6G ପାଇଁ ପ୍ରସ୍ତୁତି: ନୋକିଆ ସିଇଓଙ୍କ ବଡ଼ ଘୋଷଣା, ଲଞ୍ଚ୍ ଟାଇମ୍ ଲାଇନର ଖୁଲାସା
Advertisement
Article Detail0/zeeodisha/odisha1201380

6G ପାଇଁ ପ୍ରସ୍ତୁତି: ନୋକିଆ ସିଇଓଙ୍କ ବଡ଼ ଘୋଷଣା, ଲଞ୍ଚ୍ ଟାଇମ୍ ଲାଇନର ଖୁଲାସା

ବର୍ତ୍ତମାନ ସମୟରେ ସ୍ମାର୍ଟଫୋନ ଅତ୍ୟାବଶ୍ୟକ ସାମଗ୍ରୀରେ ପରିଣତ ହୋଇଯାଇଛି। 

6G ପାଇଁ ପ୍ରସ୍ତୁତି: ନୋକିଆ ସିଇଓଙ୍କ ବଡ଼ ଘୋଷଣା, ଲଞ୍ଚ୍ ଟାଇମ୍ ଲାଇନର ଖୁଲାସା

ଏବେ ମଧ୍ୟ ଭାରତରେ ଲଞ୍ଚ ହୋଇନାହିଁ 5G ନେଟୱର୍କ । ଏବିବି ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ୫ଜି ନେଟୱର୍କ ପରୀକ୍ଷଣ ସ୍ତରରେ ରହିଛି । ଭାରତରେ ୫ଜି ନେଟୱର୍କ ଲଞ୍ଚ ନେଇ ନିଟକରେ ଆଇଟି ମନ୍ତ୍ରୀଙ୍କ ସୂଚନା ଅନୁସାରେ ଭାରତରେ ଖୁବଶୀଘ୍ର ଲଞ୍ଚ୍ ହେବାକୁ ଯାଉଛି ଫିପ୍ଥ  ଜେନେରେସନ ନେଟୱର୍କ । ଭାରତରେ ଏହାର ପ୍ରାରମ୍ଭିକ ପରୀକ୍ଷଣ ସଫଳ ହୋଇଛି । ହାତ ଗଣତି କିଛି ବିକଶିତ ରାଷ୍ଟ୍ରରେ ଏବେ ୫ଜି ନେଟୱର୍କ ଉପଲବ୍ଧ ଥିବାବେଳେ ନୋକିଆ ସିଇଓ  ପେକା ଲୁଣ୍ଡମାର୍କ (Pekka Lundmark)ଙ୍କ ଘୋଷଣା ବିଶ୍ୱକୁ ସରପ୍ରାଇଜ ଦେଇଛି । ସ୍ମାର୍ଟଫୋନ ବ୍ରାଣ୍ଡ ନୋକିଆ ସିଇଓଙ୍କ ଦାବି ଅନୁସାରେ 6G ମୋବାଇଲ ନେଟୱର୍କ ୨୦୩୦ ସୁଦ୍ଧା ବାଣିଜ୍ୟିକ ବ୍ୟବହାର ପାଇଁ ଉପଲବ୍ଧ ହେବାକୁ ଯାଉଛି ।

ୱାଲ୍ଡ ଇକୋନୋମିକ ଫୋରମରେ ସାମିଲ ହୋଇଥିବାବେଳେ ନୋକିଆ ସିଇଓ (Nokia CEO)ଙ୍କ ଦାବିକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଲାଗି ରହିଛି । ବର୍ତ୍ତମାନ ସମୟରେ ସ୍ମାର୍ଟଫୋନକୁ 'କମନ ଇଣ୍ଟରଫେସ' (common interface) ଭାବେ ଗ୍ରହଣ କରାଯାଉଥିବାବେଳେ ଆଗକୁ ଏହା ମଧ୍ୟ ପରିବର୍ତ୍ତନ ହେବା ସମ୍ଭାବନା ରହିଛି । ୫ଜି ନେଟୱର୍କ ଆକ୍ଟିଭ ହେବା ସହ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସିର ପ୍ରୟୋଗ ଇଣ୍ଟରଫେସର ପରିବର୍ତ୍ତନ କରିବା ସମ୍ଭାବନା ରହିଛି। ଏପରି କିଛି ନୂଆ ଟେକନୋଲୋଜି ଆସିବାକୁ ଯାଉଛି, ଯାହା ସ୍ମାର୍ଟଫୋନ ଇଣ୍ଟରଫେସକୁ ବିସ୍ଥାପିତ କରିପାରେ ବୋଲି ଲୁଣ୍ଡମାର୍କ କହିଛନ୍ତି ।

ବର୍ତ୍ତମାନ ସମୟରେ ସ୍ମାର୍ଟଫୋନ ଅତ୍ୟାବଶ୍ୟକ ସାମଗ୍ରୀରେ ପରିଣତ ହୋଇଯାଇଛି। କାରଣ ଏହା ଉପରେ କର୍ମ ସମ୍ପାଦନ ପାଇଁ ବ୍ୟବହାର କରାଯାଉଛି। କିନ୍ତୁ କାର୍ଯ୍ୟ ସମ୍ପାଦନ ପାଇଁ ଅନ୍ୟ ସହଜ ଇଣ୍ଟରଫେସ ଉପଲବ୍ଧ ହେବାପରେ ଏହାର ଭବିଷ୍ୟତ ରୂପରେଖ କଣ ରହିଛି ଏବେଠାରୁ କଳ୍ପନା କରିବା ଅସମ୍ଭବ ବୋଲି ସେ WEFରେ ମତ ରଖିଥିଲେ। ଏପରି ହୋଇପାରେ ନୂଆ ଇଣ୍ଟରଫେସ, ମାନବ ଶରୀରର ଅଙ୍ଗ କିମ୍ବା ଅଂଶ ବନିଯାଇପାରେ ।

ଏବେଠାରୁ ବିଶ୍ୱର ବହୁ ବଡ଼ କମ୍ପାନି  6Gରେ ନିବେଶ କରିବା ଆରମ୍ଭ କରିସାରିଛନ୍ତି। ନୋକିଆ ସିଇଓଙ୍କ କହିବା ଅନୁସାରେ  2030 ସୁଦ୍ଧା ପ୍ରତିଟି ଜିନିଷ ପାଇଁ ଡିଜିଟାଲ ଟ୍ୱିନ ରହିବ । ରିପୋର୍ଟ ଅନୁସାରେ ଏଥିପାଇଁ ବୃହତ୍ତ କମ୍ପୁଟେସନାଲ ଉପକରଣର ଆବଶ୍ୟକତା ରହିଛି । ୬ଜି ଟେକକୁ ନେଇ କ୍ୱାଲକମ, ଗୁଗଲ, ଏଲଜି, ଆପଲ ପରି ବୃହତ୍ତ କମ୍ପାନି ସହଯୋଗର ହାତ ବଢ଼ାଇଛନ୍ତି ।