Manjummel Boys:୨୦ କୋଟି ଖର୍ଚ୍ଚରେ ତିଆରି ଫିଲ୍ମର ୧୩ ଦିନରେ ଶହେ କୋଟି ଆୟ
Advertisement
Article Detail0/zeeodisha/odisha2144294

Manjummel Boys:୨୦ କୋଟି ଖର୍ଚ୍ଚରେ ତିଆରି ଫିଲ୍ମର ୧୩ ଦିନରେ ଶହେ କୋଟି ଆୟ

ବଲିଉଡ ସହ ଏବେ ସାଉଥ୍ ଫିଲ୍ମକୁ ମଧ୍ୟ ଦର୍ଶକଙ୍କ ବହୁତ ଭଲ ପାଇବା ମିଳୁଛି। ଆଜିକାଲି ମାଲାୟାଲମ୍ ଫିଲ୍ମ 'ମଞ୍ଜୁମେଲ ବଏଜ୍'କୁ ନେଇ ଚାରିଆଡ଼େ ଚର୍ଚ୍ଚା ହେଉଛି। ଏହି ଫିଲ୍ମ ରିଲିଜ ହେବାର ପ୍ରାୟ ୧୩ ଦିନ ବିତିଗଲାଣି । ଏହି ୧୩ ଦିନ ମଧ୍ୟରେ ଫିଲ୍ମଟି  ସଫଳତାର ନୂଆ ମାଇଲଖୁଣ୍ଟ ହାସଲ କରିଛି । 

SOCIAL MEDIA

Manjummel Boys:ବଲିଉଡ ସହ ଏବେ ସାଉଥ୍ ଫିଲ୍ମକୁ ମଧ୍ୟ ଦର୍ଶକଙ୍କ ବହୁତ ଭଲ ପାଇବା ମିଳୁଛି। ଆଜିକାଲି ମାଲାୟାଲମ୍ ଫିଲ୍ମ 'ମଞ୍ଜୁମେଲ ବଏଜ୍'କୁ ନେଇ ଚାରିଆଡ଼େ ଚର୍ଚ୍ଚା ହେଉଛି। ଏହି ଫିଲ୍ମ ରିଲିଜ ହେବାର ପ୍ରାୟ ୧୩ ଦିନ ବିତିଗଲାଣି । ଏହି ୧୩ ଦିନ ମଧ୍ୟରେ ଫିଲ୍ମଟି  ସଫଳତାର ନୂଆ ମାଇଲଖୁଣ୍ଟ ହାସଲ କରିଛି । ଏହା ପୂର୍ବରୁ  '୨୦୧୮', 'ବ୍ରହ୍ମୟୁଗମ୍' ଓ 'ପ୍ରେମଲୁ' ଭଳି ଫିଲ୍ମ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଥିଲା। ଏବେ ଏହି ତାଲିକାରେ 'ମଞ୍ଜୁମେଲ ବଏଜ୍ 'ର ନାମ ମଧ୍ୟ ସାମିଲ ହୋଇଛି।

'ମଞ୍ଜୁମେଲ ବଏଜ୍' ୨୨ ଫେବୃଆରୀ ୨୦୨୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ମାଲାୟଲମ ଭାଷାରେ ତିଆରି ଫିଲ୍ମ ଗୋଟିଏ ବିଲକ୍ଷଣ ରେକର୍ଡ୍ କରିଛି। ଏହି ଫିଲ୍ମ ମାତ୍ର 13 ଦିନରେ ଶହେ କୋଟି କ୍ଲବରେ ସାମିଲ ହୋଇଛି। ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ଚିଦାମ୍ବରମ ଏସ ପୋଡୁୱାଲ । ୨୦ କୋଟି ଟଙ୍କାରେ ନିର୍ମିତ ଏହି ଫିଲ୍ମ ମାତ୍ର ୧୩ ଦିନ ହେଲା ରିଲିଜ ହୋଇଛି ଏବଂ ବିଶ୍ୱବ୍ୟାପୀ ୧୦୦ କୋଟି ଟଙ୍କା ଅତିକ୍ରମ କରି ଇତିହାସ ରଚିଛି । ୧୩ ଦିନରେ ୧୦୦ କୋଟି ଆୟ କରିଥିବା ଏହା ହେଉଛି ପ୍ରଥମ ମାଲାୟାଲମ୍ ଚଳଚ୍ଚିତ୍ର।

 

'ମଞ୍ଜୁମେଲ ବଏଜ୍'ରେ ଶୋବିନ୍ ସାହିର ଏବଂ ଶ୍ରୀନାଥ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ୧୦୦ କୋଟି କ୍ଲବରେ ସାମିଲ ହୋଇଥିବା ୨୦୨୪ ବର୍ଷର ଏହା ହେଉଛି ପ୍ରଥମ ମାଲାୟାଲମ୍ ଫିଲ୍ମ। ମିଳିଥିବା ସୂଚନା ଅନୁଯାୟୀ, ୨୦୦୬ରେ ତାମିଲନାଡୁରେ ଘଟିଥିବା ଏକ ସତ୍ୟ ଘଟଣା ଉପରେ ଆଧାରିତ 'ମଞ୍ଜୁମେଲ ବଏଜ୍'। ତାମିଲନାଡୁରେ ଏହି ଫିଲ୍ମ ଏପର୍ଯ୍ୟନ୍ତ ୧୦ କୋଟିରୁ ଅଧିକ ଆୟ କରିସାରିଛି । ଯଦି ଫିଲ୍ମର ରୋଜଗାର ଏହି ଗତିରେ ବୃଦ୍ଧି ପାଏ ତେବେ ଏହା ଖୁବଶୀଘ୍ର ରଜନୀକାନ୍ତଙ୍କ 'ଲାଲ ସଲାମ'ର କଲେକ୍ସନକୁ ଟପିଯିବ ।

ଚଳଚ୍ଚିତ୍ରରେ ନଜର ଆସିଥି ଏହି ଗୁମ୍ଫା

'ମଞ୍ଜୁମେଲ ବଏଜ୍'ରେ ଏକ ଗୁମ୍ଫାକୁ  ଦେଖାଯାଇଛି। ଏହି ଗୁମ୍ଫାକୁ 'ଗୁନା ଗୁମ୍ଫା' ମଧ୍ୟ କୁହାଯାଏ । ୧୯୯୧ରେ କମଲ ହାସନଙ୍କ ରୋମାଣ୍ଟିକ୍ ଡ୍ରାମା ଗୁନା ଏହା ଉପରେ ଆଧାରିତ ହୋଇଥିବାରୁ ଗୁମ୍ଫା ଏହି ନାମରେ ମଧ୍ୟ ପରିଚିତ । ତେବେ ପୂର୍ବରୁ ଏହି ଗୁମ୍ଫା ଡେଭିଲ୍ସ କିଚେନ୍ ନାମରେ ମଧ୍ୟ ପ୍ରସିଦ୍ଧ ଥିଲା। 'ମଞ୍ଜୁମେଲ ବଏଜ୍'ର କାହାଣୀ କିଛି ଯୁବକଙ୍କ କାହାଣୀ, ଯେଉଁମାନେ ଗୁମ୍ଫା ଭିତରକୁ ମଜା କରିବାକୁ ଯାଆନ୍ତି। ଆଉ ତାପରେ କଣ ହୁଏ ତାହା ଦର୍ଶକଙ୍କୁ ସିନେମା ହଲକୁ ଟାଣୁଛି।

'ମଞ୍ଜୁମେଲ ବଏଜ୍'ର ଷ୍ଟାର କାଷ୍ଟ

'ମଞ୍ଜୁମେଲ ବଏଜ୍'ର ଷ୍ଟାର କାଷ୍ଟଉପରେ ନଜର ପକାଇଲେ ସୌବିନ ସାହିର, ଶ୍ରୀନାଥ ଭାସି, ବାଲୁ ଭର୍ଗିସ, ଗଣପତି ଏସ୍ ପୋଡୁୱାଲ, ଲାଲ ଜୁନିୟରଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିଛି ।