Top 10 News: ଚୁଟକୀରେ ପଢିନିଅନ୍ତୁ ସକାଳର ଗୁରୁତ୍ତ୍ୱପୂର୍ଣ୍ଣ ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2590807

Top 10 News: ଚୁଟକୀରେ ପଢିନିଅନ୍ତୁ ସକାଳର ଗୁରୁତ୍ତ୍ୱପୂର୍ଣ୍ଣ ୧୦ ବଡ଼ ଖବର

ଦେଶରେ ୭ HMPV ମାମଲା ଚୀନରେ ଦେଖାଦେଇଥିବା ଏଚଏମପିଭି ଭୂତାଣୁ ସଂକ୍ରମିତ ୭ଟି ମାମଲା ଭାରତରେ ଦେଖିବାକୁ ମିଳିଛି। ଗୁଜୁରାଟରେ ୨ ମାସ ଶିଶୁ ନିକଟରେ ଏଚଏମପିଭି ନିକଟରେ ଭୂତାଣୁ ମିଳିଛି। ଏହା ଭାରତର ପ୍ରଥମ ମାମଲା ରହିଥିଲା। ଏହା ପରେ କର୍ଣ୍ଣାଟକରେ ଦୁଇଟି ମାମଲା ସାମ୍ନାକୁ ଆସିଥିଲା। ସେହିପରି ଚେନ୍ନାଇ ଓ କୋଲକାତାରେ ମଧ୍ୟ ମାମଲା ମିଳିଥିବା ନେଇ ଜଣାପଡିଛି। ସ

Top 10 News: ଚୁଟକୀରେ ପଢିନିଅନ୍ତୁ ସକାଳର ଗୁରୁତ୍ତ୍ୱପୂର୍ଣ୍ଣ ୧୦ ବଡ଼ ଖବର

ଦେଶରେ ୭ HMPV ମାମଲା
ଚୀନରେ ଦେଖାଦେଇଥିବା ଏଚଏମପିଭି ଭୂତାଣୁ ସଂକ୍ରମିତ ୭ଟି ମାମଲା ଭାରତରେ ଦେଖିବାକୁ ମିଳିଛି। ଗୁଜୁରାଟରେ ୨ ମାସ ଶିଶୁ ନିକଟରେ ଏଚଏମପିଭି ନିକଟରେ ଭୂତାଣୁ ମିଳିଛି। ଏହା ଭାରତର ପ୍ରଥମ ମାମଲା ରହିଥିଲା। ଏହା ପରେ କର୍ଣ୍ଣାଟକରେ ଦୁଇଟି ମାମଲା ସାମ୍ନାକୁ ଆସିଥିଲା। ସେହିପରି ଚେନ୍ନାଇ ଓ କୋଲକାତାରେ ମଧ୍ୟ ମାମଲା ମିଳିଥିବା ନେଇ ଜଣାପଡିଛି। ସେପଟେ ଡାକ୍ତର ଏହି ଭୂତାଣୁକୁ ନେଇ ଚିନ୍ତା ପ୍ରକଟ କରିବାର କୌଣସି କାରଣ ନାହିଁ। ଏହା ଏକ ସାଧାରଣ ଭୂତାଣୁ। ପ୍ରତିବର୍ଷ ଅକ୍ଟୋବରରେ ଏଭଳି ମାମଲା ସାମ୍ନାକୁ ଆସେ। ଦେଶରେ ଏଚଏମପିଭି ସଂକ୍ରମଣ ମାମଲା ସାମ୍ନାକୁ ଆସିବା ପରେ ଇତିମଧ୍ୟରେ ବିଭିନ୍ନ ରାଜ୍ୟ ସରକାର ମାର୍ଗଦର୍ଶିକା ଜାରି କରିଛନ୍ତି। 

ଆତଙ୍କିତ ନ ହେବାକୁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ପରାମର୍ଶ
ଚାଇନା ଭାଇରସ ଏଚଏମପିଭିକୁ ନେଇ ଭାରତରେ ଚିନ୍ତା ବଢ଼ିଛି। ଦେଶରେ ମୋଟ ୭ଟି ଏଚଏମପିଭି ଆକ୍ରାନ୍ତ ଚିହ୍ନଟ ହେବା ପରେ ସାରା ଦେଶରେ ଆତଙ୍କ ଖେଳି ଯାଇଛି। ଲୋକମାନେ ଆଶା ଓ ଆଶଙ୍କାରେ ଥିବା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଲୋକଙ୍କୁ ଆତଙ୍କିତ ନ ହେବା ପାଇଁ ପରାମର୍ଶ ଦେଇଛନ୍ତି। ତାଙ୍କ କହିବା କଥା ଯେ ଏଚଏମପିଭି କୌଣସି ନୂଆ ପ୍ରକାରର ଭାଇରସ ନୁହେଁ। ତେଣୁ ଦେଶବାସୀ ବ୍ୟସ୍ତ ହୁଅନ୍ତୁ ନାହିଁ। ଏହି ଭାଇରସ ପ୍ରଥମେ ୨୦୦୧ରେ ଚିହ୍ନଟ ହୋଇଥିଲା। ସେବେଠାରୁ ଏହା ବିଶ୍ୱର ବିଭିନ୍ନ ସ୍ଥାନରେ ରହିଛି ବୋଲି ନଡ୍ଡା କହିଛନ୍ତି। 

ନକ୍ସଲ ଆକ୍ରମଣ, ଯବାନଙ୍କ ଗାଡିକୁ ଟାର୍ଗେଟ୍, ୯ ଶହୀଦ
ଛତିଶଗଡର ନକ୍ସଲ ପ୍ରଭାବିତ ଜିଲ୍ଲା ବିଜେପୁରରୁ ବଡ ଖବର ସାମ୍ନାକୁ ଆସିଛି। ଏକ ବଡ଼ ଧରଣର ଆକ୍ରମଣ କରିଛନ୍ତି ନକ୍ସଲ । IED ବିସ୍ଫୋରଣରେ ୯ ଯବାନ ଶହୀଦ ହୋଇଥିବା ସୂଚନା ମିଳିଛି । ଏଥିସହ ଏକାଧିକ ଯବାନ ଗୁରୁତର ଆହତ ହୋଇଛନ୍ତି। ଖବର ମୁତାବକ ନକ୍ସଲମାନେ ଯବାନଙ୍କ ଗାଡିକୁ ଟାର୍ଗେଟ୍ କରି IRD ବ୍ଲାଷ୍ଟ କରିଥିଲେ । ଏହି ଘଟଣା କୁଟ୍ରୁ ଅଞ୍ଚଳର ବେଡେରା ସ୍ଥାନରେ ହୋଇଛି ବୋଲି କୁହାଯାଉଛି । ନାରାୟଣପୁରରୁ ଯବାନମାନେ ଫେରିବା ସମୟରେ ଏହି ଅଘଟଣ ଘଟିଛି । DRG ଯବାନ ସ୍କର୍ପିଓ ଗାଡିରେ ଆସୁଥିଲେ।

ଦୁଇଦିନ ପାଇଁ ଟ୍ରାଫିକ କଟକଣା
ଜାନୁଆରୀ ୮ରୁ ୧୦ ପର୍ଯ୍ୟନ୍ତ ୨ ଦିନ ପାଇଁ ଟ୍ରାଫିକ୍ ଆଡଭାଇଜରି ଜାରି କରିଛି କମିଶନରେଟ୍ ପୋଲିସ । ପ୍ରବାସୀ ଭାରତୀୟ ଦିବସ ପାଳନ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ପାଇଁ ଟ୍ରାଫିକ ଆଡଭାଇଜରି ଜାରି କରାଯାଇଛି । ନିର୍ଦ୍ଦିଷ୍ଟ ସମୟ ଓ ଅଞ୍ଚଳ ପାଇଁ ଟ୍ରାଫିକ କଟକଣା ଜାରି ହୋଇଛି । ୮ ତାରିଖ ସନ୍ଧ୍ୟା ୭ଟା୫୦ରୁ ୮ଟା୨୦ ପର୍ଯ୍ୟନ୍ତ ଏୟାରପୋର୍ଟ ଛକ- ହସ୍ପିଟାଲ ଛକ, ଏଜି ଛକ, ବାମ ମୋଡ, ରାଜଭବନ ରାସ୍ତା ବନ୍ଦ ରହିବ ।

କାଲିଠୁ ପ୍ରବାସୀ ଭାରତୀୟ ସମ୍ମିଳନୀ
ଭୁବନେଶ୍ୱର ଜନତା ମୈଦାନରେ ପ୍ରବାସୀ ଭାରତୀୟଙ୍କୁ ସ୍ୱାଗତ ପାଇଁ ଜୋରଦାର ପ୍ରସ୍ତୁତି । ପ୍ରଥମଥର ପାଇଁ ଓଡ଼ିଶାରେ ହେବାକୁଥିବା ପ୍ରବାସୀ ଭାରତୀୟ ଦିବସ ସମ୍ମେଳନକୁ ବିଶାଳ ଓ ଭବ୍ୟ କରିବାକୁ ଜୋରଦାର ଆୟୋଜନ କରିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ଏଥିପାଇଁ ଜନତା ମୈଦାନରେ ଛିଡ଼ା ହୋଇଛି ବଡ଼ବଡ଼ ହ୍ୟାଙ୍ଗର । ଯାହା ଭାରତୀୟଙ୍କ ବିଦେଶ ଯାତ୍ରାର ଇତିହାସକୁ ବର୍ଣ୍ଣନା କରୁଛି । କେବେଠୁ ଭାରତୀୟମାନେ ବିଦେଶକୁ ଯାତ୍ରା କଲେ । ଶ୍ରମିକ ଭାବେ ବାହାରକୁ ଯାଇ, କିଭଳି ରାଜନୀତିଠୁ ଆରମ୍ଭ କରି ଅର୍ଥନୀତି ପ୍ରତିଟି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛନ୍ତି ତାହାକୁ ଦର୍ଶାଉଛି ହ୍ୟାଙ୍ଗର । ସେହିପରି ଏଲ୍‌ଇଡି ମାଧ୍ୟମରେ ଓଡ଼ିଶାର ଐତିହ୍ୟ, ପରମ୍ପରାକୁ ପ୍ରଦର୍ଶନ କରି ବିଶ୍ୱସ୍ତରରେ ଏହାର ପ୍ରଚାର ପ୍ରସାର କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । 

ଆଜିଠୁ ନୃତ୍ୟ, ତାଳ, ବାଦ୍ୟ ଓ ଆତିଥ୍ୟରେ କମ୍ପିବ ସାରା ଭୁବନେଶ୍ୱର 
ସାରା ଭୁବନେଶ୍ୱର ଏବେ ଦିନବେଳେ ରଙ୍ଗୀନ ଆଉ ରାତିରେ ରଙ୍ଗୀନ ଆଲୁଅରେ ଝଲମଲ ଦିଶୁଛି। ନାଇଟ ବଜାର, ଆଦିବାସୀ ମେଳାର ପରିବେଶରେ ଯୋଡ଼ି ହେବାକୁ ଯାଉଛି ସଙ୍ଗୀତ, ନୃତ୍ୟ, ବାଦ୍ୟ ଓ ଆତିଥ୍ୟର ଉତ୍କୃଷ୍ଟ ନମୁନାସବୁ। ଗତ ସନ୍ଧ୍ୟାରୁ ଭୁବନେଶ୍ୱରକୁ ମାନ୍ୟଗଣ୍ୟ ବ୍ରକ୍ତିଙ୍କ ଆଗମନ ଆରମ୍ଭ ହୋଇଛି। ଆଜି ଆରମ୍ଭ ହେବାକୁ ଯାଉଛି ୫ଟି ନୂଆ ଉତ୍ସବ। ପୁଣି ପୁରୀ ବେଳାଭୂମି ବି ଆଜି ଏହି ଉତ୍ସବ ବାତାବରଣରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡ଼ିବାକୁ ଯାଉଛି। ଆଜିଠାରୁ ଭୁବନେଶ୍ୱରରେ ଆରମ୍ଭ ହେବ ରାଜାରାଣୀ ସଙ୍ଗୀତ ଉତ୍ସବ। ଓଡ଼ିଶାୀ, ହିନ୍ଦୁସ୍ତାନୀ, କର୍ଣ୍ଣାଟକୀ ଶାସ୍ତ୍ରୀୟ ସଙ୍ଗୀତର ବଛାବଛା ପ୍ରତିଭାସବୁ ଏଠାରେ ସେମାନଙ୍କ ଉତ୍କୃଷ୍ଟ ରାଗ ଓ ତାଳର ମାଦକତା ଭରିବେ। ୧୧ ତାରିଖ ଯାଏ ଏହି ଉତ୍ସବ ରାଜାରାଣୀ ମନ୍ଦିର ପ୍ରାଙ୍ଗଣରେ ଚାଲିବ। 

୫ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ, ୨୩ହଜାର ନୂଆ ନିଯୁକ୍ତି ସମ୍ଭାବନା
ରାଜ୍ୟରେ ୫ଟି ଶିଳ୍ପ ପ୍ରକଳ୍ପରେ ମୋଟ ୪୪ ହଜାର ୭୯୩ କୋଟି ୩ଲକ୍ଷ ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି । ଏହାଦ୍ୱାରା ଆଉ ୨୩୦୦୫ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ । ଯାଜପୁର  ଓ କଟକ ଜିଲ୍ଲାରେ ୨ଟି ଲେଖାଏଁ ଓ ଢେଙ୍କାନାଳରେ ଗୋଟିଏ ଶିଳ୍ପ ପ୍ରକଳ୍ପକୁ ମିଶାଇ ମୋଟ ୫ଟି ଶିଳ୍ପ ପ୍ରକଳ୍ପରେ ପୁଞ୍ଜିନିବେଶ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ୩୮ତମ ହାଇଲେଭଲ କ୍ଲିଅରାନ୍ସ ଅଥରିଟି ବୈଠକରେ ରିଫାଇନାରୀ ଓ ପେଟ୍ରୋକେମିକାଲ, ଗ୍ରୀନ୍ ଏନର୍ଜି ଉପକରଣ, ବାୟୋଟେକ୍ନୋଲୋଜି, ଷ୍ଟିଲ ଆଣ୍ଡ କେମିକାଲସ୍ କ୍ଷେତ୍ରର ଏହି ପୁଞ୍ଜିନିବେଶ ରାଜ୍ୟର ୩ଟି ଜିଲ୍ଲାରେ ଶିଳ୍ପ ପ୍ରକଳ୍ପରେ ହେବ। ଯାହା ଓଡ଼ିଶାରେ ଶିଳ୍ପ ଓ ଆର୍ଥିକ ଭିତ୍ତିଭୂମିକୁ ଗତିଶୀଳ କରାଇବ। 

ଇସ୍ତଫା ଘୋଷଣା କଲେ କାନାଡା ପ୍ରଧାନମନ୍ତ୍ରୀ ଟ୍ରୁଡୋ
କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ନିଜର ଇସ୍ତଫା ସମ୍ପର୍କରେ ଘୋଷଣା କରିଛନ୍ତି। ସେ ଶାସକ ଦଳ ଲିବେରାଲ ପାର୍ଟି ଓ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବେ। କିନ୍ତୁ ତାଙ୍କ ଉତ୍ତରାଧିକାରୀ ଚୟନ ହେବା ପରେ ହିଁ ସେ ଇସ୍ତଫା ଦେବେ ବୋଲି ଆଜି ଘୋଷଣା କରିଛନ୍ତି। ଟ୍ରୁଡୋଙ୍କୁ ତାଙ୍କ ଦଳ ଲିବେରାଲ ପାର୍ଟି ଭିତରୁ ବିରୋଧରୁ ସମ୍ମୁଖୀନ ହେବାକୁ ପଡ଼ିଥିଲା। ଦୀର୍ଘ ୯ ବର୍ଷ ହେଲାଣି ସେ କାନାଡାର ପ୍ରଧାନମନ୍ତ୍ରୀ ପଦରେ ରହିଥିଲେ। ହେଲେ ଖଲିସ୍ତାନ ନେତାଙ୍କ ପ୍ରତି ତାଙ୍କର ଅହେତୁକ ଭଲ ପାଇବା ତାଙ୍କୁ ବିବାଦ ଘେରକୁ ନେଇଥିଲା। ଭାରତ ପକ୍ଷରୁ ଏହାକୁ ବିରୋଧ କରାଯିବାରୁ ଉଭୟ ଦେଶ ମଧ୍ୟରେ କୂଟନୀତିକ ବିବାଦ ଆରମ୍ଭ ହୋଇଥିଲା।

ଉତ୍ସବମୁଖର ବଲାଙ୍ଗୀର ଜିଲ୍ଲାର ଶୁଲିଆ ପୀଠ
ଆଜି ପ୍ରସିଦ୍ଧ ଶୁଲିଆଯାତ୍ରା। ଏନେଇ ଉତ୍ସବମୁଖର ବଲାଙ୍ଗୀର ଜିଲ୍ଲାର ଶୁଲିଆ ପୀଠ, ଖଇରଗୁଡ଼ା ଓ କୁମୁରିଆ ଶୁଲିଆ ପୀଠ। ଆଦିବାସୀମାନେ ଆଜି ପାରମ୍ପରିକ ବଳି ଦେଇ ବିଧି ପାଳନ କରିବେ। ହଜାର ହଜାର ପଶୁପକ୍ଷୀଙ୍କ ରକ୍ତରେ ରକ୍ତ ରଞ୍ଜିତ ହେବ ଶୁଲିଆ ପୀଠ। ଆଜି ସକାଳୁ ମୁଖ୍ୟ ପୂଜକ ଓ ଦେହୁରୀମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ପୀଠରେ ପହଞ୍ଚିବେ। ଶୁଲିଆ ଗୁଡିରୁ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ପୂଜକ ଓ ଦେହୁରୀମାନେ ଶୋଭାଯାତ୍ରାରେ ବାହାରି ଶୁଲିଆ ପୀଠକୁ ଆଗମନ କରୁଛନ୍ତି। ଏଠାରେ ପୂଜାର୍ଚ୍ଚନା ପରେ ପ୍ରଥମେ କୁକୁଡ଼ା ବଳି ଦେଇ ଶୁଳିଆ ବୁଢାକୁ ଭୋଗ ଅର୍ପଣ କରାଯିବ।

କେନ୍ଦୁଝର ଡିଏମ୍‌ଏଫ୍‌ ଅନିୟମିତତା: ଯାଞ୍ଚ, କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ
କେନ୍ଦୁଝର ଜିଲ୍ଲା ଡିଏମ୍‌ଏଫ୍‌ ଅନୁଦାନ ଖର୍ଚ୍ଚରେ ବ୍ୟାପକ ଅନିୟମିତତା ଅଭିଯୋଗର ଯାଞ୍ଚ ଓ କାର୍ଯ୍ୟାନୁଷ୍ଠାନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ଡିଷ୍ଟ୍ରିକ୍ଟ ମିନେରାଲ୍‌ ଫାଉଣ୍ଡେସନ୍ ନିୟମାବଳୀ ୨୦୧୫ ଅନୁସାରେ ଗଠିତ ରାଜ୍ୟସ୍ତରୀୟ କମିଟି(ଏସ୍‌ଏଲ୍‌ସି) ହାଇକୋର୍ଟରେ ଦାଖଲ ଆବେଦନ ଓ ପ୍ରତିଜବାବରେ ଉଲ୍ଲେଖ ଅଭିଯୋଗର ଯାଞ୍ଚ କରିବ। ଅଭିଯୋଗ ସଂପର୍କରେ ଅନୁଧ୍ୟାନ କରି ଏସ୍‌ଏଲ୍‌ସି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।  ଅତିରିକ୍ତ ସରକାରୀ ଓକିଲ ହାଇକୋର୍ଟରେ ଦାଖଲ ଆବେଦନ ଓ ନଥିପତ୍ରରେ ଉଲ୍ଲେଖ ତଥ୍ୟ ଏସ୍‌ଏଲ୍‌ସି ଆବାହକଙ୍କୁ ଉପଲବ୍ଧ କରାଇବେ। ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଚକ୍ରଧାରୀ ଶରଣ ସିଂହ ଓ ଜଷ୍ଟିସ୍‌ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଭକାନ୍ତ ନାୟକଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।