BJP MP Aparajita Sarangi: 'ମୋ ପାଇଁ ଭୁବନେଶ୍ୱର ବାସୀ ଲଢ଼ିବେ ନିର୍ବାଚନ'
Advertisement

BJP MP Aparajita Sarangi: 'ମୋ ପାଇଁ ଭୁବନେଶ୍ୱର ବାସୀ ଲଢ଼ିବେ ନିର୍ବାଚନ'

Lok Sabha Election 2024: ଟିକେଟ ପାଇ ଭୁବନେଶ୍ବର ଠାରେ ପହଞ୍ଚିବା ପରେ ନିଜର ଲକ୍ଷ ସ୍ପଷ୍ଟ କରିଛନ୍ତି ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଷ। ପ୍ରଧାମମନ୍ତ୍ରୀ ମୋଦିଙ୍କୁ ପୁଣି ଥରେ ଆଣିବା ପାଇଁ ଭୋଟ୍ ଦେବାକୁ ସେ ଦେଇଛନ୍ତି ଆହ୍ବାନ।

BJP MP Aparajita Sarangi: 'ମୋ ପାଇଁ ଭୁବନେଶ୍ୱର ବାସୀ ଲଢ଼ିବେ ନିର୍ବାଚନ'

BJP MP Candidate Aparajita Sarangi: ୨୦୨୪ ଲୋକସଭା ନିର୍ବାଚନ ପାଇଁ ଭୁବନେଶ୍ୱର ଆସନରେ ବର୍ତ୍ତମାନର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ପୁନର୍ବାର ପ୍ରାର୍ଥୀ କରିଛି ବିଜେପି। ଯାହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଅମିତ୍ ଶାହ,  ବିଜେପି ରାଷ୍ଟ୍ରୀୟ ଜେପି ନଡ୍ଡାଙ୍କ ଭଳି ବରିଷ୍ଠ ନେତୃତ୍ୱ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥିବାରୁ ଧନ୍ୟବାଦ୍ ଜଣାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ବିଗତ ୫ ବର୍ଷରେ ଭୁବନେଶ୍ୱର ବାସୀଙ୍କ ପାଇଁ କରାଯାଇଥିବା କାର୍ଯ୍ୟ ପାଇଁ ସେ ଆସ୍ଥାଭାଜନ ହୋଇଥିବାରୁ ସମଗ୍ର ଭୁବନେଶ୍ୱର ବାସୀଙ୍କ ତାଙ୍କୁ ମିଳିଥିବାଲ ଦଳୀୟ ଟିକେଟ ଉତ୍ସର୍ଗ କରିଛନ୍ତି। "ମୋ ପାଇଁ ଭୁବନେଶ୍ୱର ବାସୀ ନିର୍ବାଚନ ଲଢ଼ିବେ" ବୋଲି କହିବା ସହିତ ବୁଧବାର ସକାଳେ ଭୁବନେଶ୍ୱର ପହଞ୍ଚିବା ପରେ ଆଗାମୀ ନିର୍ବାଚନୀ ଲକ୍ଷ ସମ୍ପର୍କରେ ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ।

ବୁଧବାର ଦିନ ପ୍ରାୟ ସାଢେ଼ ଏଗାରଟା ବେଳେ ସାଂସଦ ଅପରାଜିତା ଷଡଙ୍ଗୀ ଭୁବନେଶ୍ୱର ବିମାନ ବନ୍ଦର ଠାରେ ପହଞ୍ଚିବା ପରେ ତାଙ୍କୁ ରାଜଧାନୀବାସୀଙ୍କ ପକ୍ଷରୁ ସେଠାରେ ଭବ୍ୟ ସ୍ବାଗତ କରାଯାଇଥିଲା। ସେଠାରୁ ଏକ ବିଶାଳ ଶୋଭାଯାତ୍ରାରେ ପଦଯାତ୍ରା କରି ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ଆସିବା ସହିତ ବାବା ଲିଙ୍ଗରାଜଙ୍କ ଆଶୀର୍ବାଦ ନେଇଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ। ବାବା ଲିଙ୍ଗରାଜ ଏବଂ ଜଗନ୍ନାଥଙ୍କ ଆଶୀର୍ବାଦ ବିନା କୌଣସି କାର୍ଯ୍ୟ ସମ୍ଭବ ନୁହେଁ ବୋଲି କହିଥିଲେ। ଏହା ସହିତ ବିଗତ ୫ ବର୍ଷରେ ଭୁବନେଶ୍ୱର ଏବଂ ଭୁବନେଶ୍ୱରବାସୀଙ୍କ ପାଇଁ ଅନେକ କାମ କରିଥିବା ଏବଂ ଆହୁରି ଅନେକ କିଛି କରିବାକୁ ବାକି ରହିଥିବା କହିଛନ୍ତି। ବିକାଶର କୌଣସି ଦଳ ନଥିବା କଥାକୁ ପୁଣି ଦୋହରାଇବା ସହିତ ଭୁବନେଶ୍ୱର ସହରରେ ଡ୍ରେନେଜ୍ ବ୍ୟବସ୍ଥାର ସୁଧାର, ସମସ୍ତଙ୍କ ପାଇଁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ କଂକ୍ରିଟ ଘର, ଜଳ ଜୀବନ ମିଶନ ଅଧିନରେ ସମସ୍ତଙ୍କ ପାଇଁ ବିଶୁଦ୍ଧ ଜଳ, ବିଜୁଳି, ରୋଡ, ଗ୍ୟାସ୍ ସିଲିଣ୍ଡର୍, ଯଥେଷ୍ଟ ଆଧାର ବୁଥ୍ ନିର୍ମାଣ ଆଦିକୁ ଗୁରୁତ୍ଵ ଦେବେ ବୋଲି କହିଛନ୍ତି ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ। 

ଗତ ୨୦୧୯ ଲୋକସଭା ନିର୍ବାଚନରେ ଦୁଇଟି ବର୍ଗର ଲୋକ ଥିଲେ। ଗୋଟିଏ ତାଙ୍କର ସମର୍ଥକ ଏବଂ ଅନ୍ୟମାନେ ତାଙ୍କର ବିରୋଧୀ। ମାତ୍ର ଗତ ୫ ବର୍ଷରେ ଉଭୟ ବର୍ଗଙ୍କ ପାଇଁ ସେ କାମ କରିଛନ୍ତି। କାରଣ ସମସ୍ତଙ୍କ ଆସ୍ଥା ବିଶ୍ୱାସ ଜିତିବା ତାଙ୍କର ଲକ୍ଷ ବୋଲି କହିଛନ୍ତି। ରାଜ୍ୟର ଏକମାତ୍ର ସାଂସଦ ଭାବରେ ବିଗତ ୫ ବର୍ଷରେ ପ୍ରତିବର୍ଷ ନିଜ କାର୍ଯ୍ୟର ରିପୋର୍ଟ କାର୍ଡ ପ୍ରଦାନ କରିଛନ୍ତି ଅପରାଜିତା। ପ୍ରଧାନମନ୍ତ୍ରୀଙ୍କ ଚାରୋଟି ସ୍ତମ୍ଭ ଚାଷୀ, ଯୁବକ, ମହିଳା ଏବଂ ଗରିବଙ୍କ ଉନ୍ନତି ପାଇଁ ସେ କାମ କରିବା ସହିତ ସ୍ୱାଧିନତାର ୧୦୦ବର୍ଷ ପୂର୍ତ୍ତି ଅବସରରେ ଆଗାମୀ ୨୦୪୭ ପର୍ଯ୍ୟନ୍ତ ବିକଶିତ ଭାରତ ଲକ୍ଷରେ ଭୁବନେଶ୍ୱର ପୂର୍ବ ଭାରତର ସବୁଠାରୁ ମହତ୍ତ୍ଵପୂର୍ଣ୍ଣ କ୍ଷେତ୍ର ରୂପେ ଗଢିତୋଳିବା ପାଇଁ ସେ ପ୍ରୟାସ କରିବେ ବୋଲି କହିଛନ୍ତି। 

ଏହି ଅବସରରେ ବିଜୁ ଜନତା ଦଳକୁ ଆକ୍ଷେପ କରିବାକୁ ଭୁଲିନଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ। ତାଙ୍କର ପ୍ରତିଦ୍ବନ୍ଦୀ ଭାବରେ ଜଣେ ମହିଳାଙ୍କୁ ଉପସ୍ଥାପନ କରାଯାଉଥିବା ବେଳେ ଶେଷ ସମୟରେ ତାଙ୍କ ସ୍ଥାନରେ ବିଜେଡ଼ି ଅନ୍ୟ ଜଣଙ୍କୁ ଟିକେଟ ଦେବା ମହିଳାଙ୍କ ପ୍ରତି ଘୋର ଅପମାନ ବୋଲି କହିଛନ୍ତି। ପ୍ରସିଦ୍ଧ "ଶୋଲେ" ଚଳଚ୍ଚିତ୍ରର ଗବର ସିଂହଙ୍କ ଏକ ଡାଏଲଗ "ଜୋ ଡରଗୟା ୱ ମର୍ ଗୟା" ଉକ୍ତିକୁ ଦୋହରାଇ ବିଜେଡ଼ି ଉଦ୍ଦେଶ୍ୟରେ ଟାର୍ଗେଟ କରିଛନ୍ତି ଭୁବନେଶ୍ୱର ଲୋକସଭା ଆସନର ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ।