New York Indian Film Festival: “ନ୍ୟୁୟର୍କ ଇଣ୍ତିଆନ୍ ଫିଲ୍ମ ଫେଷ୍ଟିଭାଲ” ପାଇଁ ମନୋନୀତ ହେଲା ୨ ଓଡ଼ିଆ ଫିଲ୍ମ
Advertisement
Article Detail0/zeeodisha/odisha2225391

New York Indian Film Festival: “ନ୍ୟୁୟର୍କ ଇଣ୍ତିଆନ୍ ଫିଲ୍ମ ଫେଷ୍ଟିଭାଲ” ପାଇଁ ମନୋନୀତ ହେଲା ୨ ଓଡ଼ିଆ ଫିଲ୍ମ

New York Indian Film Festival 2024: ଓଡି଼ଆ ଚଳଚ୍ଚିତ୍ର ଜଗତ ପାଇଁ ଖୁସି ଖବର । “ନ୍ୟୁୟର୍କ ଇଣ୍ତିଆନ ଫିଲ୍ମ ଫେଷ୍ଟିଭାଲ” (New York Indian Film Festival 2024) ପାଇଁ ମନୋନୀତ ହୋଇଛି ୨ ଓଡ଼ିଆ ଚଳଚ୍ଚିତ୍ର “ଦମନ” ଓ “ପ୍ରତୀକ୍ଷା” । ପ୍ରଥମ ଥର ପାଇଁ ଦୁଇଟି ଓଡ଼ିଆ ସିନେମା ଏହି ଫେଷ୍ଟିଭାଲ ନିମନ୍ତେ ମନୋନୀତ ହୋଇଛି ।

ଖବର ଅନୁଯାୟୀ, ମେ ୧ରୁ ଜୁନ୍ ୨ ତାରିଖ ପର୍ଯ୍ୟନ୍ତ ଏହି ଫେଷ୍ଟିଭାଲ ନ୍ୟୁୟର୍କରେ ଭିଲେଜ ଇଷ୍ଟ ବାଏ ଆଞ୍ଜେଲିକାରେ ଅନୁଷ୍ଠିତ ହେବ । ୟୁନାଇଟେଡ଼ ଷ୍ଟେଟସରେ ଏହା ସବୁଠୁ ବଡ଼ ଫିଲ୍ମ ଫେଷ୍ଟିଭାଲ ଅଟେ । ଏନେଇ ‘ପ୍ରତୀକ୍ଷା’ର ନିର୍ଦ୍ଦେଶ ଅନୁପମ ପଟ୍ଟନାୟକ କହିଛନ୍ତି, ‘ବହୁତ ଖୁସିର କଥା ‘ପ୍ରତୀକ୍ଷା’ ମନୋନୀତ ହୋଇଛି । କେବଳ ‘ପ୍ରତୀକ୍ଷା’ ନୁହେଁ ଅନ୍ୟ ଏକ ଓଡ଼ିଆ ସିନେମା ‘ଦମନ’ ମଧ୍ଯ ଏଥିଲାଗି ମନୋନୀତ ହୋଇଛି । ଏହା ସମଗ୍ର ସିନେ ଜଗତ ପାଇଁ ଗର୍ବ ଓ ଖୁସିର କଥା । ଅଲଗା ଜାତୀୟ ଚଳଚ୍ଚିତ୍ର ସହ ଆମ ସିନେମା ପ୍ରଦର୍ଶନ ହେବ, ଯାହା ଆଗାମୀ ଦିନରେ ଆହୁରି କିଛି ଭଲ କରିବାକୁ ପ୍ରେରଣା ଦେବ । ଆମ ଲୋକେ ତ ଏହି ଫିଲ୍ମକୁ ଗ୍ରହଣ କରିଥିଲେ । ଏବେ ବାହାରେ ମଧ୍ଯ ଆମ ସିନେମାକୁ ଦର୍ଶକ ଗ୍ରହଣ କରୁଛନ୍ତି । ତାହା ହିଁ ଅଧିକ ଖୁସି ଦେଉଛି । ଭଲ ସିନେମା କଲେ ଭଲ ପାଇବା ମିଳିବ ଓ କମର୍ସିଆଲ ମଧ୍ଯ ଭଲ ଚାଲିବ । ‘ପ୍ରତୀକ୍ଷା’ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଛି ଓ ଅନେକ ଫେଷ୍ଟିଭାଲରେ ମନୋନୀତ ମଧ୍ଯ ହୋଇଛି । ଆଶା ଆଗକୁ ଏମିତି ଓଡିଆ ସିନେମା ବାହାରକୁ ଯାଉ’ ।

ସେପଟେ ଦମନର ନିର୍ଦ୍ଦେଶକ ଦେବୀପ୍ରସାଦ ଲେଙ୍କା କହିଛନ୍ତି,  ‘ଏହା ନିହାତି ଭାବେ ଖୁସିର କଥା । ଓଡ଼ିଶାରୁ ୨ଟି ଫିଲ୍ମ “ନ୍ୟୁୟର୍କ ଇଣ୍ତିଆନ ଫିଲ୍ମ ଫେଷ୍ଟିଭାଲ” ପାଇଁ ମନୋନୀତ ହୋଇଛି । ୨୦୨୨ରେ ‘ଦମନ’ ତିଆରି ହୋଇଥିଲା । ଯାହାକୁ ନେଇ ଆଜି ମଧ୍ଯ ଚର୍ଚ୍ଚା ଚାଲିଛି । ଜୁନ୍ ୨ରେ ଏହା ପ୍ରଦର୍ଶନ ହେବ । ପ୍ରଥମ ଥର ପାଇଁ ୨ଟି ଓଡ଼ିଆ ସିନେମା ଏହି ଫେଷ୍ଟିଭାଲ ପାଇଁ ୨ଟି ଓଡିଆ ସିନେମା ମନୋନୀତ ହୋଇଛି । ଓଡିଆ ଚଳଚ୍ଚିତ୍ର ପାଇଁ ‘ଦମନ’ (Daman) ନୂଆ ଧାରା ଆଣିଥିଲା । ଏହା ପୂରା ଟିମ୍ ର ପ୍ରଚେଷ୍ଟା । ଦର୍ଶକଙ୍କ ଭଲ ପାଇବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରେ ମଧ୍ଯ ଏହା ଚର୍ଚ୍ଚାର ପରିସରକୁ ଆସିଥିଲା’।