ଅସମୟରେ ବାର୍ଦ୍ଧକ୍ୟକୁ ହାତଠାରି ଡାକିଥାଏ ଏସବୁ ଖାଦ୍ୟ, ଦେଖି ନିଅନ୍ତୁ ତାଲିକା
Advertisement
Article Detail0/zeeodisha/odisha1207076

ଅସମୟରେ ବାର୍ଦ୍ଧକ୍ୟକୁ ହାତଠାରି ଡାକିଥାଏ ଏସବୁ ଖାଦ୍ୟ, ଦେଖି ନିଅନ୍ତୁ ତାଲିକା

Healthy Eating Tips: ଆପଣ ଜାଣନ୍ତି କି କିଛି ଖାଦ୍ୟ ରହିଛି, ଯାହା ଆପଣଙ୍କ ବୟସ ବୃଦ୍ଧି ପ୍ରକ୍ରିୟାକୁ ଦ୍ରୁତ କରିଥାଏ । ଯଦି ଆପଣ ବି ଏହି ଖାଦ୍ୟ ଖାଉଛନ୍ତି, ଏହା ଆପଣଙ୍କୁ ବୟସ ପୂର୍ବରୁ ବୃଦ୍ଧ କରିଦେଇପାରେ । ତେଣୁ ଏହିପରି ଖାଦ୍ୟ ପ୍ରତି ଆପଣ ସତର୍କ ରହିବା ଆବଶ୍ୟକ ।

ସାଙ୍କେତିକ ଫଟୋ

Healthy Eating Tips: ଲୋକମାନେ ସାଧାରଣତଃ ନିଜ ତ୍ୱଚାକୁ ସୁସ୍ଥ ଓ ସୁନ୍ଦର ରଖିବା ପାଇଁ ଅଧିକ ସମୟ ଦେବା ସହ ଅର୍ଥ ଖର୍ଚ୍ଚ କରିବାକୁ ପଛାନ୍ତି ନାହିଁ । କିନ୍ତୁ ତ୍ୱଚା ପାଇଁ ଯାହା କରିବା ଆବଶ୍ୟକ, ତାହା ଭୁଲିଯାଆନ୍ତି । କାରଣ ତ୍ୱଚାକୁ ସୁସ୍ଥ ରଖିବା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଉପଯୁକ୍ତ ଖାଦ୍ୟଗ୍ରହଣ । ଯଦି ଆମେ ତ୍ୱଚାକୁ ଦୁର୍ବଳ କରୁଥିବା ଖାଦ୍ୟ କିମ୍ବା ନିଶା ସେବନ କରନ୍ତି ତେବେ ବୟସ ପୂର୍ବରୁ ତ୍ୱଚା ଦୁର୍ବଳ ହୋଇଯିବା ସ୍ୱଭାବିକ । ଏକଥା ଆପଣ ଜାଣିବା ଜରୁରୀ ବୟସ ବଢ଼ିବା ଏକ ପ୍ରାକୃତିକ ପ୍ରକ୍ରିୟା । କିନ୍ତୁ ଆପଣଙ୍କ ଭୁଲ ଖାଦ୍ୟପେୟ ଅଭ୍ୟାସ ଏହି ପ୍ରକ୍ରିୟାକୁ ଦ୍ରୁତ କରିଥାଏ । ଆପଣ ପ୍ରାକୃତିକ ଭାବେ ବୃଦ୍ଧି ପାଉଥିବା ବୟସକୁ କୌଣସି ବି ଉପାୟରେ ଅଟକାଇ ପାରିବେ ନାହିଁ । କିନ୍ତୁ ଅସମୟରେ ଗ୍ରାସ କରୁଥିବା ବାର୍ଦ୍ଧକ୍ୟର ପ୍ରଭାବକୁ କମାଇ ଦେଇପାରିବେ ।

ତ୍ୱଚା ପାଇଁ ବିପଦ ଫ୍ରାଏଡ ଫୁଡ

ଛଣା ଯାଉଥିବା ଖାଦ୍ୟରୁ ବହୁ ପରିମାଣରେ ଫ୍ରି ରେଡିକଲ ବାହାରିଥାଏ । ତ୍ୱଚା ଇଲାଷ୍ଟିସିଟିକୁ ଏହା ଦୁର୍ବଳ କରିଦେଇଥାଏ । ଫ୍ରେଞ୍ଚ୍ ଫ୍ରାଇ, ଶଙ୍କରକନ୍ଦ ଫ୍ରାଇ ପରି ଖାଦ୍ୟ ପଦାର୍ଥ ଗୁଡ଼ିକ ତ୍ୱତା ଉପରେ ଗଭୀର ପ୍ରଭାବ ପକାଇଥାଏ । ତେଣୁ ଯଦି ଆପଣ ତ୍ୱଚାକୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି, ତେବେ ଏପରି ଖାଦ୍ୟଠାରୁ ଦୂରେଇ ରହିବା ଆବଶ୍ୟକ ।

ତ୍ୱଚା ପାଇଁ ବିପଦ ଚିନି

ଧଳା ବା ସଫେଦ ଚିନି ତ୍ୱଚାକୁ ଅଧିକ ପ୍ରଭାବିତ କରିଥାଏ । କାରଣ ଏହା କୋଲେଜନକୁ ଦୁର୍ବଳ କରିବା ସହ ହାନିକାରକ ଏଜିଆଇ ନିର୍ମାଣରେ ସହଯୋଗ କରିଥାଏ । ଅଧିକ ପରିମାଣରେ ଚିନି ଖାଇବା ଯୋଗୁ ବିଭିନ୍ନ ସ୍କିନ ସମସ୍ୟା ହେବା ସହ ତ୍ୱଚାର ମୂଳ ତତ୍ତ୍ୱ ଦୁର୍ବଳ ହୋଇଯାଇଥାଏ । ତ୍ୱଚା ସମସ୍ୟାରୁ ବର୍ତ୍ତିବା ପାଇଁ ଆପଣ ଚିନି ବଦଳରେ ଗୁଡ, ଫଳ ଖାଇପାରିବେ । ଏହାସହିତ ଖାଦ୍ୟରେ ଲୁଣ ପରିମାଣ କମ କରିବା ଆବଶ୍ୟକ ।

ତ୍ୱଚା ପାଇଁ ବିପଦ ପ୍ରୋସେସ୍ଟ ମିଟ୍

ବେକନ, ସାନସେଜ ଓ ପେପରୋନୀ ପରି ରେଡ ମିଟ୍, ପ୍ରୋସେସ୍ଡ ମିଟ ତ୍ୱଚା ପାଇଁ ସାଙ୍ଘାତିକ ସମସ୍ୟା ସୃଷ୍ଟି କରିଥାଏ । ଏଥିରେ ପ୍ରଚୁର ମାତ୍ରାରେ ସୋଡିୟମ, ସେଚ୍ୟୁରେଟିଡ ଫ୍ୟାଟ ଓ ସଲଫାଇଟ ରହିଥାଏ । ଯାହା କୋଲେଜନକୁ ଦୁର୍ବଳ କରିଥାଏ ଓ ସ୍କିନରୁ ଜଳୀୟ ଅଂଶକୁ ଶୋଷି ନେଇଥାଏ ।

ତ୍ୱଚା ପାଇଁ ବିପଦ କାଫିନେଟେଡ ଡ୍ରିକ୍ସ

ସୋଡା ଓ କଫି ଫିଇବା ଦ୍ୱାରା ମଧ୍ୟ ତ୍ୱଚା ଦୁର୍ବଳ ହୋଇଯାଇଥାଏ । ଏହାଦ୍ୱାରା ନିଜ ପ୍ରଭାବିତ ହେଉଥିବାରୁ ଏହାର କୁପ୍ରଭାବ ତ୍ୱଚା ଉପରେ ପଡ଼ିଥାଏ । ତେଣୁ ଏପରି ପାନୀୟଠାରୁ ଦୂରେଇ ରହିବା ଆବଶ୍ୟକ ।

ତ୍ୱଚା ପାଇଁ ବିପଦ ମଦ୍ୟପାନ

ମଦ୍ୟପାନ ଅନ୍ୟ ଶାରୀରିକ ସମସ୍ୟା ବୃଦ୍ଧି କରିବା ସହ ସବୁଠାରୁ ଅଧିକ କୁ୍ପ୍ରଭାବ ପକାଇଥାଏ ତ୍ୱଚା ଉପରେ । ମଦ୍ୟପାନ କାରଣରୁ ସ୍କିନ ଟିସୁ ଦୁର୍ବଳ ହୋଇଯାଇଥାଏ । ଫଳ ସ୍ୱରୂପ ତ୍ୱଚାରେ ଶିଥିଳତା ଆସିଯାଏ ।

ତ୍ୱଚା ପାଇଁ ବିପଦ ବ୍ରେଡ

ଧଳା ପାଉଁରୁଟି ମଧ୍ୟ ତ୍ୱଚା ପାଇଁ ବିପଦ ସୃଷ୍ଟି କରିଥାଏ । କାରଣ ଏଥିରେ ଗ୍ଲାଇସୋମିକ ଇଣ୍ଡେକ୍ସ ରହିଥାଏ । ଯାହା ଶରୀରରେ ବୟସ ବୃଦ୍ଧି ପ୍ରକ୍ରିୟାକୁ ବହୁଗୁଣିତ କରିଦେଇଥାଏ । ତେଣୁ ନିୟମିତ ଖାଦ୍ୟରୁ ବ୍ରେଡକୁ ଆଉଟ ଲିଷ୍ଟ କରିବା ଆବଶ୍ୟକ ।

ଏହା ବି ପଢ଼ନ୍ତୁ: ଆକାଶ ଚୋପ୍ରା ଚୟନ କଲେ ଟି-୨୦ ବିଶ୍ୱକପ ଟିମ୍; ପାଣ୍ଡ୍ୟା ଅଧିନାୟକ, ରୋହିତ ଓ ବିରାଟଙ୍କୁ କଲେ ଆଉଟ୍

ଏହା ବି ପଢ଼ନ୍ତୁ: ଆର୍ଯ୍ୟ ସମାଜର ବିବାହ ପ୍ରମାଣପତ୍ର ଅବୈଧ, SC କହିଲେ- ଆପଣଙ୍କୁ ଏହି ଅଧିକାର କେଉଁଠାରୁ ମିଳିଛି?