Weather Update: ଅସହ୍ୟ ହେଲାଣି ତାତି, ୩୬ ଡିଗ୍ରୀ ଉପରେ ୧୪ ସହରର ତାପମାତ୍ରା
Advertisement

Weather Update: ଅସହ୍ୟ ହେଲାଣି ତାତି, ୩୬ ଡିଗ୍ରୀ ଉପରେ ୧୪ ସହରର ତାପମାତ୍ରା

Weather Update: ରାଜ୍ୟରେ ବଦଳିଛି ପାଣିପାଗ।  କିଛି ଦିନର ଅନ୍ତରାଳରେ ରାଜ୍ୟକୁ ଫେରିଛି ତାତି। ଶନିବାର  ୧୪ ସହରର ପାରଦ ୩୬ ଡିଗ୍ରୀ ଉପରେ ରେକର୍ଡ଼ ହୋଇଛି।  ୩୮ ଡିଗ୍ରୀ ସହ ବୌଦ୍ଧ ସବୁଠୁ ଉତ୍ତପ୍ତ ସହର  ପାଲଟିଛି।  

Weather Update: ଅସହ୍ୟ ହେଲାଣି ତାତି, ୩୬ ଡିଗ୍ରୀ ଉପରେ ୧୪ ସହରର ତାପମାତ୍ରା

Weather Update: ରାଜ୍ୟରେ ବଦଳିଛି ପାଣିପାଗ।  କିଛି ଦିନର ଅନ୍ତରାଳରେ ରାଜ୍ୟକୁ ଫେରିଛି ତାତି। ଶନିବାର  ୧୪ ସହରର ପାରଦ ୩୬ ଡିଗ୍ରୀ ଉପରେ ରେକର୍ଡ଼ ହୋଇଛି।  ୩୮ ଡିଗ୍ରୀ ସହ ବୌଦ୍ଧ ସବୁଠୁ ଉତ୍ତପ୍ତ ସହର  ପାଲଟିଛି।  ଏହା ତଳକୁ ଟିଟିଲାଗଡ଼ ୩୭.୫, ମାଲକାନଗିରି ୩୭.୧,ଭବାନୀପାଟଣା  ଓ ପାରଳାଖେମୁଣ୍ତିରେ ପାରଦ ୩୭ ଡିଗ୍ରୀ ରେକର୍ଡ଼ କରାଯାଇଛି।  ଏହାଛଡା ଚାନ୍ଦବାଲିରେ ୩୭.୭, ନୟାଗଡରେ ୩୬.୫, କଟକ ଓ ଝାରସୁଗୁଡାରେ ୩୬.୪, ଜଗତସିଂହପୁରରେ ୩୬.୨, ଅନୁଗୁଳ, ସୋନପୁର ଓ ରାଉରକେଲାରେ ତାପମାତ୍ରା ୩୬.୧ ଡିଗ୍ରୀ ରେକର୍ଡ଼ ହୋଇଛି।  ମୁଖ୍ୟ କଥା ହେଲା ରାଜ୍ୟରେ ଏବେ ପାଗ ମୁଖ୍ୟତ ଶୁଖିଲା ରହିବା ସହ ପାରଦ ବଢିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ପୂର୍ବାନୁମାନ କରିଛି। 

 

ALSO READ: Today Horoscope: ଅଯଥା ବିବାଦରେ ଫସି ପାରନ୍ତି ଏହି ସବୁ ରାଶିର ବ୍ୟକ୍ତି, ଜାଣନ୍ତୁ ଆଜିର ରାଶିଫଳ

ସେହିପରି, ଆଜି ରାଜ୍ୟର ମାଲକାନଗିରି ଓ ଟିଟିଲାଗଡ଼ରେ ତାପମାତ୍ରା ୩୮ଡିଗ୍ରୀ ଛୁଇଁପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ସେହିପରି, ୨୪ରେ ଅଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନର ତାପମାତ୍ରା ୩୬ରୁ ୩୭ ଡିଗ୍ରୀ ରହିପାରେ । ଏବଂ ୨୫ ତାରିଖରେ ମାଲକାନଗିରି ଓ ଟିଟିଲାଗଡ଼ର ତାପାମତ୍ରା ୩୯ଡିଗ୍ରୀ ଛୁଇଁପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ସେପଟେ ମାର୍ଚ୍ଚ ଶେଷ ବେଳକୁ ମୁଣ୍ତଫଟା ଖରା ଅନୁଭୂତ ହେଉଥିବାରୁ ଆଗକୁ ସ୍ଥିତି ଅସମ୍ଭାଳ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।