Advertisement

Laxmi nrusingha besha

alt
ବୈକୁଣ୍ଠ ଚତୁର୍ଦ୍ଧଶୀରେ ଲକ୍ଷ୍ମୀନୃସିଂହ ବେଶରେ ଦର୍ଶନ ଦେଲେ ଶ୍ରୀଜୀଉ।ଜଗନ୍ନାଥ ଦର୍ଶନ ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର ।ଆସନ୍ତାକାଲି କାର୍ତ୍ତୀକ ପୂର୍ଣିମା ଅଥବା ରାସ ପୁର୍ଣିମା ରେ ସୁନାବେଶରେ ଝଟକିବେ କାଳିଆ ଠାକୂର । ସେପଟେ ତୀର୍ଥ ପୁଷ୍କରିଣୀରେ ଆସନ୍ତାକାଲି ବୁଡ଼ ଦେଇ ଡ଼ଙ୍ଗା ଭସାଇବା ସହ କାର୍ତ୍ତୀକ ବ୍ରତ ଉଦ୍ଜାପନ କରିବେ ହବିଷ୍ୟଳି । ସେପଟେ ଭିଡକୁ ଦୃଷ୍ଟିରେ ରଖି ୧୦ ପ୍ଲାଟୁନ ଅଧିକ ଫୋର୍ସ ମୁତୟନ କରାଯାଇଥିବା କହିଛନ୍ତି ପୁରୀ ଏସ୍ପି । ପହୁଡ଼ ନୀତି ନହୋଇ ରାତିତମାମ ଦର୍ଶନ ଜାରି ରହିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ଭକ୍ତଙ୍କ ଭୟନାଶନ ପାଇଁ ଲକ୍ଷ୍ମୀନୃସିଂହ ବେଶରେ ଦର୍ଶନ ଦେଲେ ଜଗତଠାକୁର ।କାର୍ତ୍ତୀକ ମାସ ମହାପଞ୍ଚୁକର ଚତୁର୍ଥ ଦିନ କାର୍ତ୍ତୀକ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ଲକ୍ଷ୍ମୀ ନ
Nov 26,2023, 17:39 PM IST

Trending news