କଙ୍ଗୋ ଗଣରାଜ୍ୟରେ ବୋଟ୍ ଟ୍ରାଜେଡି
Advertisement
Article Detail0/zeeodisha/odisha2291556

କଙ୍ଗୋ ଗଣରାଜ୍ୟରେ ବୋଟ୍ ଟ୍ରାଜେଡି

କେନ୍ଦ୍ରୀୟ ଆଫ୍ରିକା ଦେଶ କଙ୍ଗୋ ଗଣରାଜ୍ୟରେ ଡଙ୍ଗା ବୁଡ଼ି ୮୦ରୁ  ଅଧିକ ମୃତ।  ଭାରସାମ୍ୟ ହରାଇ ଯାତ୍ରବାହୀ ବୋଟ୍ ଦୁର୍ଘଟଣାଗ୍ରସ୍ତ  ।   ୮୦ଜଣ ପ୍ରାଣ ହରାଇଛନ୍ତି।

boat accident

boat accident in western Congo ; ମଧ୍ୟ ଆଫ୍ରିକାରେ ସ୍ଥିତ କଙ୍ଗୋର ରାଜଧାନୀ କିନ୍ସାସା ନିକଟରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି । କେନ୍ଦ୍ରୀୟ ଆଫ୍ରିକା ଦେଶ କଙ୍ଗୋ ଗଣରାଜ୍ୟରେ ଡଙ୍ଗା ବୁଡ଼ି ୮୦ରୁ  ଅଧିକ ମୃତ। ମାଇ-ନଡୋମ୍ବେ ପ୍ରଦେଶର ମୁଶି ସହରରୁ ପ୍ରାୟ ୭୦ କିଲୋମିଟର ଦୂର କ୍ବା ନଦୀରେ ଏହି ଅଘଟଣ ଘଟିଛି । ଭାରସାମ୍ୟ ହରାଇ ଯାତ୍ରବାହୀ ବୋଟ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଯାତ୍ରା କରୁଥିବା ୨୭୦ଜଣଙ୍କ ମଧ୍ୟରୁ ୮୦ଜଣ ପ୍ରାଣ ହରାଇଛନ୍ତି ।

କଙ୍ଗୋ ରାଷ୍ଟ୍ରପତି ଫେଲିକ୍ସ ସିସିକେଡି ଏହି ଘଟଣା ବାବଦରେ ସୂଚନା ଦେବା ସହ ଶୋକବ୍ୟକ୍ତ କରିଛନ୍ତି । ଏଥିସହ କେଉଁ କାରଣରୁ ଏହି ଡଙ୍ଗା  ବୁଡ଼ିଲା ତାହାର ତଦନ୍ତି ନିର୍ଦ୍ଦେଶ କରି। ମାଇନଡୋମ୍ବେ ପ୍ରଦେଶର ଗଭଣ୍ଡର ରିଟା ବୋଲା ଡୁଲା କହିଛନ୍ତି, କ୍ଷମତାଠାରୁ ଅଧୂକ ଲୋକ ଡଙ୍ଗାରେ ଯାତ୍ରା କରିବା ଯୋଗୁ ଏଭଳି ଘଟଣା ଘଟିଛି । ବାରଣ ସତ୍ତ୍ବେ ବି ଦେଶରେ ଏଭଳି ଘଟଣା ବାରମ୍ବାର ଘଟୁଛି । କଙ୍ଗୋ ଗଣରାଜ୍ୟରେ ଅଧୂକାଂଶ ଜଙ୍ଗଲ ଥୂବା ବେଳେ ସଡ଼କ ସଂଯୋଗ ବ୍ୟବସ୍ଥା ଅତ୍ୟନ୍ତ ଖରାପ । ତେଣୁ ଲୋକମାନେ ଡଙ୍ଗାରେ ଯାତ୍ରା କରିଥାନ୍ତି।ଗତ ଫେବ୍ରୁଆରୀ ମାସରେ ମଧ୍ୟରେ ଏଭଳି ଘଟଣା ଘଟିଥିଲା । ବୋଟ୍ ଟ୍ରାଜେଡିରେ ପ୍ରାୟ ଡଜନେରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ।