Advertisement
Photo Details/zeeodisha/odisha2590728
photoDetails0hindi

Weather Update: ରାଜ୍ୟରେ କମିବ ଶୀତ! ଘନ କୁହୁଡି଼ ନେଇ ଏହିସବୁ ଜିଲ୍ଲାକୁ ସତର୍କତା ଜାରି

Weather Update: ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ଘନ କୁହୁଡି ସାଙ୍ଗକୁ କାଲୁଆ ପବନ ଜନ ଜୀବନକୁ ଅସ୍ତବ୍ୟସ୍ତ କରି ଦେଉଛି।  ଆସନ୍ତା ତିନି ଦିନ ଭିତରେ ଶୀତର ଲହରୀ କମିବ । ଏ-ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।  

1/5
ଆଜି ବିଶେଷକରି, ଢେଙ୍କାନାଳ, ଯାଜପୁର,  ଅନୁଗୁଳ, କଟକ , ଗଞ୍ଜାମ , ଖୋର୍ଦ୍ଧା, ଗଜପତି ଓ ରାୟଗଡ଼ା ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ପଡିବା ନେଇ ସତର୍କତା ଜାରି ହୋଇଛି। 

 

ALSO READ: Today Horoscope: ଆଜି କନ୍ୟା-ତୁଳା ସମତେ ଏହିସବୁ ରାଶିଙ୍କ ପାଇଁ ମଙ୍ଗଳମୟ ହେବ ମଙ୍ଗଳବାର,ଏମାନଙ୍କ ବଢିବ ଅଯଥା ଖର୍ଚ୍ଚ; ଜାଣନ୍ତୁ ଆଜିର ରାଶିଫଳ

ALSO READ:  Weekly Special Horoscope: ଜାନୁଆରୀର ଦ୍ବିତୀୟ ସପ୍ତାହ, କେମିତି ରହିବ ୧୨ ରାଶିଙ୍କ ଭାଗ୍ୟ? ଜାଣନ୍ତୁ

2/5
ପାଣିପାଗ ବିଭାଗର ସୂଚନା ଅନୁସାରେ, ଗତ ୨୪ ଘଣ୍ଟାରେ ଜି. ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ର ୫ ଡିଗ୍ରୀ ରେକର୍ଡ କରାଯାଇଛି। 

3/5
ସେହିପରି,  ଫୁଲବାଣୀରେ ୮, ଦାରିଙ୍ଗବାଡ଼ିରେ ୮.୫,  ସିମିଲିଗୁଡ଼ାରେ ୫.୯, କୋରାପୁଟରେ ୯.୪ ଓ ରାଉରକେଲାରେ ୯.୫ ଡିଗ୍ରୀ ରେକର୍ଡ କରାଯାଇଛି। 

4/5
ରାଜଧାନୀ ଭୁବନେଶ୍ବରରେ ମଧ୍ୟ ତାପମାତ୍ରା ୧୨.୭ ଡିଗ୍ରୀ ଥିବା ସୂଚନା ମିଳିଛି। 

5/5
ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ।