ଆନ୍ଧ୍ରରେ ନାଇଡୁ ସରକାର, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଟିଡିପି ସୁପ୍ରିମୋ
Advertisement
Article Detail0/zeeodisha/odisha2289900

ଆନ୍ଧ୍ରରେ ନାଇଡୁ ସରକାର, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଟିଡିପି ସୁପ୍ରିମୋ

ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥଗ୍ରହଣ କଲେ ଚନ୍ଦ୍ରବାବୁ ନାଇଡ଼ୁ। ପଦ ଓ ଗୋପନୀୟତାର ଶପଥ ସେ ତେଲୁଗୁ ଭାଷାରେ ଗ୍ରହଣ କରିଛନ୍ତି। ଚତୁର୍ଥ ଥର ପାଇଁ ଶ୍ରୀ ନାଇଡ଼ୁ ଶପଥ ଗ୍ରହଣ କରିଛନ୍ତି.. ଅଧିକ ପଢନ୍ତୁ ।

CM Chandrababu Naidu

Andhra Pradesh New CM Chandrababu Naidu Oath Taking Ceremony :  ଆନ୍ଧ୍ରରେ ଆଜିଠୁ ନାଇଡୁ ସରକାର । ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ  ତେଲୁଗୁ ଦେଶମ ପାର୍ଟି (ଟିଡିପି) ମୁଖ୍ୟ ଏନ ଚନ୍ଦ୍ରବାବୁ ନାଇଡୁ । ପଦ ଓ ଗୋପନୀୟତାର ଶପଥ ସେ ତେଲୁଗୁ ଭାଷାରେ ଗ୍ରହଣ କରିଛନ୍ତି।ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନାଇଡୁ। ସେହିଭଳି ଅଭିନେତାରୁ ନେତା ସାଜିଥିବା ପୱନ କଲ୍ୟାଣ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।

ବିଜୟୱାଡା ଉପକଣ୍ଠରେ ଥୂବା କେସରପାଲ୍ଲୀର ଗାନ୍ନାଭାରାମ ବିମାନବନ୍ଦର ସମ୍ମୁଖରେ ଥିବା ମେଡା ଆଇଟି ପାର୍କ ନିକଟରେ ହୋଇଥିଲା ଏହି ଭବ୍ୟ ସମାରୋହ । ତେବେ ଏହି ଭବ୍ୟ ସମାରୋହରେ ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଜେପି ନଡ୍ଡା, ଅମିତ ଶାହା, ନୀତିନ ଗଡକରୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସମେତ ଅନେକ ନେତା ମନ୍ତ୍ରୀ ସାମିଲ ହୋଇଥିଲେ । ରାଜନୈତିକ ହେଭିୱେଟ୍ ବ୍ୟତୀତ ଏହି ସମାରୋହରେ ଦକ୍ଷିଣ ଚଳଚ୍ଚିତ୍ରର ତାରକାମାନେ ବି ସାମିଲ ହୋଇଥିଲେ ।

ଚନ୍ଦ୍ରବାବୁ ନାଇଡୁ ଚତୁର୍ଥ ଥର ପାଇଁ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ହେଲେ।ଆନ୍ଧ୍ରରେ ଆଜିଠୁ ଚାଲିବ ନାଇଡୁ ସରକାର । ୧୯୯୫ରେ ନାଇଡୁ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ନାଇଡୁ ଦୁଇଥର ସଂଯୁକ୍ତ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ। ତାଙ୍କ କାର୍ଯ୍ୟକାଳ କ୍ରମାଗତ ୯ ବର୍ଷ ପରେ ୨୦୦୪ରେ ସମାପ୍ତ ହୋଇଥିଲା ।ତେବେ ଚଳିତ ନିର୍ବାଚନରେ ବିଜେପି, ଟିଡିପି ଓ ଜନସେନା ପାର୍ଟି ମେଣ୍ଟ କରି ନିର୍ବାଚନ ଲଢି ୱାଇଏସ ଜଗନମୋହନ ରେଡ୍ଡୀ ସରକାରକୁ ଗାଦିଚ୍ଯୁତ କରିଥିଲେ। ୧୭୫ ଆସନ ବିଶିଷ୍ଟ ଆନ୍ଧ୍ର ବିଧାନସଭାରେ ଟିଡିପିକୁ ୧୩୫, ପୱନ କଲ୍ଯାଣଙ୍କ ଜନସେନାକୁ ୨୧ ଓ ବିଜେପିକୁ ୮ ଆସନ ମିଳିଥିଲା।

 ୩୦ ବର୍ଷ ତଳେ ଅର୍ଥାତ ୧୯୯୫ରୁ ୧୯୯୯ରେ ଚନ୍ଦ୍ରବାବୁ ହୋଇଥିଲେ ମୁଖ୍ଯମନ୍ତ୍ରୀ। ପରେ ସେ  ୧୯୯୯ରୁ ୨୦୦୪ ଓ ୨୦୧୪ରୁ ୨୦୧୯ ହୋଇଥିଲେ ମୁଖ୍ଯମନ୍ତ୍ରୀ। ୨୦୦୪ରେ ତାଙ୍କୁ ଗାଦିଚ୍ଯୁତ କରିଥିଲେ ୱାଇଏସ ରାଜଶେଖର ରେଡ୍ଡୀ। ୨୦୧୪ରେ ଆନ୍ଧ୍ରପ୍ରଦେଶର ବିଭାଜନ ହେବା ପରେ ସେ ହୋଇଥିଲେ ମୁଖ୍ଯମନ୍ତ୍ରୀ। ୨୦୧୯ରେ ସେ ନିର୍ବାଚନରେ ପରାଜିତ ହୋଇଥିଲେ ଏବଂ ରାଜ୍ଯରେ ୱାଇଏସ ଆର ଜଗନମୋହନଙ୍କ ଶାସନ ପ୍ରତିଷ୍ଠା ହୋଇଥିଲା। ପ୍ରାୟ ୫ ବର୍ଷ ପରେ ପୁଣି ଥରେ ସିଏମ ହୋଇଛନ୍ତି ଚନ୍ଦ୍ରବାବୁ। କେନ୍ଦ୍ରର ଏନଡିଏ ସରକାରକୁ ଟିଡିପି ନିଃସର୍ତ୍ତ ସମର୍ଥନ ଯୋଗାଇଛି।

ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ ନେବା ପରେ ଚନ୍ଦ୍ରବାବୁ ନାଇଡୁ ତିରୁପତି ତିରୁମାଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ସପରିବାର ଗୁରୁବାର ଦିନ ତାଙ୍କ ପରିବାର ସହିତ ତିରୁମାଲାରେ ଶ୍ରୀବାରୀଙ୍କୁ ଦର୍ଶନ କରିବେ ବୋଲି ସୂଚନା ରହିଛି ।