Advertisement
Photo Details/zeeodisha/odisha2590816
photoDetails0hindi

Dhanadhya Yoga: ୨୮ ଜାନୁଆରୀ ପୂର୍ବରୁ ଏହିସବୁ ରାଶିଙ୍କ ଭାଗ୍ୟ ବଦଳାଇବ ଧନଧ୍ୟା ଯୋଗ, ବର୍ଷା ସାରା ଟଙ୍କା ବର୍ଷା କରିବେ ଶନି-ଶୁକ୍ର!

Dhanadhya Yoga: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଏହି କ୍ରମରେ ଶନିଦେବ ବର୍ତ୍ତମାନ କୁମ୍ଭ ରାଶିରେ ବିରାଜମାନ ଥିବା ବେଳେ ସେହି ରାଶିକୁ ଶୁକ୍ର ଜାନୁଆରୀ ୨୭ , ତାରିଖ ସକାଳ ୮ଟା ୪୦ ମିନିଟ୍ ସମୟରେ ଚଳନ କରିବେ। ପ୍ରାୟ ଏକ ମାସ ଧରି ଶୁକ୍ର ସେହି ରାଶିରେ ରହିବେ। କୁମ୍ଭରେ ଶନି-ଶୁକ୍ରଙ୍କ ମିଳନ ଶନି-ଶୁକ୍ର ୟୁତି ବା ଧନଧ୍ୟା ଯୋଗ ସୃଷ୍ଟି କରୁଛି। ଜାତକରେ ଶନି ଓ ଶୁକ୍ରଙ୍କ ସ୍ଥିତି ମଜବୁତ୍ ଥିଲେ ବ୍ୟକ୍ତି ଜୀବନରେ ଧନୀ- ହେବା ସହିତ ସମସ୍ତ ସୁଖ-ସମୃଦ୍ଧି ପ୍ରାପ୍ତ କରିଥାଏ। ତେବେ, ଆସନ୍ତୁ ଜାଣିବା ଧନଧ୍ୟା ଯୋଗ କେଉଁ ସବୁ ରାଶିଙ୍କ ଭାଗ୍ୟ ଚମକାଉଛି...

1/5

  କର୍କଟ: କର୍କଟ ରାଶିର ଭାଗ୍ୟ ଚମକାଇବ ଧନଧ୍ୟା ଯୋଗ । ଏହି ସମୟ ମଧ୍ୟରେ ଆର୍ଥିକ ସ୍ଥିତି ମଜବୁତ୍ ହେବ। ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି। ସେମାନେ କୌଣସି ଏକ କମ୍ପାନୀରୁ ଫୋନ୍- କଲ୍ ବା ଅଫର ଲେଟର ପାଇବେ। ଦିର୍ଘ ଦିନ ଧରି ଜୀବନରେ ଚାଲିଆସୁଥିବା ସମସ୍ୟାର ଅନ୍ତ ଘଟିବ। ଭାଙ୍ଗି ଯାଇଥିବା ପ୍ରେମ ସମ୍ପର୍କ ପୁଣି ଥରେ ଯୋଡି଼ ହେବ। ଜାନୁଆରୀ ୨୮ ପୂର୍ବରୁ ବ୍ୟବସାୟୀମାନେ କୌଣସି ପ୍ରକାର ଏକ ବଡ଼ ଡିଲ୍ ଫାଇନାଲ୍ କରିବେ। ଯେଉଁଥିରୁ ଅପ୍ରତ୍ୟାଶିତ ଲାଭ ପାଇବେ। କର୍ମକ୍ଷେତ୍ରରେ ବଡ଼ ଦାୟିତ୍ବ ମିଳିବା ସହ ଦରମା ବଢିବ। ସମ୍ପର୍କୀୟଙ୍କ ସହ ହୋଇଥିବା ମନୋମାଳିନ୍ୟ-ଦୂର ହେବ। ପୈତୃକ ସମ୍ପତ୍ତିରୁ ଲାଭ ପାଇବେ।  ଯେଉଁମାନେ ବିଦେଶରେ ପାଠ ପଢିବା ପାଇଁ ବା ଆଡମିଶନ ପାଇଁ ସ୍ବପ୍ନ ଦେଖୁଛନ୍ତି, ସେମାନଙ୍କ ଆଶା ପୂରଣ ହେବ। 

ALSO READ: Weather Update: ରାଜ୍ୟରେ କମିବ ଶୀତ! ଘନ କୁହୁଡି଼ ନେଇ ଏହିସବୁ ଜିଲ୍ଲାକୁ ସତର୍କତା ଜାରି

 

ALSO READ: Today Horoscope: ଆଜି କନ୍ୟା-ତୁଳା ସମତେ ଏହିସବୁ ରାଶିଙ୍କ ପାଇଁ ମଙ୍ଗଳମୟ ହେବ ମଙ୍ଗଳବାର,ଏମାନଙ୍କ ବଢିବ ଅଯଥା ଖର୍ଚ୍ଚ; ଜାଣନ୍ତୁ ଆଜିର ରାଶିଫଳ

 

2/5

ସିଂହ: ଧନଧ୍ୟା ଯୋଗ ଏହି ରାଶିର ଭାଗ୍ୟ ଫିଟାଇବ। କ୍ୟାରିୟର ଦୃଷ୍ଟିକୋଣରୁ ସମୟ ଭଲ ରହିବ। କ୍ୟାରିୟର କାଉନସେଲିଂ, ଓକିଲ, ସାମ୍ବାଦିକ ଓ ବୀମା କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିଙ୍କ ପାଇଁ ସମୟ ଅନୁକୂଳ ରହିବ। କର୍ମକ୍ଷେତ୍ରରେ ମାହୋଲ୍ ଭଲ ରହିବ। କ୍ୟାରିୟରରେ ଲାଗି ରହିଥିବା ଅସ୍ଥିରତା ଦୂର ହେବ। ଲଟେରୀ ଓ ସେୟାର ମାର୍କେଟ୍ ରୁ ଲାଭବାନ୍ ହେବେ। ନୂଆ ଘର କିମ୍ବା କିଣିବେ। ବ୍ୟବସାୟୀମାନେ ଆଶା ଠାରୁ ଅଧିକ ଲାଭ ବ୍ୟବସାୟରେ କରିବେ। ସ୍ବାସ୍ଥ୍ୟ ଭଲ ରହିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପ୍ରେମୀମାନେ ସାଥୀଙ୍କ ସହିତ କ୍ବାଲିଟି ଟାଇମ୍ ଅତିବାହିତ କରିବେ। 

 

3/5

ବିଛା: ଧନଧ୍ୟା ଯୋଗ ଯୋଗ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ରହିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ବେଶ ସୁଦୃଢ ରହିବ।  କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ସହିତ ପ୍ରଂଶସିତ ହେବ। ସହକର୍ମୀ ଓ ବରିଷ୍ଠ ଅଧିକାରୀଙ୍କ ସହଯୋଗ ପାଇବେ । ଯେଉଁମାନେ ବିଦେଶରେ ବାଣିଜ୍ୟ ବ୍ୟବସାୟ ଆରମ୍ଭ କରିବା ପାଇଁ ସ୍ବପ୍ନ ଦେଖୁଛନ୍ତି। ସେମାନଙ୍କ ପାଇଁ ସମୟ ଭଲ ରହିବ।  ଏହି ସମୟରେ ବ୍ୟବସାୟ ଆରମ୍ଭ କଲେ ଭଲ ଦ୍ବି-ପଇସା ଲାଭ ମିଳିବ। ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ-କଚେରୀର ମାମଲାର ରାୟରେ ବିଜୟୀ ଲାଭ କରିବେ। ପରିବାର ସହ ଭଲ ସମୟ ଅତିବାହିତ କରିବେ। କମ୍ପିଟେଟିଭ୍ ଏକଜାମ୍ ଦେଉଥିବା ଛାତ୍ରଛାତ୍ରୀମାନେ ଭଲ ରେଜଲ୍ଟ କରିବେ।  ରାଜନୈତିକ ବ୍ୟକ୍ତି ବିଶେଷଙ୍କ ପାଇଁ ସମୟ ଶୁଭ ରହିବ। ଏହି ସମୟରେ ଦଳ ବଦଳାଇଲେ ଭଲ ପଦବୀ ପାଇବେ। ସ୍ବାସ୍ଥ୍ୟ ଭଲ ରହିବା ସହିତ ପରିବାର ସହିତ ଭଲ ସମୟ ଅତିବାହିତ କରିବେ। 

4/5

କୁମ୍ଭ: ଶନି-ଶୁକ୍ରଙ୍କ ଶୁଭ ମିଳନ ଏହି ରାଶି ପାଇଁ ଲାଭଦାୟୀ ପ୍ରମାଣିତ ହେବ। ବ୍ୟକ୍ତିଗତ ଜୀବନରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ପୈତୃକ ସମ୍ପତ୍ତିରୁ ଅଧିକ ଭାଗ ପାଇବେ। ଯେଉଁମାନେ ପୁଞ୍ଜି ବିନିଯୋଗ ପାଇଁ ଯୋଜନା କରୁଛନ୍ତି। ସେମାନେ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ନେଇ  ବିନିଯୋଗ କଲେ ଭଲ ରିଟର୍ଣ୍ଣ ପାଇବେ। ଏହି ସମୟ ମଧ୍ୟରେ ସମସ୍ତ କାର୍ଯ୍ୟ କରିବାକୁ ମନୋବଳ ଦୃଢ ହେବା ସହିତ ସାହାସ ବୃଦ୍ଧି ପାଇବ। ବ୍ୟବସାୟୀମାନେ ବ୍ୟବସାୟରେ ଅଗ୍ରଗତି କରିବେ। ଆର୍ଥିକ ଦେଣେନେଣ ପାଇଁ ସମୟ ଶୁଭ ରହିବ।  କାରବାର ବଢିବା ସହ ପ୍ରଚୁର ଲାଭ ପାଇବେ। ସରକାରୀ ଚାକିରି ପାଇଁ ସ୍ବପ୍ନ ଦେଖୁଥିବା ଆଶାୟୀଙ୍କ ମନୋବାଞ୍ଛା ପୂରଣ ହେବ। ସ୍ବାସ୍ଥ୍ୟ ଭଲ ରହିବ। ପରିବାର ଲୋକଙ୍କ ସହିତ ଦୂର ଯାତ୍ରା କରିବେଯ। ପ୍ରେମୀଙ୍କ ପାଇଁ ସମୟ ଖାସ୍ ରହିବ।

5/5

ମୀନ: ଧନଧ୍ୟା ଯୋଗ ଏହି ରାଶିର ଭାଗ୍ୟ ଉଦୟ କରିବ। ଉଭୟ ଚାକିରିଆ ଓ ବ୍ୟବସାୟୀଙ୍କ ପାଇଁ ସମୟ ଶୁଭ ରହିବ। ଯେଉଁମାନେ  ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। ଏହି ସମୟରେ ଆରମ୍ଭ କଲେ ଭଲ ଲାଭ ପାଇବେ। ବ୍ୟବସାୟରେ ନୂଆ ଯୋଜନାକୁ କାର୍ଯ୍ୟକାରୀ କରାଇଲେ ଅଧିକ ଟଙ୍କା ରୋଜଗାର କରିବାକୁ ସକ୍ଷମ ହେବେ। ଗାଡି଼ କିଣିବାର ସ୍ବପ୍ନ ସାକାର ହେବ। ଘରେ ଲାଗି ରହିଥିବା କଳହର ସମାଧାନ ହେବ। କର୍ମକ୍ଷେତ୍ରରେ କଠିନ ପରିଶ୍ରମର ଫଳ ମିଳିବ। ସହକର୍ମୀଙ୍କ ସହ ହୋଇଥିବା ମନୋମାଳିନ୍ୟ ଦୂର ହେବ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଭଲ ରେଜଲ୍ଟ କରିବେ। ପରିବାର ଲୋକଙ୍କ ସହ ଧାର୍ମିକ ଯାତ୍ରା କରିବେ। 

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)