୪୭ ଡିଗ୍ରୀ ତାତିରୁ ମୁକ୍ତି ଦେବ ଏହି ସବୁଜ ପତ୍ର
Advertisement
Article Detail0/zeeodisha/odisha2290097

୪୭ ଡିଗ୍ରୀ ତାତିରୁ ମୁକ୍ତି ଦେବ ଏହି ସବୁଜ ପତ୍ର

ପ୍ରଚଣ୍ଡ ଗ୍ରୀଷ୍ମ ଉତ୍ତାପ ପାଇଁ ଆପଣ ଚିନ୍ତିତ କି? ଗରମ ପବନ ଯୋଗୁଁ ଆପଣଙ୍କର ଚର୍ମ ଜଳାପୋଡା ହେଉଛି କି ? ଏସବୁର ସମାଧାନ ଲାଗି ପଢନ୍ତୁ ନିମ୍ନରେ ଥିବା  ଘରୋଇ ସରଳ ଟିପ୍ସକୁ....

mint and coriander

Health benifit  : ଗ୍ରୀଷ୍ମ ଋତୁରେ ଆପଣ ଶରୀରକୁ ଥଣ୍ଡା ରଖିବା ପାଇଁ ଅନେକ ଜିନିଷ ଖାଉଥିବେ । ଯାହାକୁ ଖାଇବା ଦ୍ୱାରା ଶରୀରକୁ ଶୀତଳ ପ୍ରଦାନ କରିବା ସହ ଅନେକ ରୋଗରୁ ମଧ୍ୟ ଏହା ରକ୍ଷା କରିଥାଏ । ଆଜି ଆମେ ଏପରି ପତ୍ର ବିଷୟରେ କହିବାକୁ ଯାଉଛୁ । ଏହାକୁ ଖରାଦିନରେ ସେବନ କରିବା ଦ୍ୱାରା ଅନେକ ଫାଇଦା ମିଳିଥାଏ । ତେବେ ଆସନ୍ତୁ ଜାଣିବା  ତାତିରୁ କିପରି ମୁକ୍ତି ପାଇବା ।

ପ୍ରଚଣ୍ଡ ଗ୍ରୀଷ୍ମ ଉତ୍ତାପ ପାଇଁ ଆପଣ ଚିନ୍ତିତ କି? ଗରମ ପବନ ଯୋଗୁଁ ଆପଣଙ୍କର ଚର୍ମ ଜଳାପୋଡା ହେଉଛି କି ? ତେବେ ଏସବୁର ସମାଧାନ ଲାଗି ଆପଣମାନଙ୍କ ଲାଗି କିଛି ଘରୋଇ ସରଳ ଟିପ୍ସ ଆମେ ଜଣେଇବାକୁ ଯାଉଛୁ । ଚଳିତ ବର୍ଷ ସାରା ଭାରତ ବର୍ଷରେ ଲୋକମାନେ ଭୀଷଣ ରୌଦ୍ର ତାପରେ ଏକ ପ୍ରକାରର କଷ୍ଟ ଅନୁଭବ କରୁଛନ୍ତି । ଦେଶରେ ପୂର୍ବ ବର୍ଷ ଅପେକ୍ଷା ଏଥର ପାରଦ ୪୭ ଡିଗ୍ରି ଅତିକ୍ରମ କରିଛି । ଯାହା ଲୋକମାନଙ୍କୁ ଘରୁବାହାର କରାଇଦେଉନି । ଲୋକମାନେ ନିଜର ଶୋଷ ମେଣ୍ଟେଇବା ପାଇଁ ଅନେକ ପ୍ରକାରର ଥଣ୍ଡା ପାନୀୟ ଜଳ ବ୍ୟବହାର କରୁଛନ୍ତି । ଆମେ ଆପଣଙ୍କୁ ଏପରି ଏକ ସବୁଜ ପତ୍ର ବିଷୟରେ କହିବାକୁ ଯାଉଛୁ ଏହା ଖାଇବା ଦ୍ୱାରା ବା ସବୁଦିନ ଖାଦ୍ୟରେ ସାମିଲ କରିବା ଦ୍ୱାରା ଏହା ଆପଣଙ୍କ ଶରୀରକୁ ଶୀତଳତା ପ୍ରଦାନ କରିଥାଏ ।

୧.ପୋଦିନା - ଏକ ଆୟୁର୍ବେଦିକ ଡାକ୍ତରୀ ଟିମ ଗଣମାଧ୍ୟମର ସାକ୍ଷାତ କାରରେ କହିଛନ୍ତି ଯେ, ଗ୍ରୀଷ୍ମଋତୁରେ ଶରୀରକୁ ଥଣ୍ଡା ଏବଂ ସୁସ୍ଥ ରଖିବା ପାଇଁ ପ୍ରତ୍ୟେକ ଦିନ ପୋଦିନାକୁ ଖାଦ୍ୟରେ ସାମିଲ କରିବା ଉଚିତ । ଏହି ପୋଦିନା ପତ୍ରରେ ଭିଟାମିିନ -ଏ, ଭିଟାମିନ-ସି, ମ୍ୟାଗ୍ନେସିୟମ, ପୋଟାସିୟମ, କ୍ୟାଲସିୟମ, ଆଇରନ ଇତ୍ୟାଦିରେ ଭରପୁର ହୋଇ ରହିିଛି । ଏହାକୁ ଖାଇବା ଦ୍ୱାରା ଗ୍ୟାସ, ବିନ୍ଧା ଜନିତ ସମସ୍ୟା ନାଶ ହୋଇଥାଏ । ଏହି ପତ୍ରରେ ଆଣ୍ଟିଅକ୍ସିଡାଣ୍ଟ ପ୍ରଚୁର ମାତ୍ରାରେ ରହିଥିବାରୁ ଚାପ, କର୍କଟ , ହୃଦଘାତଭଳି ସମସ୍ୟାକୁ ରୋକିବାକୁ ସହାୟକ ହୋଇଥାଏ । ଅନେକ ସଂକ୍ରମଣ ରୋଗରୁ ମଧ୍ୟ ରକ୍ଷା କରିବାରେ ଏହା ରାମବାଣ ସଦୃଶ ଭଳି କାର୍ଯ୍ୟ କରିଥାଏ । ପେଟ ଥଣ୍ଡା କରିବା ଲାଗି ପୋଦିନାକୁ ଆପଣ ସାଲାଡ, ସରବତ, ଚା, ଲେମ୍ବୁ ପାଣି, ବା ସାଧାରଣ ପାଣିରେ ମଧ୍ୟ ପୋଦିନା ମିଶାଇ ପାନୀୟ ରୂପେ ଗ୍ରହଣ କରିପାରିବେ ।

୨. ଧନିଆ ପତ୍ର- ପୋଦିନା ପରି ଖରାଦିନେ ଧନିଆ ପତ୍ର ଖାଇବା ମଧ୍ୟ ବହୁତ ଲାଭଦାୟକ । ଖରାଦିନେ ଅନେକ ଏହାର ଚଟଣି ଖାଇବାକୁ ବହୁତ ପସନ୍ଦ କରନ୍ତି । ଧନିଆରେ ଅନେକ ଭିଟାମିନ ଓ ଅନେକ
ମିନେରାଲସ ରହିଛି । ଏଥିରେ ଥିବା ପୋଷକ ତତ୍ତ୍ୱରେ ଅନେକ ରୋଗ ଏବଂ ସଂକ୍ରମଣ କରିବାର ଗୁଣ ରହିଛି । ଜାବାଣୁ ମାନଙ୍କ ସହିତ ଫାଇଟ କରିବା ପାଇଁ ଏହା ଅତ୍ୟନ୍ତ ପ୍ରଭାବଶାଳୀ ରହିଥାଏ । ଏହାକୁ ସାଲାଡ ଏବଂ ସମସ୍ତ ରନ୍ଧା ଖାଦ୍ୟରେ ପକାଇ ଖଆଇ ପାରିବେ । ତେଣୁ ଖାଦ୍ୟରେ ବା ପାନୀୟରେ ଆପଣମାନେ ଏହାକୁ ପ୍ରତ୍ୟେକ ଦିନ ସାମିଲ କରିପାରିବେ ।