Vastu tips for crystal turtle: ଘରେ ସ୍ପଟିକ କଁଇଛ ରଖିଲେ ଦେବୀ ଲକ୍ଷ୍ମୀ ହେବେ ପ୍ରସନ୍ନ,ଜାଣନ୍ତୁ ରଖିବାର ବାସ୍ତୁ ନିୟମ ଓ ମହତ୍ୱ
Advertisement
Article Detail0/zeeodisha/odisha1970274

Vastu tips for crystal turtle: ଘରେ ସ୍ପଟିକ କଁଇଛ ରଖିଲେ ଦେବୀ ଲକ୍ଷ୍ମୀ ହେବେ ପ୍ରସନ୍ନ,ଜାଣନ୍ତୁ ରଖିବାର ବାସ୍ତୁ ନିୟମ ଓ ମହତ୍ୱ

  ଭଗବାନ ବିଷ୍ଣୁଙ୍କ ୧୦ ଅବତାର ମଧ୍ୟରୁ ଗୋଟିଏ ହେଉଛି କଇଁଛ ବା କଛପ ଅବତାର । ବିଜ୍ଞାନ ଅନୁସାରେ ଜୀବନର ସୃଷ୍ଟି ଜଳରେ ହୋଇଥିଲା । ଭଗବାନ ବିଷ୍ଣୁଙ୍କ ଅବତାର ମଧ୍ୟ ସେହି କଥା କହିଥାଏ । ମତ୍ସ୍ୟ ଅବତାର ଯଦି ଜଳରେ ଜୀବନ କଥା କୁହେ ତେବେ କଛପ ଅବତାର କୁହେ ଉଭୟଚର ପ୍ରାଣୀର କଥା । ଜଳରୁ ବାହାରି ଭୂମି ଉପରେ ଜୀବନ ଉଦ୍ଭ

SOCIAL MEDIA

Vastu tips for crystal turtle: 

ଭଗବାନ ବିଷ୍ଣୁଙ୍କ ୧୦ ଅବତାର ମଧ୍ୟରୁ ଗୋଟିଏ ହେଉଛି କଇଁଛ ବା କଛପ ଅବତାର । ବିଜ୍ଞାନ ଅନୁସାରେ ଜୀବନର ସୃଷ୍ଟି ଜଳରେ ହୋଇଥିଲା । ଭଗବାନ ବିଷ୍ଣୁଙ୍କ ଅବତାର ମଧ୍ୟ ସେହି କଥା କହିଥାଏ । ମତ୍ସ୍ୟ ଅବତାର ଯଦି ଜଳରେ ଜୀବନ କଥା କୁହେ ତେବେ କଛପ ଅବତାର କୁହେ ଉଭୟଚର ପ୍ରାଣୀର କଥା । ଜଳରୁ ବାହାରି ଭୂମି ଉପରେ ଜୀବନ ଉଦ୍ଭବର କଥା କୁହେ କଛପ ଅବତାର । ଭଗବାନ ବିଷ୍ଣୁ କଇଁଛର ଅବତାର ନେଇ ବ୍ରହ୍ମାଣ୍ଡକୁ ରକ୍ଷା କରିଥିଲେ ବୋଲି ବିଶ୍ୱାସ ରହିଛି। ସମୁଦ୍ର ମନ୍ଥନ ବବେଳେ କଛପ ଅବତାର ଭାବେ ବିଷ୍ଣୁ ମନ୍ଦାର ପର୍ବତକୁ ନିଜ ପିଠିରେ ଧାରଣ କରିଥିଲେ । ତେଣୁ ଆଜି ହିନ୍ଦୁ କଛପକୁ ପୂଜା କରିଥାନ୍ତି ।
 
ବାସ୍ତୁରେ କଇଁଛର ଗୁରୁତ୍ୱ:
 
ବାସ୍ତୁଶାସ୍ତ୍ରରେ କଇଁଛକୁ ଶୁଭ ବୋଲି ବିବେଚନା କରାଯାଏ । ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରେ ଏକ ସ୍ପଟିକ କଇଁଛ ରଖିବା ଶୁଭଙ୍କର ଅଟେ। ଘରେ କିମ୍ବା ଅଫିସରେ ଏକ ସ୍ଫଟିକ୍ କଇଁଛ ରଖିବା ଦ୍ୱାରା ବାସ୍ତୁ ଜନିତ ତ୍ରୁଟି ଦୂର ହୋଇଥାଏ । ଭଗବାନ ବିଷ୍ଣୁଙ୍କ ପତ୍ନୀ ଲକ୍ଷ୍ମୀ ହୋଇଥିବାରୁ  ଯଦି କେହି ତାଙ୍କ ଘରେ ସ୍ଫଟିକ୍ କଇଁଛ ରଖିଥାନ୍ତି ତେବେ ଦେବୀ ଲକ୍ଷ୍ମୀଙ୍କ କୃପାଦୃଷ୍ଟି ରହିଥାଏ ।  ଏହା ଘର ପାଇଁ ଅତ୍ୟନ୍ତ ସକରାତ୍ମକ ହୋଇଥାଏ ଏବଂ  ଧନ ପ୍ରାପ୍ତ ହୁଏ । କଇଁଛ ମଧ୍ୟ କୁବେର ଏବଂ ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରଦାନ କରିଥାନ୍ତି । ବାସ୍ତୁ ତୃଟି,ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା କିମ୍ବା ଟଙ୍କା ପାଇବାରେ କୌଣସି ପ୍ରତିବନ୍ଧକ ଥିଲେ ସ୍ପଟିକ କଇଁଛ ଆଣିବା ଦ୍ୱାରା ସେହି ସବୁ ସମସ୍ୟା ଦୂର ହୋଇଯିବ ।
 
 
ବାସ୍ତୁରେ କଇଁଛର ମହତ୍ୱ
କଇଁଛ ଏକ ଶାନ୍ତିପୂର୍ଣ୍ଣ ପ୍ରାଣୀ ।ଯେଉଁଠାରେ କଇଁଛ ରୁହେ, ସେଠାରେ ଲକ୍ଷ୍ମୀ ବାସ କରନ୍ତି । ତେବେ ଘରେ କଇଁଛ ରଖିବା ପାଇଁ କିଛି ନିୟମ ଏବଂ ନୀତି ଅଛି ।ଯଦି ଏହି ନିୟମଗୁଡିକ ସଠିକ୍ ଭାବରେ ପାଳନ କରାଯାଏ ତେବେ କଇଁଛ ଆପଣଙ୍କ ପାଇଁ ବହୁତ ଶୁଭ ବୋଲି ପ୍ରମାଣିତ ହେବ । ସ୍ପଟିକ କଇଁଛ ଏକ ଅତ୍ୟନ୍ତ ପ୍ରଭାବଶାଳୀ ଯନ୍ତ୍ର ଯାହା ବାସ୍ତୁ ତ୍ରୁଟି ଦୂର କରିବାରେ ସାହାଯ୍ୟ କରେ ।
 
କଇଁଛ ରଖିବାର ଲାଭ:
 
ଯଦି କାହାର ଅର୍ଥ ସମ୍ବନ୍ଧୀୟ ସମସ୍ୟା ଥାଏ ତେବେ ସେ ଏକ ସ୍ଫଟିକ୍ କଇଁଛ ରଖିବା ଉଚିତ । ଘରେ ଏକ ସ୍ଫଟିକ କଇଁଛ ରଖିବା ଦ୍ୱାରା ପରିବାର ସଦସ୍ୟ ଦୀର୍ଘାୟୁ ହୋଇଥାନ୍ତି । ସମସ୍ତ ପ୍ରକାର ରୋଗରୁ ମଧ୍ୟ କଇଁଛ ଆରୋଗ୍ୟ ପ୍ରଦାନ କରିଥାଏ । ଏହା ସହିତ କଇଁଛ ରଖିବା ଦ୍ୱାରା ଚାକିରି ଏବଂ ପରୀକ୍ଷାରେ ମଧ୍ୟ ସଫଳତା ମିଳିଥାଏ  ।
 
ଏକ ସ୍ଫଟିକ୍ କଇଁଛ ରଖିବା ଘର ପାଇଁ ଅତ୍ୟନ୍ତ ଶୁଭଙ୍କର ବୋଲି ବିବେଚନା କରାଯାଏ । ଯଦି ଆପଣ ଚାକିରିରେ ସଫଳତା ପାଇବାକୁ ଚାହୁଛନ୍ତି ତେବେ ନିଜ ଘରେ  ସ୍ଫଟିକ୍ କଇଁଛ ରଖିବା ଉଚିତ । କଇଁଛ ରଖିବା ଦ୍ୱାରା ଚାକିରି କ୍ଷେତ୍ରରେ ସଫଳତା ମିଳିଥାଏ । ଏହା ସହିତ କ୍ରିଷ୍ଟାଲ ବା ସ୍ପଟିକ କଇଁଛ ଘରକୁ  ସୁଖ ଆଣିଥାଏ ।  ଯଦି ଆପଣ ଏହାକୁ ନିଜ ଅଫିସ ଏବଂ ଶୋଇବା ଘରେ ରଖନ୍ତି, ତେବେ ଘରର ପରିବେଷ ସୁଖଦ ରହିବ । ଏହା ସହିତ  ସ୍ଫଟିକ କଇଁଛକୁ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ ।