଁ । ନିଜ ବକ୍ତବ୍ୟ ଉପରେ ନିୟନ୍ତ୍ରଣ ରଖିବାର ଆବଶ୍ୟକତା ରହିଛି । ବ୍ୟବସାୟ ପାଇଁ ପୁଞ୍ଜି ନିବେଶ କରୁଥିଲେ ଭାବିଚିନ୍ତି କରନ୍ତୁ । ଯୁବପିଢ଼ିଙ୍କୁ ସଫଳତା ହାସଲ ପାଇଁ ଆଉ ଟିକେ କଠିନ ପରିଶ୍ରମ କରିବାକୁ ପଡିପାରେ । ବ୍ୟବସାୟୀମାନଙ୍କ ପାଇଁ ନୂଆ ସପ୍ତାହ ଲାଭଦାୟକ ହେବ। ସଭିଙ୍କ ସହ ସମ୍ପର୍କ ଭଲ ରହିବ । ପରିବାରରେ ଖୁସିର ବାତାବରଣ ରହିବ । ଦୂର ଯାତ୍ରା ସମୟରେ ସତର୍କ ରୁହନ୍ତୁ । ସ୍ୱାସ୍ଥ୍ୟ ଦୃଷ୍ଟିରୁ କୌଣସି ବଡ଼ ସମସ୍ୟା ଉପୁଜିବ ନାହିଁ ।
ବୃଷ ରାଶି
ଆପଣଙ୍କ ପାଇଁ ନୂଆ ସପ୍ତାହଟି ଆର୍ଥିକ ଦୃଷ୍ଟିରୁ ଶୁଭ ପ୍ରମାଣିତ ହେବ। ପୁରୁଣା ନିବେଶରୁ ଆପଣଙ୍କୁ ଲାଭ ମିଳିବ । କର୍ମକ୍ଷେତ୍ରରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ସପ୍ତାହର ଶେଷରେ କର୍ମକ୍ଷେତ୍ରରେ ଅଧିକ ସଫଳତା ମିଳିବ । ବ୍ୟବସାୟରେ ଏକ ନୂଆ ସୁଯୋଗ ମିଳିପାରେ । ନୂଆ କାମ ଆରମ୍ଭ କରିବାକୁ ଭାବୁଥିଲେ ସମୟ ଉପଯୁକ୍ତ । ଅତୀତରେ କରିଥିବା କିଛି ଭୁଲରୁ ଆପଣ ଶିଖିବାର ସୁଯୋଗ ପାଇବେ । ପ୍ରେମ ଜୀବନରେ ସାମାନ୍ୟ ମତଭେଦ ହୋଇପାରେ । ପରିବାରରେ ସୁଖ ଏବଂ ଶାନ୍ତିର ବାତାବରଣ ରହିବ । ସପ୍ତାହର ମଧ୍ୟଭାଗରେ କୌଣସି ଦୂରସ୍ଥାନକୁ ଭ୍ରମଣ କରିବାକୁ ଯାଇପାରନ୍ତି । ନିଜ ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ । ବିଶେଷକରି ଖାଦ୍ୟପେୟରେ ଯତ୍ନବାନ ହୁଅନ୍ତୁ ନଚେତ ପେଟ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ।
ମିଥୁନ ରାଶି
ନୂଆ ସପ୍ତାହରେ କର୍ମକ୍ଷେତ୍ରରେ କିଛି ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିପାରେ। ନୂତନ ପ୍ରୋଜେକ୍ଟ ଆରମ୍ଭ କରିବାକୁ ଚାହୁଁଥିଲେ ସମ୍ପୂର୍ଣ୍ଣ ପ୍ରସ୍ତୁତି କରିବାର ଆବଶ୍ୟକତା ରହିଛି । ଆର୍ଥିକ ଦୃଷ୍ଟିକୋଣରୁ ସପ୍ତାହଟି ମିଶ୍ରିତ ଫଳାଫଳ ପ୍ରଦାନ କରିବ । ଖର୍ଚ୍ଚ ବୃଦ୍ଧି ହେବାର ସମ୍ଭାବନା ରହିଛି । କର୍ମକ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିପାରେ । ପ୍ରେମ ସମ୍ପର୍କରେ ସାମାନ୍ୟ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇପାରେ । ଛୋଟ କଥାକୁ ଅଣଦେଖା କରିବା ଆବଶ୍ୟକ । ପରିବାର ସହିତ ସମୟ ବିତାଇବା ପାଇଁ ଆପଣ କମ୍ ସୁଯୋଗ ପାଇବେ । ପିତାମାତା ଛୋଟ ପିଲାମାନଙ୍କ ଉପରେ ନଜର ରଖିବା ଆବଶ୍ୟକ । ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଖାଦ୍ୟପେୟ ପ୍ରତି ଧ୍ୟାନ ଦେବାକୁ ହେବ । ଦୂରଯାତ୍ରା ସମୟରେ ଗାଡି ଚଲାଇବାବେଳେ ସତର୍କ ରୁହନ୍ତୁ।
କର୍କଟ ରାଶି
ନୂଆ ସପ୍ତାହରେ କାର୍ଯ୍ୟକ୍ଷେତ୍ରରେ ଉନ୍ନତି ହେବ । ନୂଆ ଚାକିରି ଖୋଜୁଥିଲେ ଖୁସି ଖବର ମିଳିପାରେ। ବିଦେଶୀ କମ୍ପାନୀରେ କାମ କରୁଥିବା ବ୍ୟକ୍ତି ନିଜ କାମ ପ୍ରତି ସଜାଗ ରହିବାକୁ ପଡିବ। ବ୍ୟବସାୟୀମାନେ ଆର୍ଥିକ ଲାଭ କରିବେ । ପୁରୁଣା ଋଣ ଥିଲେ ତାହାକୁ ପରିଶୋଧ କରିବା ସମ୍ଭବ ହୋଇପାରିବ । ସମ୍ପର୍କରେ ସମନ୍ୱୟ ରହିବ । ଯୁବପିଢ଼ିଙ୍କ ମନରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ଘରେ ଏକ ବଡ଼ କାର୍ଯ୍ୟକ୍ରମ ଆୟୋଜନ କରିପାରନ୍ତି । ପୁରୁଣା ବନ୍ଧୁମାନଙ୍କ ସହିତ ସାକ୍ଷାତ କରିପାରନ୍ତି । ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ କୌଣସି ଗମ୍ଭୀର ସମସ୍ୟା ଦେଖାଯିବ ନାହିଁ । ମାନସିକ ଚାପ କମାଇବା ପାଇଁ ଧ୍ୟାନ କରନ୍ତୁ ।
ସିଂହ ରାଶି
ନୂଆ ସପ୍ତାହରେ କର୍ମକ୍ଷେତ୍ରରେ ନିଜ ବକ୍ତବ୍ୟକୁ ନିୟନ୍ତ୍ରଣ କରିବାର ଆବଶ୍ୟକତା ରହିଛି । ଆପଣଙ୍କ କଥା ଆପଣଙ୍କ କାର୍ଯ୍ୟକୁ ପ୍ରଭାବିତ କରିପାରେ। ପୂର୍ବରୁ ବାକି ଥିବା କାମକୁ ଶେଷ କରିବାର ସୁଯୋଗ ପାଇବେ । ବ୍ୟବସାୟରେ ସତର୍କ ରହିବାର ଆବଶ୍ୟକତା ରହିଛି । ପୁରୁଣା ନିବେଶରୁ ଭଲ ଲାଭ ହାସଲ କରିବେ । ଆର୍ଥିକ ସ୍ଥିତି ଏତେଟା ଭଲ ରହିନପାରେ । କୌଣସି ବଡ଼ ଖର୍ଚ୍ଚ କରିବା ପୂର୍ବରୁ ଥରୁଟିଏ ଚିନ୍ତା କରିବାର ଆବଶ୍ୟକତା ରହିଛି । ଯୁବପିଢ଼ି କିଛି ନୂଆ ଯୋଜନା କରୁଥିଲେ ତେବେ ବିଳମ୍ୱ ନକରି କାମ ଆରମ୍ଭ କରନ୍ତୁ । ପାରିବାରିକ ଦାୟିତ୍ୱ ବଢ଼ିପାରେ । ପରିବାରର ଜଣେ ସଦସ୍ୟଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହୋଇପାରନ୍ତି । ସପ୍ତାହ ମଧ୍ୟଭାଗରେ ଆପଣଙ୍କ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନେବା ଆବଶ୍ୟକ । ମାନସିକ ଚାପ ବଢିପାରେ ତେଣୁ ଧ୍ୟାନର ସାହାରା ନିଅନ୍ତୁ ।
କନ୍ୟା ରାଶି
ନୂଆ ସପ୍ତାହରେ ଆପଣଙ୍କ ମାନ ସମ୍ମାନ ବଢିବାର ସମ୍ଭାବନା ରହିଛି। କର୍ମକ୍ଷେତ୍ରରେ ଆପଣଙ୍କ ପ୍ରୟାସକୁ ପ୍ରଶଂସା ମିଳିବ । ନିଜ କାମ ପାଇଁ ଆପଣ ପ୍ରଶଂସିତ ହୋଇପାରନ୍ତି । ପୁରୁଣା ଧାର କରଜ ପରିଶୋଧ କରିପାରିବେ । ବ୍ୟବସାୟରେ ନୂତନ ସୁଯୋଗ ଆସିବ । ନିଜ ମଧ୍ୟରେ ସଂଯମତା ବଜାୟ ରଖିବା ଆବଶ୍ୟକ। ଯଦି ଆପଣ କିଛି ନୂଆ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି ତେବେ ଏହା ସଠିକ୍ ସମୟ। ପ୍ରେମ ଜୀବନରେ ବୁଝି ବିଚାରି ନିଷ୍ପତ୍ତି ନିଅନ୍ତୁ । କାରଣ ଛୋଟ କଥାକୁ ନେଇ ଝଗଡା ହୋଇପାରେ । ପିତାମାତାଙ୍କ ସହିତ ଭଲ ସମୟ ବିତାଇବେ । ବଡ଼ ଭାଇଙ୍କଠାରୁ ମାର୍ଗଦର୍ଶନ ପାଇବେ । ସ୍ୱାସ୍ଥ୍ୟରେ ଉନ୍ନତି ଆସିବ ।
ତୁଳା ରାଶି
ନୂଆ ସପ୍ତାହରେ ଆପଣଙ୍କୁ ନୂଆ ଦାୟିତ୍ୱ ମିଳିପାରେ । ଏହା ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଛୋଟ ନିବେଶ କରିବା ଆପଣଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହେବ। କିଛି ବାଦ ବିବାଦ ଆପଣଙ୍କ ମାନସିକ ଶାନ୍ତିକୁ ବିଚଳିତ କରିପାରେ । ତେଣୁ ସେଗୁଡ଼ିକୁ ଅଣଦେଖା କରିବା ଆପଣଙ୍କ ପାଇଁ ଭଲ ହେବ। ନିବେଶ କରିବା ପୂର୍ବରୁ ସମ୍ପୂର୍ଣ୍ଣ ସୂଚନା ହାସଲ କରନ୍ତୁ । ସମ୍ପର୍କରେ ଉତ୍ତେଜନା ଦେଖାଦେଇପାରେ । ନିଜକୁ ଶାନ୍ତ ରଖି ପରିସ୍ଥିତିର ସମାଧାନ କରିବା ଆବଶ୍ୟକ । ପରିବାରର କୌଣସି ସଦସ୍ୟଙ୍କ ସହିତ ମତଭେଦ ହୋଇପାରେ । ଭୁଲ ବୁଝାମଣା ଏଡାଇବା ପାଇଁ ମନ ଖୋଲା କଥା ହୁଅନ୍ତୁ । ପୁରୁଣା ବନ୍ଧୁମାନଙ୍କଠାରୁ ଆପଣଙ୍କୁ ପ୍ରେରଣା ମିଳିବ । ସ୍ୱାସ୍ଥ୍ୟ ସମସ୍ୟା ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
ବିଛା ରାଶି
ନୂଆ ସପ୍ତାହରେ ହଠାତ୍ ଆର୍ଥିକ ଲାଭ ମିଳିବାର ସମ୍ଭାବନା ରହିଛି । ବିଭିନ୍ନ ସୁତ୍ରରୁ ଟଙ୍କା ରୋଜଗାର ହେବାରୁ ଆର୍ଥିକ ସ୍ଥିତି ମଜବୁତ ହେବ । କର୍ମକ୍ଷେତ୍ରରେ ଆପଣଙ୍କ ମତ ଗ୍ରହଣୀୟ ହେବ । କଠିନ ପରିଶ୍ରମର ଉପଯୁକ୍ତ ଫଳାଫଳ ମିଳିବ । ବ୍ୟବସାୟରେ କିଛି ପରିବର୍ତ୍ତନ କରିବାକୁ ଚାହୁଁଥିଲେ ସମୟ ଭଲ । ନିଜ କାମରେ ସକାରାତ୍ମକ ପରିବର୍ତ୍ତନ ଦେଖିବେ। କୌଣସି ପ୍ରକାରର ବାଦ ବିବାଦକୁ ଏଡାଇବା ପାଇଁ ସମ୍ପର୍କରେ ସନ୍ତୁଳନ ବଜାୟ ରଖନ୍ତୁ । ପରିବାର ସଦସ୍ୟଙ୍କ ସହିତ ଅଧିକ ସମନ୍ୱୟ ବଜାୟ ରଖିବା ଉଚିତ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ସମୟ ଭଲ ରହିବ ।
ଧନୁ ରାଶି
ଆପଣଙ୍କ ପାଇଁ ନୂଆ ସପ୍ତାହରେ କାର୍ଯ୍ୟଭାର ବଢ଼ିପାରେ । କ୍ୟାରିୟର କ୍ଷେତ୍ରରେ ଶୁଭଫଳ ମିଳିବ । ନୂଆ ଚାକିରି ମିଳିବାର ସମ୍ଭାବନା ରହିଛି । ବ୍ୟବସାୟରେ କରିଥିବା ପ୍ରୟାସ ଫଳପ୍ରଦ ହେବ । ଆର୍ଥିକ ଦୃଷ୍ଟିକୋଣରୁ ସପ୍ତାହଟି ବହୁତ ଭଲ ରହିବ । ପ୍ରେମ ଜୀବନରେ ପାରସ୍ପରିକ ବୁଝାମଣା ଏବଂ ସମନ୍ୱୟ ବୃଦ୍ଧି ପାଇବ। ନୂତନ ବନ୍ଧୁ ସୃଷ୍ଟି ହୋଇପାରନ୍ତି । ପାରିବାରିକ ଜୀବନରେ କିଛି ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିପାରେ। ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବାର ଆବଶ୍ୟକତା ରହିଛି । ଗର୍ଭବତୀ ମହିଳାମାନେ ନିଜ ଖାଦ୍ୟପେୟରେ ଧ୍ୟାନ ଦିଅନ୍ତୁ ।
ମକର ରାଶି
ନୂଆ ସପ୍ତାହରେ କୌଣସି ବିଶେଷ ପ୍ରକଳ୍ପରେ କାମ କରିବାର ସୁଯୋଗ ମିଳିପାରେ। ସଫଳତା ପାଇଁ ଆପଣଙ୍କୁ ଟିକେ ଅଧିକ ପରିଶ୍ରମ କରିବାକୁ ପଡିବ । କର୍ମକ୍ଷେତ୍ରରେ ଆପଣଙ୍କୁ କିଛି ନୂଆ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିବ । ପୁରୁଣା ନିବେଶରୁ ଭଲ ଲାଭ ପାଇବେ । ଆର୍ଥିକ ସ୍ଥିତି ମଜବୁତ ହେବ । ପୁରୁଣା ସମ୍ପର୍କରେ କିଛି ବିବାଦ ଥିଲେ ତାହାର ସମାଧାନ ହୋଇଯିବ । ସପ୍ତାହର ଆରମ୍ଭରେ ପାରିବାରିକ ସମ୍ପର୍କରେ କିଛି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ତେଣୁ ଟିକେ ସତର୍କ ରହିବାର ଆବଶ୍ୟକତା ରହିଛି । ସ୍ୱାସ୍ଥ୍ୟକୁ ନେଇ ସାବଧାନ ରହିବା ଉଚିତ । ନଚେତ ଚର୍ମ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।
କୁମ୍ଭ ରାଶି
ନୂଆ ସପ୍ତାହରେ ନିଜର ଦକ୍ଷତା ବୃଦ୍ଧି କରିବାର ସୁଯୋଗ ପାଇବେ । ଆର୍ଥିକ ଉତ୍ଥାନ-ପତନ ଲାଗି ରହିବ । କର୍ମକ୍ଷେତ୍ରରେ କିଛି ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡିପାରେ । ନିଜ ବୁଦ୍ଧି ଏବଂ କଠିନ ପରିଶ୍ରମ ଦ୍ୱାରା ଆପଣ ଶୀଘ୍ର ଏଥିରୁ ବାହାରି ପାରିବେ। ବ୍ୟବସାୟରେ କରିଥିବା ନୂଆ ଯୋଜନା ଲାଭଦାୟକ ସାବ୍ୟସ୍ତ ହେବ । ଖୁଚୁରା ବ୍ୟବସାୟୀମାନେ ଟିକେ ସତର୍କ ରୁହନ୍ତୁ । ସମ୍ପର୍କରେ ସମନ୍ୱୟ ବଜାୟ ରଖିବା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ସମୟରେ ପରିବାରର ସଦସ୍ୟଙ୍କ ପରାମର୍ଶ ନିଅନ୍ତୁ । ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ ।
Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷଙ୍କ ମତକୁ ଆଧାର କରି ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।
ट्रेन्डिंग फोटोज़