Advertisement
Photo Details/zeeodisha/odisha2590695
photoDetails0hindi

Today Horoscope: ଆଜି କନ୍ୟା-ତୁଳା ସମତେ ଏହିସବୁ ରାଶିଙ୍କ ପାଇଁ ମଙ୍ଗଳମୟ ହେବ ମଙ୍ଗଳବାର,ଏମାନଙ୍କ ବଢିବ ଅଯଥା ଖର୍ଚ୍ଚ; ଜାଣନ୍ତୁ ଆଜିର ରାଶିଫଳ

Horoscope Today 7 January 2025: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଜାନୁଆରୀ ୭ ହେଉଛି ମଙ୍ଗଳବାର। ତେବେ, ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

1/12
ମେଷ :  ଆଜିର ଦିନଟି ଲାଭଦାୟୀ ରହିବ। ଆର୍ଥିକ ସ୍ଥିତି ଭଲ ରହିବ। ଯେଉଁ କାମରେ ହାତ ଦେଇଛନ୍ତି, ସେଥିରେ ସଫଳତା ହାସଲ କରିବେ । ଅଫିସ୍‌ ଯିବା ରାସ୍ତାରେ ଅଜଣା ବ୍ୟକ୍ତିଙ୍କ ସହ ମିତ୍ରତା ସୃଷ୍ଟି କରିପାରନ୍ତି । ଭୁଲ୍‌ ବୁଝାମଣା କାରଣରୁ ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିବ । ଖର୍ଚ୍ଚ ବୃଦ୍ଧି ହେତୁ ଅର୍ଥାଭାବ ଦେଖାଦେଇପାରେ। ଓ ପରିଶୋଧ ଚିନ୍ତାରେ ବିଚଳିତ ହେବେ ।

 

ALSO READ:  Weekly Special Horoscope: ଜାନୁଆରୀର ଦ୍ବିତୀୟ ସପ୍ତାହ, କେମିତି ରହିବ ୧୨ ରାଶିଙ୍କ ଭାଗ୍ୟ? ଜାଣନ୍ତୁ

ALSO READ: Zodiac Signs: ମକର ସଂକ୍ରାନ୍ତି ପୂର୍ବରୁ ଫିଟିବ ୫ରାଶିଙ୍କ ଭାଗ୍ୟ, ସୂର୍ଯ୍ୟଦେବ କରିବେ ଏହିସବୁ ରାଶି ଉପରେ ଟଙ୍କା ବର୍ଷା!

2/12
ବୃଷ: କର୍ମକ୍ଷେତ୍ରରେ ସହକର୍ମୀମାନେ ସହଯୋଗର ହାତ ବଢ଼ାଇବେ । ପରିବାରରେ ଅଶାନ୍ତି ଲାଗି ରହିବ।  ଆଶା କରୁଥିବା ଜିନିଷଟି ପାଇପାରିବେ ନାହିଁ । ବନ୍ଧୁମାନେ ଠିକ୍‌ ଖବର ଦେବାରେ ହେଳା କରିବାରୁ ସୁଯୋଗ ହାତଛଡ଼ା ହେବ । ଗୁରୁ୍‌ତ୍ୱପୂର୍ଣ୍ଣ କାମ ସକାଶେ ମୋଟାଅଙ୍କର ଅର୍ଥ ଆବଶ୍ୟକ ହୋଇପାରେ । 

3/12
ମିଥୁନ:  ଆଜି ପୁରାତନ ରୋଗରୁ ପୀଡ଼ା ଅନୁଭବ କରିପାରନ୍ତି । ଶିଳ୍ପ, ବାଣିଜ୍ୟ, ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିଲେ ମଧ୍ୟ ବିଶେଷ କ୍ଷତିଗ୍ରସ୍ତ ହେବେନାହିଁ । ପରିବାରରେ ମନକଥା ମନରେ ରଖି ଚଳିବାକୁ ବାଧ୍ୟହେବେ । ମନର ଅସ୍ଥିରତା ହେତୁ ଆପଣଙ୍କ ବ୍ୟବହାର ବନ୍ଧୁଙ୍କ ମନରେ ଆଘାତ ଦେଇପାରେ । ଦୂରଯାତ୍ରା କରିପାରନ୍ତି। 

4/12
କର୍କଟ :  ଆଜି ଅପ୍ରିୟ ସତକଥା କହି ପରିବାରରେ ବିରୋଧୀ ହେବାକୁ ପଡ଼ିପାରେ । କୌଣସି ଘଟଣା ମନକୁ ବାରମ୍ବାର ଆଲୋଡ଼ିତ କରିବା ଫଳରେ ଦୁଃଖରେ ରହିବେ । ସଭାସମିତିରେ କିମ୍ବା କର୍ମକ୍ଷେତ୍ରରେ  ପ୍ରଂଶସିତ ହେବେ। ମହିଳା ମିତ୍ରଙ୍କ ସହ ଦୂରଯାତ୍ରା କରିବେ। 

5/12
ସିଂହ :  କର୍ମକ୍ଷେତ୍ରରେ ନୂତନ ପଦକ୍ଷେପ ଗ୍ରହଣ କରିବାକୁ ମନସ୍ଥ କରିବେ । ଆଲୋଚନା ଅସମାପ୍ତ ରହିବା ସାଙ୍ଗକୁ ପିଲାଙ୍କ କାମକୁ ନାପସନ୍ଦ କରିପାରନ୍ତି । ଧର୍ମକାମରେ ବ୍ୟସ୍ତ ରହି ଘରର ଆବଶ୍ୟକତାକୁ ଅଣଦେଖା କରିପାରନ୍ତି । ପରସ୍ପର ବାକ୍ୟ ବିନିମୟ ସାଙ୍ଗକୁ ବ୍ୟୟାଧିକ୍ୟ କାରଣରୁ ଘରେ ତର୍କ ବିତର୍କର ସୂଚନା ରହିଛି ।

6/12
  କନ୍ୟା :  ଆଜି ଭାଙ୍ଗି ଯାଇଥିବା ସମ୍ପର୍କକୁ ସଜାଡିବାରେ ସଫଳ ହେବେ। ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ । ବିବାଦୀୟ ପରିସ୍ଥିତିରେ ଉପସ୍ଥିତ ବୁଦ୍ଧି ଖଟାଇ ଘଟଣାକୁ ସୁଧାରି ନେବେ । ସାମାଜିକ ସ୍ତରରେ ଭୁଲ୍‌ ଖବର ପାଇ ବିବ୍ରତ ହୋଇପାରନ୍ତି । ଯେତେ ଚେଷ୍ଟା କଲେ ମଧ୍ୟ ପାରିବାରିକ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରିପାରିବେ ନାହିଁ । 

7/12
ତୁଳା : ଅଦାଲତ ମାମଲା  କିମ୍ବା ଦିର୍ଘ ଦିନ ଧରି ଚାଲିଥିବା ମାମାଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ପାରିବାରିକ କ୍ଷେତ୍ରରେ ଅପୂରଣୀୟ ଆଶା ସାଙ୍ଗକୁ ବିଭିନ୍ନ ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ । ଅଫିସ୍‌ରେ ଅଧସ୍ତନ କର୍ମଚାରୀଙ୍କ କାର୍ଯ୍ୟର ବାରମ୍ବାର ବିଳମ୍ବତାକୁ ଲକ୍ଷ୍ୟକରି ବ୍ୟସ୍ତ ହୋଇପଡ଼ିବେ । ନିର୍ମାଣ, ଚୁକ୍ତିପତ୍ର, ସାମ୍ବାଦିକତା, ବିବାଦୀୟ ମନ୍ତବ୍ୟକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହେବେ । 

8/12

ବିଛା :  ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ। ପରିସ୍ଥିତି ବଦଳିଯିବା କାରଣରୁ ମାନସିକ ସ୍ଥିତି ଏତେ ଭଲ ରହିବ । ପ୍ରଶାସନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ । ପଡ଼ୋଶୀ ଏବଂ ସହକର୍ମୀଙ୍କ ସହାନୁଭୂତି ଯୋଗୁ କାମ ସମ୍ପନ୍ନ କରିବାରେ ଅସୁବିଧା ହେବ ନାହିଁ । ଭ୍ରମଣ ଓ କଠିନ ଶ୍ରମ ହେତୁକ ସ୍ବାସ୍ଥ୍ୟହାନି ଘଟିପାରେ । ଅର୍ଥନୈତିକ ସ୍ଥିତି ଭଲ ରହିବ। 

9/12
ଧନୁ : ଆଜି କର୍ମକ୍ଷେତ୍ରରେ ସାମର୍ଥ୍ୟ ଅନୁଯାୟୀ କାମ କଲେ ବରିଷ୍ଠ ଅଧିକାରୀ ଖୁସି ହେବେ ନାହିଁ। ପ୍ରତ୍ୟେକ କ୍ଷେତ୍ରରେ ଅସୁବିଧା ଅନୁଭବ କରିବେ । ସାମାଜିକ ସ୍ତରରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବଢ଼ିବ । କିନ୍ତୁ ଭଲ ସମ୍ପର୍କ ନଥିବା ସହକର୍ମୀଙ୍କ ଦୌରାମତ୍‌ୟ କର୍ମକ୍ଷେତ୍ରରେ ଅସହ୍ୟ ହୋଇପାରେ । ସମ୍ପର୍କ ପୁନଃ ପ୍ରତିଷ୍ଠିତ ହେବାରୁ ଟେନ୍‌ସନ୍‌ କିଛି ମାତ୍ରାରେ କମିଯିବ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ। 

10/12

ମକର : ଆଜି  ଅଯଖା ଖର୍ଚ୍ଚ ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ କାର୍ଯ୍ୟଭାର ଚାପ ବଢ଼ିପାରେ । ପ୍ରିୟ ବ୍ୟକ୍ତିଙ୍କ ଉପରେ ଅଯଥା ବିରକ୍ତ ହେଲେ ନିଜେ କ୍ଷତିରେ ପଡ଼ିବେ ।  କଳା, ସାହିତ୍ୟ, କ୍ରୀଡ଼ା, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟା ସମାଧାନ ଦିଗକୁ ମୁହାଁଇପାରନ୍ତି । ଋତୁ କାଳୀନ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ। 

11/12

କୁମ୍ଭ : କର୍ମକ୍ଷେତ୍ରରେ ବିଭିନ୍ନ ଦିଗରୁ ସହଯୋଗ ପାଇ ମନ ଖୁସି ରହିବ। ସମ୍ମାନ ବୃଦ୍ଧି ପାଇବ। ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କରି ମାନସିକ ଅସନ୍ତୋଷ ବୃଦ୍ଧିର କାରଣ ହେବ । ଆନୁଷ୍ଠାନିକ କିମ୍ବା ସାମାଜିକ ସ୍ତରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ପରିସ୍ଥିତି ପ୍ରତି ଲକ୍ଷ୍ୟ ରଖି କାମ କରି ଚାଲିଲେ କୌଣସି ଅସୁବିଧା ରହିବ ନାହିଁ । 

12/12

ମୀନ : ଆଜି ସାଧାରଣ ଘଟଣାକୁ କେନ୍ଦ୍ରକରି ଦିନସାରା ମାନସିକ ଅଶାନ୍ତି ଦେଖାଦେବ। ଅସୁସ୍ଥତା ଲାଗି ରହିଲେ ମଧ୍ୟ ଅନ୍ୟମାନଙ୍କ ସାହାଯ୍ୟରେ କାମ ସମ୍ପାଦନ କରିପାରିବେ । ଛୋଟ କଥାକୁ କେନ୍ଦ୍ରକରି ପାରିବାରିକ ଶାନ୍ତି ବ୍ୟାହତ ହୋଇପାରେ । ବନ୍ଧୁଙ୍କ ଫେରିବାରେ ବିଳମ୍ବତାକୁ ଲକ୍ଷ୍ୟକରି ବ୍ୟସ୍ତ ହୋଇପଡ଼ିବେ ।