Guru vakri 2023: ଏହି ଦିନ ମେଷ ରାଶିରେ ପ୍ରବେଶ କରିବେ ଦେବ ଗୁରୁ ବୃହସ୍ପତି, ୩ ରାଶିଙ୍କ ବଦଳିବ ଭାଗ୍ୟ!

Guru vakri 2023:  ଏହି ସମୟ ମଧ୍ଯରେ ୩ଟି ରାଶିଙ୍କ ଭାଗ୍ୟ ବଦଳିବାକୁ ଯାଉଛି । ବୃହସ୍ପତିଙ୍କ ଏହି ରାଶି ପରିବର୍ତ୍ତନ ହେତୁ ରାଜଯୋଗ ଗଠନ ହେବ। ଦେବ ଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଭାଗ୍ୟ, ଅଭିବୃଦ୍ଧିର ଗ୍ରହ ବୋଲି କୁହାଯାଏ । ବୃହସ୍ପତିଙ୍କ ଏହି ରାଶି ପରିବର୍ତ୍ତନ କେଉଁ ୩ଟି ରାଶିର ଭାଗ୍ୟ ବଦଳାଇ ଦେବ ଆସନ୍ତୁ ଜାଣିବା ।

Edited by - Payal Priyadarshini | Last Updated : Jul 23, 2023, 07:11 AM IST
Guru vakri 2023: ଏହି ଦିନ ମେଷ ରାଶିରେ ପ୍ରବେଶ କରିବେ ଦେବ ଗୁରୁ ବୃହସ୍ପତି, ୩ ରାଶିଙ୍କ ବଦଳିବ ଭାଗ୍ୟ!

Guru vakri 2023: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସମସ୍ତ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟ ପରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ ବା ରାଶି ପରିବର୍ତ୍ତନ (Grah Gochar 2023) କରିଥାଆନ୍ତି । ଗ୍ରହମାନଙ୍କ ଆଗମନ ବା ପ୍ରତ୍ୟାବର୍ତ୍ତନ ରାଶି ଚକ୍ରରେ ଥିବା ସମସ୍ତ ରାଶି ଉପରେ ପ୍ରଭାବ ପକାଇଥାଏ । ସମୟ ଗଡି଼ବା ସହିତ ଗ୍ରହମାନେ ପ୍ରତି ବର୍ଷ- ନିଜର ସ୍ଥିତି ପରିବର୍ତ୍ତନ କରିଥାଆନ୍ତି । ନଅଟି ଗ୍ରହ ମଧ୍ୟରୁ କେଉଁ ଗ୍ରହ ତାର ସ୍ଥାନ ପରିବର୍ତ୍ତନ କରିବ, ଏହା ତାହାର ଗତି ଉପରେ ନିର୍ଭର କରିଥାଏ । ଜ୍ୟୋତିଷ ଶାସ୍ତ୍ରରେ, ଏହାର ବହୁତ ମହତ୍ବ ରହିଛି । ଏହି କାରଣରୁ, ଗ୍ରହମାନଙ୍କ ଚଳନ ପ୍ରତ୍ୟେକ ରାଶିର ବ୍ୟକ୍ତି ବିଶେଷଙ୍କ ଜୀବନକୁ ପ୍ରଭାବିତ କରିଥାଏ । ଗ୍ରହମାନଙ୍କର ରାଶି ପରିବର୍ତ୍ତନ ଯୋଗୁଁ ଲୋକଙ୍କ ଭାଗ୍ୟ ବଦଳିଥାଏ । ତେବେ ଦେବଗୁରୁ ବୃହସ୍ପତି ମେଷ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି । ଏହାର ପ୍ରଭାବ ସମସ୍ତ ରାଶିର ବ୍ୟକ୍ତି ବିଶେଷଙ୍କ ଜୀବନ ପଡ଼ିବ, ଯାହା ଫଳରେ ଏହି ସମୟ ମଧ୍ଯରେ ୩ଟି ରାଶିଙ୍କ ଭାଗ୍ୟ ବଦଳିବାକୁ ଯାଉଛି । ସେପ୍ଟେମ୍ବର ମାସ ୪ ତାରିଖ ସନ୍ଧ୍ୟା ୪:୫୮ ମିନିଟ୍ ରେ ଦେବଗୁରୁ ବୃହସ୍ପତି ମେଷ ରାଶିକୁ ପ୍ରବେଶ କରି, ଡିସେମ୍ବର ମାସ ୩୧ ତାରିଖ ଯାଏଁ ଏଠାରେ ଅବସ୍ଥାପନ କରିବେ । ବୃହସ୍ପତିଙ୍କ ଏହି ରାଶି ପରିବର୍ତ୍ତନ ହେତୁ ରାଜଯୋଗ ଗଠନ ହେବ। ଦେବ ଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଭାଗ୍ୟ, ଅଭିବୃଦ୍ଧିର ଗ୍ରହ ବୋଲି କୁହାଯାଏ । ବୃହସ୍ପତିଙ୍କ ଏହି ରାଶି ପରିବର୍ତ୍ତନ କେଉଁ ୩ଟି ରାଶିର ଭାଗ୍ୟ ବଦଳାଇ ଦେବ ଆସନ୍ତୁ ଜାଣିବା ।

ମିଥୁନ ରାଶି- ଦେବଗୁରୁ ବୃହସ୍ପତିଙ୍କ ରାଶି ପରିବର୍ତ୍ତନ ଫଳରେ ବିପରୀତ ରାଜଯୋଗ ଗଠନ ହେବ । ଏହି ଯୋଗ ଫଳରେ ମିଥୁନ ରାଶିର ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ଜାଗ୍ରତ ହେବ । ଏହି ସମୟରେ ଦୀର୍ଘ ଦିନରୁ ଅଟକି ରହିଥିବା କାର୍ଯ୍ୟ ସମାପ୍ତ ହେବ । ଜୀବନସାଥୀଙ୍କ ସହ ଗୁଣାତ୍ମକ ସମୟ ଅତିବାହିତ କରିବେ । ସମ୍ପର୍କରେ ମଧୁରତା ଆସିବ । ଧନ ଓ ଆୟ ବୃଦ୍ଧି ହେବା ନେଇ ସମ୍ଭାବନା ରହିଛି  । ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟା ଦୂର ହେବ । ଭ୍ରମଣ ଯୋଗ ରହିଛି ।

ସିଂହ ରାଶି- ଏହି ସମୟ ମଧ୍ଯରେ ସିଂହ ରାଶିର ବ୍ୟକ୍ତି ବିଶେଷଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଆକସ୍ମିକ ଧନ ଲାଭ ନେଇ ଯୋଗ ରହିଛି । ପୁରୁଣା ବିନିଯୋଗରୁ ଲାଭ ମିଳିବ । ସନ୍ତାନ ସନ୍ତତି ମାନଙ୍କଠାରୁ ଭଲ ଖବର ପାଇ ମନ ପ୍ରସନ୍ନ ରହିବ। ଆୟ ବୃଦ୍ଧି ହେବା ନେଇ ସମ୍ଭାବନା ରହିଛି । ଚାକିରି କରୁଥିବା ବ୍ୟକ୍ତିଙ୍କ ପଦୋନ୍ନତି ହୋଇପାରେ । କଠିନ ସମୟ ଦୂର ହେବ । ବୃହସ୍ପତିଙ୍କ ରାଶି ପରିବର୍ତ୍ତନ ହେତୁ ଲୋକମାନଙ୍କ ଧାର୍ମିକ କାର୍ଯ୍ୟକଳାପ ପ୍ରତି ଆଗ୍ରହ ପ୍ରକାଶ ପାଇବ। ପ୍ରତ୍ୟେକ କାର୍ଯ୍ୟରେ ଶୁଭଫଳ ମିଳିବ ।

ତୁଳା ରାଶି- ଏହି ଅବଧି ମଧ୍ଯରେ ତୁଳା ରାଶିର ବ୍ୟକ୍ତି ବିଶେଷଙ୍କ ଜୀବନରେ ସୁଖ ଓ ସମୃଦ୍ଧତା ବୃଦ୍ଧି ପାଇବ । ବ୍ୟବସାୟୀ ମାନେ ଲାଭବାନ ହେବେ। ନୂତନ ନିବେଶ ପାଇଁ ମଧ୍ୟ ଏହି ସମୟ ବେଶ ଅନୁକୂଳ ରହିବ । କ୍ୟାରିୟରକୁ ନେଇ ଲାଗି ରହିଥିବା ବାଧ୍ୟା ବା ସମସ୍ୟା ଦୂର ହେବ । ଦୀର୍ଘ ଦିନ ଧରି ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ । ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ପରିବାର ସଦସ୍ୟଙ୍କ ସହ ସମ୍ପର୍କ ମଧୁର ହେବ । ନୂତନ କାର୍ଯ୍ୟ ଆରମ୍ଭ ନେଇ ଏହି ସମୟ ଅନୁକୂଳ ରହିବ

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)

 

ट्रेंडिंग न्यूज़